ଜିଲ୍ଲା ସ୍ତରୀୟ ବିଶ୍ଵ ପର୍ଯ୍ୟଟନ ଦିବସ ପାଳିତ : ଛାତ୍ରଛାତ୍ରୀଙ୍କୁ ନେଇ ଆୟୋଜିତ ହେଲା କୁଇଜ ପ୍ରତିଯୋଗିତା...

ଜିଲ୍ଲା ସ୍ତରୀୟ ବିଶ୍ଵ ପର୍ଯ୍ୟଟନ ଦିବସ ପାଳିତ : ଛାତ୍ରଛାତ୍ରୀଙ୍କୁ ନେଇ  ଆୟୋଜିତ ହେଲା  କୁଇଜ ପ୍ରତିଯୋଗିତା...


ବରଗଡ଼,୨୭/୦୯ : ବିଶ୍ଵ ପର୍ଯ୍ୟଟନ ଦିବସ ଅବସରରେ ଜିଲ୍ଲା ପର୍ଯ୍ୟଟନ ବିଭାଗ ଦ୍ଵାରା ସ୍ଥାନୀୟ ସଂସ୍କୃତି ଭବନଠାରେ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସାଧାରଣ ସଭା ଏବଂ କୁଇଜ ପ୍ରତିଯୋଗିତା ଆୟୋଜିତ ହୋଇଛି । 

Ad..



ପର୍ଯ୍ୟଟନ ଅଧିକାରୀ ପ୍ରମୋଦ କୁମାର ସିଂଙ୍କ ନେତୃତ୍ଵରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସ୍ଲା, ଜିଲ୍ଲା ସଂସ୍କୃତି ଅଧିକାରୀ ତାହିର ହୁସେନ ଏବଂ ଜିଲ୍ଲା ଉଦ୍ୟାନ କୃଷି ଅଧିକାରୀ ଗୋବିନ୍ଦ ଚନ୍ଦ୍ର ପଣ୍ଡା ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ପର୍ଯ୍ୟଟନ ଦିବସ ପାଳନର ତାତ୍ପର୍ଯ୍ୟ ବୁଝାଇବା ସହ ବରଗଡ ଜିଲ୍ଲାରେ ଲୁକ୍କାୟିତ ଭାବେ ଥିବା ପର୍ଯ୍ୟଟନ ସ୍ଥଳ ଗୁଡିକୁ ସୋସିଆଲ ମେଡିଆ ମାଧ୍ୟମରେ ଲୋକଲୋଚନକୁ ଆଣିବା ଏବଂ ପର୍ଯ୍ୟଟନ ସ୍ଥଳକୁ ସଫା ରଖିବାକୁ କହିଥିଲେ। 

ଏହି ଅବସରରେ ଆୟୋଜିତ ହୋଇଥିବା କୁଇଜ ପ୍ରତିଯୋଗିତାକୁ  କୁଇଜ ମାଷ୍ଟର ଶ୍ରୀମତୀ ସୁଷମା ଦାଶ ଏବଂ ଶ୍ରୀମତୀ ସୁଜାତା ମଲ୍ଲିକ ପରିଚାଳନା କରିଥିଲେ ।

ପ୍ରତିଯୋଗିତାରେ କନିଷ୍ଠ ବିଭାଗରେ ୧୩ ଗୋଟି ବିଦ୍ୟାଳୟ ଏବଂ ବରିଷ୍ଠ ବିଭାଗରେ ୯ ଗୋଟି ମହାବିଦ୍ୟାଳୟରୁ ଜଣେ ଲେଖାଏଁ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।

କନିଷ୍ଠ ବିଭାଗରେ ସ୍ଵାଗତ ଦେବତା ପ୍ରଥମ, ମୋନାଲିସା ସାହୁ ଏବଂ ବବିତା ରଥ ଦ୍ଵିତୀୟ, ରେଖା ମେହେର ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ବରିଷ୍ଠ ବିଭାଗରେ ଦେବାଶିଷ ମିଶ୍ର ପ୍ରଥମ, ତାପସ ପଧାନ ଦ୍ଵିତୀୟ ଏବଂ ଶୁଭ୍ରାଂଶୁ କୁମାର ତ୍ରିପାଠୀ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।  





Report : Bijay ku sahu

Edited by k.s thakur...




Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...