ବରଗଡ଼ ବିଜେପି କୁ ଶକ୍ତ ଧକ୍କା : ବରଗଡ଼ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସମ୍ପାଦିକା ଅନୁରାଧା ଅଗ୍ରୱାଲ ଙ୍କ ବିଜେଡି ରେ ଯୋଗଦାନ...

ବରଗଡ଼ ବିଜେପି କୁ ଶକ୍ତ ଧକ୍କା : ବରଗଡ଼ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସମ୍ପାଦିକା ଅନୁରାଧା ଅଗ୍ରୱାଲ ଙ୍କ ବିଜେଡି ରେ ଯୋଗଦାନ...


ବରଗଡ଼,୩୦/୦୪ : ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ପରିସର ରେ ଟାଉନ ବିଜେଡି ସଭାପତି କିଶୋର ମିଶ୍ର ଙ୍କ ଅଧ୍ୟକ୍ଷତା ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଙ୍କ ଉପସ୍ଥିତିରେ ବିଜେଡି ର ଏକ ମିଶ୍ରଣ ପର୍ବ ଅନୁଷ୍ଟିତ ହୋଇ ଯାଇଛି । 

    Ad..


ଏହି କାର୍ଯ୍ୟକ୍ରମ ରେ ବରଗଡ଼ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଅନୁରାଧା ଅଗ୍ରୱାଲ ବିଜେପି ଛାଡ଼ି ବିଜେଡି ରେ ଯୋଗ ଦେଇଛନ୍ତି ଗତ କାଲି ସେ ତାଙ୍କର ଇସ୍ତଫା ପତ୍ର ବରଗଡ଼ ବିଜେପି ଜିଲ୍ଲା ସଭାପତି ଙ୍କୁ ପଠାଇ ସାରିଥିବା ବେଳେ ତାଙ୍କ ଇସ୍ତଫା ପତ୍ର ରେ ବିଜେପି ଦଳ ମୋ ପ୍ରତି ଉଚିତ୍ ସମ୍ମାନ ନ ଦେଇ ଅନ୍ୟାୟ କରିଛି ବୋଲି.. 

Ad..


ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନେତୃତ୍ବ ତଥା ରାଜ୍ୟ ରେ ମହିଳା ସଶକ୍ତି କରଣ ରେ ରହିଥିବା ତାଙ୍କ ଗୁରୁତ୍ବ ପୂର୍ଣ୍ଣ ଭୂମିକା ଓ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ସ୍ୱଚ୍ଛ ବ୍ୟକ୍ତିତ୍ବ ତଥା ଆଦର୍ଶ  ରେ ଅନୁ ପ୍ରାଣୀତ ହୋଇ ସେ ତାଙ୍କର ଶତାଧିକ ସମର୍ଥକ ଙ୍କ ସହ ବିଜେଡି ରେ ଯୋଗ ଦେଇଥିବା ଉଲ୍ଲେଖ କରିଥିଲେ ।

           Ad..


ଏଥି ସହିତ ବିଜୁ ଜନତା ଦଳ ପାଇଁ ଜଣେ ଶୃଙ୍ଖଳିତ କର୍ମୀ ଭାବେ ନିଷ୍ଠା ର ସହିତ କାର୍ଯ୍ୟ କରିବେ ବୋଲି ଉଲ୍ଲେଖ କରିଥିଲେ ।ପ୍ରକାଶ ଥାଉ କି ଗତ ବରଗଡ଼ ପୌର ନିର୍ବାଚନ ରେ ଶ୍ରୀମତୀ ଅଗ୍ରୱାଲ ବିଜେପି ର ଚେୟାରମେନ ପ୍ରାର୍ଥୀ ଭାବେ  ସିଧା ସଳଖ ପ୍ରତିଦ୍ବନ୍ଦ୍ବିତା କରି  ଦ୍ବିତୀୟ ସ୍ଥାନ ରେ ରହି ବରଗଡ଼ ବାସୀ ଙ୍କ ସ୍ବତନ୍ତ୍ର ଦୃଷ୍ଟି ଆକର୍ଷଣ କରି ପାରିଥିଲେ । 

