ସମାଜସେବା ର ଏକ ଉଦାହରଣ : ବାଟୋଇ ଙ୍କୁ ଥଣ୍ଡା ପାଣି ଯୋଗାଉଛନ୍ତି ବରଗଡ଼ ର ପ୍ରଦୀପ ମହାନ୍ତି...

ସମାଜସେବା ର ଏକ ଉଦାହରଣ : ବାଟୋଇ ଙ୍କୁ ଥଣ୍ଡା ପାଣି ଯୋଗାଉଛନ୍ତି ବରଗଡ଼ ର ପ୍ରଦୀପ ମହାନ୍ତି...


ବରଗଡ଼,୩୦/୦୪ : ପାନୀୟ ଜଳ ପାଇଁ କାହାର ଜୀବନ କଳବଳ ନ ହେଉ ମହତ୍ ସେବା ଉଦ୍ଦେଶ୍ୟ ନେଇ ଜଳ ବାଣ୍ଟୁଛନ୍ତି ସମାଜସେବୀ। ତାପମାତ୍ରା ବୃଦ୍ଧି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। 

         Ad..


ଗତ ସପ୍ତାହେ ହେଲାଣି ବରଗଡ଼ ଜିଲ୍ଲା ରେ ପ୍ରାୟ ୪୪ ଡିଗ୍ରୀ ରୁ ୪୭ ଡିଗ୍ରୀ ମଧ୍ୟରେ ତାପମାତ୍ରା ରହୁଥିବା ବେଳେ ବାଟୋଇ ମାନଙ୍କୁ ଗିଲାସେ ପାଣି ମହଙ୍ଗା ପଡିଛି। ବରଗଡ଼ ସହର ସମେତ ଜିଲ୍ଲା ର ସମସ୍ତ ଗ୍ରାମାଳରେ ବାଟୋଇ ଙ୍କୁ ପାଣି ସମସ୍ୟା ଡହଳବିକଳ କରୁଛି। 

Ad..


ଏହି ଜଳ ସଂକଟ ସମୟରେ ବରଗଡ଼ ଘରୋଇ ବସଷ୍ଟାଣ୍ଡ ନିକଟରେ ଥିବା ମାଁ ଶାରଳା ହୋଟେଲ ମାଲିକ ପ୍ରଦୀପ ମହାନ୍ତି ନିଜ ହୋଟେଲ ସମ୍ମୁଖରେ ଜନସାଧାରଣ ଙ୍କ ପାଇଁ ମାଠିଆ ଜଳ ଛତ୍ର ର ବ୍ୟବସ୍ଥା କରି ବାଟୋଇ ଙ୍କୁ ଜଳ ବିତରଣ ବ୍ୟବସ୍ଥା କରିଛନ୍ତି। 

           Ad..


ଲୋକମାନେ ପ୍ରବଳ ଖରାରେ ମାଠିଆ ପାଣି ପିଇ ଶାନ୍ତି ଅନୁଭବ କରୁଛନ୍ତି। ଏଭଳି ପ୍ରବଳ ଗରମ ଓ ତାପମାତ୍ରା ବୃଦ୍ଧି ସମୟରେ ପ୍ରତ୍ୟେକ ଦିନ ବାଟୋଇ ଙ୍କୁ ଥଣ୍ଡା ମାଠିଆ ପାଣି ପିଇବାକୁ ଦେଇ ସେବା ଯୋଗାଇଦେଉଥିବାରୁ ବାଟୋଇ ଖୁସି ପ୍ରକଟ କରୁଛନ୍ତି।





Report : Bijay ku sahu

Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...