Posts

Showing posts from April, 2024

ବରଗଡ଼ ବିଜେପି କୁ ଶକ୍ତ ଧକ୍କା : ବରଗଡ଼ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସମ୍ପାଦିକା ଅନୁରାଧା ଅଗ୍ରୱାଲ ଙ୍କ ବିଜେଡି ରେ ଯୋଗଦାନ...

Image
ବରଗଡ଼ ବିଜେପି କୁ ଶକ୍ତ ଧକ୍କା : ବରଗଡ଼ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସମ୍ପାଦିକା ଅନୁରାଧା ଅଗ୍ରୱାଲ ଙ୍କ ବିଜେଡି ରେ ଯୋଗଦାନ... ବରଗଡ଼,୩୦/୦୪ : ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ପରିସର ରେ ଟାଉନ ବିଜେଡି ସଭାପତି କିଶୋର ମିଶ୍ର ଙ୍କ ଅଧ୍ୟକ୍ଷତା ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଙ୍କ ଉପସ୍ଥିତିରେ ବିଜେଡି ର ଏକ ମିଶ୍ରଣ ପର୍ବ ଅନୁଷ୍ଟିତ ହୋଇ ଯାଇଛି ।      Ad.. ଏହି କାର୍ଯ୍ୟକ୍ରମ ରେ ବରଗଡ଼ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଅନୁରାଧା ଅଗ୍ରୱାଲ ବିଜେପି ଛାଡ଼ି ବିଜେଡି ରେ ଯୋଗ ଦେଇଛନ୍ତି ଗତ କାଲି ସେ ତାଙ୍କର ଇସ୍ତଫା ପତ୍ର ବରଗଡ଼ ବିଜେପି ଜିଲ୍ଲା ସଭାପତି ଙ୍କୁ ପଠାଇ ସାରିଥିବା ବେଳେ ତାଙ୍କ ଇସ୍ତଫା ପତ୍ର ରେ ବିଜେପି ଦଳ ମୋ ପ୍ରତି ଉଚିତ୍ ସମ୍ମାନ ନ ଦେଇ ଅନ୍ୟାୟ କରିଛି ବୋଲି..  Ad.. ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନେତୃତ୍ବ ତଥା ରାଜ୍ୟ ରେ ମହିଳା ସଶକ୍ତି କରଣ ରେ ରହିଥିବା ତାଙ୍କ ଗୁରୁତ୍ବ ପୂର୍ଣ୍ଣ ଭୂମିକା ଓ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ସ୍ୱଚ୍ଛ ବ୍ୟକ୍ତିତ୍ବ ତଥା ଆଦର୍ଶ  ରେ ଅନୁ ପ୍ରାଣୀତ ହୋଇ ସେ ତାଙ୍କର ଶତାଧିକ ସମର୍ଥକ ଙ୍କ ସହ ବିଜେଡି ରେ ଯୋଗ ଦେଇଥିବା ଉଲ୍ଲେଖ କରିଥିଲେ ।             Ad.. ଏଥି ସହିତ ବିଜୁ ଜନତା ଦଳ ପାଇଁ ଜଣେ ଶୃଙ୍ଖଳିତ କର୍ମୀ ଭାବେ ନିଷ୍ଠା ର ସହିତ ...

କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜାଙ୍କ ନାମାଙ୍କନପତ୍ର ଦାଖଲ...

Image
କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜାଙ୍କ ନାମାଙ୍କନପତ୍ର ଦାଖଲ... କଣ୍ଟାବାଞ୍ଜି/ଟିଟିଲାଗଡ଼ : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ପାଇଁ ଆଜି କଂଗ୍ରେସ ବିଧାୟକ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜା ନିଜର ହଜାର ହଜାର ସମର୍ଥକଙ୍କ ସହ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।            Ad.. କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ତୁରେକେଲା, ମୁରିବାହାଲ ଓ  ତୁରେକେଲା ବ୍ଲକ୍ ର ବିଭିନ୍ନ ଗ୍ରାମରୁ ଆସିଥିବା ହଜାର ହଜାର ସମର୍ଥକ, ଦଳୀୟ କାର୍ଯ୍ୟକର୍ତ୍ତା, ଶୁଭେଚ୍ଛୁ ଓ ମା’ ଭଉଣୀଙ୍କର ଗହଣରେ ଟିଟିଲାଗଡ଼ ପୋଲିସ ଷ୍ଟେସନରୁ ଏକ ବିରାଟ ଶୋଭାଯାତ୍ରାରେ ଟିଟିଲାଗଡ଼ ସହରର ବିଭିନ୍ନ ଛକ ପରିକ୍ରମା କରି ଉପଜିଲ୍ଲାପାଳଙ୍କ ଅଫିସକୁ ପହଞ୍ଚି ଥିଲେ । Ad.. ନିଜର ପ୍ରସ୍ତାବକଙ୍କ ସହିତ ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ଅଫିସ୍‌ରେ ପହଂଚିବା ପରେ ନାମାଙ୍କନ ସେଟ୍‌ ଦାଖଲ କରିଥିଲେ । ଏଥିରେ କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳ ପରିଷଦର ନଗରପାଳ ବରିୟମ ସିଂ ସାଲୁଜା, ବଙ୍ଗୋମୁଣ୍ଡା ବ୍ଲକ୍‌ ଅଧ୍ୟକ୍ଷା ରଞ୍ଜୁବାଲା ବେହେରା...                 Ad.. ତୁରେକେଲା ବ୍ଲକ୍‌ ଅଧ୍ୟକ୍ଷା ପୂଜା ବେହେରା, ବଙ୍ଗୋମୁଣ୍ଡା ବ୍ଲକ୍‌ ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ, ଜିଲ୍ଲା ପରିଷଦ ସଦସ...

