ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ସମନ୍ୱୟ ବୈଠକ...
ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ସମନ୍ୱୟ ବୈଠକ...
ବରଗଡ଼,୩୧/୦୫ : ଅନୁଭୂତ ହେଉଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର ଉପଯୁକ୍ତ ମୁକାବିଲା ପାଇଁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।
Ad..
ବୈଠକରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଅଧ୍ୟକ୍ଷତା କରିବା ସହ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଧେଶ ଦେବା ସହ ସକାଳେ କିମ୍ବା ଉପରବେଳା ଖରା କମ ଥିବାବେଳେ ବାହାରକୁ ବାହାରିବା, ଘରୁ ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଇବା, ହାଲୁକା ରଙ୍ଗର ଢ଼ିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରିବା, ଖରାରେ ଶାରୀରିକ ପରିଶ୍ରମ କିମ୍ବା ଅଧିକ ଦୂର ନ ଚାଲିବା ଏବଂ ଛାଇରେ ବିଶ୍ରାମ ନେବା ଭଳି ଅଂଶୁଘାତର ପୂର୍ବ ସତର୍କତା ଅବଲମ୍ବନ କରିବା ପାଇଁ ଶ୍ରୀ ଗୋୟଲ ଲୋକଙ୍କୁ ସନ୍ଦେଶ ଦେଇଛନ୍ତି।
Ad..
ସୂଚନାଯୋଗ୍ୟକି, ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଗତ ମାର୍ଚ୍ଚ ମାସରୁ ଜିଲ୍ଲାର ସମସ୍ତ ବିଡ଼ିଓ, ତହସିଲଦାର, ବିଭାଗୀୟ ଅଧିକାରୀ ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମୀଙ୍କୁ ନେଇ ଆୟୋଜିତ ହୋଇଥିବା ଏକ କର୍ମଶାଳାରେ ଗ୍ରୀଷ୍ମ ପ୍ରବାହ ସମୟରେ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଧେଶ ଦିଆଯାଇଛି।
Ad..
ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ମନୁଷ୍ୟ ଶରୀରରେ ଦେଖା ଦେବା ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଏବଂ ଅଂଶୁଘାତରେ ଜୀବନ ହାନି ହେବା ସହିତ ଗୃହପାଳିତ ପଶୁ, ଚାଷବାସ ଉପରେ ପଡୁଥିବା କୁପ୍ରଭାବକୁ ନଜରରେ ରଖି ଏହାର ସଠିକ ମୁକାବିଲା ପାଇଁ ବିଭନ୍ନ ପଦକ୍ଷେପ ନିଆଯାଇଛି।
ଜିଲ୍ଲାର ସମସ୍ତ ବିଡିଓ ଏବଂ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନେତୃତ୍ୱରେ ଜଳ ସଙ୍କଟ ଦେଖା ଦେଉଥିବା ଅଞ୍ଚଳ ଗୁଡିକୁ ଚିହ୍ନଟ କରିବା ସହିତ ସେଠାରେ ଅଗ୍ରିମ ସ୍ୱଚ୍ଛ ପାନୀୟ ଜଳର ବ୍ୟବସ୍ତା କରିବା ସହିତ ସବୁ ନଳକୂପ ଗୁଡିକୁ ମରାମତି କରିବା ଏବଂ ହସ୍ପିଟାଲ, ବସଷ୍ଟାଣ୍ଡ, ବଜାର ଭଳି ସର୍ବସାଧାରଣ ସ୍ଥାନରେ ଜଳସେବା କେନ୍ଦ୍ର ଖୋଲି ଓଆରଏସ ପାକେଟ ଏବଂ ଆଶୁ ଚିକିତ୍ସା ବ୍ୟବସ୍ତା କରାଯାଇଛି।
ଗ୍ରୀଷ୍ମଋତୁରେ ଲୋକଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇବା ନିମନ୍ତେ ପର୍ଯ୍ୟାପ୍ତ ପରିମାଣର ଔଷଧ ସହ ଆବଶ୍ୟକ ସୁବିଧା କରିବା ଲାଗି ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଯାତ୍ରୀଙ୍କ ଯାତାୟାତ ସୁବିଧା ନିମନ୍ତେ ସମସ୍ତ ଯାନବାହନରେ ପର୍ଯ୍ୟାପ୍ତ ପରିମାଣର ପାନୀୟ ଜଳ ରଖିବା, ବସିବା କ୍ଷମତା ଅନୁଯାୟୀ ଯାତ୍ରୀଙ୍କୁ ନେବା, ଗାଡିକୁ ଗୋଟିଏ ସ୍ଥାନରେ ଅଧିକ ସମୟ ନରଖିବା ସହ ଗ୍ରୀଷ୍ମ ପ୍ରବାହରେ ଯାତ୍ରୀମାନେ ଅବଲମ୍ବନ କରିବାକୁଥିବା ସତର୍କତା ବିଷୟରେ ସଚେତନ କରିବା ପାଇଁ ପରିବହନ ବିଭାଗ କାର୍ଯ୍ୟକରୁଛି।
