Posts

Showing posts from September, 2024

ପ୍ରଫେସର ପ୍ରଭୁଦତ୍ତ ହୋତାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା...

Image
ପ୍ରଫେସର ପ୍ରଭୁଦତ୍ତ ହୋତାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା... ତରଭା,୩୦/୦୯ : ସ୍ଥାନୀୟ ଏ.ଇ.ଏସ୍. ମହାବିଦ୍ୟାଳୟରେ ପ୍ରାଣୀ ବିଜ୍ଞାନ ବିଭାଗୀୟ ମୁଖ୍ୟ ପ୍ରଫେସର ପ୍ରଭୁଦତ୍ତ ହୋତାଙ୍କ ଉଦ୍ଦେଶ୍ୟରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ମିଶ୍ର ସଭାପତିତ୍ବ କରିଥିବାବେଳେ ପରିଚାଳନା କମିଟି ସଭାପତି ଶୈଳେନ୍ଦ୍ର ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ।          Ad.. ଇଂରାଜୀ ବିଭାଗୀୟ ମୁଖ୍ୟ ପ୍ରଫେସର ଅନୋଜ ଭୁକ୍ତା ଓ ଅର୍ଥନୀତି ବିଭାଗୀୟ ମୁଖ୍ୟ ପ୍ରଫେସର ବିନତୀ ମିଶ୍ର ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ଏଥିରେ ପ୍ରଫେସର ଶିବରାମ ମେହେର, ଦେବାଶିଷ ଶତପଥୀ, ରୋହିତ ପଧାନ,ରୋଶନ ମେହେର, ବିଦ୍ୟାପତି ଦାନୀ, ଡ଼ଃ ସବିତା ମିଶ୍ର ଓ ଡ଼ଃ ସରୋଜିନୀ ପଧାନ, ମନୋରଞ୍ଜନ ଭୋଇ ପ୍ରମୁଖ ପ୍ରଫେସର ହୋତାଙ୍କ କର୍ମମୟ ଜୀବନର ସ୍ମୃତି ଚାରଣ କରିବା ସାଙ୍ଗେ ସାଙ୍ଗେ ଅବସର ପରବର୍ତ୍ତୀ ନିରାମୟ, ସୁଖମୟ ଜୀବନଯାପନର କାମନା କରିଥିଲେ ।  ଲାଇବ୍ରେରୀଏନ୍ ଦେବେନ୍ଦ୍ର କୁମାର ନାଏକ ମଞ୍ଚ ପରିଚାଳନା ସାଙ୍ଗେ ସାଙ୍ଗେ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ସୁନିତା ମିଶ୍ର, ସୌମ୍ୟାଶ୍ରୀ ମିଶ୍ର, ଅଧ୍ୟାପକ ପ୍ରଶାନ୍ତ ନାଗ,ଖେଳ ଶିକ୍ଷକ ସଞ୍ଜୀବ ସାହୁ ଓ ମୁଖ୍ୟ କିରାଣୀ ସନ୍ତୋଷ ଚାନ୍ଦ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ। କଲେଜର ସମସ...

ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର...

Image
ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର... ବରଗଡ଼,୩୦/୦୯ : ବିଜେପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ  ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ ମିଳିତ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ।                Ad.. ଜିଲ୍ଲାପାଳ ଶ୍ରୀ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ ସମେତ ପଦମପୁର ଉପଜିଲ୍ଲାପାଳ ଶ୍ରମତୀ ସ୍ନେହା ଅରଗୁଲା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ ନିରୂପମା ଷଡଙ୍ଗୀ ଏବଂ ଜିଲ୍ଲା ବନଖଣ୍ଡ ଅଧିକାରୀ ଶ୍ରୀ ବିକ୍ରମ ପଟ୍ଟନାୟକ ଉପସ୍ଥିତ  ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ । ସୂଚନାଯୋଗ୍ୟକି, ଉକ୍ତ ଶିବିରରେ ୩ ଗୋଟି ତିନିଚକିଆ ସାଇକେଲ ପ୍ରଦାନ କରାଯିବା ସହ ଜଳସେଚନ, ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ ଯୋଗାଣ, ରାସନ କାର୍ଡ, ବାର୍ଦ୍ଧକ୍ୟ ଏବଂ ବିକଳାଙ୍ଗ ଭତ୍ତା, ରାସ୍ତା ନିର୍ମାଣ, କୃଷି ଆଦି ସମସ୍ୟା ଅଧାରିତ ସମୁଦାୟ ୧୬୦ ଗୋଟି  ଅଭିଯୋଗ ମଧ୍ୟରୁ ୧୩୬ ଗୋଟି ବ୍ୟକ୍ତିଗତ ଏବଂ ୨୪ ଗୋଟି ସାମୁହିକ ଅଭିଯୋଗର ଶୁଣାଣି କରି ସମସ୍ତ ସମସ୍ୟା ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। Report : Bijay ku sahu Edited by k.s thakur...

ଗୁଡିଘାଟ ସ୍ଥିତ ଶିବ ମନ୍ଦିର ଠାରେ ବଲାଙ୍ଗିର ଜିଲ୍ଲା ଗନ୍ଧମାଳି ସମାଜ ର ଚତୁର୍ଥ କାର୍ଯ୍ୟକାରୀଣି ବୈଠକ...

Image
ଗୁଡିଘାଟ ସ୍ଥିତ ଶିବ ମନ୍ଦିର ଠାରେ ବଲାଙ୍ଗିର ଜିଲ୍ଲା ଗନ୍ଧମାଳି ସମାଜ ର ଚତୁର୍ଥ କାର୍ଯ୍ୟକାରୀଣି ବୈଠକ... ମୁରିବାହାଲ,୩୦/୦୯ : ଶନିବାର ଦିନ ବଲାଙ୍ଗିର ଜିଲ୍ଲା  ଗୁଡିଘାଟ ଗ୍ରାମ ଶିବ ମନ୍ଦିର ଠାରେ ଜିଲ୍ଲା ସଭାପତି ଜଗଦିଶ ଥନାପତି ଙ୍କ ସଭାପତିତ୍ବରେ   ବଲାଙ୍ଗିର ଜିଲ୍ଲା ଗନ୍ଧମାଳି ସମାଜ,ଜିଲ୍ଲାସଂଘ ବଲାଙ୍ଗିର ର ଚତୁର୍ଥ ତମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । Ad.. ଏହି ବୈଠକରେ ଜିଲ୍ଲା ସଂପାଦକ ଅରୁଣ ଥନାପତି ସଂଯୋଜନା କରିଥିବାବେଲେ ବରିଷ୍ଠ ଜିଲ୍ଲା ସଦସ୍ୟ ଶ୍ରୀ କନ୍ନେହି ଥନାପତି ଧନ୍ଯବାଦ୍ ଅର୍ପଣ କରିଥିଲେ । ଗନ୍ଧମାଳି ସମାଜ ର ବିଭିନ୍ନ ଦିଗରେ ବିକାଶଭୁମୁଖି  ପ୍ରସ୍ତାବ ଗୁଡିକ ଆଗତ କରାଯାଇ ପର୍ଯ୍ୟାଲୋଚନା ପରେ ସେହି ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଆଗାମୀ ତା ୦୬/୧୦/୨୪  ରବିବାର ଦିନ ବଲାଙ୍ଗିର ଲୋକନାଥ ମନ୍ଦିର ରେ  ହେବାକୁ ଥିବା ପଶ୍ଚିମ ଓଡିଶା ଗନ୍ଧମାଳି/ଥନାପତି/ପୂଝାରୀ  ସମାଜ   କେନ୍ଦ୍ର କମିଟି ର ପ୍ରଥମ କାର୍ଯ୍ୟକାରିଣୀ ବୈଠକ   ଉପରେ ଆଲୋଚନା କରାଯାଇ  କିପରି ଏହି ବୈଠକ ସୂଚାରୁରୂପେ ସଂପାଦନ କରାଯିବ ସେ ନେଇ ପ୍ରସ୍ତୁତି କରାଯାଇଥିଲା । ଏହି ବୈଠକରେ ଜିଲ୍ଲା ଆଇନ୍ ପରାମର୍ଶଦାତା ପରମାନନ୍ଦ ଥନାପତି, ଜିଲ୍ଲା କାର୍ଯ୍ୟକର୍ତା,ବରିଷ୍ଠ ସଦସ୍ୟ   ତଥା ସମସ୍...

ମୁରିବାହାଲ ଡିଗ୍ରୀ କଲେଜ ଠାରେ ସମ୍ବାଦ ଆମ ଓଡିଶା ତରଫରୁ ରକ୍ତ ଦାନ ଶିବିର...

