ବଡଗମଡାରେ ପୋଢମରା ଯାତରା ସମ୍ପନ୍ନ...
ବଡଗମଡାରେ ପୋଢମରା ଯାତରା ସମ୍ପନ୍ନ...
ବଙ୍ଗୋମୁଣ୍ଡା,୩୦/୫ : ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ପଞ୍ଚାୟତର ଆଦିବାସୀ ବହୁଳ ବଡଗମଡା ଗ୍ରାମରେ କନ୍ଧ ଜାତିର ପାରମ୍ପରିକ ପର୍ବ ଧରଣୀ ମହୋତ୍ସବ ତଥା ପୋଢମରା ଯାତରା ବୁଧବାର ସଂମ୍ପନ୍ନ ହୋଇଛି ।
Ad..
ଗତ ୨ ବର୍ଷରୁ ବିଧି କ୍ରମେ ଏହି ଯାତ୍ରା ପାଇଁ ବିଭିନ୍ନ ପର୍ଯ୍ୟାୟରେ ଜାନି ଯାତରା ଆୟୋଜିତ ହୋଇଆସୁଥିବା ବେଳେ ଜାଡେନ ପୀଠରେ ପୋଢମରା ପରବ ସଂପାଦିତ ହୋଇଛି ।ସୋମବାର ଦିନ ଗାବା ଜାନୀ ନରେନ୍ଦ୍ର ଜାନୀଙ୍କୁ ପାରମ୍ପରିକ ଡାକାବାଦ୍ୟରେ ସ୍ୱାଗତ କରାଯାଇ ଗ୍ରାମ୍ୟ ପରିକ୍ରମା କରାଯାଇଥିଲା ।
Ad..
ମଙ୍ଗଳବାର ଦିନ ଜାଡେନ ପୀଠରେ ରୀତିନୀତିରେ ପୂଜା କରାଯାଇ ‘ଗାବା’ ଅଣାଯାଇଥିଲା ।କନ୍ଧାନ ସଂପ୍ରଦାୟର ସିର୍ଜିନା,ବସତି,ଦେବା ଦେବୀ ପୂଜା,ପ୍ରଥା ପରମ୍ପରା,ସାମାଜିକ ଚଳଣି,ପ୍ରକୃତିର ପୂଜା,ସୁରକ୍ଷା,ସଂରକ୍ଷଣ,ଧରନୀ ସ୍ଥାପନା ଆଦି ବିଭିନ୍ନ ବିଷୟରେ ଗାବା ଜାନୀ ଗାବା ମାଧ୍ୟମରେ ବର୍ଣ୍ଣନା କରିଥିଲେ ।ଗ୍ରାମର ସମସ୍ତ ଗୁଡିରେ ପୂଜା କରାଯାଇ କୁକୁଡା ଅର୍ପଣ କରାଯାଇଥିଲା।
Ad..
ଜାଡେନ ଗୁଡି ଠାରେ ଉଡି ଭରାଯାଇଥିଲା । ।ବଙ୍ଗୋମୁଣ୍ଡାର ଯୋଗ ଜାନୀ ପହଞ୍ଚିବା ପରେ ବନ୍ଦାପଣା କରି ସ୍ୱାଗତ କରିଥିଲେ ।ରାତିରେ ପୋଢକୁ ଘର ଘର ବୁଲାଇଥିଲେ।ପାରମ୍ପରିକ ଡାକା ବାଦ୍ୟ ସହ ଡାଣ ବୁଲାଯାଇଥିଲା ।ପ୍ରକୃତି ଓ ସଂସ୍କୃତି ସଂପନ୍ନ ଏହି କୃଷିଭିତ୍ତିକ ପାରମ୍ପରିକ ପୋଢମରା ପରବ ପ୍ରତି ୧୨ ବର୍ଷରେ ପାଳିତ ହୋଇଥାଏ।
ମାଟି ମାତା ଓ ଇଷ୍ଟ ଦେବତାକୁ ସନ୍ତୁଷ୍ଟ କରିବା ପାଇଁ କନ୍ଧ ସଂପ୍ରଦାୟରେ ବିଭିନ୍ନ ସମୟରେ ଉତ୍ପାଦିତ ଶସ୍ୟ,ଫଲକୁ ନିଜ ଆରାଧ୍ୟ ଠାରେ ସମର୍ପିତ କରିଥାଏ ।ଗୋଷ୍ଠୀଗତ ଭାବେ ଏହି ପରବ ଗୁଡିକୁ ଉତ୍ସାହର ସହ ପାଳନ କରିଥାନ୍ତି ।ଭୋର ସକାଳୁ ଜାଡେନ ପୀଠ ପାରମ୍ପରିକ ଡାକା ବାଦ୍ୟରେ ଉତ୍ସବମୁଖର ହୋଇପଡିଥିଲା।
ରୀତିନୀତିରେ ପୂଜାର୍ଚ୍ଚନା କଲା ପରେ ଜାଡେନ ପୀଠରେ ପୋଢ ମରାଯାଇଥିଲା ।ବୋଦା ବଳି ଅର୍ପିତ କରାଯାଇଥିଲା ।ତିନିଦିନ ବ୍ୟାପୀ ପାଳିତ ପୋଢମରା ଯାତ୍ରା ବୁଧବାର ଉତ୍ସାହ ସହକାରେ ସଂପନ୍ନ ହୋଇଛି ।
ବଡଗମଡା,ମାଲପଡା,ଶରଧାପୁର,ବେଲପଡା,ଚାଉଲିଆ ଗ୍ରାମର ମିଲିତରେ ପାଲିତ ହୋଇଥିଲା ।ଗଁଉନ୍ତିଆ,ଜାନୀ,ଝାଙ୍କର,ଗଣା,ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି,ଧରଣୀ ଦେବତା ଟ୍ରଷ୍ଟ କମିଟିର ସଦସ୍ୟ ପ୍ରମୁଖଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।ବହୁ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା ।
Edited by k.s thakur...
Comments
Post a Comment