ପଦ୍ମପୁର ମିଶନ ଶକ୍ତି କୁ ଦରମା ନାହିଁ , କାର୍ଯ୍ୟାଳୟ ସମ୍ମୁଖରେ ଦେଲେ ଆନ୍ଦୋଳନ ଚେତାବନୀ...
ପଦ୍ମପୁର ମିଶନ ଶକ୍ତି କୁ ଦରମା ନାହିଁ , କାର୍ଯ୍ୟାଳୟ ସମ୍ମୁଖରେ ଦେଲେ ଆନ୍ଦୋଳନ ଚେତାବନୀ...
ବରଗଡ଼,୩୦/୦୯ : ସମଗ୍ର ରାଜ୍ୟରେ ମହିଳା ସଶକ୍ତିକରଣ ର ଏକ ଦୃଷ୍ଟାନ୍ତ ସାଜିଥିବା ମିଶନ ଶକ୍ତି ର ମହିଳା ଙ୍କୁ ଆନ୍ଦୋଳନ କରିବାକୁ ପଡୁଛି। ମହିଳାମାନଙ୍କୁ ସଶକ୍ତିକରଣ ଓ ଆତ୍ମନିର୍ଭରଶୀଳ ହେବାପାଇଁ ମିଶନ ଶକ୍ତି ମାଧ୍ୟମରେ ସରକାର ସବୁବେଳେ ଉଦ୍ୟମ କରି ଆସୁଛନ୍ତି ଗ୍ରାମୀଣ ମହିଳା ମାନ ଙ୍କୁ ମିଶନ ଶକ୍ତି ମାଧ୍ୟମରେ ରେ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ପାଇଁ ବିପୁଳ ଅନୁଦାନ ଯୋଗାଇ ଦିଆଯାଉଛି।
Ad..
ହେଲେ ବିଗତ ଏକ ବର୍ଷ ହେଲା ମିଶନ ଶକ୍ତି ମହିଳା ମାନେ ଦରମା ନ ପାଇ ବହୁ ଅସୁବିଧା ର ସମ୍ମୁଖୀନ ହେଉଥିବା ଅଭିଯୋଗ ଉଠିଛି। ମିଶନ ଶକ୍ତି ସମସ୍ୟା କୁ ନେଇ ବାରମ୍ବାର ପ୍ରଶାସନ କୁ ଜଣାଇଲେ ମଧ୍ୟ କୌଣସି ପ୍ରକାର ପତିଶୃତି ର ପ୍ରତିଫଳ ଦେଖା ଯାଉ ନାହିଁ ଫଳରେ ସମସ୍ୟା ରେ ଅତିଷ୍ଠ ହୋଇ ଆଜି ପଦ୍ମପୁର ମିଶନ ଶକ୍ତି କାର୍ଯ୍ୟାଳୟ ଠାରେ ମିଶନ ଶକ୍ତି ମହିଳା ମାନଙ୍କ ଦାବି ଯଦି ସରକାର ପୂରଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ବୈଠକ ରେ ଚେତାବନୀ ଦେଇଛନ୍ତି।
ମିଶନ ଶକ୍ତି ମହିଳା ଙ୍କ ସମସ୍ୟା କୁ ନେଇ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଉକ୍ତ ବୈଠକରେ ସାମିଲ ହୋଇ ସରକାର ଆଗ ଏହି ମହିଳା ମାନଙ୍କ ବାକି ଥିବା ଦରମା ଟଙ୍କା ପ୍ରଦାନ କରନ୍ତୁ ତାପରେ ଅନ୍ୟ କଥା ଚିନ୍ତା କରନ୍ତୁ ବୋଲି କହିଛନ୍ତି।
Report : Bijay ku sahu
Edited by k.s thakur...
Comments
Post a Comment