ମନୋରଞ୍ଜନ ସିଂ ବରିହା ସ୍ବାଧିନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିବାକୁ ନେଇ ଚର୍ଚ୍ଚା...

ମନୋରଞ୍ଜନ ସିଂ ବରିହା ସ୍ବାଧିନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିବାକୁ ନେଇ ଚର୍ଚ୍ଚା...


ବରଗଡ଼,୩୦/୦୪ : ସାଧାରଣ ନିର୍ବାଚନ କୁ ନେଇ ପଦ୍ମପୁର ନିର୍ବାଚନ ମଣ୍ଡଳୀ ରେ ଘଡ଼ିକୁ ଘୋଡ଼ା ଛୁଟୁଛି। ଗତ ଉପନିର୍ବାଚନ ସମୟରେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ସମଗ୍ର ଓଡ଼ିଶାକୁ ଚହଲ ପକାଇଥିବା ରୁ ଏଥର ମଧ୍ୟ ସାଧାରଣ ନିର୍ବାଚନ ରେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ରେ ଚହଳ ପଡୁଛି।

        Ad..


ନିର୍ବାଚନ ଘୋଷଣା ପୂର୍ବରୁ ପଦ୍ମପୁର ନିର୍ବାଚନ ମଣ୍ଡଳୀ ରେ ସମସ୍ତ ବିଜେଡି, ବିଜେପି ଓ କଂଗ୍ରେସ ଦଳିୟ ପ୍ରାର୍ଥୀ ଙ୍କୁ ନେଇ ଚର୍ଚ୍ଚା ଯୋର ଧରିଥିବା ବେଳେ ଦଳୀୟ ପ୍ରାର୍ଥୀଙ୍କ ଘୋଷଣା ପରେ ସବୁ ଆଶାୟୀ ଙ୍କ ଆଶା ମଉଳି ଯାଇଥିଲା ଏବେ ପ୍ରାର୍ଥୀ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ଆଶାୟୀ ସ୍ବାଧିନ ପ୍ରାର୍ଥୀ ଙ୍କୁ ନେଇ ଚର୍ଚ୍ଚା ଯୋର୍ ଧରିବାରେ ଲାଗିଛି। 

Ad..


ଅନେକ ଆଶାୟୀ ଙ୍କ ମଧ୍ୟରେ ପଦ୍ମପୁର ସହରର ପୁରୁଣା ରାଜନୈତିକ ବ୍ୟକ୍ତି ଭାବରେ ପରିଚିତ ଥିବା ମନୋରଞ୍ଜନ ସିଂ ବରିହା ମଧ୍ୟ ସ୍ବାଧିନ ପ୍ରାର୍ଥୀ ଭାବରେ ପ୍ରାର୍ଥୀ ପତ୍ର ଦାଖଲ କରିବାର ସମ୍ଭାବନା ରହୁଛି। ମନୋରଞ୍ଜନ ସିଂ ବରିହା ଜଣେ ଦକ୍ଷ ରାଜନେତା ଓ ସେ ପୂର୍ବତନ ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଥିଲେ । 

      Ad..


ମନୋରଞ୍ଜନ ସିଂ ବରିହା ହେଉଛନ୍ତି ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ସ୍ବର୍ଗତ ବିଜୟ ରଂଜନ ସିଂ ବରିହା ଙ୍କ ବଡ ଭାଇ । ଏଥର ସେ ସ୍ବାଧିନ ପ୍ରାର୍ଥୀ ଭାବରେ ନିର୍ବାଚନ ରେ ଅବତିର୍ଣ ହୋଇପାରନ୍ତି ବୋଲି ଚର୍ଚ୍ଚା ଯୋର ଧରିଥିବା ବେଳେ ଏହାକୁ ନେଇ ମନୋରଞ୍ଜନ ଯଦି ଅଞ୍ଚଳବାସୀଙ୍କ ଇଛା ଅଛି ଓ ମୋର ସମର୍ଥକମାନେ ଆଗ୍ରହ ପ୍ରକାଶ କରିବେ ତାହେଲେ ମୋର କିଛି ଆପତ୍ତି ନାହିଁ ବୋଲି ପ୍ରତିକ୍ରିୟା ରଖିଛନ୍ତି।



Report : Bijay ku sahu

Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...