Image
ମୁରିବାହାଲ ଡିଗ୍ରୀ କଲେଜ ଠାରେ ସମ୍ବାଦ ଆମ ଓଡିଶା ତରଫରୁ ରକ୍ତ ଦାନ ଶିବିର...  ମୁରିବାହାଲ,୩୦/୦୯ :  ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଡିଗ୍ରୀ କଲେଜ ପରିସରରେ ସମ୍ବାଦ ଆମ ଓଡିଶା ତରଫରୁ  ମୁରିବାହାଲ ବ୍ଲକସମ୍ବାଦ ପ୍ରତିନିଧି ସୁବ୍ରତ କୁମାର ମହାକୁର ଙ୍କ ତତ୍ବାବଧାନରେ ମୁରିବାହାଲ ବିଡିଓ ପୂର୍ଣାନନ୍ଦ ପଟେଲ ମୁଖ୍ଯ ଅତିଥି ଭାବରେ ଯୋଗଦାନ କରି ଆନୁଷ୍ଠାନିକ ଭାବରେ ରକ୍ତଦାନ ଶିବିର କୁ ଉଦଘାଟନ କରିଥିଲେ।  Ad.. ଡିଗ୍ରୀ କଲେଜ ର ଓଡିଆ ଅଧ୍ଯାପକ ଦିଲିପ କୁମାର ପଷାୟତ, ଇତିହାସ ଅଧ୍ଯାପକ ଗୁଣ ସାଗର ମେହେର, ଏନଏସଏସ ପ୍ରୋଗ୍ରାମ ଅଫିସର ଛନ୍ଦା ଚରଣ ଖୁଣ୍ଟିଆ, ରେଡକ୍ରସ ର ପ୍ରୋଗ୍ରାମ କୋଅଡିନେଟର ଘନଶ୍ୟାମ ଖମାରୀ, ମୁରିବାହାଲ ସାମ୍ବାଦିକ ସଂଘର କର୍ମକର୍ତ୍ତା , ମୁରିବାହାଲ କମ୍ପୁଟର ପଏଣ୍ଟ ର ଅଧ୍ଯକ୍ଷ ପ୍ରଦୀପ ବଘାର ଙ୍କ ସମେତ ଡିଗ୍ରୀ କଲେଜ ର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମ ରେ ସାମିଲ ଥିଲେ। Report : sudam baghar  Edited by k.s thakur...

ଆସନ୍ତା ଅକ୍ଟୋବର ୩ ତାରିଖ ଅଗ୍ରସେନ ମହାରାଜ ଜୟନ୍ତୀ ପାଇଁ ପ୍ରତିଯୋଗିତା ଅନୁଷ୍ଠିତ...

Image
ଆସନ୍ତା ଅକ୍ଟୋବର ୩ ତାରିଖ ଅଗ୍ରସେନ ମହାରାଜ ଜୟନ୍ତୀ ପାଇଁ ପ୍ରତିଯୋଗିତା ଅନୁଷ୍ଠିତ... ବରଗଡ଼,୩୦/୦୯ : ବରଗଡ଼ ଜିଲ୍ଲା ପଦ୍ମପୁର ଠାରେ ଆସନ୍ତା ଅକ୍ଟୋବର ୩ ତାରିଖ ଗୁରୁବାର ଦିନ ମାରୱାଡ଼ି ସମାଜ ତରଫରୁ ଅଗ୍ରସେନ ମହାରାଜ ଜୟନ୍ତୀ ମହା ସମାହରେ ପାଳନ ପାଇଁ ପଦ୍ମପୁର ମାରୱାଡ଼ି ଧର୍ମଶାଳା ଠାରେ ମାରୱାଡ଼ି ସମାଜ, ଯୁବାମଞ୍ଚ, ମହିଳାଶାଖା ଙ୍କ ଯୋଗଦାନ ରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଛି।                Ad.. ଗତ ଗଣେଶ ପୂଜାଠାରୁ ଆଜି ପର୍ଯ୍ୟନ୍ତ ୩୨ ଗୋଟି ପ୍ରତିଯୋଗିତା ଦୁଇଗୋଟି ପର୍ଯ୍ୟାୟ କ୍ରମେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗୀତାରେ ଶିଶୁ ଙ୍କ ଠାରୁ ବୟସ୍କ ସମସ୍ତ ବର୍ଗଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।  ଗତ କାଲି ଜୟନ୍ତୀ ପାଳନ ର ଦ୍ବିତୀୟ ପର୍ଯ୍ୟାୟର କାର୍ଯ୍ୟକ୍ରମ ରେ ଝଣ୍ଡା ଦୈଡ, ପିକ ଦି ବଲ, ଡଲ ରେଶ, ବେଲୁନ ଗ୍ଲାସ୍,ତକିଆଫେକୋ, ପିରାମିଡ୍ ରେଶ ରେମ୍ପ ଶୋ, କଲ ଆଜ କଲ ପ୍ରଭୃତି ପାରିବାରିକ ସାଂସ୍କୃତିକ ଖେଳ ଓ ନୃତ୍ୟ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।  ମାରୱାଡ଼ି ସମାଜ ର ସଭାପତି ଅମରଦୀପ ଅଗ୍ରୱାଲ ମୁଖ୍ଯ ଅତିଥି ଭାବରେ ଯୋଗଦାନ ଦେଇଥିବା ବେଳେ ବିଚାରକ ଭାବରେ ବରଗଡ଼ ରୁ ରିଙ୍କୁ ସାହୁ, ସୋହେଲା ରୁ ଦେବ ମିତ୍ତଲ,ଓ ପ୍ରମୋଦ ପ୍ରମୁଖ ଯୋଗଦାନ ଦେଇ ପ୍ରତିଯୋଗିତା ର ବିଚାର କରି...

ପଦ୍ମପୁର ମିଶନ ଶକ୍ତି କୁ ଦରମା ନାହିଁ , କାର୍ଯ୍ୟାଳୟ ସମ୍ମୁଖରେ ଦେଲେ ଆନ୍ଦୋଳନ ଚେତାବନୀ...

Image
ପଦ୍ମପୁର ମିଶନ ଶକ୍ତି କୁ ଦରମା ନାହିଁ , କାର୍ଯ୍ୟାଳୟ ସମ୍ମୁଖରେ  ଦେଲେ ଆନ୍ଦୋଳନ ଚେତାବନୀ... ବରଗଡ଼,୩୦/୦୯ :  ସମଗ୍ର ରାଜ୍ୟରେ ମହିଳା ସଶକ୍ତିକରଣ ର ଏକ ଦୃଷ୍ଟାନ୍ତ ସାଜିଥିବା  ମିଶନ ଶକ୍ତି ର ମହିଳା ଙ୍କୁ ଆନ୍ଦୋଳନ କରିବାକୁ ପଡୁଛି। ମହିଳାମାନଙ୍କୁ ସଶକ୍ତିକରଣ ଓ  ଆତ୍ମନିର୍ଭରଶୀଳ ହେବାପାଇଁ  ମିଶନ ଶକ୍ତି ମାଧ୍ୟମରେ ସରକାର ସବୁବେଳେ ଉଦ୍ୟମ କରି ଆସୁଛନ୍ତି ଗ୍ରାମୀଣ ମହିଳା ମାନ ଙ୍କୁ ମିଶନ ଶକ୍ତି ମାଧ୍ୟମରେ ରେ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ପାଇଁ ବିପୁଳ ଅନୁଦାନ ଯୋଗାଇ ଦିଆଯାଉଛି।  Ad.. ହେଲେ ବିଗତ  ଏକ ବର୍ଷ ହେଲା ମିଶନ ଶକ୍ତି  ମହିଳା ମାନେ ଦରମା ନ ପାଇ ବହୁ ଅସୁବିଧା ର ସମ୍ମୁଖୀନ ହେଉଥିବା  ଅଭିଯୋଗ ଉଠିଛି। ମିଶନ ଶକ୍ତି ସମସ୍ୟା କୁ ନେଇ ବାରମ୍ବାର ପ୍ରଶାସନ କୁ ଜଣାଇଲେ ମଧ୍ୟ କୌଣସି ପ୍ରକାର ପତିଶୃତି ର ପ୍ରତିଫଳ ଦେଖା ଯାଉ ନାହିଁ ଫଳରେ ସମସ୍ୟା ରେ ଅତିଷ୍ଠ ହୋଇ ଆଜି ପଦ୍ମପୁର ମିଶନ ଶକ୍ତି କାର୍ଯ୍ୟାଳୟ ଠାରେ  ମିଶନ ଶକ୍ତି ମହିଳା ମାନଙ୍କ ଦାବି ଯଦି ସରକାର   ପୂରଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ବୈଠକ ରେ ଚେତାବନୀ ଦେଇଛନ୍ତି।  ମିଶନ ଶକ୍ତି ମହିଳା ଙ୍କ ସମସ୍ୟା କୁ ନେଇ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଉକ୍ତ ବୈଠକରେ ସାମିଲ ହୋଇ ସରକାର ଆଗ ଏହି ମହିଳା ମାନଙ୍କ ବାକି ଥିବା ଦରମା ଟଙ୍କା...

ରାଜବୋରାସମ୍ବର କୃଷକ ସଂଗଠନର ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ...

Image
ରାଜବୋରାସମ୍ବର  କୃଷକ ସଂଗଠନର ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ... ପଦମପୁର,୨୯/୦୯ : ଆଜି ରବିବାର ଦିନ ଅପରାହ୍ନ ୪ ଟା ସମୟରେ ରାଜବୋରାସମ୍ବର କୃଷକ ସଂଗଠନର ଆବାହକ ଅଶୋକ ସାହୁଙ୍କ ସଭାପତିତରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା। ଗତ ତା ୨୮/୦୯/୨୪ ଶନିବାର ଦିନ ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ରଙ୍କ ନାମରେ ଜଣେ ଅଭ୍ୟାସଗତ ଅପରାଧୀ ଓ ଅସାମାଜିକ ବ୍ୟକ୍ତି ତଥା ସମାଜ ପ୍ରତି ବିପଦପୂର୍ଣ୍ଣ ଅଟନ୍ତି।           Ad.. ନିଜକୁ ଚାଷୀ ନେତା କହି ନିରୀହ ଚାଷୀ ମାନଙ୍କ ଠାରୁ ଚାନ୍ଦା ଅସୁଲ କରୁଛନ୍ତି, ଲୋକଙ୍କୁ ବିଜୁଳି ବିଲ ନ ଦେବାକୁ ପ୍ରେତ୍ସାହିତ କରି ମିଟର ଗୁଡାକ ଖୋଲି ଦେବା ପାଇଁ ଉସକାଉଛନ୍ତି, ବିଭିନ୍ନ ସରକାରୀ ଯୋଜନା ଗୁଡିକୁ ଲାଗୁ କରିବାରେ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି ।  ଏହିପରି ଭିତଥିହୀନ ମିଥ୍ୟା ତଥା କପୋଳକଳ୍ପିତ କରି ବରଗଡ ଟାଉନ ପୋଲିସ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର ଙ୍କ ନାମରେ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୨୯ କ୍ରମେ ଏକ ବର୍ଷ ପାଇଁ ତାଙ୍କର ଗତି ଵିଧିକୁ ନିୟନ୍ତ୍ରଣ କରିବା ସକାଶେ ବରଗଡ ଉପଜିଲ୍ଲାପାଳଙ୍କ ଅଦାଲତରେ ଆବେଦନ କରିଛନ୍ତି।  ସର୍ବଶମ୍ମତି କ୍ରମେ ବରଗଡ ଟାଉନଥାନା ଅଧିକାରୀଙ୍କ ଏତାଦୃଶା ଅଭିଯୋଗ କୁ ରାଜବୋରାସମ୍ବର କୃଷକ ସଂଗଠନ ଦୃଢ଼ ସ୍ୱରରେ ନିନ୍ଦା କରୁଅଛି। କୃଷକ ସଂଗଠନଗୁଡିକ ବର୍ଷସାରା ସର...

