ଓଡ଼ିଶା ର ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀ କୁ ବିଶ୍ବ ଦରବାରରେ ପହଞ୍ଚାଇବା ପାଇଁ ଛୋଟିଆ ପ୍ରୟାସ କରିଛନ୍ତି ମମତା...

ଓଡ଼ିଶା ର ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀ କୁ ବିଶ୍ବ ଦରବାରରେ ପହଞ୍ଚାଇବା ପାଇଁ ଛୋଟିଆ ପ୍ରୟାସ କରିଛନ୍ତି ମମତା...


ବରଗଡ଼/ପଦ୍ମପୁର,୩୧/୦୫ : ବିଶ୍ବ ସ୍ତରୀୟ ନୃତ୍ୟ ପ୍ରତିଯୋଗିତାରେ ଭାଗନେଇ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିବା ବରଗଡ଼ ଜିଲ୍ଲା ପଦ୍ମପୁର ଅନ୍ତର୍ଗତ ଲମ୍ବରଜୁନା ଗାଁ ର ମମତା ବରିହା ଓଡ଼ିଶୀ ନୃତ୍ୟ କୁ ଏକ ଟଙ୍କିଆ ସ୍କୁଲ ମାଧ୍ୟମ ରେ ଶିକ୍ଷାଦାନ ଦେଇ ସମଗ୍ର ବୁଢାସମ୍ବର ଗଡ଼ଜାତ  ଅଂଚଳରେ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। 

        Ad..


ଓଡ଼ିଶା ସଂଗୀତ ପରମ୍ପରା ର ଜୀବନ୍ତ ନୃତ୍ୟ କଳା ଓଡ଼ିଶୀ କୁ ବିଶ୍ବ ଦରବାରରେ ପହଞ୍ଚାଇବା ପାଇଁ ଛୋଟିଆ ପ୍ରୟାସ କରି ଏକ ଟଙ୍କା ର ସ୍କୁଲ ମାଧ୍ୟମ ଝିଅ ମାନଂକୁ ଓଡ଼ିଶୀ ନୃତ୍ୟର ଶିକ୍ଷାଦାନ ଦେଉଛନ୍ତି ଗାଁ ର ଝିଅ ମମତା। 

Ad..


ବରଗଡ଼ ଜିଲ୍ଲା ପଦ୍ମପୁର ଅନ୍ତର୍ଗତ ଲମ୍ବରଜୁନା ଗାଁ ର ମମତା ବରିହା ପ୍ରଥମ ରୁ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ଝିଅ ମାନଂକୁ ଓଡ଼ିଶା ର ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀ ର ଶିକ୍ଷ୍ୟା ଦାନ ଦେଉଛନ୍ତି। ଭୁବନେଶ୍ୱର ଉତ୍କଳ ବିଶ୍ୱବିଦ୍ୟାଳୟ ରେ ସଂଗୀତ ଓ ନୃତ୍ୟ ପାଠପଢୁଥିବା ଛାତ୍ରୀ ଖରା ଛୁଟିରେ ଗାଁ କୁ ଆସିଥିଲେ।

     Ad..


ଭାରତ ର ଆଠଗୋଟି ଶାସ୍ତ୍ରୀୟ ନୃତ୍ୟ ମଧ୍ୟରେ ଓଡ଼ିଶା ର ଓଡ଼ିଶୀ ନୃତ୍ୟ ଅନ୍ୟତମ ଅଟେ ସେହି ଓଡ଼ିଶୀ ନୃତ୍ୟ କୁ ସମଗ୍ର ବିଶ୍ବରେ ପରିଚିତ କରିବା ପାଇଁ ପରିକଳ୍ପନା କରି ନିଜ ଅଂଚଳରେ ପ୍ରଥମେ ଆରମ୍ଭ କରିବା ପାଇଁ ଉଦ୍ୟମ କରିଥିଲେ।

ପଦ୍ମପୁର ସହରର ବରିଷ୍ଠ କଳାକାର ମାନଙ୍କ ପରାମର୍ଶରେ ଆରମ୍ଭ କଲେ ଓଡ଼ିଶୀ ନୃତ୍ୟ ର ମାଗଣା ଶିକ୍ଷା। ଝିଅମାନେ ମାତ୍ର ଏକ ଟଙ୍କା ଦେଇ ତାଙ୍କ ନାମ ପଞ୍ଜିକରଣ କରିବେ । ପଦ୍ମପୁର ଠାରେ ପୂର୍ବରୁ ସମ୍ବଲପୁରୀ ନୃତ୍ୟ ଓ ସଙ୍ଗୀତ ଶିକ୍ଷା ଦାନ ଦେଉଥିବା ବରିଷ୍ଠ କଳାକାର ରମେଶ ଗୁର୍ଲା, ରାଜେନ୍ଦ୍ର ମହାନ୍ତି, ଅଶୋକ ବହିଦାର, ସୁରେନ୍ଦ୍ର ସାହୁ ପ୍ରମୁଖ ଙ୍କ ସହଯୋଗ ରେ ପଦ୍ମପୁର ରାଜାଜୀ ଟାଉନ ହଲ ଠାରେ ଖରା ଛୁଟି ପାଇଁ ଶୁଭାରମ୍ଭ କଲେ ଓଡ଼ିଶୀ ନୃତ୍ୟ ଶିକ୍ଷାଦାନ। 

ପ୍ରାୟ ୨୦ ଜଣ ଝିଅ ଙ୍କୁ ଓଡ଼ିଶା ର ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀ ନୃତ୍ୟ ଶିଖାଇବା ପାଇଁ ପ୍ରୟାସ କରି ଶୁଭାରମ୍ଭ କରିଛନ୍ତି। ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ କୁଣାଲ ମୋତିରାମ ଚୈହାନ ମୁଖ୍ୟ କତିଥି ଭାବରେ ଯୋଗଦାନ ଦେଇ ଆଜି ଶୁକ୍ରବାର ସକାଳୁ ଶୁଭାରମ୍ଭ କରିଛନ୍ତି। ୧୫ ଦିନ ଧରି ନିଜ ଗାଁ ରୁ ଆସି ପ୍ରତ୍ୟେକ ଦିନ ସକାଳ ରୁ ତିନି ଘଣ୍ଟା ମାଗଣା ଶିକ୍ଷା ଦାନ ଦେଉଛନ୍ତି ମମତା ବରିହା ।




Report  : Bijay ku sahu

Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...