ଆସନ୍ତା ୯ ତାରିଖ ବୁଧବାର ଦିନ ଠାରୁ ପାଞ୍ଚ ଦିନ ଧରି ଅନୁଷ୍ଠିତ ହେବ ପଦ୍ମପୁର ସାର୍ବଜନୀନ ଦୂର୍ଗାପୂଜା ରଞ୍ଜିତା...

ଆସନ୍ତା ୯ ତାରିଖ ବୁଧବାର ଦିନ ଠାରୁ ପାଞ୍ଚ ଦିନ ଧରି ଅନୁଷ୍ଠିତ ହେବ ପଦ୍ମପୁର ସାର୍ବଜନୀନ ଦୂର୍ଗାପୂଜା ରଞ୍ଜିତା...


ବରଗଡ଼,୨୯/୦୯ : ରାଜା ରାଜୁଡା ଅମଳରୁ ଚାଳି ଆସୁଥିବା ପଦ୍ମପୁର ବୋଡ଼ା ସମ୍ବର ର ପ୍ରସିଦ୍ଧ ଦୂର୍ଗାପୂଜା ରଞ୍ଜିତା କୁ ଏଥର ଅଧିକ ଆକର୍ଷଣୀୟ କରିବା ପାଇଁ ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାରୁ ପଦ୍ମପୁର ସାର୍ବଜନୀନ ଦୂର୍ଗାପୂଜା କମିଟି ତରଫରୁ ସର୍ବଶେଷ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି। 

Ad..


ପଦ୍ମପୁର ରାଜବାଟୀ ସମ୍ମୁଖରେ ଥିବା ଦୂର୍ଗାପୂଜା କମିଟି କାର୍ଯ୍ୟାଳୟ ଠାରେ ଏକ ପ୍ରେସମିଟ ମାଧ୍ୟମରେ ସାର୍ବଜନୀକ ଦୂର୍ଗାପୂଜା କମିଟି ସଭାପତି ପ୍ରତାପ ମିଶ୍ର, ସମ୍ପାଦକ ଯୁଗଲ କିଶୋର ସାହୁ, କୋଷାଧ୍ୟକ୍ଷ ଗୋବିନ୍ଦ ଅଗ୍ରୱାଲ, ସହ କୋଷାଧ୍ୟକ୍ଷ ଶ୍ଯାମଲ ଦାସ ପ୍ରମୁଖ ଙ୍କ ଉପସ୍ଥିତି ରେ ଦୂର୍ଗାପୂଜା ର ସମସ୍ତ ପୂଜାବିଧି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି। 

ଆସନ୍ତା ୯.୧୦.୨୦୨୪ ଠାରୁ ପାଞ୍ଚ ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଦୂର୍ଗାପୂଜା ରେ ୯ ତାରିଖ ବୁଧବାର ଷଷ୍ଟି , ଅପରାହ୍ନ ୪ ଘଣ୍ଟା ସମୟରେ ଖଣ୍ଡା ଧୂଆ ଶୋଭାଯାତ୍ରା, ଚକ୍ଷୁ ଦାନ, ୧୦ ତାରିଖ ତାରିଖ ଗୁରୁବାର ଦେବୀଙ୍କ ମହାସ୍ନାନ, ଚଣ୍ଡୀପାଠ ହୋମ, ୧୧ ତାରିଖ ଶୁକ୍ରବାର ଥିବା ୧୨ ଘଣ୍ଟା ରୁ ସନ୍ଧିପୂଜା, କୁଷ୍ମାଣ୍ଡ ବଳି, ୧୨ ତାରିଖ ଶନିବାର କୁମାରୀ ପୂଜାର୍ଚ୍ଚନା ଓ ଆଳତୀ, ୧୩ ତାରିଖ ସକାଳ ୭ ଘଣ୍ଟା ୩୦ ମିନିଟ ସମୟରେ ଅପରାଜିତା ପୂଜାର୍ଚ୍ଚନା, ପୂର୍ଣ୍ଣାହୂତି ର  ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ବିଧି ପରମ୍ପରା ଅନୁସାରେ ଅନୁଷ୍ଠିତ ହେବ । 

ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବ ।ପ୍ରତ୍ୟେକ ବର୍ଷ ଶାନ୍ତି ଶୃଙ୍ଖଳା ସହ ପାଳନ ହେଉଥିବା ପଦ୍ମପୁର ସାର୍ବଜନୀନ ଦୂର୍ଗାପୂଜା ଏଥର ମଧ୍ୟ ଶୃଙ୍ଖଳା ସହ ପାଳନ କରିବା ପାଇଁ  କମିଟି ଜନସାଧାରଣ ଙ୍କ ସହଯୋଗ କାମନା କରିଛି ।




Report : Bijay ku sahu

Edited by k.s thakur...


Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...