ନୃସିଂହନାଥ କୋଶଳ କଳାକାର ସଂଘ ନୂଆଁଖାଇ ଭେଟଘାଟ...

Image
ନୃସିଂହନାଥ କୋଶଳ କଳାକାର ସଂଘ ନୂଆଁଖାଇ ଭେଟଘାଟ... ପାଇକମାଳ,୨୯/୦୯ : ପାଇକମାଳ ବ୍ଳକ ମନଭଙ୍ଗ ଡ଼୍ୟାମ ଦୁର୍ଗେଇ ଦେବୀଙ୍କ ମଣ୍ଡପ ନିକଟରେ ନୃସିଂହନାଥ କୋଶଳ କଳାକାର ସଂଘ ଓ ସଂକୀର୍ତ୍ତନ କଳାକାରମାନଙ୍କ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ହୋଇଯାଇଛି।                Ad.. ପାନାଲାଲ ସେଠଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ କୋଶଳ କଳାକାର ସଂଘ ସଭାପତି ଟାଇଲ ଚନ୍ଦ୍ର ଭୋଇ ଓ ସମ୍ମାନୀତ ଅତିଥି ସମାଜସେବୀ ବଡ଼ ଶତପଥୀ, ବୟୋଜ୍ୟେଷ୍ଠ କଳାକାର ଶାନ୍ତିଲତା ପ୍ରଧାନ ଯୋଗ ଦେଇ ଆଞ୍ଚଳିକ ସଂକୀର୍ତ୍ତନ ଦଳ ଗୁଡିକ ଏକଜୁଟ ହୋଇ ଆଗାମୀ ଦିନରେ ମିଳିମିଶି କାମ କଲେ ସଂଘ ଶକ୍ତିଶାଳୀ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।  ପଦ୍ମନ ପ୍ରଧାନ ଅତିଥି ପରିଚୟ ଦେଇଥିବା ବେଳେ ନରୋତ୍ତମ ଦାସ ସ୍ବାଗତ ଭାଷଣ ଦେଇ ସଭା ପରିଚାଳନା କରି ଥିଲେ। ଏଥିରେ ୮୫ ଗୋଟି ଆଞ୍ଚଳିକ ସଂକୀର୍ତ୍ତନ ଦଳଯୋଗ ଦେଇଥିଲେ। ମା ଦୁର୍ଗା ଦେବୀଙ୍କୁ ପୁଜା କରା ଯାଇ ନୁଆଁ ପ୍ରସାଦ ଲାଗି ପରେ ସମସ୍ତଙ୍କୁ ବଣ୍ଟନ କରା ଯାଇ ଥିଲା।  ଆଗାମୀ ଦିନରେ ବିରାଟ ସଂକୀର୍ତ୍ତନ ମହାସଭା ପୁରେନା ଗ୍ରାମରେ କରାଯିବା ନେଇ ପ୍ରସ୍ତାବ ଗ୍ରହଣ କରାଗଲା। ସଂଗୀତା ଧରୁଆ, ସରସ୍ବତୀ ଭୋଇ, ଚନ୍ଦ୍ରିକା ବିଶ୍ୱାଳ,ଚନ୍ଦ୍ରମଣି ସାହୁ, ଗୌରାଙ୍ଗ ଭାଇ, ଉସତ ଭାଇ, ବିଶିକେଶନ ଭାଇ  ପ୍ରମୁଖ ଏଥିରେ ସହଯୋଗ କ...

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ମାତୃକର୍ମଶାଳା ଅନୁଷ୍ଠିତ...

Image
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ମାତୃକର୍ମଶାଳା ଅନୁଷ୍ଠିତ... ପଦ୍ମପୁର,୨୯/୦୯ : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର,ପଦ୍ମପୁର ର ଶିଶୁ ବାଟିକା ବିଭାଗର ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଉଦ୍ଘାଟନୀ ଉତ୍ସବ ର ମୁଖ୍ୟ ଅତିଥି ଭାବରେ  କଲେଜର ଅଧ୍ୟାପକ ସନ୍ତୋଷ ସିଂ ଠାକୁର ଦୀପ ପ୍ରଜ୍ୱଳନ ପୂର୍ବକ କର୍ମଶାଳା କୁ ଉଦଘାଟିତ କରି ଶିଶୁ ଶିକ୍ଷା ର ସ୍ୱରୂପ ଓ ପାଠ୍ୟକ୍ରମ ବିଷୟରେ ବୌଦ୍ଧିକ ପ୍ରଦାନ କରିଥିଲେ।        Ad.. ମାତୃ ଭାରତୀର ମାଆ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।ସଭାପତି ଶ୍ରୀଯୁକ୍ତ ପୃଥିରାଜ ସାହୁ ମାର୍ଗ ଦର୍ଶନ କରିଥିଲେ ।  ସମାରୋପ କାର୍ଯ୍ୟକ୍ରମ ରେ ଶିକ୍ଷା ବିକାଶ ସମିତି ବିଦ୍ୱତ ପରିଷଦ ସଭାପତି ଡ଼ଃ ବାଞ୍ଛାନିଧି ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୂଷ୍ପାର୍ଚ୍ଚନା କରି ହିନ୍ଦୁ ଘରର ସଂକଳ୍ପନା ଓ ରୀତିନୀତି ବିଷୟରେ ବିଷଦ ଭାବରେ ଆଲୋକ ପାତ କରିଥିଲେ।  ଗୀତା ଗୁରୁମା କାର୍ଯ୍ୟ କ୍ରମ ର ସଂଯୋଜନା କରିଥିବା ବେଳେ ଶିଶୁ ବାଟିକା ପ୍ରମୁଖ ଶ୍ରୀମତୀ ସୁଜାତା ତ୍ରିପାଠୀ ଉଦ୍ଦେଶ୍ୟ କଥନ ଓ ଧନ୍ୟବାଦ ଅର୍ପଣ କରିଥିଲେ। ୮ଟି କାଳାଂଶରେ ବିଭିନ୍ନ କ୍ରିୟାକଳାପ ରେ ଶିକ୍ଷା ଦାନ ଦିଆଯାଇଥିଲା ।ଉକ୍ତ କାର୍ଯ୍ୟ କ୍ରମରେ ଶିଶୁ ବାଟିକା ବିଭାଗର ୧୧...

ବିଭିନ୍ନ ସ୍ଥାନରେ କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ...

Image
ବିଭିନ୍ନ ସ୍ଥାନରେ କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ... ବଙ୍ଗୋମୁଣ୍ଡା,୨୯/୦୯ : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବଙ୍ଗୋମୁଣ୍ଡା କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ପ୍ରଥମେ ବାଗଦେବୀ ସରସ୍ୱତୀ ଙ୍କ ଫଟୋଚିତ୍ର ରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।  Ad.. ଆୟୋଜିତ କାର୍ଯ୍ୟକ୍ରମ ରେ ସିଆରସିସ ଜିତାମିତ୍ର ବିଶି ଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ଭାବେ ବିଇଓ ବୈକୁଣ୍ଠ ନାଥ ଶବର,ସମ୍ମାନୀୟ ଅତିଥି ଭାବେ ଏବିଇଓ ଅରୁଣ କୁମାର ଯୋଶୀ,ଚୈତନ୍ୟ ଧରୁଆ,ସୋମନାଥ ମଙ୍ଗରାଜ,ପ୍ରଧାନଶିକ୍ଷକ ହୃଦୟବାନ ଛତ୍ରିଆ ପ୍ରମୁଖ  ଅତିଥି ଭାବେ ଯୋଗ ଦେଇଥିଲେ।  ଏହି ଅବସର ରେ ଅଂଚଳ ର ବିଶିଷ୍ଟ ପ୍ରତିଭାବାନ ବ୍ୟକ୍ତି ବିଶେଷ ମାନଙ୍କୁ ମାନପତ୍ର ଓ ଉପ ଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ରୋହିତ ରଣା,ହରିରାମ ସତନାମୀ,ବିନୋଦିନୀ ନାଏକ,ଡୋଲାମଣୀ ରଣା,ସାଧୁ ସୁନା,ବେଣୁଧର ସାହୁ,କୃଷ୍ଣ ତାଣ୍ଡି,ସୁଧାକର ସାହୁ,ତିବ୍ରରାଜ ମେହେର,ଦୁର୍ଗାମଣି ରଣା,ସଞ୍ଜୟ ପ୍ରଧାନୀ,ଯୁଦ୍ଧିଷ୍ଠିର ନାଗ,ମମତା ମେହେର,ପଙ୍କଜ ମେହେର,ଭଜମନ ବିଶ୍ୱାଲ,ହେମନ୍ତ ପ୍ରଧାନ,ଶଶିଭୂଷଣ ଖମାରୀ,କାର୍ତ୍ତିକ ଭୁଏ,ଚୈତନ୍ୟ ମହାନନ୍ଦ,ସମ୍ରାଟ ସାହୁ ,ରୀତା ଶବର ପ୍ରମୁଖ ଙ୍କ ସହ ବହୁ ଶିକ୍ଷକ ଓ ଶିକ୍ଷୟତ୍ରୀ...