ମନୋରଞ୍ଜନ ସିଂ ବରିହା ସ୍ବାଧିନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିବାକୁ ନେଇ ଚର୍ଚ୍ଚା...

Image
ମନୋରଞ୍ଜନ ସିଂ ବରିହା ସ୍ବାଧିନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିବାକୁ ନେଇ ଚର୍ଚ୍ଚା... ବରଗଡ଼,୩୦/୦୪ : ସାଧାରଣ ନିର୍ବାଚନ କୁ ନେଇ ପଦ୍ମପୁର ନିର୍ବାଚନ ମଣ୍ଡଳୀ ରେ ଘଡ଼ିକୁ ଘୋଡ଼ା ଛୁଟୁଛି। ଗତ ଉପନିର୍ବାଚନ ସମୟରେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ସମଗ୍ର ଓଡ଼ିଶାକୁ ଚହଲ ପକାଇଥିବା ରୁ ଏଥର ମଧ୍ୟ ସାଧାରଣ ନିର୍ବାଚନ ରେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ରେ ଚହଳ ପଡୁଛି।         Ad.. ନିର୍ବାଚନ ଘୋଷଣା ପୂର୍ବରୁ ପଦ୍ମପୁର ନିର୍ବାଚନ ମଣ୍ଡଳୀ ରେ ସମସ୍ତ ବିଜେଡି, ବିଜେପି ଓ କଂଗ୍ରେସ ଦଳିୟ ପ୍ରାର୍ଥୀ ଙ୍କୁ ନେଇ ଚର୍ଚ୍ଚା ଯୋର ଧରିଥିବା ବେଳେ ଦଳୀୟ ପ୍ରାର୍ଥୀଙ୍କ ଘୋଷଣା ପରେ ସବୁ ଆଶାୟୀ ଙ୍କ ଆଶା ମଉଳି ଯାଇଥିଲା ଏବେ ପ୍ରାର୍ଥୀ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ଆଶାୟୀ ସ୍ବାଧିନ ପ୍ରାର୍ଥୀ ଙ୍କୁ ନେଇ ଚର୍ଚ୍ଚା ଯୋର୍ ଧରିବାରେ ଲାଗିଛି।  Ad.. ଅନେକ ଆଶାୟୀ ଙ୍କ ମଧ୍ୟରେ ପଦ୍ମପୁର ସହରର ପୁରୁଣା ରାଜନୈତିକ ବ୍ୟକ୍ତି ଭାବରେ ପରିଚିତ ଥିବା ମନୋରଞ୍ଜନ ସିଂ ବରିହା ମଧ୍ୟ ସ୍ବାଧିନ ପ୍ରାର୍ଥୀ ଭାବରେ ପ୍ରାର୍ଥୀ ପତ୍ର ଦାଖଲ କରିବାର ସମ୍ଭାବନା ରହୁଛି। ମନୋରଞ୍ଜନ ସିଂ ବରିହା ଜଣେ ଦକ୍ଷ ରାଜନେତା ଓ ସେ ପୂର୍ବତନ ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଥିଲେ ।        Ad.. ମନୋରଞ୍ଜନ ସିଂ ବରିହା ହେଉଛନ୍ତି ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧ...

ଜୁନାଗଡ଼ ରେ ଜମୁଛି କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଙ୍କ ନିର୍ବାଚନ ପ୍ରଚାର...

Image
ଜୁନାଗଡ଼ ରେ ଜମୁଛି କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଙ୍କ ନିର୍ବାଚନ ପ୍ରଚାର... ଭବାନୀପାଟଣା/ଜୁନାଗଡ଼,୩୦/୦୪ : ଯୋଡ଼ି ଶଙ୍ଖ'ର ସ୍ଵର ରେ ପ୍ରକମ୍ପିତ ହେଉଛି ଜୁନାଗଡ଼ ।  ବିଜୁ ଜନତା ଦଳ ର ବିଧାୟକ ପ୍ରାର୍ଥୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ମାଟି ପାଇଁ ଅତୁଟ ସଂକଳ୍ପ ନେଇ ନିର୍ବାଚନ ରେ ଅବତିର୍ଣ ହୋଇଛନ୍ତି ଓଡ଼ିଶା  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ବର୍ତ୍ତମାନ ସୁଦ୍ଧା ଅନ୍ଯ ଦଳର ଶହ ଶହ କର୍ମୀ ଜୁନାଗଡ଼ ବିଜେଡି ରେ ଯୋଗଦାନ ଦେଇ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଙ୍କୁ ଅଧିକ ଶକ୍ତିଶାଳୀ କରିଛନ୍ତି।          Ad.. ଲୋକାଭିମୁଖୀ ଯୋଜନା ଓ ଦୃଢ଼ ନେତୃତ୍ୱ ସହ  ସମୟ ଓ ତାଳ ଦେଇ ଆଗକୁ ବଢ଼ୁଛି ନବୀନ ଓଡ଼ିଶା , ନୂଆ ଓଡ଼ିଶା। ଜୁନାଗଡ଼ କାର୍ଯ୍ୟକର୍ତ୍ତା ସମାବେଶରେ ସ୍ୱତଃ ପ୍ରବୃତ ଭାବେ ହଜାର ହଜାର ସମର୍ଥକ ନିଜକୁ ସାମିଲ କରିଛନ୍ତି ।  Ad.. ଏହା ତୃଣମୂଳସ୍ତରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ସମେତ ବିଜୁ ଜନତା ଦଳ ପ୍ରତି ଥିବା ଅତୁଟ ବିଶ୍ୱାସ ଓ ଜୁନାଗଡ଼ ବିଜେଡି ପ୍ରାର୍ଥୀ ଦିବ୍ୟ ଶଙ୍କର ଙ୍କ ଲୋକପ୍ରିୟତା କୁ ପ୍ରମାଣିତ କରୁଛି ।  Ad.. ଏହି ଭଲପାଇବା ଓ ଅଗଣିତ ସମର୍ଥନ ନିକଟରେ ଜୁନାଗଡ଼ ବିଜୁ ଜନତା ଦଳ ସର୍ବଦା କୃତଜ୍ଞ ବୋଲି କହିଛନ୍ତି ଜନନେତା କ୍ୟାପଟେନ ଦିବ୍ଯ ଶଙ୍କର ମିଶ୍ର। Report ...

