ବ୍ୟାପକ ଓ ନିରନ୍ତର ଜନ ସଂପର୍କ ସାଜିଛି ଦେବେଶ ଙ୍କ ନିର୍ବାଚନ ପ୍ରଚାର ର ମାଧ୍ୟମ...

ବ୍ୟାପକ  ଓ ନିରନ୍ତର ଜନ ସଂପର୍କ ସାଜିଛି ଦେବେଶ ଙ୍କ ନିର୍ବାଚନ ପ୍ରଚାର ର ମାଧ୍ୟମ...


ବରଗଡ଼,୨୮/୦୪ : ଆସନ୍ତା ମେ ୨୦ ରେ ହେବାକୁ ଥିବା ସାଧାରଣ ନିର୍ବାଚନ ରେ ବିଭିନ୍ନ ଦଳ ର ପ୍ରାର୍ଥୀ ନିଜ ନିଜ ଭାଗ୍ୟ ନିର୍ଧାରଣ କରିବାକୁ ଯାଉଥିବା ବେଳେ ଦଳୀୟ ପ୍ରାର୍ଥୀ ମାନେ ନିଜ ନିଜ ଢଙ୍ଗ ରେ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି।

    Ad..


ବରଗଡ଼ ବିଧାନସଭା ବିଜେଡି ବିଧାୟକ ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ ଚଳିତ ବର୍ଷ ପୁଣି ଥରେ ନିର୍ବାଚନ ସମ୍ମୁଖିନ ହେବାକୁ ଯାଉଛନ୍ତି ।ତେବେ ବିଗତ ଦଶ ବର୍ଷ ଭିତରେ ବିଭିନ୍ନ ଗ୍ରାମ ରେ ବ୍ୟାପକ ଉନ୍ନୟନ କାର୍ଯ୍ୟ କରିଥିବା ବେଳେ ନିରନ୍ତର ଜନ ସଂପର୍କ ରଖି ଆସୁଛନ୍ତି।

Ad..


ପ୍ରତି ଗ୍ରାମ ରେ ବିଭିନ୍ନ ସମୟ ରେ ଲୋକ ଙ୍କୁ ଭେଟିବା ଲୋକ ଙ୍କ ସୁଖ ଦୁଃଖ ରେ ସାମିଲ ହେବା ତାଙ୍କର ଏକ ନିଆରା ଶୈଳୀ ମୋଟା ମୋଟି ଭାବେ ସେ ବରଗଡ଼ ନିର୍ବାଚନ ମଣ୍ଡଳୀ ର ଜଣେ ସହଜ ଉପଲବ୍ଧ ତଥା ଜନ ପ୍ରିୟ ବିଧାୟକ ବୋଲି ଜନ ସାଧାରଣ ରେ ଚର୍ଚ୍ଚା ହୁଏ।

                Ad..


ଏହି ନିର୍ବାଚନ ରେ ମଧ୍ୟ ସେ  ଜନ ସମ୍ପର୍କ ସ୍ଥାପନ କାର୍ଯ୍ୟ କୁ ଅଗ୍ରାଧିକାର ଦେଇ ବ୍ୟାପକ ଜନ ସଂପର୍କ ସ୍ଥାପନ କରି ଘରକୁ ଘର ପଡ଼ା କୁ ପଡ଼ା ବୁଲି  ତାଙ୍କର ନିର୍ବାଚନୀ ପ୍ରଚାର ଚଳାଇଛନ୍ତି । 

ଏହି ଅବସର ରେ ସେ  କୁରୁଆ ଥାର୍ଟିଟି ଟିକ୍ରା ,ନୂଆ ଗୁଡେଶିରା, ତୋରା ବାନ୍ଦେନଟିକ୍ରା,  ବରପାଲି ବ୍ଲକ ବହିଆ ପଦର ଆଦି ବିଭିନ୍ନ ଗ୍ରାମ ଗସ୍ତ କରି ଲୋକ ଙ୍କୁ ଭେଟି ଥିବା ବେଳେ ବରଗଡ଼ ପୌର ପରିଷଦ ୱାର୍ଡ ନ ୧୧ ଶକ୍ତି ନଗର, ୱାର୍ଡ ନ ୧୨ କୁରେଶୀ ପଡ଼ା,ୱାର୍ଡ ନ ୩ ମନାବନ୍ଧ ପଡ଼ା ଆଦି ଅଞ୍ଚଳ ର ଜନ ସାଧାରଣ ଙ୍କୁ ଭେଟି ଆଗାମୀ ନିର୍ବାଚନ ସମ୍ବନ୍ଧ ରେ ଆଲୋଚନା କରି ...

ବରଗଡ଼ର ଡବଲ ବିକାଶ ପାଇଁ ଡବଲ ଶଙ୍ଖ ରେ ଆଶୀର୍ବାଦ ପ୍ରଦାନ ପାଇଁ ଜନ ସାଧାରଣ ଙ୍କୁ ଅନୁରୋଧ କରିଥିବା ବେଳେ ଜନ ସାଧାରଣ ବିଧାୟକ ଦେବେଶ ଙ୍କ ଦ୍ଵାରା ବିଗତ ଦଶ ବର୍ଷ ମଧ୍ୟରେ ବରଗଡ଼ ରେ ହୋଇଥିବା ବିକାଶ କାର୍ଯ୍ୟ ତଥା ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା କରାଯାଇଥିବା ବିଭିନ୍ନ ସରକାରୀ ଯୋଜନା ଓ ଉନ୍ନୟନ କାର୍ଯ୍ୟ ସମ୍ବନ୍ଧ ରେ ସକାରାତ୍ମକ ପ୍ରତିକ୍ରିୟା ପ୍ରକାଶ କରିବା ସହ ବିପୁଳ ସମର୍ଥନ ପ୍ରଦାନ କରୁଥିବା ବିଜେଡି ବିଧାୟକ ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ ପରି ପ୍ରକାଶ କରିଛନ୍ତି ।




Report : Bijay ku sahu

Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...