ବିଭିନ୍ନ ସ୍ଥାନରେ କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ...

ବିଭିନ୍ନ ସ୍ଥାନରେ କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ...


ବଙ୍ଗୋମୁଣ୍ଡା,୨୯/୦୯ : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବଙ୍ଗୋମୁଣ୍ଡା କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ପ୍ରଥମେ ବାଗଦେବୀ ସରସ୍ୱତୀ ଙ୍କ ଫଟୋଚିତ୍ର ରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। 

Ad..


ଆୟୋଜିତ କାର୍ଯ୍ୟକ୍ରମ ରେ ସିଆରସିସ ଜିତାମିତ୍ର ବିଶି ଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ଭାବେ ବିଇଓ ବୈକୁଣ୍ଠ ନାଥ ଶବର,ସମ୍ମାନୀୟ ଅତିଥି ଭାବେ ଏବିଇଓ ଅରୁଣ କୁମାର ଯୋଶୀ,ଚୈତନ୍ୟ ଧରୁଆ,ସୋମନାଥ ମଙ୍ଗରାଜ,ପ୍ରଧାନଶିକ୍ଷକ ହୃଦୟବାନ ଛତ୍ରିଆ ପ୍ରମୁଖ  ଅତିଥି ଭାବେ ଯୋଗ ଦେଇଥିଲେ। 

ଏହି ଅବସର ରେ ଅଂଚଳ ର ବିଶିଷ୍ଟ ପ୍ରତିଭାବାନ ବ୍ୟକ୍ତି ବିଶେଷ ମାନଙ୍କୁ ମାନପତ୍ର ଓ ଉପ ଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ରୋହିତ ରଣା,ହରିରାମ ସତନାମୀ,ବିନୋଦିନୀ ନାଏକ,ଡୋଲାମଣୀ ରଣା,ସାଧୁ ସୁନା,ବେଣୁଧର ସାହୁ,କୃଷ୍ଣ ତାଣ୍ଡି,ସୁଧାକର ସାହୁ,ତିବ୍ରରାଜ ମେହେର,ଦୁର୍ଗାମଣି ରଣା,ସଞ୍ଜୟ ପ୍ରଧାନୀ,ଯୁଦ୍ଧିଷ୍ଠିର ନାଗ,ମମତା ମେହେର,ପଙ୍କଜ ମେହେର,ଭଜମନ ବିଶ୍ୱାଲ,ହେମନ୍ତ ପ୍ରଧାନ,ଶଶିଭୂଷଣ ଖମାରୀ,କାର୍ତ୍ତିକ ଭୁଏ,ଚୈତନ୍ୟ ମହାନନ୍ଦ,ସମ୍ରାଟ ସାହୁ ,ରୀତା ଶବର ପ୍ରମୁଖ ଙ୍କ ସହ ବହୁ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ।

ସେହିପରି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଂଚାୟତ ସନ୍ଧିସର ଗ୍ରାମ ରେ ଥିବା ପ୍ରାଥମିକ ବିଦ୍ୟାଳୟ ଠାରେ ଅଶୁର୍ଲା କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ପ୍ରଥମେ ବାଗଦେବୀ ସରସ୍ୱତୀ ଙ୍କ ଫଟୋଚିତ୍ର ରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । 

