ଅମ୍ବାଭୋନା ଅସ୍ତ୍ରାଗାର ରେ କାର୍ଯ୍ୟରତ କର୍ମଚାରୀଙ୍କ ଆକସ୍ମିକ ମୃତ୍ୟୁ:କାରଣ ଅସ୍ପଷ୍ଟ...
ଅମ୍ବାଭୋନା ଅସ୍ତ୍ରାଗାର ରେ କାର୍ଯ୍ୟରତ କର୍ମଚାରୀଙ୍କ ଆକସ୍ମିକ ମୃତ୍ୟୁ:କାରଣ ଅସ୍ପଷ୍ଟ...
ଅମ୍ବାଭୋନା,୩୦/୦୫ :- ବରଗଡ ଜିଲ୍ଲା ଅମ୍ବାଭୋନା ଅମ୍ବାଭୋନା ଥାନା ସଂଲଗ୍ନ ଅସ୍ତ୍ରାଗାର ରେ କାର୍ଯ୍ୟରତ ଓଡ଼ିଶା ସ୍ପେସିଏଲ ଷ୍ଟ୍ରାକିଂ ଫୋର୍ସ ର କର୍ମଚାରୀ ବିଜୟ ସା ଙ୍କ ଆଜି ପ୍ରତ୍ୟୁଷରୁ ଶୋଇଥିବା ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି।
Ad..
ମୃତ୍ୟୁ ର ପ୍ରକୃତ କାରଣ ଜଣାପଡ଼ିନାହିଁ। ମୃତକ ବିଜୟ ସା ଝାରସୁଗୁଡ଼ା ଜିଲ୍ଲା ଭୁୟାଁ ପଡା ର ବୋଲି ଜଣାପଡ଼ିଛି।ଏ ନେଇ ଅମ୍ବାଭୋନା ଥାନା ରେ ୦୯/୨୦୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅମ୍ବାଭୋନା ପୋଲିସ ଘଟଣାର ତଦନ୍ତ ଚଳାଇଛି।
Ad..
ଅମ୍ବାଭୋନା ଥାନାଧିକାରୀ ବିପିନ ବାଗ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପୋଲିସ ଶବ ଜବତ କରି ଭୁକ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରଖିଛନ୍ତି। ମୃତକଙ୍କ ପରିବାରବର୍ଗଙ୍କୁ ମଧ୍ୟ ସୁଚନା ଦିଆଯାଇଥିବା ପୋଲିସ ପ୍ରକାଶ କରିଛନ୍ତି।
Ad..
ପରିବାର ବର୍ଗ ଙ୍କ ଉପସ୍ଥିତିରେ ବରଗଡ଼ ଖେଦାପାଲି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଯିବ।ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ମୃତ୍ୟୁ ର ପ୍ରକୃତ କାରଣ ଜଣାପଡିବ ବୋଲି ତଦନ୍ତ ଅଧିକାରୀ ପ୍ରକାଶ କରିଛନ୍ତି।
Report : Bijay ku sahu
Edited by k.s thakur...
Comments
Post a Comment