ସମାଜସେବା ର ଏକ ଉଦାହରଣ : ବାଟୋଇ ଙ୍କୁ ଥଣ୍ଡା ପାଣି ଯୋଗାଉଛନ୍ତି ବରଗଡ଼ ର ପ୍ରଦୀପ ମହାନ୍ତି...

Image
ସମାଜସେବା ର ଏକ ଉଦାହରଣ : ବାଟୋଇ ଙ୍କୁ ଥଣ୍ଡା ପାଣି ଯୋଗାଉଛନ୍ତି ବରଗଡ଼ ର ପ୍ରଦୀପ ମହାନ୍ତି... ବରଗଡ଼,୩୦/୦୪ : ପାନୀୟ ଜଳ ପାଇଁ କାହାର ଜୀବନ କଳବଳ ନ ହେଉ ମହତ୍ ସେବା ଉଦ୍ଦେଶ୍ୟ ନେଇ ଜଳ ବାଣ୍ଟୁଛନ୍ତି ସମାଜସେବୀ। ତାପମାତ୍ରା ବୃଦ୍ଧି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।            Ad.. ଗତ ସପ୍ତାହେ ହେଲାଣି ବରଗଡ଼ ଜିଲ୍ଲା ରେ ପ୍ରାୟ ୪୪ ଡିଗ୍ରୀ ରୁ ୪୭ ଡିଗ୍ରୀ ମଧ୍ୟରେ ତାପମାତ୍ରା ରହୁଥିବା ବେଳେ ବାଟୋଇ ମାନଙ୍କୁ ଗିଲାସେ ପାଣି ମହଙ୍ଗା ପଡିଛି। ବରଗଡ଼ ସହର ସମେତ ଜିଲ୍ଲା ର ସମସ୍ତ ଗ୍ରାମାଳରେ ବାଟୋଇ ଙ୍କୁ ପାଣି ସମସ୍ୟା ଡହଳବିକଳ କରୁଛି।  Ad.. ଏହି ଜଳ ସଂକଟ ସମୟରେ ବରଗଡ଼ ଘରୋଇ ବସଷ୍ଟାଣ୍ଡ ନିକଟରେ ଥିବା ମାଁ ଶାରଳା ହୋଟେଲ ମାଲିକ ପ୍ରଦୀପ ମହାନ୍ତି ନିଜ ହୋଟେଲ ସମ୍ମୁଖରେ ଜନସାଧାରଣ ଙ୍କ ପାଇଁ ମାଠିଆ ଜଳ ଛତ୍ର ର ବ୍ୟବସ୍ଥା କରି ବାଟୋଇ ଙ୍କୁ ଜଳ ବିତରଣ ବ୍ୟବସ୍ଥା କରିଛନ୍ତି।              Ad.. ଲୋକମାନେ ପ୍ରବଳ ଖରାରେ ମାଠିଆ ପାଣି ପିଇ ଶାନ୍ତି ଅନୁଭବ କରୁଛନ୍ତି। ଏଭଳି ପ୍ରବଳ ଗରମ ଓ ତାପମାତ୍ରା ବୃଦ୍ଧି ସମୟରେ ପ୍ରତ୍ୟେକ ଦିନ ବାଟୋଇ ଙ୍କୁ ଥଣ୍ଡା ମାଠିଆ ପାଣି ପିଇବାକୁ ଦେଇ ସେବା ଯୋଗାଇଦେଉଥିବାରୁ ବାଟୋଇ ଖୁସି ପ୍ରକଟ କରୁଛନ୍ତି। Report : Bijay ku sahu Edited by k.s thakur...

ପଦ୍ମପୁର ରେ ବିଜେଡି ରୁ ବର୍ଷା ସିଂ ବରିହା ଙ୍କ ପ୍ରାର୍ଥୀ ପତ୍ର ଦାଖଲ : ନାମାଙ୍କନ ପୂର୍ବରୁ ସ୍ବର୍ଗତ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ...

