ପୁଣି ଜୀବନ ନେଲା ବିଜୁ ଏକ୍ସପ୍ରେସୱେ : ବେଆଇନ ଡିଭାଇଡର ଭଙ୍ଗା ଘଟଣା ରେ ପ୍ରଶାସନ ନିରବ କାହିଁକି ?
ପୁଣି ଜୀବନ ନେଲା ବିଜୁ ଏକ୍ସପ୍ରେସୱେ : ବେଆଇନ ଡିଭାଇଡର ଭଙ୍ଗା ଘଟଣା ରେ ପ୍ରଶାସନ ନିରବ କାହିଁକି ?
ବରଗଡ଼,୨୮/୦୯ : ପୁଣି ବେଆଇନ ଡିଭାଇଡର ନେଲା ଜୀବନ। ଗତ କାଲି ବିଜୁ ଏକ୍ସପ୍ରେସୱେ ରେ ଟ୍ରକ ଚାପା ରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ କୁ ଜଣକ ଲଖମରା ଲୁହୁରାକୋଟ ଗାଁ ର ବୋଲି ଜଣାପଡିଛି।
Ad..
ବରଗଡ଼ ଜିଲ୍ଲା ପଦ୍ମପୁର ସହର ଦେଇ ଯାଇଥିବା ବିଜୁ ଏକ୍ସପ୍ରେସୱେ ର ଡିଭାଇଡର କୁ ବହୁ ସ୍ଥାନରେ ବେଆଇନ ଭାବରେ ଭଙ୍ଗାଯାଇ ବ୍ଯବସାୟ ପ୍ରତିଷ୍ଠାନ , ସ୍କୁଲ କୁ ଯୋରଜବଦସ୍ତ ସହ ରାସ୍ତା ର ସୁବିଧା କରାଯାଇଥିବା ଯୋଗୁଁ ବିଭିନ୍ନ ସମୟରେ ଛୋଟ ବଡ ଦୂର୍ଘଟଣା ମାନ ଘଟି ଅନେକ ଜୀବନ ହାନି ଘଟିଥିବା ବେଳେ ଅନେକ ଆହତ ହେଉଛନ୍ତି।
ପଦ୍ମପୁର ମହୁଲପାଲି ଠାରୁ ବରିକେଲ ପ୍ରାୟ ୧୦ କିଲୋମିଟର ଦୂରତା ଭିତରେ ୧୦ ଗୋଟି ସ୍ଥାନରେ ବେଆଇନ ଭାବରେ ଡିଭାଇଡର ଭଙ୍ଗା ଯାଇଥିବା ବେଳେ ୧୦ ଗୋଟି ସ୍ଥାନରେ ରାସ୍ତା ନିର୍ମାଣ ବିଭାଗ ତରଫରୁ ଡିଭାଇଡର ତିଆରି ହୋଇଛି ହେଲେ କୈାଣସି ସ୍ଥାନରେ ବିଭାଗ ତରଫରୁ ସଚେତନତା ସୂଚନା ଫଳକ ନଥିବା ରାତିରେ ଡିଭାଇଡର ପାଇଁ ଆଲୋକ ଓ ରାତ୍ରୀ କାଳିନ ଫଳକ ଟିଏ ନାହିଁ ଦୂର୍ଘଟଣା ଘଟି ଜୀବନ ଯାଉଛି।
ଗତ ଏକ ମାସ ମଧ୍ୟରେ ବେଆଇନ ଡିଭାଇଡର ଭଙ୍ଗା ଯୋଗୁଁ ଦୁଇ କର ଜୀବନ ଯାଇଥିବାବେଳେ ୫ ଜଣ ଦୂର୍ଘଟଣା ଯୋଗୁଁ ଆହତ ହୋଇଛନ୍ତି। ଏଥିପାଇଁ ନାଁ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇଛି ନା ପୋଲିସ ପଦକ୍ଷେପ ନେଇଛି। ଜନସାଧାରଣ ଙ୍କ ଆକ୍ରୋଶ ବଢ଼ିବାରେ ଲାଗିଛି। ଏଭଳି କୈାଣସି ଘଟଣା କୁ ନେଇ ହଠାତ୍ ଜନ ଆନ୍ଦୋଳନ ସହ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ମଧ୍ୟ ଦେଖା ଦେଲାଣି।