କଣ୍ଟାବାଞ୍ଜି ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ...

Image
କଣ୍ଟାବାଞ୍ଜି ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ... କଣ୍ଟାବାଞ୍ଜି,୨୯/୦୯ : କଣ୍ଟାବାଞ୍ଜି ନୋଡାଲ ସ୍କୁଲ୍ ଠାରେ ଆଂଚଳିକ ସାଧନ କେନ୍ଦ୍ର କଣ୍ଟାବାଞ୍ଜି ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମ ରେ କଣ୍ଟାବାଞ୍ଜି ଆଞ୍ଚଳିକ ସାଧନ କେନ୍ଦ୍ର ର ପନ୍ଦର ଟି ସରକାରୀ ଶିକ୍ଷା ଅନୁଷ୍ଠାନ ଅଂଶ ଗ୍ରହଣ କରିଥିଲେ।         Ad.. କଣ୍ଟାବାଞ୍ଜି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ କାର୍ଯ୍ୟକ୍ରମ ଟି କୁ ସଂଯୋଜନା କରି ଥିଲେ,ନୋଡାଲ ସ୍କୁଲ୍ ପ୍ରଧାନ ଶିକ୍ଷୟିତ୍ରୀ ସବିତା ମହାପାତ୍ର ସଭାପତିତ୍ବ କରିଥିବା ବେଳେ କଣ୍ଟାବାଞ୍ଜି ନଗରପାଲ ବରୀୟମ୍ ସିଂ ସାଲୁଜା ମୁଖ୍ୟ ଅତିଥି ରୁବେ ଅଂଶ ଗ୍ରହଣ କରିଥିଲେ। ପ୍ରାଧ୍ୟାପକ ରାଜେଶ ମହାନ୍ତି ମୁଖ୍ୟ ବକ୍ତା ଥିଲା ବେଳେ ରୋହିତ ଅଗ୍ୟୱାଳ ଓ ଓଡିଆ ସିରିଆଲ ଅଭିନେତ୍ରୀ ଜ୍ୟୋତିର୍ମୟୀ କର୍ ମଧ୍ୟ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଥିଲେ। ଶିକ୍ଷୟିତ୍ରୀ ଅଞ୍ଜଳି ମାଝୀ ଓ ତବସୋମ ବେଗମ୍ ମଂଚ ପରି ଚାଲାନା କରିଥିଲେ। ଓଡ଼ିଶାର ଲୋକକଳା ଉପରେ ଛାତ୍ରଛାତ୍ରୀ ମାନଙ୍କ ଭିତରେ ବିଭିନ୍ନ ପ୍ରତିଯୋଗିତା ଯଥା ବିତର୍କ, ରଚନା, ଚିତ୍ରାଙ୍କନ, ସାଧାରଣ ଜ୍ଞାନ, ଦଲଗତ ନୃତ୍ୟ ଆଦି କରାଯାଇଥିଲା।ପରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।  ଉକ୍ତ କାର୍ଯ୍ୟକ୍ରମ କୁ ସଫଳ ରୁପାୟନ କରିବା ପାଇଁ ପ୍ରଧାନ ଶିକ୍ଷକ ଅଶୋକ କୁମାର ତରିଆ, ...

ଆସନ୍ତା ୯ ତାରିଖ ବୁଧବାର ଦିନ ଠାରୁ ପାଞ୍ଚ ଦିନ ଧରି ଅନୁଷ୍ଠିତ ହେବ ପଦ୍ମପୁର ସାର୍ବଜନୀନ ଦୂର୍ଗାପୂଜା ରଞ୍ଜିତା...

Image
ଆସନ୍ତା ୯ ତାରିଖ ବୁଧବାର ଦିନ ଠାରୁ ପାଞ୍ଚ ଦିନ ଧରି ଅନୁଷ୍ଠିତ ହେବ ପଦ୍ମପୁର ସାର୍ବଜନୀନ ଦୂର୍ଗାପୂଜା ରଞ୍ଜିତା... ବରଗଡ଼,୨୯/୦୯ : ରାଜା ରାଜୁଡା ଅମଳରୁ ଚାଳି ଆସୁଥିବା ପଦ୍ମପୁର ବୋଡ଼ା ସମ୍ବର ର ପ୍ରସିଦ୍ଧ ଦୂର୍ଗାପୂଜା ରଞ୍ଜିତା କୁ ଏଥର ଅଧିକ ଆକର୍ଷଣୀୟ କରିବା ପାଇଁ ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାରୁ ପଦ୍ମପୁର ସାର୍ବଜନୀନ ଦୂର୍ଗାପୂଜା କମିଟି ତରଫରୁ ସର୍ବଶେଷ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି।  Ad.. ପଦ୍ମପୁର ରାଜବାଟୀ ସମ୍ମୁଖରେ ଥିବା ଦୂର୍ଗାପୂଜା କମିଟି କାର୍ଯ୍ୟାଳୟ ଠାରେ ଏକ ପ୍ରେସମିଟ ମାଧ୍ୟମରେ ସାର୍ବଜନୀକ ଦୂର୍ଗାପୂଜା କମିଟି ସଭାପତି ପ୍ରତାପ ମିଶ୍ର, ସମ୍ପାଦକ ଯୁଗଲ କିଶୋର ସାହୁ, କୋଷାଧ୍ୟକ୍ଷ ଗୋବିନ୍ଦ ଅଗ୍ରୱାଲ, ସହ କୋଷାଧ୍ୟକ୍ଷ ଶ୍ଯାମଲ ଦାସ ପ୍ରମୁଖ ଙ୍କ ଉପସ୍ଥିତି ରେ ଦୂର୍ଗାପୂଜା ର ସମସ୍ତ ପୂଜାବିଧି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି।  ଆସନ୍ତା ୯.୧୦.୨୦୨୪ ଠାରୁ ପାଞ୍ଚ ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଦୂର୍ଗାପୂଜା ରେ ୯ ତାରିଖ ବୁଧବାର ଷଷ୍ଟି , ଅପରାହ୍ନ ୪ ଘଣ୍ଟା ସମୟରେ ଖଣ୍ଡା ଧୂଆ ଶୋଭାଯାତ୍ରା, ଚକ୍ଷୁ ଦାନ, ୧୦ ତାରିଖ ତାରିଖ ଗୁରୁବାର ଦେବୀଙ୍କ ମହାସ୍ନାନ, ଚଣ୍ଡୀପାଠ ହୋମ, ୧୧ ତାରିଖ ଶୁକ୍ରବାର ଥିବା ୧୨ ଘଣ୍ଟା ରୁ ସନ୍ଧିପୂଜା, କୁଷ୍ମାଣ୍ଡ ବଳି, ୧୨ ତାରିଖ ଶନିବାର କୁମାରୀ ପୂଜାର୍ଚ୍ଚନା ଓ ଆଳତୀ, ୧୩ ତାରିଖ ସକାଳ ୭ ଘଣ୍ଟା ୩...

ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ମହୁଲପାଲି ଗାଁରେ ବିଜେପି ର ସଦସ୍ୟତା ଅଭିଯାନ...

Image
ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ମହୁଲପାଲି ଗାଁରେ ବିଜେପି ର ସଦସ୍ୟତା ଅଭିଯାନ... ବରଗଡ଼,୨୯/୦୯ : ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ମହୁଲ ପାଲି ଗାଁ ରେ ବିଜେପି ତରଫରୁ ସଦସ୍ୟତା ଅଭିଯାନ ଆରମ୍ଭ କରାଯାଇଛି।              Ad.. ଏହି  କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ସାଂସଦ ବୈଜୟନ୍ତ ପଣ୍ଡା , ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ପଦ୍ମପୁର ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୁଏ ପ୍ରମୁଖ ଙ୍କ ସମେତ ଜିଲ୍ଲା ସ୍ତରୀୟ ନେତା ଉପସ୍ଥିତ ରହି ଏହି ଅଭିଯାନରେ ସାମିଲ ହୋଇଥିଲେ। Report : Bijay ku sahu Edited by k.s thakur...

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନୂତନ ପେନସନ ଉଛେଦକରି ପୁରୁଣା ପେନସନ ଲାଗୁକରିବାକୁ ଦାବିପତ୍ର ପ୍ରଦାନ...