Image
ପଦ୍ମପୁର ରେ ବିଜେଡି ରୁ ବର୍ଷା ସିଂ ବରିହା ଙ୍କ ପ୍ରାର୍ଥୀ ପତ୍ର ଦାଖଲ : ନାମାଙ୍କନ ପୂର୍ବରୁ ସ୍ବର୍ଗତ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ... ବରଗଡ଼/ପଦ୍ମପୁର,୨୯/୦୪  :- ବରଗଡ଼ ଲୋକସଭା ଓ ଏହାର ଅନ୍ତର୍ଗତ ସାତ ଗୋଟି ବିଧାନସଭା ପାଇଁ ଆସନ୍ତା  ମେ ୨୦ ରେ ହେବ ଭୋଟ ଗ୍ରହଣ । ଗତ ୨୬ ତାରିଖରୁ ଆରମ୍ଭ ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା ।              Ad.. ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇଁ  ଆଜି ବିଜୁ ଜନତା ଦଳର ପ୍ରାର୍ଥୀନୀ ଶ୍ରୀମତୀ ବର୍ଷା ସିଂ ବରିହା ଆଜି ନିଜର ହଜାର ହଜାର ସମର୍ଥକ ଙ୍କ ଗହଣରେ ପଦ୍ମପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।  Ad.. ପ୍ରାପ୍ତ ସୂଚନା ଅନୁସାରେ ଆଜି ବିଜେଡି ପ୍ରାର୍ଥୀନୀ ଶ୍ରୀମତୀ ବର୍ଷା ସିଂ ବରିହା ସକାଳୁ ଜଗତଜନନୀ ମାଁ ବିନ୍ଧ୍ୟବସିନୀ ଙ୍କର ପୂଜାର୍ଚ୍ଚନା କରିବା ପରେ ନିଜ ମାଁ ଙ୍କର ଆଶୀର୍ବାଦ ନେଇ ନିଜ ସ୍ବର୍ଗତ ପିତା ତଥା ପୂର୍ବତନ ବିଧାୟକ ଙ୍କ ସମାଧି ପୀଠ କୁ ଯାଇ , ସ୍ବର୍ଗତ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।  Ad.. ସାନ ଭାଇ ଭୋଜରାଜ ସିଂ ବରିହା ଓ ସ୍ୱାମୀ ଶ୍ରୀ ସ୍ମୃତି ସୌରଭ ବଳିୟାର ସିଂ ଙ୍କ ସହିତ ବାପାଙ୍କ ସମାଧି ପୀଠ ରେ ବାପାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ , ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମରୁ ଆସିଥିବା ହ...

ତୋରା ଓ ମୁଣ୍ଡାପଡ଼ା ର ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ଙ୍କ ବିଜେଡ଼ି ରେ ଯୋଗଦାନ...

Image
ତୋରା ଓ ମୁଣ୍ଡାପଡ଼ା ର ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ଙ୍କ ବିଜେଡ଼ି ରେ ଯୋଗଦାନ... ବରଗଡ଼,୨୯/୦୪ : ଦିନକୁ ଦିନ ବିଜୁ ଜନତା ଦଳ ପ୍ରତି ଆକର୍ଷିତ ହୋଇ ବିଭିନ୍ନ ସଙ୍ଗଠନ ସମେତ କଂଗ୍ରେସ ଓ ଭାଜପା ଦଳ ର କର୍ମୀ ମାନେ ବହୁ ସଂଖ୍ୟା ରେ  ବିଜୁ ଜନତା ଦଳ ରେ ଯୋଗ ଦେବାରେ ଲାଗିଛନ୍ତି ।            Ad.. ସୋମବାର ବିଧାୟକ ଦେବେଶ ଆଚାର୍ଯ୍ୟ ,ବରିଷ୍ଠ ବିଜେଡି ନେତା ସମ୍ବିତ ଆଚାର୍ଯ୍ୟ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ମୋହନ ଲୁହା କମଳ ତାଣ୍ଡି  ପ୍ରମୁଖ ଉପସ୍ଥିତି ରେ ଅନୁଷ୍ଟିତ ମିଶ୍ରଣ ପର୍ବ ରେ ବରଗଡ଼ ତୋରା ଓ ଧାଂଗେର ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡା ପଡ଼ା ର ଶତାଧିକ କଂଗ୍ରେସ ,ବିଜେପି,ଓ ବିଭିନ୍ନ ସଙ୍ଗଠନ ର କର୍ମୀ ବିଜେଡି ରେ ଯୋଗ ଦାନ ଅବସର ରେ  ରାଜ୍ୟ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନେତୃତ୍ବ ରେ ଚାଲିଥିବା ବିକାଶ ପ୍ରକ୍ରିୟା ସହିତ ନବୀନ ବାବୁ ଙ୍କ ନେତୃତ୍ବ ଓ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଙ୍କ ବ୍ୟକ୍ତିତ୍ବ ରେ ଅନୁପ୍ରାଣିତ ହୋଇ ବିଜେଡି ରେ  ଯୋଗ ଦେଇଥିବା ଉଲ୍ଲେଖ କରିଥିଲେ। Ad..   ଯୋଗ ଦାନ କରିଥିବା ତୋରା ର ରିକେଶ୍ ବାରିକ,ଦିନେଶ ମହାପାତ୍ର,ସୁମନ ଦେହେରି ଆଦେଶ ସେଟ୍, ଜଗରାତ୍ ମହାପାତ୍ର, ଵବୀନନାଏକ ଆଲୋକ ମହାପାତ୍ର ଶିଶିର ସାହୁ,ଦିନେଶ ବେହେରା,ବିକ୍ରମ ବାରିକ ମନୋଜ ଭୂୟାଁ ,ରିନ୍ତୁ ଦାସ, ଦଶରଥ ଭୂୟାଁ ସମୀର ମହାକୁଡ,ଦିଲ୍ଲ...