ପଦ୍ମପୁର ମହୁଲ ପାଲି ଗାଁ ଠାରୁ ବରିକେଲ ମଧ୍ୟରେ ପାଞ୍ଚ ଟି ପେଟ୍ରୋଲ ପମ୍ପ ରହିଛି ଓ ଉକ୍ତ ପାଞ୍ଚଟି ପେଟ୍ରୋଲ ପମ୍ପ ସମ୍ମୁଖରେ ଅଧିକାଂଶ ଦୂର୍ଘଟଣା ଘଟୁଛି। ଏଭଲି ବେଆଇନ ଡିଭାଇଡର ଭାଙ୍ଗି ଧନଜୀବନ ହାନି ଘଟାଉଥିବା ବ୍ୟବସାୟୀ ଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ଉପଯୁକ୍ତ ସ୍ଥାନ ରେ ସୂଚନା ଫଳକ ଲଗେଇବା ପାଇଁ ଜନସାଧାରଣ ରେ ଦାବି ହେଉଛି।
ଅକାରଣେ ଜୀବନ ନେଉଥିବା ବେଆଇନ ଡିଭାଇଡର ଭଙ୍ଗା ଘଟଣାରେ ପ୍ରଶାସନ ଓ ନେତା ନିରବ କାହିଁକି ବୋଲି ପ୍ରଶ୍ନ ଉଠିଛି। କେବଳ ପଦ୍ମପୁର ସହର ନିକଟରେ ଏଭଳି ବିପଦପୂର୍ଣ୍ଣ ବେଆଇନ ଡିଭାଇଡର ଭଙ୍ଗା ଯାଇଛି ଓ ଏଥିପାଇଁ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ତାହା ନୁହେଁ ବିଜୁ ଏକ୍ସପ୍ରେସୱେ ର ସୋହେଲା ଠାରୁ ମାଣ୍ଡୋସିଲି ଦିର୍ଘ ୯୦ କିଲୋମିଟର ମଧ୍ୟରେ ୪୨ ସ୍ଥାନ ରେ ବେଆଇନ ଡିଭାଇଡର ଭଙ୍ଗା ଯାଇଛି ଯାହା କୁ ନେଇ ପ୍ରାୟ ଦିନରେ ଛୋଟ ବଡ ଦୂର୍ଘଟଣା ଘଟୁଛି ବଡ ଦୂର୍ଘଟଣା ଲୋକଲୋଚନକୁ ଆସୁଥିବା ବେଳେ ଛୋଟ ଛୋଟ ଘଟଣା ଲୁଚି ଯାଉଛି।
ବିଜୁ ଏକ୍ସପ୍ରେସୱେ ରାସ୍ତା କଡର ଗାଁ ଠାରୁ ସହର ସବୁଠି ଏହି ବେଆଇନ ଡିଭାଇଡର ଭଙ୍ଗା କୁ ନେଇ ଲୋକ ଅତିଷ୍ଠ ହେଲେଣି ଏହି ବିପଦପୂର୍ଣ୍ଣ ବେଆଇନ ଡିଭାଇଡର ଭଙ୍ଗା ଘଟଣା କୁ ନେଇ ପ୍ରଶାସନ, ପୋଲିସ ଓ ବିଜୁ ଏକ୍ସପ୍ରେସୱେ ବିଭାଗୀୟ ଅଧିକାରୀ ଚୁପ୍ କାହିଁକି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ବେଳେ ନେତା ପରୋକ୍ଷ ରେ କେତେକ ବେଆଇନ ଡିଭାଇଡର ତିଆରି କରିବା ପାଇଁ ମଧ୍ୟ ନିର୍ଦେଶ ଦେଇଥିବା ଆଲୋଚନା ହେଉଛି। ଆଗାମୀ ଦିନରେ ଜନଅସନ୍ତୋଷ ବିସ୍ପୋରକ ହେବାର ସମ୍ଭାବନା ରହୁଛି। ଯଦି କୈାଣସି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୁଏ ତା'ହେଲେ ଉକ୍ତ ନେତା ମଧ୍ୟ ଦାୟୀ ହୋଇପାରନ୍ତି।
Report : Bijay ku sahu
Edited by k.s thakur...
Comments
Post a Comment