କଣ୍ଟାବାଞ୍ଜି ଓକିଲ ସଂଘ ପକ୍ଷରୁ ଓକିଲ ଦିବସ ପାଳିତ...
କଣ୍ଟାବାଞ୍ଜି ଓକିଲ ସଂଘ ପକ୍ଷରୁ ଓକିଲ ଦିବସ ପାଳିତ...
କଣ୍ଟାବାଞ୍ଜି,୨୮/୦୪ : ବ୍ରିଟିଶ ଯୁଗର କିମ୍ବଦନ୍ତୀ ଓଡିଆ ଓକିଲ ତଥା ଲୋକପ୍ରିୟ ଭାବରେ ବାରିଷ୍ଟର ମଧୁସୂଦନ ଦାସଙ୍କ ଜନ୍ମ ବାର୍ଷିକୀକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ୨୮ ଏପ୍ରିଲରେ ଭାରତରେ ଓଡିଆରେ ଆଇନ ଦିବସ ପାଳନ କରାଯାଏ।
Ad..
ସେ ହେଉଛନ୍ତି ପ୍ରଥମ ଓଡିଆ ଆଇନ ସ୍ନାତକ, ଏକ ଆଇନଗତ ଆଲୋକ ଏବଂ ରାଜ୍ୟର ଆଇନଜୀବୀମାନଙ୍କ ପାଇଁ ପ୍ରେରଣା ଉତ୍ସ। କଣ୍ଟାବାଞ୍ଜି ଓକିଲ ସଂଘ ପକ୍ଷରୁ ଓକିଲ ଦିବସ ରବିବାର ଦିନ କଣ୍ଟାବାଞ୍ଜି ଥିବା ଵାର ହଲ୍ ରେ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବର ବରିଷ୍ଠ ଓକିଲ କାନୁନ ପଣ୍ଡା ଯୋଗଦାନ କରିଥଲେ । ମୁଖ୍ୟ ଅତିଥି ମଧୁସୂଦନ ଦାସଙ୍କ ଫୋଟ ରେ ମାଲ୍ୟାର୍ପଣ କରିଥିଲେ।ସେ ସମୟରେ କଣ୍ଟାବାଞ୍ଜି ଓକିଲ ସଂଘ ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ଥିଲେ।
Ad..
ଶ୍ରୀ ପଣ୍ଡା ନିଜ ବକ୍ତବ୍ୟ ରେ ମଧୁ ଦାସ ଙ୍କ ଓକିଲାତି ଜିବନ ତଥା ତାଙ୍କର ସମାଜସେବା ରେ ଯୋଗଦାନ ଉପରେ ଆଲୋଚନା କରିଥିଲେ। ଶ୍ରୀ ପଣ୍ଡା କହିଲେ ଯୁବ ଓକିଲ ମାନେ ବହି ପଢ଼ିବା ପାଇଁଁ ଇଛୁକ ନୁହନ୍ତି ଯାହା ଦେଖି ସେ ଦୁଃଖ ପ୍ରକାଶ କରିଥିବା ବେଳେ ଯୁବ ଓକିଲ ମାନଙ୍କୁ ଉପଦେଶ ଦେଲେ ଓକିଲାତି ପେସା ରେ ସଫଳତା ହାସିଲ କରିବା ପାଇଁ ଵହି ପଡ଼ିବା କୁ ହେବ।
Ad..
ଏହି କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ଓକିଲ ସଂଘ ସଭାପତି ଶ୍ରୀ ପ୍ରଫୁଲ୍ଲ ନାୟକ, ସଂପାଦକ ଶ୍ରୀ ଜଗନ୍ନାଥ ରାଓ, ଉପ ସଭାପତି ସୋଲୋଦର ବେହେରା ,ବରିଷ୍ଠ ଓକିଲ ମୋହନ ଲାଲ ଶର୍ମା , ଅଶୋକ ଦାସ, ଦୁଖିଶ୍ୟମ ଗୁରୁ, ଅଭିନାଗ, ସମିମ ଏହମଦ ଖାନ୍, ଵରଜଶ୍ୟମ ଗୁରୁ, ରାଜେଶ ଶର୍ମା, ପ୍ରମେଦ ପାଣିଗ୍ରାହୀ, ରମାକାନ୍ତ ଦାସ୍ ,ଵିବେକ ଶର୍ମା, ସତ୍ୟ ନାରାୟଣ ରାୟ, ବିଜୟ ଶର୍ମା ,ଏସ କେ ସମିମ, ଦେଵଦୀପ ବେହେରା ,ଭକ୍ତ ବାଗ, ଦାମୋଦର ସାହୁ, ଦେବାଶିଷ ମିଶ୍ର ,ଵେନୂଧର ରାଉତ, ଜୟ ଦିପ ପୂରୋହୀତ ,ସୁନିଲ କୁମାର ଓ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ।
Edited by k.s thakur...
Comments
Post a Comment