ବରଗଡ଼ ଜିଲ୍ଲା ର ଗାଁ ଠାରୁ ସହର ସବୁଠି ଘନ ଘନ ବିଦ୍ୟୁତ କାଟ ଜନଜୀବନ ଅସ୍ତବ୍ୟସ୍ତ...
ବରଗଡ଼ ଜିଲ୍ଲା ର ଗାଁ ଠାରୁ ସହର ସବୁଠି ଘନ ଘନ ବିଦ୍ୟୁତ କାଟ ଜନଜୀବନ ଅସ୍ତବ୍ୟସ୍ତ...
ବରଗଡ଼,୩୦/୦୫ : ସମଗ୍ର ବରଗଡ଼ ଜିଲ୍ଲା ପ୍ରବଳ ଖରା ଓ ଝାଞ୍ଜି ପବନ ରେ ସିଝୁଥିବା ବେଳେ ଘନ ଘନ ବିଦ୍ୟୁତ ବିଭ୍ରାଟ ଯୋଗୁଁ ଜନଜୀବନ ଅତିଷ୍ଠ ହୋଇ ପଡିଛି ଫଳରେ ଟାଟା ପାୱାର ବିରୁଦ୍ଧରେ ଜନ ଅସନ୍ତୋଷ ବଢ଼ିବାରେ ଲାଗୁଛି।
Ad..
ବରଗଡ଼ ଜିଲ୍ଲା ରେ ତାପମାତ୍ରା ୪୬ ଡିଗ୍ରୀ ରୁ ଅଧିକ ରହୁଥିବା ବେଳେ ୫୦ ଡିଗ୍ରୀ ଭଲି ଉତ୍ତାପ ଯୋଗୁଁ ସକାଳୁ ସନ୍ଧ୍ୟା ଓ ରାତ୍ରି ତମାମ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ସେଥିରେ ପୁଣି ଘନ ଘନ ବିଦ୍ୟୁତ କାଟ ଗାଁ ଠାରୁ ସହର ସବୁଠି ବିଦ୍ୟୁତ ବିଭ୍ରାଟ ଜିଲ୍ଲା ବାସୀଙ୍କୁ ଅତିଷ୍ଠ କରୁଥିବା ରୁ କେବେବି ଜନ ଅସନ୍ତୋଷ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିପାରେ।
Ad..
ବରଗଡ଼ ଜିଲ୍ଲା ର ଭଟଲି ବ୍ଲକ ସମେତ ଅଧିକାଂଶ ଗାଁ ମାନଙ୍କରେ ସକାଳୁ ତିନି ଘଣ୍ଟା ଓ ସହରରେ ପ୍ରତି ଘଣ୍ଟା ଅନ୍ତରରେ ବିଦ୍ୟୁତ କାଟ ଯୋଗୁଁ ଟାଟା ପାୱାର କମ୍ପାନୀ ଉପରେ ବିଦ୍ୟୁତ ଉପଭୋକ୍ତା ଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି। ଜିଲ୍ଲା ର ଗାଁ ହେଉଛି ସହର ସବୁଠି ଜନଜୀବନ ଅସ୍ତବ୍ୟସ୍ତ ହେଉଛି।
Ad..
ସକାଳ ୮ ଘଣ୍ଟା ସମୟରେ ଘରୁ ପଦାକୁ ବାହାରିବାକୁ ଭୟ କରୁଛନ୍ତି। ଦିନ ୧୦ ଟା ସମୟ ହେଲେ ପ୍ରବଳ ଉତ୍ତାପ ବୃଦ୍ଧି ଯୋଗୁଁ ମୁହଁ ଗୋଡ ହାତ ପୋଡ଼ୁଛି। ରାସ୍ତା ଘାଟ ଶୂନଶାନ ହୋଇ ପଡ଼ୁଥିବା ବେଳେ ଦୋକାନ ବଜାର ବନ୍ଦ ହୋଇ ପଡୁଛି। ବିନା କାମରେ ଲୋକେ ଘରୁ ବାହାରିବାକୁ ଇଚ୍ଛା କରୁ ନାହାନ୍ତି।
ସକାଳ ଯେଉଁଭଳି ଗରମ ସନ୍ଧ୍ୟା ଓ ରାତ୍ରି ରେ ସେଇଭଳି ଗରମ ଅନୁଭୂତ ହୋଉଛି। ନିଆଁ ବର୍ଷା ର ଅନୁଭବ ହେଉଥିବା ବେଳେ ଟାଟା ପାୱାର ର ବିଦ୍ୟୁତ ବିଭ୍ରାଟ ଗାଁରୁ ସହର ସବୁଠି ଗ୍ରାହକ ଅତିଷ୍ଠ ହେଲେଣି। ବରଗଡ଼ ସହରରେ ଗତ ଦୁଇଦିନ ଧରି ବିଦ୍ୟୁତ କାଟ ହେଉଛି ସେହିଭଳି ଗ୍ରାମାଞ୍ଚଳ ରେ ଦିନରେ ଦୁଇ ଘଣ୍ଟା ବାଧ୍ୟ ବିଦ୍ୟୁତ କାଟ ହେଉଛି।
ସେହିପରି ପଦ୍ମପୁର, ଗାଇସିଲେଟ, ପାଇକମାଳ, ଝାରବନ୍ଧ, ଭଟଲି ପ୍ରଭୃତି ଅଚଳ ରେ ବିଦ୍ୟୁତ ସମସ୍ୟା ଜନଜୀବନ କୁ ଅତିଷ୍ଠ କରୁଥିବା ରୁ ଟାଟା ପାୱାର ବିରୁଦ୍ଧରେ ଜନ ଅସନ୍ତୋଷ ବଢ଼ିବାରେ ଲାଗୁଛି।
Report : Bijay ku sahu
Edited by k.s thakur...
Comments
Post a Comment