ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନୂତନ ପେନସନ ଉଛେଦକରି ପୁରୁଣା ପେନସନ ଲାଗୁକରିବାକୁ ଦାବିପତ୍ର ପ୍ରଦାନ...
ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନୂତନ ପେନସନ ଉଛେଦକରି ପୁରୁଣା ପେନସନ ଲାଗୁକରିବାକୁ ଦାବିପତ୍ର ପ୍ରଦାନ...
ବରଗଡ଼,୨୯/୦୯ : ବରଗଡ ଏ. ଡି. ଏମ ମଧୁଛନ୍ଦା ଦାଶଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏନ.ଏମ. ଓ. ପି. ଏସ, ବରଗଡ଼ ତରଫରୁ ରଘୁନାଥ ପୁରୀ ଓ ଶ୍ରୀକାନ୍ତ ବାରିକଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନୂତନ ପେନସନ ଉଛେଦକରି ପୁରୁଣା ପେନସନ ଲାଗୁକରିବାକୁ ଦାବିପତ୍ର ପ୍ରଦାନ କରିଛନ୍ତି।
Ad..
ସୂଚନା ଯୋଗ୍ୟ ଯେ କେନ୍ଦ୍ରରେ 1.01.2004ରୁ ଓ ଓଡିଶା ରେ 01.01.2005 ପରେ ରାଜ୍ୟରେ ନିଯୁକ୍ତି ପାଇଥିବା ପ୍ରତ୍ୟେକ ବିଭାଗର କର୍ମଚାରୀଙ୍କ ପାଇଁ ଲାଗୁକରାଯାଇଛି। ନିକଟରେ କେନ୍ଦ୍ର ସରକାର ଆସନ୍ତା ଜାନୁଆରୀ 2025 ରେ ୟୁନିଫଏଡ଼ ପେନସନ ସ୍କିମ ଲାଗୁକରିବାକୁ ଯାଉଛନ୍ତି।
କର୍ମଚାରୀଙ୍କୁ ଏନ. ପି. ଏସ ଓ ୟୁ. ପି. ଏସ. ଭିତରୁ ଗୋଟିଏ ଚୟନ କରିବାପାଇଁ ଏକ ଆପସନ ରଖୁଛନ୍ତି ଯାହାକି କର୍ମଚାରୀଙ୍କ ପାଇଁ ସମ୍ପୂର୍ଣ୍ଣ କୁତ୍ସିତ ଯୋଜନା। ନିଜେ ମନ୍ତ୍ରୀ, ବିଧାୟକ, ମୁଖ୍ୟମନ୍ତ୍ରୀ, ପ୍ରଧାନ ମନ୍ତ୍ରୀ ଓ ବିଚାର ପତି ମନେ ମଧ୍ୟ ପୁରୁଣା ପେନସନ ନେଉଥିବା ବେଳେ ସାଧାରଣ କର୍ମଚାରୀଙ୍କୁ ନୁଆଁ ଯୋଜନା ଆଳରେ ବାର୍ଦ୍ଧକ୍ୟ ସମୟର ସାମାଜିକ ସୁରକ୍ଷା ପ୍ରତି ଅଣଦେଖା ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରାଯାଉଛି।
ଏନ. ପି. ଏସ ଯୋଜନାରେ ଜଣେ କର୍ମଚାରୀ ଅଵସର ପର୍ଯ୍ୟନ୍ତ ନିଜ ଦରମା ଅର୍ଥାତ ପେଟରୁ କାଟି 10% ଜମା ଦେବା ସରକାର 14% ଜମାଦେଇ ଅଂଶଧନକୁ ସେୟାର ବଜାର ଭଳି ଏକ ବ୍ୟବସ୍ଥାକୁ ଠେଲି ଦେବା ଯୁଆଖେଲ ସଦୃଶ । ୟୁ. ପି. ଏସ. ହେଉ କି NPS କୌଣସି ଥିରେ ନୁହେଁ ଆମକୁ ସମ୍ପୂର୍ଣ୍ଣ ପୁରୁଣା ପେନସନ ଦରକାର, ଯଦି ଅଵସର ସମୟର ସାମାଜିକ ସୁରକ୍ଷା କଥା ସରକାର ଚିନ୍ତା କରୁଛନ୍ତି ଓ. ପି. ଏସ କାହିଁକି ଲାଗୁ କରୁନାହାନ୍ତି ବୋଲି କର୍ମଚାରୀ ଅସନ୍ତୁଷ୍ଟ ।
ଏହାକୁ ପ୍ରସମିତ କରିବାଳୁ ସରକାର ପ୍ରୟାସ କରନ୍ତୁ ନଚେତ ନଭେମ୍ବର ବିଧାନସଭା ସମୟରେ ଏକ ବଡଧରଣର ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ବୋଲି ବିବୃତି ରଖୁଛନ୍ତି ନେତୃତ୍ୱ। ଜିଲ୍ଲାପାଳଙ୍କ ଜରିଆରେ ଆଜି ବରଗଡ଼, ପଦ୍ମପୁର, ପାଇକମାଲ ଝାରବନ୍ଧ, ଭଟଲି, ଭେଡେନ ବିଜେପୁର ଆଦି ବାରଟି ବ୍ଲକରୁ ପୃଥ୍ୱୀରାଜ ବାରିକ, କୁବେର ମହାପାତ୍ର ସୋହେଲା, ଡୋଳା ମଣୀ ମାହାର, ରାଜସ୍ବ ବିଭାଗ ଓ ପ୍ଲାନିଂ ଓ ମାଇନିଙ୍ଗ ବିଭାଗରୁ ରାଜେଶ କୁ ସାହୁ ପ୍ରକାଶ ନାୟକ,ସୀତାରାମ କନ୍ଧେର ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ।
Report : Bijay ku sahu
Edited by k.s thakur...
Comments
Post a Comment