Image
ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନୂତନ ପେନସନ ଉଛେଦକରି ପୁରୁଣା ପେନସନ ଲାଗୁକରିବାକୁ ଦାବିପତ୍ର ପ୍ରଦାନ... ବରଗଡ଼,୨୯/୦୯ : ବରଗଡ ଏ. ଡି. ଏମ ମଧୁଛନ୍ଦା ଦାଶଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏନ.ଏମ. ଓ. ପି. ଏସ, ବରଗଡ଼ ତରଫରୁ ରଘୁନାଥ ପୁରୀ ଓ ଶ୍ରୀକାନ୍ତ ବାରିକଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନୂତନ ପେନସନ ଉଛେଦକରି ପୁରୁଣା ପେନସନ ଲାଗୁକରିବାକୁ ଦାବିପତ୍ର ପ୍ରଦାନ କରିଛନ୍ତି। Ad..   ସୂଚନା ଯୋଗ୍ୟ ଯେ କେନ୍ଦ୍ରରେ 1.01.2004ରୁ  ଓ ଓଡିଶା ରେ 01.01.2005 ପରେ ରାଜ୍ୟରେ ନିଯୁକ୍ତି ପାଇଥିବା ପ୍ରତ୍ୟେକ ବିଭାଗର କର୍ମଚାରୀଙ୍କ ପାଇଁ ଲାଗୁକରାଯାଇଛି। ନିକଟରେ କେନ୍ଦ୍ର ସରକାର ଆସନ୍ତା ଜାନୁଆରୀ 2025 ରେ ୟୁନିଫଏଡ଼ ପେନସନ ସ୍କିମ ଲାଗୁକରିବାକୁ ଯାଉଛନ୍ତି।  କର୍ମଚାରୀଙ୍କୁ ଏନ. ପି. ଏସ ଓ ୟୁ. ପି. ଏସ. ଭିତରୁ ଗୋଟିଏ ଚୟନ କରିବାପାଇଁ ଏକ ଆପସନ ରଖୁଛନ୍ତି ଯାହାକି କର୍ମଚାରୀଙ୍କ ପାଇଁ ସମ୍ପୂର୍ଣ୍ଣ କୁତ୍ସିତ ଯୋଜନା। ନିଜେ ମନ୍ତ୍ରୀ, ବିଧାୟକ, ମୁଖ୍ୟମନ୍ତ୍ରୀ, ପ୍ରଧାନ ମନ୍ତ୍ରୀ ଓ ବିଚାର ପତି ମନେ ମଧ୍ୟ ପୁରୁଣା ପେନସନ ନେଉଥିବା ବେଳେ ସାଧାରଣ କର୍ମଚାରୀଙ୍କୁ ନୁଆଁ ଯୋଜନା ଆଳରେ ବାର୍ଦ୍ଧକ୍ୟ ସମୟର ସାମାଜିକ ସୁରକ୍ଷା ପ୍ରତି ଅଣଦେଖା ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରାଯାଉଛି। ଏନ. ପି. ଏସ ଯୋଜନାରେ ଜଣେ କର୍ମଚାରୀ ଅଵସର ପର୍ଯ୍ୟନ୍ତ ନିଜ ଦରମା ଅର୍ଥାତ ପେଟରୁ କାଟି 10% ...

ତୁରେକେଲା କ୍ଳଷ୍ଟର ସ୍ତରୀୟ ସୁରଭି ଶିଶୁ ମହୋତ୍ସବ ଅନୁଷ୍ଠିତ...

Image
ତୁରେକେଲା କ୍ଳଷ୍ଟର ସ୍ତରୀୟ ସୁରଭି ଶିଶୁ ମହୋତ୍ସବ ଅନୁଷ୍ଠିତ... କଣ୍ଟାବାଞ୍ଜି,୨୮/୦୯ : ତୁରେକେଲା ବ୍ଲକ ଅନ୍ତର୍ଗତ ତୁରେକେଲା କ୍ଳଷ୍ଟର ସ୍ତରୀୟ ସୁରଭି ଶିଶୁ ମହୋତ୍ସବ ଆଶ୍ରମ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା।ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢିହାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତୁରେକେଲା କ୍ଳଷ୍ଟର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଜଳନ୍ଧର ମହାକୁଡ଼, ସରପଞ୍ଚ, ମୁଖ୍ୟ ଅତିଥି, ଶିଶୁ ସାହିତ୍ୟିକ ଡ.ଯୂଗଳ କିଶୋର ଷଡ଼ଙ୍ଗୀ, ମୁଖ୍ୟ ବକ୍ତା, ସମ୍ମାନିତ ଅତିଥି ଭାବରେ ପ୍ରମୋଦ କୁମାର ମହାପାତ୍ର, ସମିତି ସଭ୍ୟ, ସାହିତ୍ୟିକ ଜ୍ୟୋତି ପ୍ରକାଶ ଗଡ଼ତ୍ୟା,ଡ.ନାରାୟଣ ମିଶ୍ର, ଥମିର ଛତ୍ରିଆ,ସୁଶାନ୍ତ ନାୟକଯୋଗ ଦେଇଥିଲେ।           Ad.. କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ ଓ ଅତିଥି ପରିଚୟ ବିରଞ୍ଚି ନାରାୟଣ ଦାଶ,ଶିକ୍ଷକ ପାର୍ଥବ ମହାନନ୍ଦ ସଭା ପରିଚାଳନା,ଶିକ୍ଷକ ମାନସ ରଞ୍ଜନ ଜାଲ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କ୍ଳଷ୍ଟର ତରଫରୁ ବାଲସାହିତ୍ୟ ପୁରସ୍କାର ପ୍ରାପ୍ତ ଡ.ଯୁଗଳ କିଶୋର ଷଡ଼ଙ୍ଗୀଙ୍କୁ ଉପଢୌକନ ଓ ସମ୍ବର୍ଦ୍ଧନା ପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ତାପରେ ବିଭିନ୍ନ ପ୍ରତଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ କ୍ଳଷ୍ଟରର ଶିକ୍ଷକ ସୁ...

ବରଗଡ଼ ଠାରେ ଭଗତ ସିଂହ ଙ୍କ ଜୟନ୍ତୀ ପାଳନ...

Image
ବରଗଡ଼ ଠାରେ ଭଗତ ସିଂହ ଙ୍କ ଜୟନ୍ତୀ ପାଳନ... ବରଗଡ଼,୨୮/୦୯ : ଆଜି ସ୍ଥାନୀୟ ଗୁରୁଦ୍ୱାରା ଛକ ସ୍ଥିତ ସହିଦ ଭଗତ ସିଂ ମାର୍ଗ ଠାରେ ଭଗତ ସିଂ ଙ୍କ ଜୟନ୍ତୀ ପାଳନ ଅବସରରେ ତାଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସ୍ମୃତି ଚାରଣ କରାଯାଇଛି।              Ad.. ଏହି ଅବସର ରେ ଓଡିଶା ଅଭିଭାବକ ମହାସଂଘ ବରଗଡ଼ ଜିଲ୍ଲାର ସଭାପତି ବିମଳ କୁମାର ଦାଶ, ସାରଥୀ ମେହେର, ବାଲ୍ମିକୀ ଷଡ଼ଙ୍ଗୀ, ଆଶୁତୋଷ ରଥ, ଜୋଷ୍ନା ପାଇକ, ରଞ୍ଜିତା ମାହାନା, ବୃନ୍ଦାବନ ବେହେରା, ସପ୍ତଶ୍ରୀ ମିଶ୍ର, ଜଟାଧାରୀ ପ୍ରଧାନ, ଉମେଶ ପ୍ରଧାନ, ନାଭ ଚୌଭାନ, ଦିବାକର ମାଝୀ,ଗୁରୁଦ୍ୱାରା କମିଟି ର ସଭାପତି ସୁଖୱନ୍ତ ସିଂ...  ହରଦୀପ ସିଂ ତଥା ଶିଖ ସମ୍ପ୍ରଦାୟ ର ଅନେକ ସଦସ୍ୟ ଉପସ୍ଥିତ ରହି ଏହି ପୁଣ୍ୟ ଆତ୍ମା ଙ୍କ ଫୋଟୋ ଚିତ୍ର ରେ ପୁଷ୍ପ ଅର୍ପଣ କରି ତାଙ୍କ ପ୍ରତି ନିଜ ଶ୍ରାଦ୍ଧ ସୁମନ ଜ୍ଞାପନ କରିଥିଲେ। ସହଦ ଭଗତ ସିଂହ ଅମର ରହେ ଧାରାରେ ପ୍ରକମ୍ପିତ ହୋଇ ଉଠିଥିଲା ସମଗ୍ର ଗୁରୁଦ୍ୱାର ଅଚଳ। Report : Bijay ku sahu Edited by k.s thakur...

ପୁଣି ଜୀବନ ନେଲା ବିଜୁ ଏକ୍ସପ୍ରେସୱେ : ବେଆଇନ ଡିଭାଇଡର ଭଙ୍ଗା ଘଟଣା ରେ ପ୍ରଶାସନ ନିରବ କାହିଁକି ?

