ତୁରେକେଲା କ୍ଳଷ୍ଟର ସ୍ତରୀୟ ସୁରଭି ଶିଶୁ ମହୋତ୍ସବ ଅନୁଷ୍ଠିତ...

ତୁରେକେଲା କ୍ଳଷ୍ଟର ସ୍ତରୀୟ ସୁରଭି ଶିଶୁ ମହୋତ୍ସବ ଅନୁଷ୍ଠିତ...


କଣ୍ଟାବାଞ୍ଜି,୨୮/୦୯ : ତୁରେକେଲା ବ୍ଲକ ଅନ୍ତର୍ଗତ ତୁରେକେଲା କ୍ଳଷ୍ଟର ସ୍ତରୀୟ ସୁରଭି ଶିଶୁ ମହୋତ୍ସବ ଆଶ୍ରମ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା।ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢିହାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତୁରେକେଲା କ୍ଳଷ୍ଟର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଜଳନ୍ଧର ମହାକୁଡ଼, ସରପଞ୍ଚ, ମୁଖ୍ୟ ଅତିଥି, ଶିଶୁ ସାହିତ୍ୟିକ ଡ.ଯୂଗଳ କିଶୋର ଷଡ଼ଙ୍ଗୀ, ମୁଖ୍ୟ ବକ୍ତା, ସମ୍ମାନିତ ଅତିଥି ଭାବରେ ପ୍ରମୋଦ କୁମାର ମହାପାତ୍ର, ସମିତି ସଭ୍ୟ, ସାହିତ୍ୟିକ ଜ୍ୟୋତି ପ୍ରକାଶ ଗଡ଼ତ୍ୟା,ଡ.ନାରାୟଣ ମିଶ୍ର, ଥମିର ଛତ୍ରିଆ,ସୁଶାନ୍ତ ନାୟକଯୋଗ ଦେଇଥିଲେ।

         Ad..


କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ ଓ ଅତିଥି ପରିଚୟ ବିରଞ୍ଚି ନାରାୟଣ ଦାଶ,ଶିକ୍ଷକ ପାର୍ଥବ ମହାନନ୍ଦ ସଭା ପରିଚାଳନା,ଶିକ୍ଷକ ମାନସ ରଞ୍ଜନ ଜାଲ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

କ୍ଳଷ୍ଟର ତରଫରୁ ବାଲସାହିତ୍ୟ ପୁରସ୍କାର ପ୍ରାପ୍ତ ଡ.ଯୁଗଳ କିଶୋର ଷଡ଼ଙ୍ଗୀଙ୍କୁ ଉପଢୌକନ ଓ ସମ୍ବର୍ଦ୍ଧନା ପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ତାପରେ ବିଭିନ୍ନ ପ୍ରତଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ କ୍ଳଷ୍ଟରର ଶିକ୍ଷକ ସୁରୁମଣି ମେହେର, ରବୀନ୍ଦ୍ର ରଥ,ପିତାମ୍ବର ଲୁହା, ରାଜୀବ ଦାସ,ଦେବ ବଗର୍ତ୍ତୀ,ରାଜେଶ ସିଂଦେଓ,ସୂର୍ଯ୍ୟରାମ ମାଝୀ,ସୂର୍ଯ୍ୟମଣି ସିଠ,ଗୋପାଳ ଧରୁଆ,ସୁନୀଲ ରଞ୍ଜନ ସଲତାର,ସୁଭାଶିଷ ରାଉତ,ନିରଞ୍ଜନ ନାଘ,ସମୀର ପଣ୍ଡା,ଶିକ୍ଷୟିତ୍ରୀ ଡାଳିମ୍ବ ମେହେର, ମାଧବୀଲତା ସାହୁ,ଟିକେଶ୍ୱରୀ ସେଠ,ରଜନୀ ମେହେର, ଶୁଭଦୀପ୍ତା ଦାଶ,ସୁଦୀପ୍ତା ଜେନା, ସୁଭଦ୍ରା ମେହେର, ସୁକାନ୍ତି ମାଝୀ, ଗୀତାଞ୍ଜଳି ମଲ୍ଲିକସମେତ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ସହଯୋଗ କରିଥିଲେ।

ତଦନୁସାରେ କାଦୋବେଡା କ୍ଳଷ୍ଟର ରେ ଅନୁଷ୍ଠିତ ସୁରଭି କାର୍ଯ୍ୟକ୍ରମ ରେ  କାଦୋବେଡା କ୍ଲଷ୍ଟର ସଂଯୋଜକ ପ୍ରେମରଜ୍ ପାଣଗ୍ରାହୀ , ସମ୍ମାନିତ ଅତିଥି ଘୁନେଶ ସରପଞ୍ଚ, ମୁଖ୍ୟ ଅତିଥି ସମାଜସେବୀ ଛିବଳ ଭୋଇ, ମୁଖ୍ୟବକ୍ତା ଦିଲ୍ଲିପ ପ୍ରଧାନ ଓଡ଼ିଆ ଅଧ୍ୟା ପକ ରାଜୀବ ଗାନ୍ଧି ପଞ୍ଚାୟତ ସମିତି କଲେଜ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ  ସମସ୍ତ ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।ପରିଶେଷରେ ଯେଉଁ ଛାତ୍ର ଛାତ୍ରୀ ଭାଗ ନେଇଥିଲେ ସେମିନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଗଲା।





Edited by k.s thakur...



Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...