ବ୍ୟାପକ ଓ ନିରନ୍ତର ଜନ ସଂପର୍କ ସାଜିଛି ଦେବେଶ ଙ୍କ ନିର୍ବାଚନ ପ୍ରଚାର ର ମାଧ୍ୟମ...

Image
ବ୍ୟାପକ  ଓ ନିରନ୍ତର ଜନ ସଂପର୍କ ସାଜିଛି ଦେବେଶ ଙ୍କ ନିର୍ବାଚନ ପ୍ରଚାର ର ମାଧ୍ୟମ... ବରଗଡ଼,୨୮/୦୪ : ଆସନ୍ତା ମେ ୨୦ ରେ ହେବାକୁ ଥିବା ସାଧାରଣ ନିର୍ବାଚନ ରେ ବିଭିନ୍ନ ଦଳ ର ପ୍ରାର୍ଥୀ ନିଜ ନିଜ ଭାଗ୍ୟ ନିର୍ଧାରଣ କରିବାକୁ ଯାଉଥିବା ବେଳେ ଦଳୀୟ ପ୍ରାର୍ଥୀ ମାନେ ନିଜ ନିଜ ଢଙ୍ଗ ରେ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି।     Ad.. ବରଗଡ଼ ବିଧାନସଭା ବିଜେଡି ବିଧାୟକ ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ ଚଳିତ ବର୍ଷ ପୁଣି ଥରେ ନିର୍ବାଚନ ସମ୍ମୁଖିନ ହେବାକୁ ଯାଉଛନ୍ତି ।ତେବେ ବିଗତ ଦଶ ବର୍ଷ ଭିତରେ ବିଭିନ୍ନ ଗ୍ରାମ ରେ ବ୍ୟାପକ ଉନ୍ନୟନ କାର୍ଯ୍ୟ କରିଥିବା ବେଳେ ନିରନ୍ତର ଜନ ସଂପର୍କ ରଖି ଆସୁଛନ୍ତି। Ad.. ପ୍ରତି ଗ୍ରାମ ରେ ବିଭିନ୍ନ ସମୟ ରେ ଲୋକ ଙ୍କୁ ଭେଟିବା ଲୋକ ଙ୍କ ସୁଖ ଦୁଃଖ ରେ ସାମିଲ ହେବା ତାଙ୍କର ଏକ ନିଆରା ଶୈଳୀ ମୋଟା ମୋଟି ଭାବେ ସେ ବରଗଡ଼ ନିର୍ବାଚନ ମଣ୍ଡଳୀ ର ଜଣେ ସହଜ ଉପଲବ୍ଧ ତଥା ଜନ ପ୍ରିୟ ବିଧାୟକ ବୋଲି ଜନ ସାଧାରଣ ରେ ଚର୍ଚ୍ଚା ହୁଏ।                 Ad.. ଏହି ନିର୍ବାଚନ ରେ ମଧ୍ୟ ସେ  ଜନ ସମ୍ପର୍କ ସ୍ଥାପନ କାର୍ଯ୍ୟ କୁ ଅଗ୍ରାଧିକାର ଦେଇ ବ୍ୟାପକ ଜନ ସଂପର୍କ ସ୍ଥାପନ କରି ଘରକୁ ଘର ପଡ଼ା କୁ ପଡ଼ା ବୁଲି  ତାଙ୍କର ନିର୍ବାଚନୀ ପ୍ରଚାର ଚଳାଇଛନ୍ତି ।  ଏହି ଅବସର ରେ ସେ  କୁରୁଆ ଥାର୍ଟିଟି ଟିକ୍ରା ,ନୂଆ...

ମାରୱାଡ଼ି ଯୁବା ମଂଚ ଆନୁକୁଲ୍ୟରେ ପଖାଳ ଦିବସ...

