ଶହୀଦ ମାଧୋ ସିଂ ଙ୍କ ପ୍ରତି ଦେଇଥିବା ଅପମାନ ଜନିତ ମନ୍ତବ୍ୟ ପାଇଁ ପୂର୍ବତନ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କୁ ଗିରଫ କରିବା ଦାବି...

ଶହୀଦ ମାଧୋ ସିଂ ଙ୍କ ପ୍ରତି ଦେଇଥିବା ଅପମାନ ଜନିତ ମନ୍ତବ୍ୟ ପାଇଁ ପୂର୍ବତନ କଂଗ୍ରେସ ବିଧାୟକ  ସୁର ରାଉତରାୟଙ୍କୁ ଗିରଫ କରିବା ଦାବି...


ବରଗଡ଼,୨୯/୦୭ : ପଶ୍ଚିମ ଓଡିଶା ଯୁବମାଞ୍ଚ ର ସଂଯୋଜନା ରେ ବରଗଡ଼ ଟାଉନ ଥାନା ପରିସରରେ ବିଭିନ୍ନ ସାମାଜିକ ସଂଗଠନ, କୋଶଳ ସଂଗ୍ରାମୀ ମାନେ ଏକଜୁଟ ହୋଇଥିଲେ ଓ ପଶ୍ଚିମ ଓଡିଶାର ବୀର ପୁତ୍ର ସ୍ୱାଧୀନତା ସଂଗ୍ରାମୀ ଘେସଁ ଜମିଦାର ଶହୀଦ ମାଧୋ ସିଂ ଙ୍କ ପ୍ରତି ଦେଇଥିବା ଅପମାନ ଜନିତ ମନ୍ତବ୍ୟ ପାଇଁ ପୂର୍ବତନ କଂଗ୍ରେସ ବିଧାୟକ  ସୁର ରାଉତରାୟଙ୍କୁ ଗିରଫ କରିବା ଦାବିରେ  ବରଗଡ଼ ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। 

              Ad..


ପରେ ବରଗଡ଼ ଗାନ୍ଧୀ ଛକରେ ସୁର ରାଉତରାୟ ଙ୍କ କୁଶ ପୁତ୍ତୁଲା ଦାହ କରିବା ସହିତ ସହିଦ ମାଧୋ ସିଂ ଅମର ରହେ ନାରା ଦେଇଥିଲେ । ଆଜିର ଏହି ବିରୋଧ ତଥା ପ୍ରତିବାଦରେ ଅଂଶଗ୍ରହଣ କରିଥିବା ବିଭିନ୍ନ ସାମାଜିକ ଅନୁଷ୍ଠାନ ଯଥା ନିଷ୍ଠା ପରିବାର, ସଂକଳ୍ପ ପରିବାର, ଭଟଲି ଆହ୍ୱାନ କ୍ଲବ, କୋଶଳ ସେନା, କୋଶଳ ରାଜ୍ୟ ସମନ୍ମୟ ସମିତି, ସମ୍ବିଧାନ ସୁରକ୍ଷା ମଞ୍ଚ, ପଶ୍ଚିମ ଓଡିଶା ଏକତା ମଞ୍ଚ, କୋଶଳ କ୍ରାନ୍ତି ସେନା, ବରିଷ୍ଠ ଆଇନଜୀବୀ ତଥା କୋଶଳ ସଂଗ୍ରାମୀ ସୁରେନ୍ଦ୍ର ପଣ୍ଡା, ସମେତ ପଶ୍ଚିମ ଓଡିଶା ଯୁବା ମଞ୍ଚର ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ। 

ଉପସ୍ଥିତ ସଂଗ୍ରାମୀ ମାନେ ମତ ରଖିଥିଲେ ଯେ ସୁର ରାଉତରାୟ ଙ୍କ ଏପରି ମନ୍ତବ୍ୟ ନିମନ୍ତେ କେବଳ ମାତ୍ର ଓଡିଶା ସରକାର ଦାୟୀ କାରଣ ପଶ୍ଚିମ ଓଡିଶା ତଥା କୋଶଲାଞ୍ଚଳର ସମ୍ପୂର୍ଣ ଇତିହାସକୁ ଜାଣିଶୁଣି ଲୁକାୟିତ କରିଦିଆଯାଇଛି ଯାହାକି ଏ ଅଞ୍ଚଳର ଇତିହାସକୁ ନେଇ ପାଠ୍ୟ ପୁସ୍ତକରେ ସ୍ଥାନିତ କରିବା ପାଇଁ ବାରମ୍ବାର ଦାବି ହେବା ସତ୍ୱେ ଓଡିଶା ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ଆଜି ପର୍ଯ୍ୟନ୍ତ ତାହା ହୋଇ ପାରିନାହିଁ ଯଦ୍ୱାରା ସୁର ରାଉତରାୟଙ୍କ ପରି ଓଡ଼ିଶାର ଜଣେ ବରିଷ୍ଠ ନେତା ଗଣ ମାଧ୍ୟମ ସମ୍ମୁଖରେ ଏପରି ହୀନ ମନ୍ତବ୍ୟ ଦେଉଛନ୍ତି । 

ସୁର ରାଉତରାୟ ଜାଣି ରଖିବା ଉଚିତ ଯେ ଶହୀଦ ମାଧୋ ସିଂ ତଥା ତାଙ୍କର ଚାରି ପୁତ୍ର ସଙ୍ଗେ ଝିଅ ଓ ଜ୍ୱାଇଁ, ଭାରତ ଇତିହାସର ପ୍ରଥମ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ନିଜର ସର୍ବସ୍ୱ ବଳିଦାନ ଦେଇଥିଲେ ଏହି କ୍ରମରେ ଶହୀଦ ମାଧୋ ସିଂ ଙ୍କୁ ତତ୍କାଳୀନ ଇଂରେଜ ସରକାର ୩୧ଡିସେମ୍ବର ଦିନ ଫାଶୀ ଦଣ୍ଡ ଦେଇଥିଲେ ଯେଉଁଥିପାଇଁ କି ଆଜି ରାଜ୍ୟ ତଥା ଦେଶରେ ୩୧ଡିସେମ୍ବରକୁ ଶହୀଦ ମାଧୋ ସିଂ ତଥା ତାଙ୍କର ପରିବାରଙ୍କ ବଳିଦାନ ଓ ସମ୍ମାନାର୍ଥେ ବିରତା ପାଳନ ହୋଇ ଯାଇଛି





Report : Bijay ku sahu

Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...