ଆୟୋଜିତ କାର୍ଯ୍ୟକ୍ରମ ରେ ସିଆରସିସି ହରପ୍ରସାଦ ମାଝୀ ଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ଭାବେ ଯୁବ ଆଦିବାସୀ ନେତା ତଥା କପିଲାଭଟା ପଂଚାୟତ ର ସମିତି ସଭ୍ୟ  କେଦାର ଭୋଇ.ମୁଖ୍ୟବକ୍ତା ଭାବେ ସମାଜସେବୀ ଜିତେନ୍ଦ୍ର  ହଂସ ,ସମ୍ମାନୀୟ ଅତିଥି ଭାବେ ସରପଂଚ ତୁଲସେ ଭୋଇ,ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ର ସମ୍ପାଦକ ହୁଲେଶ୍ୱର ହଂସ,ଭୂମିଦାତା ଲମ୍ବୋଦର ହଂସ,ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତ୍ରିଲୋଚନ ବେହେରା, ବିଦ୍ୟାଳୟ ପରିଚାଳନା ସମିତି ର ସଭାପତି ହୋଲି ନାଗ,କପିଲାଭଟା ହାଇସ୍କୁଲ ର ସହକାରୀ ଶିକ୍ଷକ ବରୁଣ କୁମାର ବାରିକ,ୱାର୍ଡ ମେମ୍ବର ନିଲେନ୍ଦ୍ରୀ ତାଣ୍ଡି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। 

ଏଥିରେ ଶିକ୍ଷକ ଦୁଷ୍ମନ୍ତ ଭୋଇ,ଭୀଷ୍ମଶଙ୍କର ଭୋଇ,କିଶୋର ଚନ୍ଦ୍ରମାଝୀ,ରୁପଧର ସାହୁ,ଟଙ୍କଧର ବିଶ୍ୱାଲ କ୍ଲଷର ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ ।ଏହି ଅବସରରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେନୃତ୍ୟ,ସଙ୍ଗୀତ,ବକ୍ତୃତା,ଚିତ୍ରାଙ୍କନ,ବିତର୍କ,ପ୍ରବନ୍ଧ ଲିଖନ,କୁଇଜ,ଚିତ୍ରକଳା, ଶିଳ୍ପକଳା ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । 

ସେହିପରି ମୁଣ୍ଡପଦର କ୍ଲଷ୍ଟର ଅନ୍ତର୍ଗତ ସାଗୁନଭାଡି  ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଶିଶୁ ମହୋତ୍ସବ ସୁରଭି - ୨୦୨୪ ଅନୁଷ୍ଠିତ କରାଯାଇଥିଲା। ଏଥିରେ ୧୧ଟି ସ୍କୁଲର ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଇଓ ବୈକୁଣ୍ଠ ନାଥ ଶବର  ମୁଖ୍ୟ ଅତିଥି ଏବଂ ସମ୍ମାନୀୟ ଅତିଥି ଭାବେ ସରପଞ୍ଚ ରାଧାକାନ୍ତ ବେହେରା ଯୋଗଦେଇ ସାଗୁନଭାଡି ସ୍କୁଲ୍ ର ନବ ନିର୍ମିତ ପେଣ୍ଡାଲର ଉଦ୍ଘାଟନ କରିଥିଲେ।ସାଗୁନଭାଡି ସ୍କୁଲ୍ ର ପ୍ରଧାନ ଶିକ୍ଷକ ବାଙ୍କନିଧି ମହାପାତ୍ର ସଭାର ସଭାପତିତ୍ବ କରିଥିଲେ ଏବଂ ସିଆର୍ ସି ସି ନଳ ଭୋଇ ସୁରଭି କାର୍ଯକ୍ରମର ପରିଚାଳନା କରିଥିଲେ। 

ବୁଢ଼ୀପଦର୍ ପ୍ରଧାନ ଶିକ୍ଷକ  ଜଗତ କଅଁର ଓ ଭବାନୀ ଶଙ୍କର ସୁନା ମଞ୍ଚ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷକ ଶିକ୍ଷୟିତ୍ରୀ ହେମନ୍ତ ଭୋଇ, ପ୍ରେମଚନ୍ଦ୍ର ତାଣ୍ଡି, ବିଜୟ କୁମାର ପ୍ରଧାନୀ, ଡଲେନ୍ଦ୍ର ମେହର, ରଶ୍ମିତା ବେହେରା, ନୀଳାଦ୍ରି କୁଅଁର, ସୁଭ୍ରତା ସାହୁ, ଆରତୀ ନାଏକ ଇତ୍ୟାଦି ସହଯୋଗ କରିଥିଲେ ।






Edited by k.s thakur...



Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...