ପଦ୍ମପୁର ସହରବାସୀ ଙ୍କ ପାଇଁ ବସଷ୍ଟାଣ୍ଡ ନାହିଁ ରାସ୍ତା କଡ଼ରେ ଭଲଭୋ ବସସେବା...

ପଦ୍ମପୁର ସହରବାସୀ ଙ୍କ ପାଇଁ ବସଷ୍ଟାଣ୍ଡ ନାହିଁ ରାସ୍ତା କଡ଼ରେ ଭଲଭୋ ବସସେବା...


ବରଗଡ଼,୨୮/୦୯ : ବରଗଡ଼ ଜିଲ୍ଲା ପଦ୍ମପୁର ସହରରେ ବସ୍ ଷ୍ଟାଣ୍ଡ ନାହିଁ। ରାଜାରାଜୁଡ଼ା ଅମଳରୁ ଚଳି ଆସୁଥିବା ସରକାରୀ ବସଷ୍ଟାଣ୍ଡ ଏବେ ଖତଗଦା ହୋଇ ନାମକୁ ମାତ୍ର ରହିଛି। ରାସ୍ତା ଉପରେ ଘରୋଇ ବସଷ୍ଟାଣ୍ଡ। ଭେଉରିଆଛକ ର ରାସ୍ତା ଉପରେ ରହୁଛି ସମସ୍ତ ବସ୍ ଫଳରେ ଟ୍ରାଫିକ ସମସ୍ୟାରେ ପଡ଼ିଛନ୍ତି ସାଧାରଣ ଜନତା। 

Ad..



ପୂର୍ବରୁ ଯେଉଁ ସରକାରୀ ବସଷ୍ଟାଣ୍ଡ ଥିଲା ଏବେ ସେଠାରେ ସରକାରୀ ଅଚଳ ବସ୍ ଭର୍ତ୍ତି ହୋଇ ପଡିଛି। ବସ୍ ଚଳାଚଳ ସଂଖ୍ୟା ଅନୁପାତରେ ବଢ଼ିବାରେ ଲାଗିଛି ବସ୍ । ବସଷ୍ଟାଣ୍ଡ ନ ଥିବାରୁ ରାସ୍ତା ଉପରେ ରହୁଛି ସମସ୍ତ ବସ୍ ଏପରିକି ଏଇ କିଛିଦିନ ହେବ ପଦ୍ମପୁର ରୁ ରାଜଧାନୀ ଓ ପୁରୀ ଜଗନ୍ନାଥଧାମ କୁ ଭଲଭୋ ବସ୍ ସେବା ଆରମ୍ଭ ହୋଇଛି ହେଲେ ସରକାରୀ ବସଷ୍ଟାଣ୍ଡ କୁ ଯାଗା ଅଭାବରୁ ପ୍ରବେଶ କରିପାରୁ ନଥିବା ରୁ ରାଜବାଟୀ ସମ୍ମୁଖରେ ଅଟକି ରହୁଛି। 

ସନ୍ଧ୍ୟା ରେ ରାଜଧାନୀ ଯିବାପାଇଁ ସରକାରୀ ଭଲଭୋ ବସ ହେଉକି ଘରୋଇ ସାଧାରଣ ବସ୍ ରାସ୍ତା  ଉପରେ ରହୁଛି। ଗତ ବିଜେଡି ସମୟରେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଏକ ଏକର ନବେ ଡିସମିଲ ସ୍ଥାନ ବରଗଡ଼ ଆରଟିଓ ଙ୍କୁ ହସ୍ତାନ୍ତର କରାଯାଇଥିବା କଥା ପ୍ରଚାର କରାଯାଇଛି ହେଲେ ପ୍ରକୃତ ରେ ତାହା ସତ ନା ମିଛ ଲୋକ ଜାଣିପାରି ନାହାନ୍ତି। 

କାଗଜ ପତ୍ରରେ କୈାଣସି ନିର୍ଦ୍ଦେଶନାମା ନାହିଁ । ସେହିପରି ଲୋକ ଙ୍କ ସରକାର କୁହାଯାଉଥିବା ମୋହନ ଙ୍କ ଡବଲ ଇଞ୍ଜିନ ସରକାର ରେ ପଦ୍ମପୁର ରେ ବସଷ୍ଟାଣ୍ଡ ର ନିର୍ମାଣ ଯୋଜନା ଅଛି ନା ନାହିଁ ତାହା ଜଣାପଡ଼ିନାହିଁ। ପଦ୍ମପୁର ସହରରେ ବର୍ତ୍ତମାନ ଏକ ଅତ୍ୟାଧୁନିକ ବସଷ୍ଟାଣ୍ଡ ର ଆବଶ୍ୟକତା ରହିଛି। ପଦ୍ମପୁର ଜନସାଧାରଣ ଙ୍କ ଦିର୍ଘ ଦିନ ର ଦାବି କେବେ ପୁରଣ ହେବ ବୋଲି ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।




Report : Bijay ku sahu

Edited by k.s thakur...



Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...