ଶିକ୍ଷକଙ୍କୁ ଅବସରକାଲୀନ ସମ୍ବର୍ଦ୍ଧନା...

ଶିକ୍ଷକଙ୍କୁ ଅବସରକାଲୀନ ସମ୍ବର୍ଦ୍ଧନା...


ବଙ୍ଗୋମୁଣ୍ଡା,୩୧/୦୫ : ବଙ୍ଗୋମୁଣ୍ଡା ବ୍ଲକର ଖଇରା ସ୍ଥିତ ସତ୍ୟ ମହିମା ବିଦ୍ୟାପୀଠର ସହକାରୀ ଶିକ୍ଷକ ଡ.ନାରାୟଣ ମିଶ୍ରଙ୍କୁ ବିଦ୍ୟାଳୟ ପକ୍ଷରୁ ଅବସରକାଲୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।

          Ad..


ପଣ୍ଡିତ ଅକ୍ଷୟ କୁମାର ତ୍ୟାଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଅବସରକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପରିଚାଳନା କମିଟୀ ସଭାପତି ସୀତାକାନ୍ତ ଭୋଇ,ମୋ ସ୍କୁଲ ଅଭିଯାନର ସଭାପତି ରାମପ୍ରସାଦ ରଣା,ସୀମାଞ୍ଚଳ ଭୋଇ,ଆଦିବାସୀ ନେତା ଚକ୍ରଧର ଜାନୀ,ବରିଷ୍ଠ କଲାକାର ସୁଧାକର ସାହୁ,ମୟଚନ୍ଦ୍ର ଭୋଇ,ଶିକ୍ଷକ ଗିରିଧାରୀ ତ୍ୟାଗୀ ପ୍ରମୁଖ ବକ୍ତବ୍ୟରେ ବିଦ୍ୟାଳୟ ଏବଂ ପରିଚାଳନା କମିଟୀ,ଶିକ୍ଷକଙ୍କ ସହ ସୁସଂପର୍କ,ବିଦ୍ୟାଳୟ ପ୍ରତି ରହିଥିବା ସମର୍ପିତ ମନୋଭାବ ସଂପର୍କରେ ପ୍ରକାଶ କରି ଅବସର ପରେ ମଧ୍ୟ ଏହି ବିଦ୍ୟାଳୟ ପ୍ରତି ଆନ୍ତରିକ ସହଯୋଗ କାମନା କରିଥିଲେ। 

Ad..


ଡ. ନାରାୟଣ ମିଶ୍ରଙ୍କୁ ମାନପତ୍ର ଏବଂ ଉପଢୌକନ ପୂର୍ବକ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।୧୯୯୧ ମସିହାରୁ ବିଦ୍ୟାଳୟରେ ଶିକ୍ଷକତା ଜୀବନ ଆରମ୍ଭ କରି ସତ୍ୟ ମହିମା ସଂସ୍କୃତ ବିଦ୍ୟାପୀଠରେ ୩୪ ବର୍ଷ ଶିକ୍ଷକତା କଲା ପରେ ମେ ୩୧ ତାରିଖ ଦିନ ଅବସର ଗ୍ରହଣ କରିଥିଲେ।

           Ad..


 ବିଦ୍ୟାଳୟ ସହ ରହିଥିବା ଦୀର୍ଘ ବର୍ଷର ଅନୁଭୂତି,ଅନୁଷ୍ଠାନ ପ୍ରତି ରହିଥିବା ନିଜର ଗୁର ଦାୟିତ୍ୱ ସଂପର୍କରେ ଶ୍ରୀ ମିଶ୍ର ପ୍ରକାଶ କରିଥିଲେ ।ବିଦ୍ୟାଳୟରୁ ଅବସର ନେବା ପରେ ବିଦ୍ୟାଳୟ ମୁଖ୍ୟ ଫାଟକରେ ମୁଣ୍ଡିଆ ମାରିଥିଲେ ।

ଏହି ଅବସରରେ କହ୍ନେଇ ଚରଣ ଭୋଇ,ଜୁଗ ପରାଭୋଇ,ହୃଦାନନ୍ଦ ମାଝୀ,ମଧୁସୂଦନ ବେହେରା,ଖୁରଦାସ ଭୋଇ,ବାୟା ମାଝୀ,ଫକୀର ପୁଟେଲ,କ୍ଷୀରସିନ୍ଧୁ ନାଗ,ରଶ୍ମିରଞ୍ଜନ ସାହୁ,ବୈଚନ୍ଦ୍ର ରଣା,ବିଜୟଦେବ ଜାନୀ ପ୍ରମୁଖ ଉପସ୍ଥିତ ଥିଲେ।




Edited by k.s thakur...





Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...