ଓଡ଼ିଶାରେ ଧାନ କିଣା ପାଲଟିଛି ଦୁର୍ନୀତି ର ଗନ୍ତାଘର...

ଓଡ଼ିଶାରେ ଧାନ କିଣା ପାଲଟିଛି ଦୁର୍ନୀତି ର ଗନ୍ତାଘର...


ବରଗଡ଼,୨୯/୦୫ : ଓଡିଶା ବିକେନ୍ଦ୍ରିତ ଧାନ ସଂଗ୍ରହ ନୀତି ର କୌଣସି ସ୍ପଷ୍ଟୀକରଣ ନାହିଁ। ବରଗଡ଼ ଜିଲ୍ଲାରେ ଏଫ ଏ କ୍ୟୁ ନାଁରେ ଧାନ କ୍ରୟ ସଂସ୍ଥା ମାନେ 2/3 କେଜି ଧାନ କଟନି କରୁଥିବା ପ୍ରାୟ ସମସ୍ତ ଧାନ କ୍ରୟ କେନ୍ଦ୍ର ଠାରେ ଦେଖିବାକୁ ମିଳୁଛି। 

         Ad..


ଯେଉଁଠି ଚାଷୀ କଟନୀ ଦେଉଛି ସେଠାରେ ଧାନ କିଣା ସୁରୁଖୁରୁରେ ଚାଲିଛି ବା ଶୁଖିଲା ଏବଂ ସଫା ଧାନ ଆଣିଥିବା ଚାଷୀ କଟନୀ ନ ଦେଲେ ବିକ୍ରି ଉପଯୁକ୍ତ ଧାନ ନୁହେଁ କହି ଅନେକ ପ୍ରକାର ହଇରାଣ ହରକତ କରାଯାଉଛି। ଯାହାର ସଦ୍ୟ ଉଦାହରଣ ହେଉଛି ସହରାଟିକ୍ରା ମଣ୍ଡି ଘଟଣା। 

Ad..


ସହରାଟିକ୍ରା ମଣ୍ଡିରେ ରେମଣ୍ଡା ପେକ୍ସ ଏବଂ ଶ୍ରୀମା ଏସ ଏଚ ଜି ଗ୍ରୁପ ତାଳମେଣ୍ଡା  ଗତ ରବି ଋତୁରୁ ବହଳପାଳି, ବଗର୍ତ୍ତୀ ପାଳି, ଦେହେରୀପାଳି ଗ୍ରାମ ମାନଙ୍କ ଧାନ କିଣିବା ଅନୁମତି ପାଇଛି। ଖରିଫ ଋତୁରେ ବିଶେଷ ଅସୁବିଧା ନଥିବା ବେଳେ ଚଳିତ ରବି ଋତୁରେ କଟନୀ ଛଟନୀ ବାଧ୍ୟତା ମୂଳକ କରିବା ଏବଂ ନମ୍ବର ଅନୁସାରେ ଧାନ ନ ଉଠିବା, ଧାନ ଓଜନ ଏବଂ ଆଦ୍ରତା ମିଳରେ ଫରକ ହେବା , ବସ୍ତା ସୂତଲୀ, ଲେବର ସମସ୍ୟା କାରଣରୁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। 

      Ad..


ଜିଲ୍ଲାପାଳ ମଣ୍ଡି ପରି ଦର୍ଶନ କରି ତୁରନ୍ତ ସମାଧାନ କରିବା ପାଇଁ କହିଥିଲେ।  କିନ୍ତୁ ସମାଧାନ ନ କରି ଏସ ଏଚ ଜି ଗ୍ରୁପ ଏଫ ଏ କ୍ୟୁ ଟେଷ୍ଟ କରିବା ନାଁରେ ଚାଷୀଙ୍କ ଧାନ କିଣୁ ନ ଥିଲେ। ଚାଷୀମାନେ ପୂଣି ଅସନ୍ତୋଷ ପ୍ରକାଶ କରିବାରୁ ଦୁହିଁଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଥିଲା। 

ପ୍ରଶାସନ ର ହସ୍ଥକ୍ଷେପ ପରେ ବାତାବରଣ ସାନ୍ତ ହୋଇଥିଲା ହେଲେ ଧାନ କିଣାବିକା ସ୍ୱାଭାବିକ ହୋଇ ନ ଥିବାରୁ ଆଜି ଭେଡେନ ବ୍ଲକ କୃଷକ ଏବଂ ସଂଯୁକ୍ତ କୃଷକ ସଂଗଠନ ସଦସ୍ୟ ମାନେ ଜିଲ୍ଲାପାଳ ଭେଟିବା ପାଇଁ ଆସିଥିଲେ। ଜିଲ୍ଲାପାଳ ଭି ସି ରେ ଥିବାରୁ ଜିଲ୍ଲା ଯୋଗାଣ ଅଧିକାରୀ ରାଜକିଶୋର ପାଣିଗ୍ରାହୀ ଙ୍କୁ ଭେଟି ତୁରନ୍ତ ସମାଧାନ କରି ସମସ୍ତ ଧାନ ସରକାରୀ ମୂଲ୍ୟରେ କିଣିବା ପାଇଁ ଅନୁରୋଧ କରିଛନ୍ତି। 

ଆଲୋଚନା ରେ ଉତ୍ପନ୍ନ ଭୋଇ, ରମେଶ ମହାପାତ୍ର, ସୁଦାମ ମାଝୀ, ଗଙ୍ଗା ପାତ୍ର, ସୁବ୍ରତ ପଧାନ, ଉମେଶ ପଧାନ , ଚୂଡ଼ାମଣି ଛନ୍ଦ , ବିଜୟ ସାହୁ, ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।





Report : Bijay ku sahu

Edited by k.s thakur...





Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...