Image
ମାରୱାଡ଼ି ଯୁବା ମଂଚ ଆନୁକୁଲ୍ୟରେ ପଖାଳ ଦିବସ... ବରଗଡ଼,୨୮/୦୪ : ବରଗଡ଼ ମାରୱାଡ଼ି ଯୁବା ମଂଚ ଆନୁକୁଲ୍ୟରେ ଅନୁଷ୍ଟିତ ପଖାଳ ଦିବସ ପାଳନ ଅବସର ରେ ବରଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ ଯୋଗ ଦେଇ କାର୍ଯ୍ୟ କ୍ରମ ରେ ସାମିଲ ହୋଇଥିଲେ ।          Ad.. ସଭାପତି ଅଭିଷେକ ଗୋଲ ପୁରିଆ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ  ଏହି କାର୍ଯ୍ୟକ୍ରମ ରେ ମାରୱାଡ଼ି ଯୁବା ମଂଚ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ବିଧାୟକ ଦେବେଶ ଆଚାର୍ଯ୍ୟଙ୍କୁ ସ୍ଵାଗତ କରିଥିବା ବେଳେ ଶ୍ରୀ ଆଚାର୍ଯ୍ୟ ପଖାଳ ଆମ ସମସ୍ତ ଙ୍କ ପ୍ରିୟ ଖଟିଖିଆ ମଜୁରିଆ ଙ୍କ ଠାରୁ ଆରମ୍ଭ କରି ବଡ଼ ବଡିଆ ଙ୍କ ଯାଏ ସମସ୍ତ ଙ୍କ ପ୍ରିୟ ବୋଲି ଉଲ୍ଲେଖ କରିଥିଲେ ।  Ad.. ଏଥି ସହିତ ବରଗଡ଼ ର ମାରୱାଡ଼ି ଯୁବା ମଂଚ ର ସଦସ୍ୟ ମାନଙ୍କ ଦ୍ଵାରା ଆମ ଓଡ଼ିଆ ସଂସ୍କୃତି ଓ ଜନ ଜୀବନ ସହିତ ଜଡିତ ସମସ୍ତ ଙ୍କ ପ୍ରିୟ ପଖାଳ ଦିବସ ପାଳନ ର ଉଦ୍ୟମ କୁ ଭୂୟସୀ ପ୍ରଶଂସା କରିଥିଲେ।          Ad.. ଏହି ଅବସର ରେ ଶ୍ରୀ ଆଚାର୍ଯ୍ୟ ପ୍ରଚଣ୍ଡ ଗ୍ରୀଷ୍ମ କୁ ଦେଖି ବିଭିନ୍ନ ଜୀବଜନ୍ତୁ ମାନଙ୍କ ପାଇଁ ଜଳ କୁଣ୍ଡ ସ୍ଥାପନ କୁ ଶୁଭାରମ୍ଭ କରିଥିଲେ ସମ୍ପାଦକ ଆୟୁଷ ଗୁପ୍ତା ଧନ୍ୟବାଦ୍ ଅର୍ପଣ କରିଥିଲେ । Report : Bijay ku sahu Edited by k.s thakur...

କେନାଲ ପାଣି ରୋଟେସନ କୁ ବିରୋଧ କରି ଚାଷୀ ଆନ୍ଦୋଳନ...

Image
କେନାଲ ପାଣି ରୋଟେସନ କୁ ବିରୋଧ କରି ଚାଷୀ ଆନ୍ଦୋଳନ... ବରଗଡ଼,୨୮/୦୪ : ରେଶମ କେନାଲ ରେ ଜଳ ସେଚନ ପାଇଁ ନିର୍ଭର କରୁଥିବା ଶତାଧିକ ଚାଷୀ ପାଣି ରୋଟେଶନ କୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ନରେନ୍ ଭୋଇ ଓ ସୁଦାମ ପାତ୍ର ଙ୍କ ନେତୃତ୍ୱ ରେ ସକାଳ ୫ ଟା ରୁ ବଳିଟିକ୍ରl ସ୍ଥିତ ୦ ପଏଣ୍ଟ ଯେଉଁ ଠାରୁ ରେଶମ କେନାଲ ବାହାରିଛି ଚାଷୀ ମାନେ ଆସି କେନାଲ ଗେଟ୍ ବନ୍ଦ କୁ ବିରୋଧ କରିବା ସହିତ କେନାଲ କର୍ମଚାରୀଙ୍କୁ ଅଟକ ରଖିଥିଲେ।  Ad.. ଦିନ ୨ ଟା ପରେ ଗେଟ୍ ଖୋଲି ପାଣି ଛଡ଼ା ଯିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ପ୍ରକାଶ ଥାଉ କି ଏହି କେନାଲ ରେ ଭେଡେନ ବ୍ଲକ ର ରେଶମ, ଆଇଁଲାପଳି, ଆରେଇଗୁଡ଼ି, ଲୁହାଖଣ୍ଡି ଓ ବରପାଲି ବ୍ଲକ ର ତୁଲାଣ୍ଡି ଓ ପlଟକୁଲୁଣ୍ଡl ପଞ୍ଚାୟତ ର ସମସ୍ତ ଚାଷୀ ପାଣି ପାଇଁ ସଂପୂର୍ଣ୍ଣ ନିର୍ଭର କରିଥାନ୍ତି।  Ad.. ବର୍ତ୍ତମାନ ଧାନ ବାହାରିବା ଓ କ୍ଷୀର ଢ଼ୋକିବା ଅବସ୍ଥା ରେ ଅଛି। ଏହି ସମୟ ରେ ଧାନ ପ୍ରଚୁର ପାଣି ଆବଶ୍ୟକ କରେ। କିନ୍ତୁ ତଳ ମୁଣ୍ଡ କୁ ପାଣି ଦେବା ବାହାନା ରେ ରେଶମ କେନାଲ କୁ ପ୍ରତ୍ୟେକ ରବିବାର ସକାଳ ୬ ଟା ରୁ ସୋମବାର ସକାଳ ୬ ଟା ପର୍ଯ୍ୟନ୍ତ ଦୀର୍ଘ ୨୪ ଘଣ୍ଟା ପାଣି ବନ୍ଦ କରି ଦିଆଯାଉଛି।              Ad.. ଯେଉଁଥି ପାଇଁ ଚାଷୀ ମାନେ ପାଣି ହଇରାଣ ହେବା ସହିତ ବେଳେ ବେଳେ ନିଜ ନିଜ ଭିତରେ କଲି କଜିଆ ମଧ୍ୟ କରିଥା...

ପଦ୍ମପୁର ସହରରେ ସ୍ବୟଂ ଚାଲିତ ଟ୍ରାଫିକ ସିଙ୍ଗନାଲ ବ୍ୟବସ୍ଥା : ଟ୍ରାଫିକ ପୋଲିସ ନାହିଁ କି ଯୋବ୍ରା କ୍ରସିଙ୍ଗ ନାହିଁ ବିପଦରେ ଜନସାଧାରଣ ...