ସେ ବରଗଡ଼ ମାରୱାଡ଼ି ସମୁଦାୟ ର ଜଣେ ପ୍ରଭାବ ଶାଳୀ ନାରୀ ନେତ୍ରୀ ହୋଇ ଥିବାରୁ ତାଙ୍କ ଯୋଗଦାନ  ଆଗାମୀ ନିର୍ବାଚନ ରେ ବରଗଡ଼ ବିଜେଡି ସ୍ଥିତି ଆହୁରି ସୁଦୃଢ଼ ହୋଇ ପାରେ ବୋଲି ଚର୍ଚ୍ଚା ହେଉଛି । 

ପୂର୍ବରୁ  ଫର୍ ର  ଅଧ୍ୟକ୍ଷା ମୀନାକ୍ଷୀ ମିଶ୍ର ଶଙ୍ଖ ଭବନ ରେ ବିଜେଡି ରେ ଯୋଗ ଦେଇ ସାରି ଥିବା  ବେଳେ ଆଜି ତାଙ୍କୁ ବରଗଡ଼ ବିଜୁ ଜନତା ଦଳ ତରଫରୁ ସ୍ଵାଗତ କରାଯାଇଥିଲା । ପୂର୍ବରୁ ବିଜେଡି ରେ ଯୋଗ ଦେଇଥିବା ସମସ୍ତ ନେତ୍ରୁ ମଣ୍ଡଳୀ ଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା । 

ତେବେ ସାଧାରଣ ନିର୍ବାଚନ ମାତ୍ର ଆଉ କିଛି ଦିନ ବାକି ଥିବା ବେଳେ ଶ୍ରୀମତୀ ଅନୁରାଧା ଅଗ୍ରୱାଲ ବିଜେପି ରୁ ଇସ୍ତଫା ଦେଇ ତାଙ୍କ ଶତାଧିକ ସମର୍ଥକ ଙ୍କ ସହ ବିଜେଡି ରେ ଯୋଗ ଦାନ ଓ ସ୍ବର୍ଗତ ଟୁକୁ  ମିଶ୍ର ଙ୍କ ଧର୍ମ ପତ୍ନୀ ଫର୍ ଅଧ୍ୟକ୍ଷା ସାମାଜିକ କର୍ମୀ  ମୀନାକ୍ଷୀ ମିଶ୍ର ଙ୍କ ଭଳି ଦୁଇ ଜଣ ନାରୀ ନେତ୍ରୀ ଙ୍କ  ବିଜେଡି ରେ ଯୋଗ ଦାନ ଫଳରେ  ବରଗଡ଼  ବିଜେଡି ଆହୁରି ସୁଦୃଢ଼ ହେବା ସହିତ  ବରଗଡ଼ ବିଧାନ ସଭା ବିଜେପି ପ୍ରାର୍ଥୀ ଙ୍କୁ ଶକ୍ତ ଧକ୍କା ଲାଗିଥିବା ଜନ ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି । 

ଏହି ମିଶ୍ରଣ ପର୍ବ ରେ  ବରଗଡ଼ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ଜାପାନ ମହାପାତ୍ର, ପୌର ଅଧ୍ୟକ୍ଷା କଳ୍ପନା ମାଝୀ ,ବିଜେଡି ବରିଷ୍ଟ ନେତା ଅଚ୍ୟୁତାନନ୍ଦ ମହାପାତ୍ର ,ଅଶୋକ ଯୋଶୀ ,କୁଶ ପ୍ରଧାନ ,ହରିହର ପ୍ରଧାନ, ପବିତ୍ର ଦେହେରି , ଆଶୁତୋଷ ରଥ ,ଯୁବ ନେତା ପ୍ରଦ୍ୟୁମ୍ନ ତ୍ରିପାଠୀ ପ୍ରମୁଖ ଙ୍କ ସମେତ ବହୁ ବିଜେଡି ଦଳୀୟ କାର୍ଯ୍ୟ କର୍ତ୍ତା  ଉପସ୍ଥିତ ଥିଲେ।




Report : Bijay ku sahu

Edited by k.s thakur...




Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...