ଶୂନ୍ୟକାଳରେ ସରକାରଙ୍କୁ ଘେରିଲେ ବିରୋଧୀ, ଉଠିଲା ଓଡ଼ିଶାର ଅଧିକାର ପ୍ରସଙ୍ଗ…
ଶୂନ୍ୟକାଳରେ ସରକାରଙ୍କୁ ଘେରିଲେ ବିରୋଧୀ, ଉଠିଲା ଓଡ଼ିଶାର ଅଧିକାର ପ୍ରସଙ୍ଗ…
ଭୁବନେଶ୍ୱର,୩୦/୦୭ : ଗୃହରେ ଶୂନ୍ୟକାଳରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଶୂନ୍ୟ କାଳରେ ବିଜେଡି ବିଧାୟକ ଅରୁଣ ସାହୁ ଓଡ଼ିଶାର ଅଧିକାର ପ୍ରସଙ୍ଗ ଉଠାଇଛନ୍ତି। ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ରାଜ୍ୟ ପାଇଁ କଣ ସବୁ ଦାବି କରିଛନ୍ତି ଗୃହରେ ଉତ୍ତର ରଖନ୍ତୁ ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ।
Ad..
ଓଡ଼ିଶା ଯୋଗୁଁ କେନ୍ଦ୍ରରରେ ସରକାର ହୋଇଛି । ନୀତି ଆୟୋଗ ବୈଠକରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ପ୍ରସଙ୍ଗ ମୁଖ୍ୟମନ୍ତ୍ରୀ ଉଠାଇଛନ୍ତି କି ? ବୈଠକରେ ଓଡ଼ିଶା ପାଇଁ କଣ କଣ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ତାହାକୁ ଗୃହରେ ଜଣାଇବାକୁ ପ୍ରଶ୍ନ କରିଛନ୍ତି ଅରୁଣ ସାହୁ।
ସେପଟେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ସମାନ ପ୍ରସଙ୍ଗ ଉଠାଇ କହିଛନ୍ତି ଯେ, ନୀତି ଆୟୋଗ ବୈଠକର ଅଧ୍ୟକ୍ଷ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବୈଠକରେ ଓଡ଼ିଶା ପାଇଁ କଣ ସୁଯୋଗ ସୃଷ୍ଟି କଲେ ମୁଖ୍ୟମନ୍ତ୍ରୀ, ରାଜ୍ୟ ପାଇଁ କେତେ ପ୍ୟାକେଜ ଦାବି କରିଛନ୍ତି ତା’ର ଉତ୍ତର ଗୃହରେ ରଖନ୍ତୁ ।
ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ନେଇ ଦାବି ରଖିଛନ୍ତି କି ନାହିଁ ବୋଲି ମଧ୍ୟ ଉତ୍ତର ଦିଅନ୍ତୁ ମୁଖ୍ୟମନ୍ତ୍ରୀ । ୨୦୧୪ ନିର୍ବାଚନୀ ଇସ୍ତାହାରରେ କହିଥିଲେ ଓଡ଼ିଶାରେ ଯଦି ଆମ ସରକାର ଆସେ ତେବେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଷ୍ଟାଟସ ଦେବେ ବୋଲି କହିଥିଲେ । ସେହପରି ପୋଲାଭରମ ପ୍ରସଙ୍ଗରେ କଣ ଆଲୋଚନା କରିଛନ୍ତି ତାହା ମୁଖ୍ୟମନ୍ତ୍ରୀ ପ୍ରକାଶ କରିବାକୁ ଦାବି କରିଛନ୍ତି।
Edited by k.s thakur...
Comments
Post a Comment