ରାଜବୋରାସମ୍ବର କୃଷକ ସଂଗଠନର ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ...

ରାଜବୋରାସମ୍ବର କୃଷକ ସଂଗଠନର ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ...


ପଦମପୁର,୨୯/୦୯ : ଆଜି ରବିବାର ଦିନ ଅପରାହ୍ନ ୪ ଟା ସମୟରେ ରାଜବୋରାସମ୍ବର କୃଷକ ସଂଗଠନର ଆବାହକ ଅଶୋକ ସାହୁଙ୍କ ସଭାପତିତରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା। ଗତ ତା ୨୮/୦୯/୨୪ ଶନିବାର ଦିନ ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ରଙ୍କ ନାମରେ ଜଣେ ଅଭ୍ୟାସଗତ ଅପରାଧୀ ଓ ଅସାମାଜିକ ବ୍ୟକ୍ତି ତଥା ସମାଜ ପ୍ରତି ବିପଦପୂର୍ଣ୍ଣ ଅଟନ୍ତି।

          Ad..


ନିଜକୁ ଚାଷୀ ନେତା କହି ନିରୀହ ଚାଷୀ ମାନଙ୍କ ଠାରୁ ଚାନ୍ଦା ଅସୁଲ କରୁଛନ୍ତି, ଲୋକଙ୍କୁ ବିଜୁଳି ବିଲ ନ ଦେବାକୁ ପ୍ରେତ୍ସାହିତ କରି ମିଟର ଗୁଡାକ ଖୋଲି ଦେବା ପାଇଁ ଉସକାଉଛନ୍ତି, ବିଭିନ୍ନ ସରକାରୀ ଯୋଜନା ଗୁଡିକୁ ଲାଗୁ କରିବାରେ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି । 

ଏହିପରି ଭିତଥିହୀନ ମିଥ୍ୟା ତଥା କପୋଳକଳ୍ପିତ କରି ବରଗଡ ଟାଉନ ପୋଲିସ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର ଙ୍କ ନାମରେ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୨୯ କ୍ରମେ ଏକ ବର୍ଷ ପାଇଁ ତାଙ୍କର ଗତି ଵିଧିକୁ ନିୟନ୍ତ୍ରଣ କରିବା ସକାଶେ ବରଗଡ ଉପଜିଲ୍ଲାପାଳଙ୍କ ଅଦାଲତରେ ଆବେଦନ କରିଛନ୍ତି। 

ସର୍ବଶମ୍ମତି କ୍ରମେ ବରଗଡ ଟାଉନଥାନା ଅଧିକାରୀଙ୍କ ଏତାଦୃଶା ଅଭିଯୋଗ କୁ ରାଜବୋରାସମ୍ବର କୃଷକ ସଂଗଠନ ଦୃଢ଼ ସ୍ୱରରେ ନିନ୍ଦା କରୁଅଛି। କୃଷକ ସଂଗଠନଗୁଡିକ ବର୍ଷସାରା ସରକାରୀ ଓ ପ୍ରଶାସନିକ ସ୍ତରରେ ଅବହେଳା ଏବଂ ଅନ୍ୟାୟ ବିରୁଦ୍ଧରେ ଗଣତାନ୍ତ୍ରିକ ପଦ୍ଧତରେ ସ୍ୱର ଉତ୍ତୋଳନ କରି ଆନ୍ଦୋଳନ ମଧ୍ୟ କରନ୍ତି। 

ଭାରତ ସ୍ୱାଧୀନତା ହେବା ଠାରୁ ଦେଶର ଅନ୍ନଦାତା ବୋଲାଉଥିବା ଚାଷୀ କ୍ରମାଗତ ଅନ୍ୟାୟର ଶିକାର ହୋଇ ଆସୁଛନ୍ତି।ବିଗତ ସରକାରମାନେ ହେଉ କିମ୍ବା ବର୍ତମାନ ସରକାର ଚାଷୀଙ୍କ ସ୍ୱାର୍ଥ ଅପେକ୍ଷା କମ୍ପାନୀ ଏବଂ ପୁଞ୍ଜିପତିମାନଙ୍କ ସ୍ଵାର୍ଥକୁ ବିଶେଷ ଦୃଷ୍ଟି ଦେଉଛନ୍ତି। 

ଯଦି ଚାଷୀମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଓ ସାଧାରଣ ଜନତାଙ୍କ ନ୍ୟାୟ ପାଇଁ ସ୍ୱରଉତ୍ତୋଳନ କଲେ ସରକାର ଏବଂ ପ୍ରଶାସନର ଆକ୍ରୋଶର ଶିକାର ହେବାକୁ ପଡିବ, ତାହେଲେ ଏହିକ୍ରମରେ ଭାରତର ସମଗ୍ର ଚାଷୀ ଜଣେ ଜଣେ ରାଷ୍ଟ୍ରବିରୋଧୀ ଆକ୍ଷା ପାଇବେ। 

ବରଗଡ ପୋଲିସ ପ୍ରଶାସନ ତଥା ରାଜ୍ୟ ସରକାରଙ୍କ ଏତାଦୃଶ କାର୍ଯ୍ୟକଳାପକୁ ଆମ୍ଭେ ଦୃଢ ନିନ୍ଦା କରିବା ସହିତ ଏପରି କାର୍ଯ୍ୟରୁ ନିବୃତ ରହିବାକୁ ରାଜବୋରାସମ୍ବର କୃଷକ ସଂଗଠନ ଦୃଢ ଦାବୀ କରୁଅଛି। ଉକ୍ତ ସଭାରେ ରୋହିତ ପଧାନ, ଅଜିତ ଶତପଥୀ, ଉଦେକର ବେହେରା, ବିଜୟ ସାହୁ, ଅମୃତଲାଲ ସାହୁ, ସୁବାଷ ସାମନ୍ତରାୟ, କହ୍ନୁ ମେହେର ଏବଂ ସମସ୍ତ ବ୍ଲକର କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।






Report : Bijay ku sahu

Edited by k.s thakur...



Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...