Image
ପୁଣି ଜୀବନ ନେଲା ବିଜୁ ଏକ୍ସପ୍ରେସୱେ : ବେଆଇନ ଡିଭାଇଡର ଭଙ୍ଗା ଘଟଣା ରେ ପ୍ରଶାସନ ନିରବ କାହିଁକି ? ବରଗଡ଼,୨୮/୦୯ : ପୁଣି ବେଆଇନ  ଡିଭାଇଡର ନେଲା ଜୀବନ। ଗତ କାଲି ବିଜୁ ଏକ୍ସପ୍ରେସୱେ ରେ ଟ୍ରକ ଚାପା ରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ କୁ ଜଣକ ଲଖମରା ଲୁହୁରାକୋଟ ଗାଁ ର ବୋଲି ଜଣାପଡିଛି।  Ad.. ବରଗଡ଼ ଜିଲ୍ଲା ପଦ୍ମପୁର ସହର ଦେଇ ଯାଇଥିବା ବିଜୁ ଏକ୍ସପ୍ରେସୱେ ର ଡିଭାଇଡର କୁ ବହୁ ସ୍ଥାନରେ ବେଆଇନ ଭାବରେ ଭଙ୍ଗାଯାଇ ବ୍ଯବସାୟ ପ୍ରତିଷ୍ଠାନ , ସ୍କୁଲ କୁ ଯୋରଜବଦସ୍ତ ସହ ରାସ୍ତା ର ସୁବିଧା କରାଯାଇଥିବା ଯୋଗୁଁ ବିଭିନ୍ନ ସମୟରେ ଛୋଟ ବଡ ଦୂର୍ଘଟଣା ମାନ ଘଟି ଅନେକ  ଜୀବନ ହାନି ଘଟିଥିବା ବେଳେ ଅନେକ ଆହତ ହେଉଛନ୍ତି।  ପଦ୍ମପୁର ମହୁଲପାଲି ଠାରୁ ବରିକେଲ ପ୍ରାୟ ୧୦ କିଲୋମିଟର ଦୂରତା ଭିତରେ ୧୦ ଗୋଟି ସ୍ଥାନରେ ବେଆଇନ ଭାବରେ ଡିଭାଇଡର ଭଙ୍ଗା ଯାଇଥିବା ବେଳେ ୧୦ ଗୋଟି ସ୍ଥାନରେ ରାସ୍ତା ନିର୍ମାଣ ବିଭାଗ ତରଫରୁ ଡିଭାଇଡର ତିଆରି ହୋଇଛି ହେଲେ କୈାଣସି ସ୍ଥାନରେ ବିଭାଗ ତରଫରୁ ସଚେତନତା ସୂଚନା ଫଳକ ନଥିବା ରାତିରେ ଡିଭାଇଡର ପାଇଁ ଆଲୋକ ଓ ରାତ୍ରୀ କାଳିନ ଫଳକ ଟିଏ ନାହିଁ ଦୂର୍ଘଟଣା ଘଟି ଜୀବନ ଯାଉଛି।  ଗତ ଏକ ମାସ ମଧ୍ୟରେ ବେଆଇନ ଡିଭାଇଡର ଭଙ୍ଗା ଯୋଗୁଁ ଦୁଇ କର ଜୀବନ ଯାଇଥିବାବେଳେ ୫ ଜଣ ଦୂର୍ଘଟଣା ଯୋଗୁଁ ଆହତ ହୋଇଛନ୍ତି। ଏଥିପାଇଁ ନାଁ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇଛି ନା ପୋଲିସ ପଦ...

ପଦ୍ମପୁର ସହରବାସୀ ଙ୍କ ପାଇଁ ବସଷ୍ଟାଣ୍ଡ ନାହିଁ ରାସ୍ତା କଡ଼ରେ ଭଲଭୋ ବସସେବା...

Image
ପଦ୍ମପୁର ସହରବାସୀ ଙ୍କ ପାଇଁ ବସଷ୍ଟାଣ୍ଡ ନାହିଁ ରାସ୍ତା କଡ଼ରେ ଭଲଭୋ ବସସେବା... ବରଗଡ଼,୨୮/୦୯ : ବରଗଡ଼ ଜିଲ୍ଲା ପଦ୍ମପୁର ସହରରେ ବସ୍ ଷ୍ଟାଣ୍ଡ ନାହିଁ। ରାଜାରାଜୁଡ଼ା ଅମଳରୁ ଚଳି ଆସୁଥିବା ସରକାରୀ ବସଷ୍ଟାଣ୍ଡ ଏବେ ଖତଗଦା ହୋଇ ନାମକୁ ମାତ୍ର ରହିଛି। ରାସ୍ତା ଉପରେ ଘରୋଇ ବସଷ୍ଟାଣ୍ଡ। ଭେଉରିଆଛକ ର ରାସ୍ତା ଉପରେ ରହୁଛି ସମସ୍ତ ବସ୍ ଫଳରେ ଟ୍ରାଫିକ ସମସ୍ୟାରେ ପଡ଼ିଛନ୍ତି ସାଧାରଣ ଜନତା।  Ad.. ପୂର୍ବରୁ ଯେଉଁ ସରକାରୀ ବସଷ୍ଟାଣ୍ଡ ଥିଲା ଏବେ ସେଠାରେ ସରକାରୀ ଅଚଳ ବସ୍ ଭର୍ତ୍ତି ହୋଇ ପଡିଛି। ବସ୍ ଚଳାଚଳ ସଂଖ୍ୟା ଅନୁପାତରେ ବଢ଼ିବାରେ ଲାଗିଛି ବସ୍ । ବସଷ୍ଟାଣ୍ଡ ନ ଥିବାରୁ ରାସ୍ତା ଉପରେ ରହୁଛି ସମସ୍ତ ବସ୍ ଏପରିକି ଏଇ କିଛିଦିନ ହେବ ପଦ୍ମପୁର ରୁ ରାଜଧାନୀ ଓ ପୁରୀ ଜଗନ୍ନାଥଧାମ କୁ ଭଲଭୋ ବସ୍ ସେବା ଆରମ୍ଭ ହୋଇଛି ହେଲେ ସରକାରୀ ବସଷ୍ଟାଣ୍ଡ କୁ ଯାଗା ଅଭାବରୁ ପ୍ରବେଶ କରିପାରୁ ନଥିବା ରୁ ରାଜବାଟୀ ସମ୍ମୁଖରେ ଅଟକି ରହୁଛି।  ସନ୍ଧ୍ୟା ରେ ରାଜଧାନୀ ଯିବାପାଇଁ ସରକାରୀ ଭଲଭୋ ବସ ହେଉକି ଘରୋଇ ସାଧାରଣ ବସ୍ ରାସ୍ତା  ଉପରେ ରହୁଛି। ଗତ ବିଜେଡି ସମୟରେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଏକ ଏକର ନବେ ଡିସମିଲ ସ୍ଥାନ ବରଗଡ଼ ଆରଟିଓ ଙ୍କୁ ହସ୍ତାନ୍ତର କରାଯାଇଥିବା କଥା ପ୍ରଚାର କରାଯାଇଛି ହେଲେ ପ୍ରକୃତ ରେ ତାହା ସତ ନା ମିଛ ଲୋକ ଜାଣିପାରି ନାହାନ୍ତି।  କାଗଜ ପତ୍ରରେ କୈାଣସି ନିର୍ଦ୍ଦେଶନାମା ନାହିଁ ।...

ଡଙ୍ଗରପଡ଼ା କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ...

Image
ଡଙ୍ଗରପଡ଼ା କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ... ଦେଓଗାଁ,୨୭/୦୯ : ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଡଙ୍ଗରପଡ଼ା କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରାଧାମୋହନ ମିଶ୍ର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭା ରେ ମୁଖ୍ୟ ଅତିଥି ରୂପେ  ଧଣ୍ଡାମାଲ ସରପଞ୍ଚ ଶ୍ରୀମତୀ ସଞ୍ଜୁ ଶିକା ,ସମ୍ମାନିତ ଅତିଥି ରୂପେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଦାଶରଥି ଥନାପତି,ଓ ମୁଖ୍ୟ ବକ୍ତା ରୂପେ ଧଣ୍ଡମାଳ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଶାନ୍ତ ଯୋଶୀ ଯୋଗ ଦେଇଥିଲେ।            Ad.. ସି ଆର ସି ସି ସତ୍ୟନାରାୟଣ ସେନାପତି ସୁରଭି କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ, ସହକାରୀ ଶିକ୍ଷକ କଣ୍ଡୁରି ରାଉତ ଓ ପଞ୍ଚାନନ ଭୋଇ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ। ଡଙ୍ଗର ପଡା କ୍ଲଷ୍ଟର୍ ର ଏଗାର ଟି ବିଦ୍ୟାଳୟ ର ସମସ୍ତ ପ୍ରଧାନ ଶିକ୍ଷକ ଓ ଗାଇଡ ଶିକ୍ଷକ ଓ ପ୍ରତିଯୋଗୀ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ  ବରିଷ୍ଠ ଶିକ୍ଷକ ସୁଶାନ୍ତ ସାହୁ ,ଜଗଦୀଶ ପଧାନ, ପ୍ରଦୀପ ଜେନା,ବିଧାନ ସେଠ୍,ନିକୁଞ୍ଜ ହରପାଳ,ସୁଜ୍ଞାନ ସେଠ୍,ହିମାଂଶୁ ନାଗ,ପଞ୍ଚୁ ଭୋଇ,ଆକୁଳ ପଧାନ ପ୍ରମୁଖ ଯୋଗ ଦେଇଥିଲେ।ପରିଶେଷ ରେ ସହକାରୀ ଶିକ୍ଷକ ଦୟାନିଧି ପାତ୍ର ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ। Edited by k.s th...

ଅନାସ୍ଥା ପ୍ରସ୍ତାବରେ କଟିଲେ ନୀଳଗିରି ଏନ୍‍ଏସି ଅଧ୍ୟକ୍ଷା...

