ପଦ୍ମପୁର ସହରରେ ସ୍ବୟଂ ଚାଲିତ ଟ୍ରାଫିକ ସିଙ୍ଗନାଲ ବ୍ୟବସ୍ଥା : ଟ୍ରାଫିକ ପୋଲିସ ନାହିଁ କି ଯୋବ୍ରା କ୍ରସିଙ୍ଗ ନାହିଁ ବିପଦରେ ଜନସାଧାରଣ ...

ପଦ୍ମପୁର ସହରରେ ସ୍ବୟଂ ଚାଲିତ ଟ୍ରାଫିକ ସିଙ୍ଗନାଲ ବ୍ୟବସ୍ଥା : ଟ୍ରାଫିକ ପୋଲିସ ନାହିଁ କି ଯୋବ୍ରା କ୍ରସିଙ୍ଗ ନାହିଁ ବିପଦରେ ଜନସାଧାରଣ ...


ବରଗଡ଼/ପଦ୍ମପୁର,୨୮/୦୪ : ବରଗଡ ଜିଲ୍ଲା ପଦ୍ମପୁର ସହରର ଭେଉରିଆଛକ ଠାରେ ଆରମ୍ଭ ହେଲା ଅଟୋମେଟିକ ଟ୍ରାଫିକ ସିଷ୍ଟମ ବା ସ୍ବୟଂ ଚାଲିତ ଟ୍ରାଫିକ ସିଗ୍ନାଲ ବ୍ୟବସ୍ଥା। ଏହି ଟ୍ରାଫିକ ଲାଇଟ ବ୍ୟବସ୍ଥା ବ୍ଯବହାର କରାଯାଇ ଉପୁଜୁଥିବା ଟ୍ରାଫିକ ସମସ୍ୟା କୁ ସମାଧାନ କରିଛି ପ୍ରଶାସନ।

          Ad..


ହେଲେ ଟ୍ରାଫିକ ପୋଲିସ ଓ ଯୋବ୍ରା କ୍ରସିଙ୍ଗ ନାହିଁ ଫଳରେ ସମସ୍ୟା ରେ ପଡୁଛନ୍ତି ଜନସାଧାରଣ ଚାଲକ ଙ୍କୁ ବହୁ ସମସ୍ୟାରେ ସମ୍ମୁଖୀନ ହେବାକୁ ପଡ଼ୁଛି। ପୂର୍ବରୁ ପଦ୍ମପୁର ଭେଉରିଆଛକ ସକିର୍ଣ ଥିଲା ଏବେ ଜନ ଗହଳି , ଦୋକାନ ବଜାର ଖୋଲିଛି ବଢ଼ିବାରେ ଲାଗୁଛି ସହର ଏପଟେ...

Ad..


ସହରର ଗୁରୁତ୍ବ ପୂର୍ଣ୍ଣ ଛକ  ହୋଇଥିବା ଦିବାରାତ୍ରି ଭିଡ ହେଉଥିବା ଓ ଏହି ଛକ ଦେଇ ଛତିଶଗଡ଼ର ମହାସମୁନ୍ଦ, ସରେଇ ପାଲି, ବଇସନା, ନୂଆପଡ଼ା, ଖରିଆରରୋଡ, ବଲାଙ୍ଗୀର, ପାଟଣାଗଡ଼, ହରିଶଙ୍କର, ନୃସିଂହନାଥ, ସୋହେଲା, ବରଗଡ଼, ସମ୍ବଲପୁର ପ୍ରମୁଖ ଚତୁର୍ଦିଗ କୁ ରାସ୍ତା ସଂଯୋଗ ହେଉଥିବା ରୁ ପ୍ରବଳ ଭିଡ଼ ହେଉଛି। 

           Ad..


ଏଭଲି ପରିସ୍ଥିତି ରେ କେବଳ ଟ୍ରାଫିକ ସିଷ୍ଟମ ଲଗାଇଦେଇ ପ୍ରଶାସନ ଚୁପ୍ ରହିଲେ ଆଗକୁ ବଡଧରଣର ଦୂର୍ଘଟଣା ଘଟିବାର ସମ୍ଭାବନା ରହୁଛି। ବେଉରିଆ ଛକ କୁ ଅଧିକ ଚଉଡ଼ା କରିବାକୁ ଦାବି ହେଉଛି। 

ଦିର୍ଘ ବର୍ଷ ଧରି ପଦ୍ମପୁର ସହରର ମୁଖ୍ୟ ଚାରିଛକ ବେଉରିଆ ଛକ ଅନ୍ଧାର ରହୁଥିବା ବେଳେ ଟ୍ରାଫିକ ସମସ୍ୟା ଉପୁଜି ଦୈନନ୍ଦିନ ଛୋଟ ବଡ ଦୂର୍ଘଟଣା ମାନ ଘଟୁଥିଲା ଯାହା ଆମ ଗଣମାଧ୍ୟମ ଦ୍ବାରା ଲଗାତାର ଖବର ମଧ୍ୟ ପ୍ରକାଶିତ ହେଉଥିଲା ଏବେ ଜିଲ୍ଲା ପ୍ରଶାସନ ର ତତ୍ପରତା ଯୋଗୁଁ ବଡ ଧରଣର ପରିବର୍ତ୍ତନ ସହ ଟ୍ରାଫିକ ସମସ୍ୟା ସମାଧାନ ପାଇଁ ଉଦ୍ୟମ ହୋଇଛି। 

ବେଉରିଆ ଛକ ଚାରିଛକ ଓ ଏହି ଛକ ଦେଇ ଓଡିଶା ତଥା ଛତିଶଗଡ଼ ସଂଯୋଗ ହୋଇ ଭାରିଯାନ ଯାତାୟତ ସହ ବରଗଡ଼, ନୂଆପଡ଼ା, ବଲାଙ୍ଗୀର ଓ ଛତିଶଗଡ଼ ର ରାୟପୁର, ସରାୟପାଲି, ମହାସମୁନ୍ଦ କୁ ସଯୋଗ ‌ହେବାସହ ସହରର ଲୋକଙ୍କ ଭିଡ ବଢାଇ ଦେଉଥିଲା । 

ମୁଖ୍ୟ କରି ଅଫିସ ସମୟ, ସ୍କୁଲ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସମୟ ଓ ସନ୍ଧ୍ୟା ସମୟରେ ଟ୍ରାଫିକ ସମସ୍ୟା ଗୁରୁତର ହେଉଥିଲା ଏବେ ସମାଧାନ ହୋଇ ପଦ୍ମପୁର ମୁଖ ଛକ ଭେଉରିଆଛକ ସ୍ବୟଂ ଚିଲିତ ସକେତ ମାଧ୍ୟମରେ ଟ୍ରିଫିକ ନିୟନ୍ତ୍ରଣ ସେବା ର ଆରମ୍ଭ ହୋଇଛି। ଏହି ବ୍ୟବସ୍ଥା ଯୋଗୁଁ ଜନସାଧାରଣ ଖୁସି ପ୍ରକଟ କରୁଥିବା ବେଳେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଟ୍ରାଫିକ ପୋଲିସ ଯୋଗାଇ ଦେବା ସହ ଯୋବ୍ରା କ୍ରସିଙ୍ଗ ଓ ରାସ୍ତା ଚଉଡ଼ା ପାଇଁ ବିଭିନ୍ନ ମହଲରୁ ଦାବି ଉଠୁଛି।




Report : Bijay ku sahu

Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...