ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ମାତୃକର୍ମଶାଳା ଅନୁଷ୍ଠିତ...

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ମାତୃକର୍ମଶାଳା ଅନୁଷ୍ଠିତ...


ପଦ୍ମପୁର,୨୯/୦୯ : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର,ପଦ୍ମପୁର ର ଶିଶୁ ବାଟିକା ବିଭାଗର ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଉଦ୍ଘାଟନୀ ଉତ୍ସବ ର ମୁଖ୍ୟ ଅତିଥି ଭାବରେ  କଲେଜର ଅଧ୍ୟାପକ ସନ୍ତୋଷ ସିଂ ଠାକୁର ଦୀପ ପ୍ରଜ୍ୱଳନ ପୂର୍ବକ କର୍ମଶାଳା କୁ ଉଦଘାଟିତ କରି ଶିଶୁ ଶିକ୍ଷା ର ସ୍ୱରୂପ ଓ ପାଠ୍ୟକ୍ରମ ବିଷୟରେ ବୌଦ୍ଧିକ ପ୍ରଦାନ କରିଥିଲେ।

       Ad..

ମାତୃ ଭାରତୀର ମାଆ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।ସଭାପତି ଶ୍ରୀଯୁକ୍ତ ପୃଥିରାଜ ସାହୁ ମାର୍ଗ ଦର୍ଶନ କରିଥିଲେ । 

ସମାରୋପ କାର୍ଯ୍ୟକ୍ରମ ରେ ଶିକ୍ଷା ବିକାଶ ସମିତି ବିଦ୍ୱତ ପରିଷଦ ସଭାପତି ଡ଼ଃ ବାଞ୍ଛାନିଧି ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୂଷ୍ପାର୍ଚ୍ଚନା କରି ହିନ୍ଦୁ ଘରର ସଂକଳ୍ପନା ଓ ରୀତିନୀତି ବିଷୟରେ ବିଷଦ ଭାବରେ ଆଲୋକ ପାତ କରିଥିଲେ। 

ଗୀତା ଗୁରୁମା କାର୍ଯ୍ୟ କ୍ରମ ର ସଂଯୋଜନା କରିଥିବା ବେଳେ ଶିଶୁ ବାଟିକା ପ୍ରମୁଖ ଶ୍ରୀମତୀ ସୁଜାତା ତ୍ରିପାଠୀ ଉଦ୍ଦେଶ୍ୟ କଥନ ଓ ଧନ୍ୟବାଦ ଅର୍ପଣ କରିଥିଲେ। ୮ଟି କାଳାଂଶରେ ବିଭିନ୍ନ କ୍ରିୟାକଳାପ ରେ ଶିକ୍ଷା ଦାନ ଦିଆଯାଇଥିଲା ।ଉକ୍ତ କାର୍ଯ୍ୟ କ୍ରମରେ ଶିଶୁ ବାଟିକା ବିଭାଗର ୧୧୦ ଜଣ ମାଆ ମାନେ ଯୋଗଦେଇ ଥିଲେ।ସମସ୍ତ ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା।




Report : Bijay ku sahu

Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...