Image
ଅନାସ୍ଥା ପ୍ରସ୍ତାବରେ କଟିଲେ ନୀଳଗିରି ଏନ୍‍ଏସି ଅଧ୍ୟକ୍ଷା... ନୀଳଗିରି,୨୭/୦୯ : ବାଲେଶ୍ୱର ଜିଲା ନୀଳଗିରି ଏନ୍‍ଏସି ଅଧ୍ୟକ୍ଷା ଅମ୍ବିକା ଦାସ ଅନାସ୍ଥାରେ ପରାଜିତ ହୋଇଛନ୍ତି। ନୀଳଗିରି ଉପଜିଲାପାଳ ଶୁଭଶ୍ରୀ ରଥଙ୍କ ତତ୍ୱାବଧାନରେ ଶୁକ୍ରବାର ଏହି ଭୋଟିଂ ପ୍ରକ୍ରିୟା ଚାଲିଥିଲା। ୧୦ଜଣ କାଉନସିଲର ଅନାସ୍ଥା ସପକ୍ଷରେ ଭୋଟ ଦେଇଥିବାବେଳେ ୮ନଂ କାଉନସିଲର ସୁଚିସ୍ମିତା ବେହେରା ବିପକ୍ଷରେ ମତ ଦେଇଛନ୍ତି।            Ad.. ସେହିପରି ୭ନଂଓ ୧୩ନଂ କାଉନସିଲର ଏହି ଭୋଟିଂରେ ଅଂଶଗ୍ରହଣ କରି ନଥିଲେ, ଯେଉଁଥିପାଇଁ ଏନଏସି ଅଧ୍ୟକ୍ଷା ଅମ୍ବିକା ଦାସ ଅନାସ୍ଥାରେ ପରାଜିତ ହୋଇଛନ୍ତି। ଅପରପକ୍ଷରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ଏହାକୁ ଧର୍ମର ଜୟ ବୋଲି କହିଛନ୍ତି। ବିଜୟୀ ପରେ ବିଜେପି ସମର୍ଥକମାନେ ବାଣ ଫୁଟାଇ ଜୟ ବିଜେପି ଜୟ ଶ୍ରୀରାମ ନାରା ଦେଉଥିବା ପରିଲକ୍ଷିତ ହୋଇଛି। ବାଲେଶ୍ୱର ଜିଲାର ନୀଳଗିରି ଏନ୍‍ଏସି ଅଧ୍ୟକ୍ଷା ଅମ୍ବିକା ଦାସଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିବାପରେ ଏନେଇ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବାବେଳେ ଅଧ୍ୟକ୍ଷା ପୁଣିଥରେ ହାଇକୋର୍ଟରେ ମଧ୍ୟ ଦ୍ୱାରସ୍ଥ ହୋଇଥିଲେ। ଅମ୍ବିକା ଦାସ ନିଜ ଦାୟିତ୍ୱରେ ଅବହେଳା କରିବା, ୱାର୍ଡ଼ ପ୍ରତି ପକ୍ଷପାତିତା କରୁଥିବା ନେଇ ପୂର୍ବରୁ ୧୧ଜଣ କାଉନସିଲର ଅଭିଯୋଗ କରିଥିଲେ।  ଏପରିକି ...

ଜିଲ୍ଲା ସ୍ତରୀୟ ବିଶ୍ଵ ପର୍ଯ୍ୟଟନ ଦିବସ ପାଳିତ : ଛାତ୍ରଛାତ୍ରୀଙ୍କୁ ନେଇ ଆୟୋଜିତ ହେଲା କୁଇଜ ପ୍ରତିଯୋଗିତା...

Image
ଜିଲ୍ଲା ସ୍ତରୀୟ ବିଶ୍ଵ ପର୍ଯ୍ୟଟନ ଦିବସ ପାଳିତ : ଛାତ୍ରଛାତ୍ରୀଙ୍କୁ ନେଇ  ଆୟୋଜିତ ହେଲା  କୁଇଜ ପ୍ରତିଯୋଗିତା... ବରଗଡ଼,୨୭/୦୯ : ବିଶ୍ଵ ପର୍ଯ୍ୟଟନ ଦିବସ ଅବସରରେ ଜିଲ୍ଲା ପର୍ଯ୍ୟଟନ ବିଭାଗ ଦ୍ଵାରା ସ୍ଥାନୀୟ ସଂସ୍କୃତି ଭବନଠାରେ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସାଧାରଣ ସଭା ଏବଂ କୁଇଜ ପ୍ରତିଯୋଗିତା ଆୟୋଜିତ ହୋଇଛି ।  Ad.. ପର୍ଯ୍ୟଟନ ଅଧିକାରୀ ପ୍ରମୋଦ କୁମାର ସିଂଙ୍କ ନେତୃତ୍ଵରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସ୍ଲା, ଜିଲ୍ଲା ସଂସ୍କୃତି ଅଧିକାରୀ ତାହିର ହୁସେନ ଏବଂ ଜିଲ୍ଲା ଉଦ୍ୟାନ କୃଷି ଅଧିକାରୀ ଗୋବିନ୍ଦ ଚନ୍ଦ୍ର ପଣ୍ଡା ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ପର୍ଯ୍ୟଟନ ଦିବସ ପାଳନର ତାତ୍ପର୍ଯ୍ୟ ବୁଝାଇବା ସହ ବରଗଡ ଜିଲ୍ଲାରେ ଲୁକ୍କାୟିତ ଭାବେ ଥିବା ପର୍ଯ୍ୟଟନ ସ୍ଥଳ ଗୁଡିକୁ ସୋସିଆଲ ମେଡିଆ ମାଧ୍ୟମରେ ଲୋକଲୋଚନକୁ ଆଣିବା ଏବଂ ପର୍ଯ୍ୟଟନ ସ୍ଥଳକୁ ସଫା ରଖିବାକୁ କହିଥିଲେ।  ଏହି ଅବସରରେ ଆୟୋଜିତ ହୋଇଥିବା କୁଇଜ ପ୍ରତିଯୋଗିତାକୁ  କୁଇଜ ମାଷ୍ଟର ଶ୍ରୀମତୀ ସୁଷମା ଦାଶ ଏବଂ ଶ୍ରୀମତୀ ସୁଜାତା ମଲ୍ଲିକ ପରିଚାଳନା କରିଥିଲେ । ପ୍ରତିଯୋଗିତାରେ କନିଷ୍ଠ ବିଭାଗରେ ୧୩ ଗୋଟି ବିଦ୍ୟାଳୟ ଏବଂ ବରିଷ୍ଠ ବିଭାଗରେ ୯ ଗୋଟି ମହାବିଦ୍ୟାଳୟ...

ପଦ୍ମପୁର ଉପଖଣ୍ଡ ରେ ସ୍କ୍ରବ ଟାଇଫସ୍ ଚିହ୍ନଟ ଘଟଣା ପ୍ରତିକାର ନ ହେଲେ ଆନ୍ଦୋଳନ ଚେତାବନୀ ଦେଲା କୃଷକ ସଂଗଠନ...

Image
ପଦ୍ମପୁର  ଉପଖଣ୍ଡ ରେ ସ୍କ୍ରବ ଟାଇଫସ୍ ଚିହ୍ନଟ ଘଟଣା ପ୍ରତିକାର ନ ହେଲେ ଆନ୍ଦୋଳନ ଚେତାବନୀ ଦେଲା କୃଷକ ସଂଗଠନ... ବରଗଡ଼,୨୭/୦୯ : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସରକାରୀ ଡାକ୍ତରଖାନା ରେ ୩୪ ଜଣ ସ୍କ୍ରବ ଟାଇଫସ ଚିହ୍ନଟ ହେବାପରେ ସ୍ବାସ୍ଥ୍ୟ ବିଭାଗ ର କୈାଣସି ଆଖି ଦୁସିଆ ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ରାଜବୋଡାସମ୍ବର କୃଷକ ସଂଗଠନ ଆଇନ ପରାମର୍ଶଦାତା ଅଜିତ ଶତପଥୀ ସରକାର ଙ୍କୁ ପଦ୍ମପୁର ଅଂଚଳ ପ୍ରତି ଅବହେଳା ପ୍ରଦର୍ଶନ କରାଯାଉ ଥିବାରୁ ଆଗାମୀ ଦିନରେ ବଡ ଧରଣର ଆନ୍ଦୋଳନ ଚେତାବନୀ ଦେଇଛନ୍ତି।            Ad.. ଆଇନଜୀବୀ ଶ୍ରୀ ଶତପଥି ଦାବି କରୁଛନ୍ତି ଯେ ସ୍କ୍ରବ ଟାଇଫସ ଏକ ମାରାତ୍ମକ ରୋଗ ଏହାର ପ୍ରଭାବରେ ସଂପୂର୍ଣ୍ଣ ଶରୀର ର ସିଷ୍ଟମ ଫେଲ ମାରି ଶେଷରେ ନିରିହ ଶରୀର ର ମୃତ୍ୟୁ ଘଟୁଛି। ମୁଖ୍ୟ କରି ଚାଷୀ ଙ୍କ ପ୍ରତି ବିପଦ ରହୁଛି। କୀଟ ଦ୍ବାରା ଏହି ଟାଇଫସ ରୋଗ ବଢ଼ିବାରେ ଲାଗୁଛି। ଏହି ରୋଗ ଚିହ୍ନଟ ହେବା ପରେ ଚିକିତ୍ସା ବିଳମ୍ବ ହୋଇ ସାରୁଛି ଓ ଚିହ୍ନଟ ଜନିତ ଚିକିତ୍ସା ଟି ସାଧାରଣ ଚାଷୀ ଙ୍କ ପାଇଁ ବ୍ୟୟବହୁଳ ହେଉଛି ଫଳରେ ଚାଷୀ ଚିକିତ୍ସା ଅଭାବରୁ ମୃତୁ ମୁଖରେ ପଡିବା ଭଲି ସମସ୍ୟା ଦେଖାଦେଉଛି।  ସରକାରଙ୍କ ତରଫରୁ ଏହି କୀଟ ଜନିତ କ୍ରପ୍ସ ଟାଇଫସ ରୋଗ ରେ ମୃତ୍ୟୁ ବରଣ ହେଲେ ଅନ୍ୟୁନ ୬ ଲକ୍ଷ ଟଙ୍କା ସରକାର କ୍ଷତିପୂରଣର ଦିଅନ୍ତୁ ବୋଲି ଦାବି କରିଛନ୍ତି।...

