ସୂଚନା ଓ ଲୋକସମ୍ପର୍କ ବିଭାଗ ପଦ୍ମପୁର ଉପଖଣ୍ଡ କାର୍ଯ୍ୟାଳୟ କର୍ମଚାରୀ ଙ୍କ ଅବସର ଗ୍ରହଣ...

ସୂଚନା ଓ ଲୋକସମ୍ପର୍କ ବିଭାଗ ପଦ୍ମପୁର ଉପଖଣ୍ଡ କାର୍ଯ୍ୟାଳୟ କର୍ମଚାରୀ ଙ୍କ ଅବସର ଗ୍ରହଣ... ବରଗଡ଼/ପଦ୍ମପୁର,୩୧/୦୫ : ଆଜି ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ, ପଦ୍ମପୁରର କର୍ମଚାରୀ, ଶ୍ରୀ ପ୍ରେମସାୟ କଲିହାରୀ ତାଙ୍କ ଚାକିରୀ ଜୀବନରୁ ଅବସର ଗ୍ରହଣ କରିଛନ୍ତି । Ad.. ସେ ତା. ୧୮.୦୧.୧୯୯୧ ରିଖ ରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ, ବରଗଡ଼ ଠାରେ ତାଙ୍କ ଚାକିରିରେ ଯୋଗଦାନ କରିଥିଲେ । ଶ୍ରୀ କଲିହାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେବା ଅବସରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଶ୍ରୀ ପ୍ରହଲ୍ଲାଦ ଖୋସ୍ଲାଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । Ad.. ଏହି ସଭାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ମହେନ୍ଦ୍ର ସାହୁ,ଦୀନକୃଷ୍ଣ ସ୍ବାଇଁ, ଶ୍ରୀମତୀ ଚନ୍ଦ୍ରିକା ମେହେର, ହେମସାଗର ମହାପାତ୍ର, ଦାତାରାମ ରଥ, ନୂଆ ସାହୁ ଏବଂ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ, ପଦ୍ମପୁରର ରାଇସିଂ ମାଝି ଉପସ୍ଥିତ ଥିଲେ। ଉପସ୍ଥିତ ସମସ୍ତ କର୍ମଚାରୀ କଲିହାରୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ତାଙ୍କ ଆଗାମୀ ଜୀବନ ଦୀର୍ଘାୟୁ ତଥା ସୁଖମୟ ହେଉ ବୋଲି କାମନା କରିଥିଲେ। Report : Bijay ku sahu Edited by k.s thakur...