କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜାଙ୍କ ନାମାଙ୍କନପତ୍ର ଦାଖଲ...
କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜାଙ୍କ ନାମାଙ୍କନପତ୍ର ଦାଖଲ...
କଣ୍ଟାବାଞ୍ଜି/ଟିଟିଲାଗଡ଼ : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ପାଇଁ ଆଜି କଂଗ୍ରେସ ବିଧାୟକ ପ୍ରାର୍ଥୀ ସନ୍ତୋଷ ସିଂ ସାଲୁଜା ନିଜର ହଜାର ହଜାର ସମର୍ଥକଙ୍କ ସହ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
Ad..
କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ତୁରେକେଲା, ମୁରିବାହାଲ ଓ ତୁରେକେଲା ବ୍ଲକ୍ ର ବିଭିନ୍ନ ଗ୍ରାମରୁ ଆସିଥିବା ହଜାର ହଜାର ସମର୍ଥକ, ଦଳୀୟ କାର୍ଯ୍ୟକର୍ତ୍ତା, ଶୁଭେଚ୍ଛୁ ଓ ମା’ ଭଉଣୀଙ୍କର ଗହଣରେ ଟିଟିଲାଗଡ଼ ପୋଲିସ ଷ୍ଟେସନରୁ ଏକ ବିରାଟ ଶୋଭାଯାତ୍ରାରେ ଟିଟିଲାଗଡ଼ ସହରର ବିଭିନ୍ନ ଛକ ପରିକ୍ରମା କରି ଉପଜିଲ୍ଲାପାଳଙ୍କ ଅଫିସକୁ ପହଞ୍ଚି ଥିଲେ ।
Ad..
ନିଜର ପ୍ରସ୍ତାବକଙ୍କ ସହିତ ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ଅଫିସ୍ରେ ପହଂଚିବା ପରେ ନାମାଙ୍କନ ସେଟ୍ ଦାଖଲ କରିଥିଲେ । ଏଥିରେ କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳ ପରିଷଦର ନଗରପାଳ ବରିୟମ ସିଂ ସାଲୁଜା, ବଙ୍ଗୋମୁଣ୍ଡା ବ୍ଲକ୍ ଅଧ୍ୟକ୍ଷା ରଞ୍ଜୁବାଲା ବେହେରା...
Ad..
ତୁରେକେଲା ବ୍ଲକ୍ ଅଧ୍ୟକ୍ଷା ପୂଜା ବେହେରା, ବଙ୍ଗୋମୁଣ୍ଡା ବ୍ଲକ୍ ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ, ଜିଲ୍ଲା ପରିଷଦ ସଦସ୍ୟ ଓମ୍ ପ୍ରକାଶ କୁମ୍ଭାର, ତୁରେକେଲା ଜୋନ୍ର ଜିଲ୍ଲା ପରିଷଦ ସଦସ୍ୟ କୌଶିକ ମେହେର, ସିନ୍ଧେକେଲା ସମିତି ସଭ୍ୟ ଭୋଳାନାଥ ବେହେରା, ଯୁବନେତା ସେଜି ସିଂ ସାଲୁଜା ପ୍ରମୁଖ ସହ ବହୁ କଂଗ୍ରେସ ନେତା ଓ କର୍ମୀମାନେ ସାମିଲ ହୋଇଥିଲେ।
Edited by k.s thakur...
Comments
Post a Comment