ପଦ୍ମପୁର ଉପଖଣ୍ଡ ରେ ସ୍କ୍ରବ ଟାଇଫସ୍ ଚିହ୍ନଟ ଘଟଣା ପ୍ରତିକାର ନ ହେଲେ ଆନ୍ଦୋଳନ ଚେତାବନୀ ଦେଲା କୃଷକ ସଂଗଠନ...
ପଦ୍ମପୁର ଉପଖଣ୍ଡ ରେ ସ୍କ୍ରବ ଟାଇଫସ୍ ଚିହ୍ନଟ ଘଟଣା ପ୍ରତିକାର ନ ହେଲେ ଆନ୍ଦୋଳନ ଚେତାବନୀ ଦେଲା କୃଷକ ସଂଗଠନ...
ବରଗଡ଼,୨୭/୦୯ : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସରକାରୀ ଡାକ୍ତରଖାନା ରେ ୩୪ ଜଣ ସ୍କ୍ରବ ଟାଇଫସ ଚିହ୍ନଟ ହେବାପରେ ସ୍ବାସ୍ଥ୍ୟ ବିଭାଗ ର କୈାଣସି ଆଖି ଦୁସିଆ ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ରାଜବୋଡାସମ୍ବର କୃଷକ ସଂଗଠନ ଆଇନ ପରାମର୍ଶଦାତା ଅଜିତ ଶତପଥୀ ସରକାର ଙ୍କୁ ପଦ୍ମପୁର ଅଂଚଳ ପ୍ରତି ଅବହେଳା ପ୍ରଦର୍ଶନ କରାଯାଉ ଥିବାରୁ ଆଗାମୀ ଦିନରେ ବଡ ଧରଣର ଆନ୍ଦୋଳନ ଚେତାବନୀ ଦେଇଛନ୍ତି।
Ad..
ଆଇନଜୀବୀ ଶ୍ରୀ ଶତପଥି ଦାବି କରୁଛନ୍ତି ଯେ ସ୍କ୍ରବ ଟାଇଫସ ଏକ ମାରାତ୍ମକ ରୋଗ ଏହାର ପ୍ରଭାବରେ ସଂପୂର୍ଣ୍ଣ ଶରୀର ର ସିଷ୍ଟମ ଫେଲ ମାରି ଶେଷରେ ନିରିହ ଶରୀର ର ମୃତ୍ୟୁ ଘଟୁଛି। ମୁଖ୍ୟ କରି ଚାଷୀ ଙ୍କ ପ୍ରତି ବିପଦ ରହୁଛି। କୀଟ ଦ୍ବାରା ଏହି ଟାଇଫସ ରୋଗ ବଢ଼ିବାରେ ଲାଗୁଛି। ଏହି ରୋଗ ଚିହ୍ନଟ ହେବା ପରେ ଚିକିତ୍ସା ବିଳମ୍ବ ହୋଇ ସାରୁଛି ଓ ଚିହ୍ନଟ ଜନିତ ଚିକିତ୍ସା ଟି ସାଧାରଣ ଚାଷୀ ଙ୍କ ପାଇଁ ବ୍ୟୟବହୁଳ ହେଉଛି ଫଳରେ ଚାଷୀ ଚିକିତ୍ସା ଅଭାବରୁ ମୃତୁ ମୁଖରେ ପଡିବା ଭଲି ସମସ୍ୟା ଦେଖାଦେଉଛି।
ସରକାରଙ୍କ ତରଫରୁ ଏହି କୀଟ ଜନିତ କ୍ରପ୍ସ ଟାଇଫସ ରୋଗ ରେ ମୃତ୍ୟୁ ବରଣ ହେଲେ ଅନ୍ୟୁନ ୬ ଲକ୍ଷ ଟଙ୍କା ସରକାର କ୍ଷତିପୂରଣର ଦିଅନ୍ତୁ ବୋଲି ଦାବି କରିଛନ୍ତି। ପ୍ରକାଶ ଥାଉ କି ଗ୍ରାମାଞ୍ଚଳ ରେ ସର୍ବାଧିକ ରୋଗୀ ଚିହ୍ନଟ ହୋଇ ଘରେ ଘରେ ଚିକିତ୍ସାଧିନ ଅଛନ୍ତି।
ବରଗଡ଼ ଜିଲ୍ଲା ର ପଦ୍ମପୁର ସରକାରୀ ଡାକ୍ତରଖାନା ରେ ଗତ ସେପ୍ଟେମ୍ବର ୧୪ ତାରିଖ ରୁ ୨୫ ତାରିଖ ମଧ୍ୟରେ ୨୩୩ ଜଣଙ୍କ କ୍ରଫ ଟାଇଫସ୍ ପରୀକ୍ଷା କରାଯାଇଥିଲା ଏଥି ମଧ୍ୟରୁ ୩୪ ଜଣ ପୋଜିଟିଭ ଚିହ୍ନଟ ହୋଇଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡିଛି। ଏ ସମସ୍ତ ୩୪ ଜଣ ପଦ୍ମ ପୁର ସରକାରୀ ଡାକ୍ତରଖାନା ରେ ଡାକ୍ତର ଙ୍କ ପରାମର୍ଶକ୍ରମେ ଚିକିତ୍ସା ରେ ଅଛନ୍ତି।
ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରେ ଦିନକୁ ଦିନ କ୍ରଫ ଟାଇଫସ୍ ବଢ଼ିବାରେ ଲାଗିଛି। ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ପ୍ରଥମ ଦିନ ଭିଡିଓ ବାର୍ତ୍ତା ମାଧ୍ୟମରେ ଜିଲ୍ଲାପାଳ ଓ ସିଡିଏମଓ ସଚେତନତା କରିଥିବା ବେଳେ ଆଉ ଅନ୍ୟ ପ୍ରତିକାର ଓ ପଦକ୍ଷେପ କିଛି ନିଆଯାଉ ନଥିବାର ଅଭିଯୋଗ ଉଠିଛି ସରକାର ସଚେତନ ନ ହେଲେ ପଦ୍ମପୁର ଉପଖଣ୍ଡ ର କୃଷକ ସଂଗଠନ ଆଗାମୀ ଦିନରେ ଏଥିପାଇଁ ଆନ୍ଦୋଳନ କରିପାରେ ବୋଲି ଚେତାବନୀ ଦେଉଛି।
Report : Bijay ku sahu
Edited by k.s thakur...
Comments
Post a Comment