ପଦ୍ମପୁର ଉପଖଣ୍ଡ ର ଦିର୍ଘ ଦୁଇ ଦଶନ୍ଧି ର ସମସ୍ୟା ସମାଧାନ ପାଇଁ ପରିବହନ ବିଭାଗ ମନ୍ତ୍ରୀ ବିଶ୍ବଭୂଷଣ ଜେନା ଙ୍କୁ ଭେଟିଛନ୍ତି ଯୁବନେତା ପ୍ରିତେଶ...

ପଦ୍ମପୁର ଉପଖଣ୍ଡ ର ଦିର୍ଘ ଦୁଇ ଦଶନ୍ଧି ର ସମସ୍ୟା ସମାଧାନ ପାଇଁ ପରିବହନ ବିଭାଗ ମନ୍ତ୍ରୀ ବିଶ୍ବଭୂଷଣ ଜେନା ଙ୍କୁ ଭେଟିଛନ୍ତି ଯୁବନେତା ପ୍ରିତେଶ...


ବରଗଡ଼/ପଦ୍ମପୁର,୨୭/୦୭ : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରେ ଦିର୍ଘ ୨୫ ବର୍ଷ ଧରି ଲାଗିରହିଥିବା ଗମନାଗମନ ସମସ୍ୟା ବିଷୟରେ ଓଡିଶା ସରକାର ଙ୍କ ପରିବହନ ମନ୍ତ୍ରୀ ଶ୍ରୀ ବିଭୁତିଭୂଷଣ ଜେନା ଙ୍କ ସହ ସାକ୍ଷାତ ଆଲୋଚନା କରି ପଦ୍ମପୁର ଅଂଚଳ ର ଜନସାଧାରଣ ଙ୍କ ସମସ୍ୟା ସମାଧାନ କରିବାକୁ ଦାବି ଜଣାଇଛନ୍ତି ବିଜେପି ଯୁବନେତା ପ୍ରିତେଶ ବହିଦାର। 

        Ad..


ଦିର୍ଘ ଦୁଇ ଦଶନ୍ଧି ଭିତରେ ଗମନାଗମନ ନିମନ୍ତେ ଏହି ନିର୍ବାଚନ ମଣ୍ଡଳୀ ର ପଦ୍ମପୁର ଉପଖଣ୍ଡ ମୁଖ୍ୟାଳୟ ଠାରେ ବସଷ୍ଟାଣ୍ଡ ର ସମସ୍ୟା ରହିଛି। ପଦ୍ମପୁର ଠାରେ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଆବଶ୍ୟକୀୟ ସ୍ଥାନ ରହିଛି ହେଲେ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଜନସାଧାରଣ ଙ୍କ ଦାବି ରହିଛି। 

ଉପଖଣ୍ଡ ର ଝାରବନ୍ଧ ଭଡା ଠାରୁ ବରଗଡ଼ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଦୂରତା ୧୫୦ କିମି ରୁ ଉର୍ଦ୍ଧ୍ବ ଦୂର ଅତିକ୍ରମ କରି ଆରଟିଓ କାର୍ଯ୍ୟାଳୟ କୁ ଗଲେ ଦୁଇଦିନ ସମୟ ଲାଗୁଛି ଯାହା ସମୟ ସାପେଖ୍ଯ ଓ ଖର୍ଚ୍ଚାନ୍ତ ହେବାସହ ବହୁ ହଇରାଣ ହରକତ ହେବାକୁ ପଡୁଛି ଫଳରେ ପଦ୍ମପୁର ଠାରେ ଏକ ଉପଖଣ୍ଡ ଆରଟିଓ କାର୍ଯ୍ୟାଳୟ ଖୋଲିବା ପାଇଁ ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା କରି ଯଥାଶୀଘ୍ର ଏହି ସମସ୍ୟା ର ସମାଧାନ କରିବାକୁ ଅନୁରୋଧ କରିଛନ୍ତି। 

ଏହାସହ ପଦ୍ମପୁର ରୁ ରାଜଧାନୀ ଭୁବନେଶ୍ବର କୁ ବରଗଡ଼ ସମ୍ବଲପୁର ରେଢ଼ାଖୋଲ ହୋଇ ରାଜଧାନୀ ବସ୍ ଚଳାଚଳ କରିବାକୁ ଆଲୋଚନା କରିଛନ୍ତି ଯାହା ର ସମାଧାନ ହେଲେ ପଦ୍ମପୁର ଉପଖଣ୍ଡ ର ଉପାନ୍ତ ଅଂଚଳ ର ଜନସାଧାରଣ ସିଧାସଳଖ ଉପକୃତ ହୋଇପାରିବେ ବୋଲି ଆଲୋଚନା କରିଛନ୍ତି।





Report : Bijay ku sahu

Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...