ସରକାରୀ ଯୋଜନା କାର୍ଯ୍ୟକାରୀ ହେଲେ ଓଡ଼ିଶାରୁ ଗରିବୀ ହଟିବ: ମୁଖ୍ୟମନ୍ତ୍ରୀ...

Image
ସରକାରୀ ଯୋଜନା କାର୍ଯ୍ୟକାରୀ ହେଲେ ଓଡ଼ିଶାରୁ ଗରିବୀ ହଟିବ: ମୁଖ୍ୟମନ୍ତ୍ରୀ... ଭୁବନେଶ୍ବର,୨୭/୦୯ : ଆଜି ଲୋକସେବା ଭବନରେ ଜିଲ୍ଲାପାଳ ସମ୍ମିଳନୀ ଅନୁଷ୍ଠିତ ହେଉଛି। ଏଥିରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଜିଲ୍ଲାପାଳଙ୍କ ନିକଟରେ ଲୋକଙ୍କ ସମସ୍ୟା ସମାଧାନ ହୁଏ। ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଲୋକଙ୍କ ସେବା କରିବାକୁ ଲକ୍ଷ୍ୟ ରଖିଛି।          Ad.. ସରକାରୀ ଯୋଜନାର ସଫଳ ରୂପାୟନ ଓ କାର୍ଯ୍ୟକାରୀ ଜିଲ୍ଲାପାଳଙ୍କ ହାତରେ। ସରକାରଙ୍କ ଯୋଜନା ତୃଣମୂଳସ୍ତରରେ ପହଞ୍ଚାଇବା ଜିଲ୍ଲାପାଳଙ୍କ ଦାୟିତ୍ବ।ସରକାର ଓ ଲୋକଙ୍କ ମଧ୍ୟରେ ମୁଖ୍ୟ ସେତୁ ହେଉଛନ୍ତି ଜିଲ୍ଲାପାଳ। ସରକାରୀ ଯୋଜନା କାର୍ଯ୍ୟକାରୀ ହେଲେ ଓଡ଼ିଶାରୁ ଗରିବୀ ହଟିବ।ରାଜଧାନୀକୁ ଛାଡ଼ିଦେଲେ ଅନ୍ୟ ସବୁଠି ସରକାର କହିଲେ ଜିଲ୍ଲାପାଳ। ଥାନା ଓ ଶିକ୍ଷାନୁଷ୍ଠାନକୁ ଯିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେଠାରେ କୌଣସି ତ୍ରୁଟିବିଚ୍ୟୁତି ଦେଖିଲେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ଏହି ସମୟରେ ସେ ନିଜ ସହ ଘଟିଥିବା ଏକ ଘଟଣାର ଅବତାରଣା କରିବାକୁ ଭୁଲିନଥିଲେ। ସେ କହିଛନ୍ତି,  ପୂର୍ବ ସରକାରରେ ଥାନା ଅଧିକାରୀଙ୍କ ବ୍ୟବହାର ଅତି କଠୋର ଥିଲା। ବିଧାୟକ ଭାବେ ଏକ ଅଭିଯୋଗ ନେଇ ଥାନାକୁ ଯାଇଥିଲି। ଆଇଆଇସି ଅଭିଯୋଗ ଶୁଣିବା ପୂର୍ବରୁ ଥାନାକୁ ଆସିବାର ଅଧିକା...

ଲଭ୍, ସେକ୍ସ ଓ ଧୋକା : ପୀଡ଼ିତା କୁ ପୋଲିସ ଥାନା ରୁ ମିଳିଲା ନାହିଁ ନ୍ୟାୟ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ତ...

Image
ଲଭ୍, ସେକ୍ସ ଓ ଧୋକା : ପୀଡ଼ିତା କୁ ପୋଲିସ ଥାନା ରୁ ମିଳିଲା ନାହିଁ ନ୍ୟାୟ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ତ... କଣ୍ଟାବାଞ୍ଜି,୨୭/୦୯ : କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ତୁରେକେଲା ପୋଲିସ ଥାନା ଅର୍ନ୍ତଗତ ତେତେଲ ଖୁଟି ଗ୍ରାମ ର ଜଣେ ୧୯ ବର୍ଷୀୟ ଝିଅ ସହିତ ପ୍ରେମ ଓ ପରେ ବିବାହ ପ୍ରତିଶ୍ରୁତି ଦେଇ ଯୌନ ଶୋଷଣ କରି ଛାଡ଼ି ଦେଇଥିବା ଅଭିଯୋଗ।  Ad.. ପୀଡିତ ଝିଅ ଓ ତାଙ୍କ ସମ୍ପର୍କୀୟ ଙ୍କ ସୂଚନା ଅନୁସାରେ ଗତ ଜୁଲାଇ ମାସ  ୨୬ ତାରିଖ ଦିନ ଚଦ୍ମ ନାମ ମିଥିଳା ସେହି ଗ୍ରାମ ର ଜସ୍ରାମ ବଞ୍ଛୋର୍ ନାମକ ଜଣେ ଯୁବକ ସହିତ ପ୍ରେମ ସମ୍ବନ୍ଧ ଓ ବିବାହ ପ୍ରତିଶ୍ରୁତି ଦେଇ ଝିଅ କୁ ଆନ୍ଧ୍ର ପ୍ରଦେଶ କୁ ନେଇ ଯାଇଥିଲା। ଝିଅ କୁ ଘରେ ନ ପାଇ ପରିବାର ଲୋକେ ତୁରେକେଲା ଥାନା ରେ ନିଖୋଜ ରିପୋର୍ଟ ପ୍ରଦାନ କରିଥିଲେ।  ଯାହାକୁ ନେଇ ତୁରେକେଲା ଥାନା ରେ କେସ ନମ୍ବର ୦୦୨୨/୨୪ ଦର୍ଜ୍ କରି ନିଖୋଜ ଝିଅ ର ଖୋଜ ଖବର ନିମନ୍ତେ ପୋଲିସ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇ ଥିଲା। କିଛି ଦିନ ପରେ ଝିଅ କୁ ସାଙ୍ଗରେ ଧରି ଜସ୍ରାମ ବଞ୍ଛୋର୍ ତା ଗାଁ କୁ ଫେରି ତୁରେକେଲା ଥାନା ରେ ଝିଅ ସହିତ ବିବାହ କରିବା ପାଇଁ ଲିଖିତ ରାଜି ନାମା ରେ ଦସ୍ତଖତ କରିଥିଲା।  କିନ୍ତୁ ତା କିଛି ଦିନ ପରେ ଜସ୍ରାମ କୌଣସି ବାହାନା କରି ଝିଅ କୁ ଛାଡି ଦେଇ ଫେରାର ମାରିଥିଲା। ପୀଡିତ ଝିଅ କହିବା ଅନୁସାରେ ବିବାହ ପ୍ରତିଶ୍ରୁତି ଦେଇ ଜସ...

ମାନ୍ଦଲା କ୍ଲଷ୍ଟର ସ୍ତରୀୟ ସୁରଭି ଶିଶୁ ମହୋତ୍ସବ ଅନୁଷ୍ଠିତ...

Image
ମାନ୍ଦଲା କ୍ଲଷ୍ଟର ସ୍ତରୀୟ ସୁରଭି ଶିଶୁ ମହୋତ୍ସବ ଅନୁଷ୍ଠିତ... କଣ୍ଟାବାଞ୍ଜି,୨୬/୦୯ : ତୁରେକେଲା ବ୍ଲକ ଅନ୍ତର୍ଗତ ମାନ୍ଦଲା କ୍ଳଷ୍ଟର ସ୍ତରୀୟ ସୁରଭି ଶିଶୁ ମହୋତ୍ସବ କମେଇମୁଣ୍ଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା। Ad.. ଉକ୍ତ ମହୋତ୍ସବରେ  ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାଣ୍ଡେଶ୍ୱର ମୁର୍ମୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଫକୀର ଚରଣ ବିଶି ମୁଖ୍ୟ ଅତିଥି, ଶିଶୁ ସାହିତ୍ୟିକ ତଥା ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶ ମୁଖ୍ୟବକ୍ତା ଓ ମାନ୍ଦଲା ସିଆରସିସି ଧନସିଂ ମାଝୀ ଯୋଗ ଦେଇଥିଲେ। ଶିକ୍ଷକ ନିରଞ୍ଜନ ସୁନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଓଡ଼ିଶାର ଲୋକକଳା ଉପରେ ଛାତ୍ରଛାତ୍ରୀ ମାନଙ୍କ ଭିତରେ ବିଭିନ୍ନ ପ୍ରତିଯୋଗିତା ଯଥା ବିତର୍କ, ରଚନା, ଚିତ୍ରାଙ୍କନ, ସାଧାରଣ ଜ୍ଞାନ, ଦଲଗତ ନୃତ୍ୟ ଆଦି କରାଯାଇଥିଲା।ପରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ମହୋତ୍ସବରେ ଶିକ୍ଷକ କୃଷ୍ଣଚନ୍ଦ୍ର ରଣା, ସୁବାଷ ଧରୁଆ,ପ୍ରମୋଦ ମାଝୀ, ଅକୃର ପୁଟା,ଗୁଣମତ ବାଗ,ହରିଶଙ୍କର ସାହୁ,ଯଶୋବନ୍ତି ପୁଟେଲ, ଲଳିତ କୁଅଁର,ମଳୟ ଚୌହାନ, ରବୀନ୍ଦ୍ର ଭୋଇ, ରୋହିତାଶ୍ୱ ନାଗ,ରାଜ କିଶୋର ସେଠ,ରାଜୁ ଦୀପ,ହେମାନନ୍ଦ ତାଣ୍ଡି,ବିକାଶ ନାଥ ଆଦି ସହଯୋଗ କରିଥିଲେ। Edited by k.s thakur...