Image
ପଦ୍ମପୁର ସହରରେ ସ୍ବୟଂ ଚାଲିତ ଟ୍ରାଫିକ ସିଙ୍ଗନାଲ ବ୍ୟବସ୍ଥା : ଟ୍ରାଫିକ ପୋଲିସ ନାହିଁ କି ଯୋବ୍ରା କ୍ରସିଙ୍ଗ ନାହିଁ ବିପଦରେ ଜନସାଧାରଣ ... ବରଗଡ଼/ପଦ୍ମପୁର,୨୮/୦୪ : ବରଗଡ ଜିଲ୍ଲା ପଦ୍ମପୁର ସହରର ଭେଉରିଆଛକ ଠାରେ ଆରମ୍ଭ ହେଲା ଅଟୋମେଟିକ ଟ୍ରାଫିକ ସିଷ୍ଟମ ବା ସ୍ବୟଂ ଚାଲିତ ଟ୍ରାଫିକ ସିଗ୍ନାଲ ବ୍ୟବସ୍ଥା। ଏହି ଟ୍ରାଫିକ ଲାଇଟ ବ୍ୟବସ୍ଥା ବ୍ଯବହାର କରାଯାଇ ଉପୁଜୁଥିବା ଟ୍ରାଫିକ ସମସ୍ୟା କୁ ସମାଧାନ କରିଛି ପ୍ରଶାସନ।           Ad.. ହେଲେ ଟ୍ରାଫିକ ପୋଲିସ ଓ ଯୋବ୍ରା କ୍ରସିଙ୍ଗ ନାହିଁ ଫଳରେ ସମସ୍ୟା ରେ ପଡୁଛନ୍ତି ଜନସାଧାରଣ ଚାଲକ ଙ୍କୁ ବହୁ ସମସ୍ୟାରେ ସମ୍ମୁଖୀନ ହେବାକୁ ପଡ଼ୁଛି। ପୂର୍ବରୁ ପଦ୍ମପୁର ଭେଉରିଆଛକ ସକିର୍ଣ ଥିଲା ଏବେ ଜନ ଗହଳି , ଦୋକାନ ବଜାର ଖୋଲିଛି ବଢ଼ିବାରେ ଲାଗୁଛି ସହର ଏପଟେ... Ad.. ସହରର ଗୁରୁତ୍ବ ପୂର୍ଣ୍ଣ ଛକ  ହୋଇଥିବା ଦିବାରାତ୍ରି ଭିଡ ହେଉଥିବା ଓ ଏହି ଛକ ଦେଇ ଛତିଶଗଡ଼ର ମହାସମୁନ୍ଦ, ସରେଇ ପାଲି, ବଇସନା, ନୂଆପଡ଼ା, ଖରିଆରରୋଡ, ବଲାଙ୍ଗୀର, ପାଟଣାଗଡ଼, ହରିଶଙ୍କର, ନୃସିଂହନାଥ, ସୋହେଲା, ବରଗଡ଼, ସମ୍ବଲପୁର ପ୍ରମୁଖ ଚତୁର୍ଦିଗ କୁ ରାସ୍ତା ସଂଯୋଗ ହେଉଥିବା ରୁ ପ୍ରବଳ ଭିଡ଼ ହେଉଛି।              Ad.. ଏଭଲି ପରିସ୍ଥିତି ରେ କେବଳ ଟ୍ରାଫିକ ସିଷ୍ଟମ ଲଗାଇଦେଇ ପ୍ରଶାସନ ଚୁପ୍ ରହିଲେ ଆଗକୁ ବଡଧରଣର ଦୂ...

କଣ୍ଟାବାଞ୍ଜି ଓକିଲ ସଂଘ ପକ୍ଷରୁ ଓକିଲ ଦିବସ ପାଳିତ...