ଦୈନିକ ମଜୁରିଆଙ୍କ ସୁରକ୍ଷା ନିମନ୍ତେ କାର୍ଯ୍ୟ ସମୟର ପୁନଃ ନିର୍ଦ୍ଧାରଣକରି ମଧ୍ୟାହ୍ନ ସମୟ ତଥା ସକାଳ ୧୧.୦୦ ଘଟିକା ଠାରୁ ୦୩.୦୦ ଘଟିକା ମଧ୍ୟରେ କାମ ବନ୍ଦ କରିବା ସହ କର୍ଯ୍ୟସ୍ଥଳରେ ପାନୀୟ ଜଳ, ଛାଇ, ଓଆରଏସ ଏବଂ ଆଶୁ ଚିକତ୍ସା ବ୍ୟବସ୍ତା କରିବାକୁ ନିର୍ଦ୍ଧେଶ ଦେବା ସହ ଶ୍ରମ ଅଧିକାରୀ ତାହାର ତଦାରଖ କରୁଛନ୍ତି।
ଜଙ୍ଗଲରେ ନିଆଁ ଲିଭାଇବା, ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ବନ ଭିଭାଗ ଆବଶ୍ୟକୀୟ ସରଞ୍ଜାମ ସହିତ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି।ଏତଦବ୍ୟତୀତ ଗ୍ରାମାଞ୍ଚଳର ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପର୍ଯ୍ୟାପ୍ତ ପରିମାଣରେ ପାନୀୟଜଳ, ଓଆରଏସ ଏବଂ ସମସ୍ତ ଆନୁସଙ୍ଗିକ ବ୍ୟବସ୍ତା ଯୋଗାଇବା ସହ ଛୋଟ ଶିଶୁ, ପାଞ୍ଚ ବର୍ଷରୁ କାମ ପିଲା ଓ ଗର୍ଭବତୀ ମହିଳାଙ୍କୁ ଡିହାଇଡ୍ରେସନ୍ ଠାରୁ ରକ୍ଷା କରିବା ପାଇଁ ଆଶା, ଅଙ୍ଗନବାଡି ସଚେତନ କରୁଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସମେତ ସମସ୍ତ ବିଡିଓ, ତହସିଲଦାର ଏବଂଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଗ୍ରାମାଞ୍ଚଳରେ ପିଆରଆଇ ମେମ୍ବରଙ୍କ ଜରିଆରେ ଆଇସି ସାମଗ୍ରୀ ଦ୍ୱାରା ଗ୍ରୀଷ୍ମ ପ୍ରବାହ ବିଷୟରେ ଲୋକଙ୍କୁ ସଚେତନ କରୁଛନ୍ତି।
ବଜାରରେ ବୁଲୁଥିବା କୁକୁର, ଗାଈ ଆଦି ଗୃହପାଳିତ ପଶୁଙ୍କୁ ଖାଦ୍ୟ ଏବଂ ଜଳ ଯୋଗାଣ ନିମନ୍ତେ ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗ ଦ୍ୱାରା ଲୋକଙ୍କୁ ସଚେତନ କରାଯାଉଛି। ଗ୍ରୀଷ୍ମ ପ୍ରବାହର ଜରୁରୀ ପରିସ୍ଥିତିରେ ଲୋକଙ୍କୁ ସହାୟତା ଦେବା ଲାଗି ଅଗ୍ନିଶମ ବିଭାଗ ସଜାଗ ରହିଥିବା ବେଳେ ନିରନ୍ତର ବିଦ୍ୟୁତ ଯୋଗାଣ ନିମନ୍ତେ ଟିପିଡବ୍ଲୁଓଡ଼ିଏଲ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଆଦେଶ ଦିଆଯାଇଛି।
ଆବଶ୍ୟକତା ଅନୁଯାୟୀ ଜଳଭଣ୍ଡାରରୁ କେନାଲ ମାଧ୍ୟମରେ ଜଳସଂକଟ ଦେଖା ଦେଉଥିବା ସ୍ଥାନକୁ ଜଳ ମୁକ୍ତ କରିବା ପାଇଁ ନିର୍ଦେଶ ଦିଆଯାଇଛି। ଲୋକଙ୍କୁ ୨୪ଘଣ୍ଟା ସହାୟତା ଯୋଗାଇବା ପାଇଁ ଜରୁରୀ କାଳୀନ ବିଭାଗ, ପାନୀୟ ଜଳ ଯୋଗାଣ ବିଭାଗ, ପ୍ରାଣୀ ଚିକତ୍ସା ବିଭାଗ, ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ଟିପିଡବ୍ଲୁଓଡ଼ିଏଲ କାର୍ଯ୍ୟାଳୟ ଠାରେ ଗୋଟିଏ ଗୋଟିଏ କଣ୍ଟ୍ରୋଲ ରୁମ ଖୋଲାଯାଇଛି।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ମହାପାତ୍ର ଏବଂ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ସିଂ ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
Report : Bijay ku sahu
Edited by k.s thakur...
Comments
Post a Comment