କଣ୍ଟାବାଞ୍ଜି ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ...

କଣ୍ଟାବାଞ୍ଜି ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ...


କଣ୍ଟାବାଞ୍ଜି,୨୯/୦୯ : କଣ୍ଟାବାଞ୍ଜି ନୋଡାଲ ସ୍କୁଲ୍ ଠାରେ ଆଂଚଳିକ ସାଧନ କେନ୍ଦ୍ର କଣ୍ଟାବାଞ୍ଜି ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମ ରେ କଣ୍ଟାବାଞ୍ଜି ଆଞ୍ଚଳିକ ସାଧନ କେନ୍ଦ୍ର ର ପନ୍ଦର ଟି ସରକାରୀ ଶିକ୍ଷା ଅନୁଷ୍ଠାନ ଅଂଶ ଗ୍ରହଣ କରିଥିଲେ।

        Ad..


କଣ୍ଟାବାଞ୍ଜି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ କାର୍ଯ୍ୟକ୍ରମ ଟି କୁ ସଂଯୋଜନା କରି ଥିଲେ,ନୋଡାଲ ସ୍କୁଲ୍ ପ୍ରଧାନ ଶିକ୍ଷୟିତ୍ରୀ ସବିତା ମହାପାତ୍ର ସଭାପତିତ୍ବ କରିଥିବା ବେଳେ କଣ୍ଟାବାଞ୍ଜି ନଗରପାଲ ବରୀୟମ୍ ସିଂ ସାଲୁଜା ମୁଖ୍ୟ ଅତିଥି ରୁବେ ଅଂଶ ଗ୍ରହଣ କରିଥିଲେ। ପ୍ରାଧ୍ୟାପକ ରାଜେଶ ମହାନ୍ତି ମୁଖ୍ୟ ବକ୍ତା ଥିଲା ବେଳେ ରୋହିତ ଅଗ୍ୟୱାଳ ଓ ଓଡିଆ ସିରିଆଲ ଅଭିନେତ୍ରୀ ଜ୍ୟୋତିର୍ମୟୀ କର୍ ମଧ୍ୟ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଥିଲେ। ଶିକ୍ଷୟିତ୍ରୀ ଅଞ୍ଜଳି ମାଝୀ ଓ ତବସୋମ ବେଗମ୍ ମଂଚ ପରି ଚାଲାନା କରିଥିଲେ।

ଓଡ଼ିଶାର ଲୋକକଳା ଉପରେ ଛାତ୍ରଛାତ୍ରୀ ମାନଙ୍କ ଭିତରେ ବିଭିନ୍ନ ପ୍ରତିଯୋଗିତା ଯଥା ବିତର୍କ, ରଚନା, ଚିତ୍ରାଙ୍କନ, ସାଧାରଣ ଜ୍ଞାନ, ଦଲଗତ ନୃତ୍ୟ ଆଦି କରାଯାଇଥିଲା।ପରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। 

ଉକ୍ତ କାର୍ଯ୍ୟକ୍ରମ କୁ ସଫଳ ରୁପାୟନ କରିବା ପାଇଁ ପ୍ରଧାନ ଶିକ୍ଷକ ଅଶୋକ କୁମାର ତରିଆ, ପ୍ରଧାନ ଶିକ୍ଷୟତ୍ରୀ ନିହାରିକା ନାଗ, ପ୍ରାଧ୍ୟାପକ ଭାସ୍କର ମେହେର, ପ୍ରାଧ୍ୟାପକ କ୍ରିଷ୍ଣା ମେହେର, ପ୍ରଧାନ  ଶିକ୍ଷୟିତ୍ରୀ ଜୟନ୍ତୀ ଷଡ଼ଙ୍ଗୀ, ସରସ୍ୱତୀ ବଗର୍ଥି,ସ୍ଵର୍ଣ୍ଣ ଲତା ଦାସ , ସବିତା ରଣା, ସୁଭାଷିନୀ ମେହେର, ସଂଘମିତ୍ରା ପାଣିଗ୍ରାହୀ, କୁସୁମ ମଞ୍ଜରି ନାଗ, ବୀଣାପାଣି ଦାସ, ସବିତା ପାଣିଗ୍ରାହୀ, ଶାନ୍ତି ଲତା ଭୋଇ, ଏକ ତିତ ଭାବେ କାର୍ଯ୍ୟ କୁ ସମ୍ପାଦନ କରି ଥିଲେ।





Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...