Image
କଣ୍ଟାବାଞ୍ଜି ଓକିଲ ସଂଘ ପକ୍ଷରୁ ଓକିଲ ଦିବସ ପାଳିତ... କଣ୍ଟାବାଞ୍ଜି,୨୮/୦୪ : ବ୍ରିଟିଶ ଯୁଗର କିମ୍ବଦନ୍ତୀ ଓଡିଆ ଓକିଲ ତଥା ଲୋକପ୍ରିୟ ଭାବରେ  ବାରିଷ୍ଟର ମଧୁସୂଦନ ଦାସଙ୍କ ଜନ୍ମ ବାର୍ଷିକୀକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ୨୮ ଏପ୍ରିଲରେ ଭାରତରେ ଓଡିଆରେ ଆଇନ ଦିବସ ପାଳନ କରାଯାଏ।           Ad.. ସେ ହେଉଛନ୍ତି ପ୍ରଥମ ଓଡିଆ ଆଇନ ସ୍ନାତକ, ଏକ ଆଇନଗତ ଆଲୋକ ଏବଂ ରାଜ୍ୟର ଆଇନଜୀବୀମାନଙ୍କ ପାଇଁ ପ୍ରେରଣା ଉତ୍ସ। କଣ୍ଟାବାଞ୍ଜି ଓକିଲ ସଂଘ ପକ୍ଷରୁ ଓକିଲ ଦିବସ ରବିବାର ଦିନ  କଣ୍ଟାବାଞ୍ଜି ଥିବା ଵାର ହଲ୍ ରେ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବର ବରିଷ୍ଠ ଓକିଲ କାନୁନ ପଣ୍ଡା ଯୋଗଦାନ କରିଥଲେ । ମୁଖ୍ୟ ଅତିଥି ମଧୁସୂଦନ ଦାସଙ୍କ ଫୋଟ ରେ ମାଲ୍ୟାର୍ପଣ କରିଥିଲେ । ସେ  ସମୟରେ କଣ୍ଟାବାଞ୍ଜି ଓକିଲ ସଂଘ ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ଥିଲେ।          Ad.. ଶ୍ରୀ ପଣ୍ଡା ନିଜ ବକ୍ତବ୍ୟ ରେ ମଧୁ ଦାସ ଙ୍କ ଓକିଲାତି ଜିବନ ତଥା ତାଙ୍କର ସମାଜସେବା ରେ  ଯୋଗଦାନ ଉପରେ ଆଲୋଚନା କରିଥିଲେ। ଶ୍ରୀ ପଣ୍ଡା କହିଲେ ଯୁବ ଓକିଲ ମାନେ ବହି ପଢ଼ିବା ପାଇଁଁ ଇଛୁକ ନୁହନ୍ତି ଯାହା ଦେଖି ସେ ଦୁଃଖ ପ୍ରକାଶ କରିଥିବା ବେଳେ ଯୁବ ଓକିଲ ମାନଙ୍କୁ ଉପଦେଶ ଦେଲେ  ଓକିଲାତି ପେସା ରେ ସଫଳତା ହାସିଲ କରିବା ପାଇଁ ଵହି ପଡ଼ିବା କୁ ...

ପଦ୍ମପୁର ଓକିଲ ସଂଘ ନିକଟରେ ଥିବା ଏନ୍ ଏ ସି ର ଥଣ୍ଡା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଅଚଳ : ୪୭ ଡିଗ୍ରୀ ତାପମାତ୍ରା ରେ ମଧ୍ୟ କର୍ତୁପକ୍ଷ ଙ୍କ ଭାଙ୍ଗୁ ନାହିଁ ନିଦ...

Image
ପଦ୍ମପୁର ଓକିଲ ସଂଘ ନିକଟରେ ଥିବା ଏନ୍ ଏ ସି ର ଥଣ୍ଡା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଅଚଳ : ୪୭ ଡିଗ୍ରୀ ତାପମାତ୍ରା ରେ ମଧ୍ୟ କର୍ତୁପକ୍ଷ ଙ୍କ ଭାଙ୍ଗୁ ନାହିଁ ନିଦ... ବରଗଡ଼/ପଦ୍ମପୁର,୨୮/୦୪ : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡୀୟର ମୁଖ୍ୟାଳୟ ଠାରେ ଥିବା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ , ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ତଥା ପଦ୍ମପୁର କଚେରୀ ଓ କୋର୍ଟ ପରିସରକୁ ଦୈନନ୍ଦିନ ପ୍ରାୟ ଉପଖଣ୍ଡର ୬ ଗୋଟି ବ୍ଲକ ଅଂଚଳ ର ଜନସାଧାରଣ କାମରେ ପଦ୍ମପୁର ଆସୁଥିବା ବେଳେ ବଜାର କାମପାଇଁ ଲୋକମାନେ ଆସନ୍ତି ଏବେ ତାପମାତ୍ରା ବଢ଼ିବାରେ ଲାଗିଛି।  Ad.. ପ୍ରବଳ ଖରା ଯୋଗୁଁ ପାନୀୟଜଳ ର ଆବଶ୍ୟକତା ରହୁଛି କଚେରୀ ପରିସରରେ ପଦ୍ମପୁର ଉପଖଣ୍ଡର ଅଧିକାଂଶ ଆବଶ୍ୟକତା ଥିବା କାର୍ଯ୍ୟାଳୟ ଥିବା ରୁ ଜନ ସାଧାରଣଙ୍କୁ ଭିଡ ଜଣେ ଏଣୁ ପାନୀୟଜଳ ର ଆବଶ୍ୟକତା ରହିଛି ହେଲେ ଏନ୍ ଏ ସି ତରଫରୁ ମାତ୍ର ଗୋଟିଏ ଜଳ ଛତ୍ର ଖୋଲାଯାଇଛି। Ad..   ତାହା ପୁଣି ସକାଳୁ ମଧ୍ୟାହ୍ନ ପର୍ଯ୍ୟନ୍ତ। ଏବେ ନିର୍ବାଚନ ସମୟ ସକାଳୁ ସନ୍ଧ୍ୟା ଓ ମଧ୍ୟ ରାତ୍ର ପର୍ଯ୍ୟନ୍ତ ଲୋକ ଙ୍କ ସମାଗମ ହେବ ହେଲେ ପାଣି ପାଇଁ ଏନ୍ ଏ ସି ର ଖାସ୍ ବ୍ୟବସ୍ଥା ନାହଁ । ୨୦୦୭/୨୦୦୮ ରେ ତତ୍କାଳୀନ ବିଧାୟକ ପାଣ୍ଠିରୁ ନିର୍ମିତ ହୋଇଥିବା ଏନ୍ ଏ ସି ର ଥଣ୍ଡା ପାନୀୟ ଜଳ ବ୍ୟବସ୍ଥା ଅଚଳ ହୋଇ ପଡିଛି।              Ad.. ଏହି ଥଣ୍ଡା...