ବରଗଡ଼ ଜିଲ୍ଲା ରେ ତାପମାତ୍ରା ବୃଦ୍ଧି ଅଂଶୁଘାତ ଯୋଗୁଁ ଯାଉଛି ଜୀବନ : ଜଣେ ମୃତ, ୫୮ ଚିକିତ୍ସୀତ...
ବରଗଡ଼ ଜିଲ୍ଲା ରେ ତାପମାତ୍ରା ବୃଦ୍ଧି ଅଂଶୁଘାତ ଯୋଗୁଁ ଯାଉଛି ଜୀବନ : ଜଣେ ମୃତ, ୫୮ ଚିକିତ୍ସୀତ...
ବରଗଡ଼,୩୧/୦୫ : ବରଗଡ଼ ଜିଲ୍ଲା ରେ ତାପମାତ୍ରା ବୃଦ୍ଧି ଯୋଗୁଁ ଜନଜୀବନ ହାନି ଘଟିବା ପରେ ଜିଲ୍ଲା ପ୍ରଶାସନ ତରବରିଆ ଭାବରେ ଅଂଶୁଘାତ ର ମୁକାବିଲା ପାଇଁ ବୈଠକ ବସି ପଦଖେପ ନେବାପାଇଁ ଅଣ୍ଟା ଭିଡ଼ି ସତର୍କତା ସୂଚନା ଜାରୀ କରିଛନ୍ତି ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ଅଘୋଷିତ ଅଂଶୁଘାତ ରେ ଦୁଇଜଣଙ୍କ ମୃତ୍ଯୁ ଘଟିଥିବା ଆଲୋଚନା ହେଉଛି।
Ad..
ଗୋଟିଏ ଭେଡେନ ବ୍ଲକ ଜାଣ୍ଡୋଲ ଜିରା ନଦୀ କୂଳରେ ଜଣକ ମୃତ ଶରୀର ପଡ଼ିଥିବା ଓ ସେ ବ୍ୟକ୍ତି ଜଣକ ନିକଟସ୍ଥ ଗାଁର ହୋଇଥିବା ଆଲୋଚନା ହେଉଥିବା ବେଳେ ତାହା ଅଂଶୁଘାତ ପାଇଁ ମୃତ୍ୟୁ ଘଟିଛି ନା ଅନ୍ୟ ଘଟଣା ପ୍ରଶାସନ ସ୍ପଷ୍ଟ କରିନାହିଁ ଅନ୍ୟ ଘଟଣା ଟି ହେଉଛି ପଦ୍ମପୁର ଆଦର୍ଶ ଥାନା ଅଂଚଳରେ।
Ad..
ଗୋଟିଏ କାରଖାନା ଭିତରେ ମଧ୍ୟାହ୍ନ ରେ କାମ କରୁଥିବା ବେଳେ ଜଣେ ମହିଳା ହଠାତ୍ ବାଥରୁମ ରେ ଅସୁସ୍ଥତା ଅନୁଭବ କରି ଚେତା ଶୂନ୍ୟ ଭାବରେ ପଦ୍ମପୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା ଓ ଡାକ୍ତରଖାନା ରେ ମୃତ ଦେହ କୁ ଘରକୁ ପଠାଇଦେଇଥିବା ଆଲୋଚନା ହେଉଛି।
Ad..
ଉଭୟ ଘଟଣା ର କୈାଣସି ପୋଲିସ ତଦନ୍ତ କିମ୍ବା ଜିଲ୍ଲା ପ୍ରଶାସନ ତଦନ୍ତ କରିନଥିବା ରୁ ଘଟଣା ରହସ୍ୟ ହୋଇଛି ଅନ୍ୟ ପଟେ ପ୍ରବଳ ତାପମାତ୍ରା ବୃଦ୍ଧି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେଉଛି ହେଲେ ପ୍ରଶାସନ ର କୈାଣସି ଲଗାମ ନ ଥିବାରୁ ଘରୋଇ ଯାନବାହାନ, କଳକାରଖାନା ରେ ଲୋକ ବେଧଡକ କାମ କରୁଛନ୍ତି।
ଜିଲ୍ଲା ପ୍ରଶାସନ ର କୈାଣସି ସତର୍କତା ପଦକ୍ଷେପ ନାହିଁ। ଫଳରେ ଆଗକୁ ଏଭଲି ତାପମାତ୍ରା ବୃଦ୍ଧି ଘଟିଲେ ଅକାରଣେ ଜୀବନ ଯିବାର ଢେର ଯଥେଷ୍ଟ ସମ୍ଭାବନା ରହୁଛି।ବରଗଡ଼:ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ଯୋଗୁଁ ଗତକାଲି ଅଂଶୁଘାତ ରେ ଜଣକର ମୃତ୍ୟୁ ଘଟିଛି। ବରଗଡ଼ ର ସୁବଳ ବେହେରା(୩୧)ଙ୍କ୩୧ ତାରିଖ ଦିନ ୧ ଘଣ୍ଟା ପାଖାପାଖି ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ସରକାରୀ ଭାବେ ସୂଚିତ କରାଯାଇଛି।
ଜିଲ୍ଳା ପ୍ରଶାସନ ର ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଅଂଶୁଘାତ ଚିକିତ୍ସା କେନ୍ଦ୍ରରେ ୫୮ଜଣ ଚିକିତ୍ସା ପାଇଁ ଭର୍ତ୍ତି ହେଇଛନ୍ତି। ସେହିପରି ଜିଲ୍ଲା ର ବିଭିନ୍ନ ସରକାରୀ ଡାକ୍ତରଖାନାର ବହିର୍ବିଭାଗ ରେ ୮୯୨୦ ଚିକିତ୍ସିତ ହେଇଛନ୍ତି।
Report : Bijay ku sahu
Edited by k.s thakur...
Comments
Post a Comment