ପଦ୍ମପୁର ଓକିଲ ସଂଘ ନିକଟରେ ଥିବା ଏନ୍ ଏ ସି ର ଥଣ୍ଡା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଅଚଳ : ୪୭ ଡିଗ୍ରୀ ତାପମାତ୍ରା ରେ ମଧ୍ୟ କର୍ତୁପକ୍ଷ ଙ୍କ ଭାଙ୍ଗୁ ନାହିଁ ନିଦ...
ପଦ୍ମପୁର ଓକିଲ ସଂଘ ନିକଟରେ ଥିବା ଏନ୍ ଏ ସି ର ଥଣ୍ଡା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଅଚଳ : ୪୭ ଡିଗ୍ରୀ ତାପମାତ୍ରା ରେ ମଧ୍ୟ କର୍ତୁପକ୍ଷ ଙ୍କ ଭାଙ୍ଗୁ ନାହିଁ ନିଦ...
ବରଗଡ଼/ପଦ୍ମପୁର,୨୮/୦୪ : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡୀୟର ମୁଖ୍ୟାଳୟ ଠାରେ ଥିବା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ , ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ତଥା ପଦ୍ମପୁର କଚେରୀ ଓ କୋର୍ଟ ପରିସରକୁ ଦୈନନ୍ଦିନ ପ୍ରାୟ ଉପଖଣ୍ଡର ୬ ଗୋଟି ବ୍ଲକ ଅଂଚଳ ର ଜନସାଧାରଣ କାମରେ ପଦ୍ମପୁର ଆସୁଥିବା ବେଳେ ବଜାର କାମପାଇଁ ଲୋକମାନେ ଆସନ୍ତି ଏବେ ତାପମାତ୍ରା ବଢ଼ିବାରେ ଲାଗିଛି।
Ad..
ପ୍ରବଳ ଖରା ଯୋଗୁଁ ପାନୀୟଜଳ ର ଆବଶ୍ୟକତା ରହୁଛି କଚେରୀ ପରିସରରେ ପଦ୍ମପୁର ଉପଖଣ୍ଡର ଅଧିକାଂଶ ଆବଶ୍ୟକତା ଥିବା କାର୍ଯ୍ୟାଳୟ ଥିବା ରୁ ଜନ ସାଧାରଣଙ୍କୁ ଭିଡ ଜଣେ ଏଣୁ ପାନୀୟଜଳ ର ଆବଶ୍ୟକତା ରହିଛି ହେଲେ ଏନ୍ ଏ ସି ତରଫରୁ ମାତ୍ର ଗୋଟିଏ ଜଳ ଛତ୍ର ଖୋଲାଯାଇଛି।
Ad..
ତାହା ପୁଣି ସକାଳୁ ମଧ୍ୟାହ୍ନ ପର୍ଯ୍ୟନ୍ତ। ଏବେ ନିର୍ବାଚନ ସମୟ ସକାଳୁ ସନ୍ଧ୍ୟା ଓ ମଧ୍ୟ ରାତ୍ର ପର୍ଯ୍ୟନ୍ତ ଲୋକ ଙ୍କ ସମାଗମ ହେବ ହେଲେ ପାଣି ପାଇଁ ଏନ୍ ଏ ସି ର ଖାସ୍ ବ୍ୟବସ୍ଥା ନାହଁ । ୨୦୦୭/୨୦୦୮ ରେ ତତ୍କାଳୀନ ବିଧାୟକ ପାଣ୍ଠିରୁ ନିର୍ମିତ ହୋଇଥିବା ଏନ୍ ଏ ସି ର ଥଣ୍ଡା ପାନୀୟ ଜଳ ବ୍ୟବସ୍ଥା ଅଚଳ ହୋଇ ପଡିଛି।
Ad..
ଏହି ଥଣ୍ଡା ପାନୀୟ ଜଳ ବ୍ୟବସ୍ଥା ର କେବେ ମରାମତି ହେଉନଥିବାରୁ ବର୍ଷ ତମାମ ଅଚଳ ହୋଇ ପଡ଼ି ରହିଛି। ଓକିଲ ସଂଘ କାର୍ଯ୍ୟାଳୟ ନିକଟରେ ଏନ୍ ଏ ସି ର ଏହି ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଥିଲେ ମଧ୍ୟ ଓକିଲ ସଂଘ ଏଥିପାଇଁ କୈାଣସି ପ୍ରତିକାର କରୁନାହିଁ।
ଓକିଲ ସଙ୍ଘର ସଭାପତି ଆନନ୍ଦ ଚନ୍ଦ୍ର ପଣ୍ଡା ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଯେ ଏନ୍ ଏ ସି ପୂର୍ବରୁ ପମ୍ପ ହାଉସ୍ ର ଏକ ଚାବି ଓକିଲ ସଂଘ କୁ ଦେଇଥିଲା ପରବର୍ତ୍ତୀ ସମୟରେ ସେହି ଚାବି ଫେରାଇ ନେଇଥିବାରୁ ପମ୍ପ ଚଲାଯାଇ ପାରୁ ନଥିଲା ଧୀରେ ଧୀରେ ପଡିରହି ତାଲାବନ୍ଦ ହୋଇ ଅଚଳ ହେବାକୁ ଲାଗିଲା ଓ ତାହା ଏବେ ମରାମତି ଅଭାବରୁ ନଷ୍ଟ ହେଲାଣି ଏନ୍ ଏ ସି କିଛି କରୁନାହିଁ ଏବେ ପ୍ରଚଣ୍ଡ ଖରା ର ସମୟ ୪୭ ଡିଗ୍ରୀ ତାପମାତ୍ରା ବୃଦ୍ଧି ହେବାରେ ଲାଗିଛି ଏହି ଥଣ୍ଡା ପାନୀୟ ଜଳ ବ୍ୟବସ୍ଥା ଆଉ କେବେ ମରାମତି ହେବ ବୋଲି ପ୍ରଶ୍ନ ଉଠୁଛି।
ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ସମସ୍ତ ନିର୍ବାଚନ କାର୍ଯ୍ୟ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଚାଲୁଥିବା ବେଳେ ଉପଜିଲ୍ଲାପାଳ ଙ୍କ ନଜର ରେ କାହିଁକି ପଡୁନାହିଁ ଏହି ଅଚଳ ଦଳ ଯୋଗାଣ ବ୍ୟବସ୍ଥା ତାହା ସାଧାରଣ ରେ ବିଶ୍ମୟ ସୃଷ୍ଟି କରୁଛି।
Report : Bijay ku sahu
Edited by k.s thakur...
Comments
Post a Comment