ପଦ୍ମପୁର ରେ ବିଜେଡି ରୁ ବର୍ଷା ସିଂ ବରିହା ଙ୍କ ପ୍ରାର୍ଥୀ ପତ୍ର ଦାଖଲ : ନାମାଙ୍କନ ପୂର୍ବରୁ ସ୍ବର୍ଗତ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ...
ପଦ୍ମପୁର ରେ ବିଜେଡି ରୁ ବର୍ଷା ସିଂ ବରିହା ଙ୍କ ପ୍ରାର୍ଥୀ ପତ୍ର ଦାଖଲ : ନାମାଙ୍କନ ପୂର୍ବରୁ ସ୍ବର୍ଗତ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ...
ବରଗଡ଼/ପଦ୍ମପୁର,୨୯/୦୪ :- ବରଗଡ଼ ଲୋକସଭା ଓ ଏହାର ଅନ୍ତର୍ଗତ ସାତ ଗୋଟି ବିଧାନସଭା ପାଇଁ ଆସନ୍ତା ମେ ୨୦ ରେ ହେବ ଭୋଟ ଗ୍ରହଣ । ଗତ ୨୬ ତାରିଖରୁ ଆରମ୍ଭ ହୋଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା ।
Ad..
ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇଁ ଆଜି ବିଜୁ ଜନତା ଦଳର ପ୍ରାର୍ଥୀନୀ ଶ୍ରୀମତୀ ବର୍ଷା ସିଂ ବରିହା ଆଜି ନିଜର ହଜାର ହଜାର ସମର୍ଥକ ଙ୍କ ଗହଣରେ ପଦ୍ମପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
Ad..
ପ୍ରାପ୍ତ ସୂଚନା ଅନୁସାରେ ଆଜି ବିଜେଡି ପ୍ରାର୍ଥୀନୀ ଶ୍ରୀମତୀ ବର୍ଷା ସିଂ ବରିହା ସକାଳୁ ଜଗତଜନନୀ ମାଁ ବିନ୍ଧ୍ୟବସିନୀ ଙ୍କର ପୂଜାର୍ଚ୍ଚନା କରିବା ପରେ ନିଜ ମାଁ ଙ୍କର ଆଶୀର୍ବାଦ ନେଇ ନିଜ ସ୍ବର୍ଗତ ପିତା ତଥା ପୂର୍ବତନ ବିଧାୟକ ଙ୍କ ସମାଧି ପୀଠ କୁ ଯାଇ , ସ୍ବର୍ଗତ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
Ad..
ସାନ ଭାଇ ଭୋଜରାଜ ସିଂ ବରିହା ଓ ସ୍ୱାମୀ ଶ୍ରୀ ସ୍ମୃତି ସୌରଭ ବଳିୟାର ସିଂ ଙ୍କ ସହିତ ବାପାଙ୍କ ସମାଧି ପୀଠ ରେ ବାପାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ , ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମରୁ ଆସିଥିବା ହଜାର ହଜାର ସମ୍ମର୍ଥକ , ଦଳୀୟ କାର୍ଯ୍ୟକର୍ତ୍ତା , ଶୁଭେଚ୍ଛୁ ଓ ମାଁ ଭଉଣୀ ଙ୍କର ଗହଣରେ ଏକ ବିରାଟ ଶୋଭାଯାତ୍ରା ରେ ପଦ୍ମପୁର ସହର ର ବିଭିନ୍ନ ଛକ ପରିକ୍ରମା କରି ଉପଜିଲ୍ଲାପାଳ ଙ୍କ ଅଫିସ କୁ ପହଞ୍ଚି ଥିଲେ।
ନିଜର ପ୍ରସ୍ତାବକ ଙ୍କ ସହିତ ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ଅଫିସ ରେ ପହଂଚିବା ପରେ ବର୍ଷା ତାଙ୍କ ନିକଟରେ ଦୁଇ ଗୋଟି ନାମାଙ୍କନ ସେଟ ଦାଖଲ କରିଥିଲେ ।
ବିଜୁ ଜନତା ଦଳ ର ପ୍ରାର୍ଥୀନୀ ବର୍ଷା ଙ୍କ ନାମାଙ୍କନ ଦାଖଲ ଅବସରରେ , ବରଗଡ଼ ଲୋକସଭା ପାଇଁ ବିଜେଡି ପ୍ରାର୍ଥୀନୀ ଶ୍ରୀମତୀ ପରିଣୀତା ମିଶ୍ର , ଙ୍କ ସମେତ ସଂଗଠକ ଶୁଶାନ୍ତ ମିଶ୍ର ଯୁବ ସଂଗଠନ ର ପ୍ରଦ୍ୟୁମ୍ନ ତ୍ରିପାଠୀ, ବରଗଡ଼ ଜିଲ୍ଲା ବିଜେଡି ଉପ ସଭାପତି ଜାପାନ ମହାପାତ୍ର, ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ , ପଦ୍ମପୁର ଏନ ଏ ସି ଅଧ୍ୟକ୍ଷା ସବିତ୍ରୀ ବାଗ , ପାଇକମାଲ ବ୍ଲକ ଅଧ୍ୟକ୍ଷା ଭାବନା ସିଂ...
ଝାରବନ୍ଧ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଲିପ୍ସା ପ୍ରଧାନ , ଯୁବନେତା ଭୋଜରାଜ ସିଂ ବରିହା , ସଂଯୋଜକ ପ୍ରଶାନ୍ତ ମହାନ୍ତି , ବିଜୟ କେତନ ପ୍ରଧାନ , ହୃଦାନନ୍ଦ ବାରିକ , ଗୌତମ ସିଂ , ବରିହା ସମାଜ ର ଲାଟ ସଭାପତି ହୃଷିକେଶ ବରିହା ସମେତ ବିଜୁ ଜନତା ଦଳ ର ଯୁବ ସଂଗଠନ, ମହିଳା ସଂଗଠନ ବରିହା ସମାଜ ର ସମର୍ଥକ ଓ ଶୁଭେଚ୍ଛୁ ଉପସ୍ଥିତ ଥିଲେ ।
Report : Bijay ku sahu
Edited by k.s thakur...
Comments
Post a Comment