କେନାଲ ପାଣି ରୋଟେସନ କୁ ବିରୋଧ କରି ଚାଷୀ ଆନ୍ଦୋଳନ...

କେନାଲ ପାଣି ରୋଟେସନ କୁ ବିରୋଧ କରି ଚାଷୀ ଆନ୍ଦୋଳନ...


ବରଗଡ଼,୨୮/୦୪ : ରେଶମ କେନାଲ ରେ ଜଳ ସେଚନ ପାଇଁ ନିର୍ଭର କରୁଥିବା ଶତାଧିକ ଚାଷୀ ପାଣି ରୋଟେଶନ କୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ନରେନ୍ ଭୋଇ ଓ ସୁଦାମ ପାତ୍ର ଙ୍କ ନେତୃତ୍ୱ ରେ ସକାଳ ୫ ଟା ରୁ ବଳିଟିକ୍ରl ସ୍ଥିତ ୦ ପଏଣ୍ଟ ଯେଉଁ ଠାରୁ ରେଶମ କେନାଲ ବାହାରିଛି ଚାଷୀ ମାନେ ଆସି କେନାଲ ଗେଟ୍ ବନ୍ଦ କୁ ବିରୋଧ କରିବା ସହିତ କେନାଲ କର୍ମଚାରୀଙ୍କୁ ଅଟକ ରଖିଥିଲେ। 

Ad..


ଦିନ ୨ ଟା ପରେ ଗେଟ୍ ଖୋଲି ପାଣି ଛଡ଼ା ଯିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ପ୍ରକାଶ ଥାଉ କି ଏହି କେନାଲ ରେ ଭେଡେନ ବ୍ଲକ ର ରେଶମ, ଆଇଁଲାପଳି, ଆରେଇଗୁଡ଼ି, ଲୁହାଖଣ୍ଡି ଓ ବରପାଲି ବ୍ଲକ ର ତୁଲାଣ୍ଡି ଓ ପlଟକୁଲୁଣ୍ଡl ପଞ୍ଚାୟତ ର ସମସ୍ତ ଚାଷୀ ପାଣି ପାଇଁ ସଂପୂର୍ଣ୍ଣ ନିର୍ଭର କରିଥାନ୍ତି। 

Ad..


ବର୍ତ୍ତମାନ ଧାନ ବାହାରିବା ଓ କ୍ଷୀର ଢ଼ୋକିବା ଅବସ୍ଥା ରେ ଅଛି। ଏହି ସମୟ ରେ ଧାନ ପ୍ରଚୁର ପାଣି ଆବଶ୍ୟକ କରେ। କିନ୍ତୁ ତଳ ମୁଣ୍ଡ କୁ ପାଣି ଦେବା ବାହାନା ରେ ରେଶମ କେନାଲ କୁ ପ୍ରତ୍ୟେକ ରବିବାର ସକାଳ ୬ ଟା ରୁ ସୋମବାର ସକାଳ ୬ ଟା ପର୍ଯ୍ୟନ୍ତ ଦୀର୍ଘ ୨୪ ଘଣ୍ଟା ପାଣି ବନ୍ଦ କରି ଦିଆଯାଉଛି। 

            Ad..


ଯେଉଁଥି ପାଇଁ ଚାଷୀ ମାନେ ପାଣି ହଇରାଣ ହେବା ସହିତ ବେଳେ ବେଳେ ନିଜ ନିଜ ଭିତରେ କଲି କଜିଆ ମଧ୍ୟ କରିଥାନ୍ତି। ଗୋଟିଏ ଦିନ ସଂପୂର୍ଣ୍ଣ ପାଣି ବନ୍ଦ ହେଲେ ପୁନଶ୍ଚ ଧାନ ବିଲ କୁ ପାଣି ପହଞ୍ଚିବାରେ ବହୁତ୍ ସମୟ ଲାଗେ। 

ତେଣୁ ଚାଷୀ ମାନେ ରୋଟେସନ୍ କୁ ବିରୋଧ କରୁଛନ୍ତି। ଆଗରୁ ଅନେକ ଥର କେନାଲ ବିଭାଗ କୁ ଜଣାଇଥିଲେ ମଧ୍ୟ କୌଣସି ପ୍ରକାର ପଦକ୍ଷେପ ନେଇ ନ ଥିବାରୁ ଆଜି ଚାଷୀ ମାନଙ୍କ ତୀବ୍ର ଅସନ୍ତୋଷ ଆନ୍ଦୋଳନ ର ରୂପ ନେଇଥିଲା। କେନାଲ sdo କିଶlନ,je ସିଂ ଙ୍କ ସହିତ ଆଉ ୫ ଜଣ ନିମ୍ନ କର୍ମଚାରୀ ଙ୍କୁ ଚାଷୀ ମାନେ ଅଟକ ରଖି ଦୀର୍ଘ ସମୟ ଧରି ଆନ୍ଦୋଳନ କରିଥିଲେ।




Report : Bijay ku sahu

Edited by k.s thakur...



Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...