ପଦ୍ମପୁର ଏନ୍ ଏ ସି ରେ ଦୁଇଦିନ ଧରି ଜଳଯୋଗାଣ ସଂପୂର୍ଣ୍ଣ ବନ୍ଦ, ଜନ ଅସନ୍ତୋଷ ଦାନା ବାନ୍ଧୁଛି...

ପଦ୍ମପୁର ଏନ୍ ଏ ସି ରେ ଦୁଇଦିନ ଧରି ଜଳଯୋଗାଣ ସଂପୂର୍ଣ୍ଣ ବନ୍ଦ, ଜନ ଅସନ୍ତୋଷ ଦାନା ବାନ୍ଧୁଛି...


ବରଗଡ଼/ପଦ୍ମପୁର,୩୦/୦୫ : ପ୍ରତ୍ୟେକ ବର୍ଷ ପ୍ରବଳ ଖରା ସମୟରେ ପଦ୍ମପୁର ସହରର ଏଗାର ଗୋଟି ଉଆଡ ରେ ପାନୀୟ ଜଳ ସମସ୍ୟା ଗୁରୁତର ହେଉଥିବା ଓ ଜୁନ ମାସରୁ ପ୍ରାୟ ୧୫ ଦିନ ଧରି ପଦ୍ମପୁର ଏନ୍ ଏ ସି ବାସୀ ଜଳିୟ ସମସ୍ୟା ର ସମ୍ମୁଖୀନ ହେଉଥିବା ବେଳେ ଏଥର ମଧ୍ୟ ସହରରେ ପାନୀୟ ଜଳ ସମସ୍ୟା ଗୁରୁତର ହେବାକୁ ଲାଗିଛି।

Ad.. 


ଗତ କାଲି ଗୁରୁବାର ଦିନ ଓ ଆଜି ଶୁକ୍ରବାର ଦିନ ଦୁଇଦିନ ଧରି ପଦ୍ମପୁର ସହରର ସମସ୍ତ ଗଳିକନ୍ଦି ଓ ଘରକୁ ଘର ହେଉଥିବା ଜଳଯୋଗାଣ ସଂପୂର୍ଣ୍ଣ ବନ୍ଦ ହୋଇଥିବା ରୁ ସହରର ଜନସାଧାରଣଙ୍କ ଅବସ୍ଥା ସଙ୍କଟାପନ୍ନ ହେଉଛି। 

Ad..


ଲୋକ ଙ୍କୁ ଖାଇବା ଓ ପିଇବା ପାଇଁ ପାଣି ମୁନ୍ଦାଏ ମଧ୍ୟ ମିଲିଟାରି ନାହଁ ଫଳରେ ସହରର ଜନସାଧାରଣଙ୍କ ଅବସ୍ଥା ନ କହିବା ଭଲ ସଦୃଶ୍ୟ ହୋଇଛି। ପଦ୍ମପୁର ଏନ୍ ଏ ସି ସହରକୁ ସରକାର ଙ୍କ ପାନୀୟ ଜଳଯୋଗାଣ ବିଭାଗ ତରଫରୁ ପାଇପ ପାଣି ଯୋଗାଇ ଦେବାପାଇଁ ନିକଟସ୍ଥ ଅଙ୍ଗ ନଦୀ ଦେଉଲି ନାଗେନଦର୍ହା ଠାରୁ ଜଳଯୋଗାଣ ହେଉଛି। 

           Ad..


ପ୍ରତ୍ୟେକ ବର୍ଷ ଖରା ସମୟରେ ଅଙ୍ଗ ନଦୀ ରେ ପାଣି ସୁଖି ଯାଉଥିବା ରୁ ସେହି ଠାରେ ନଦୀ ପାଣିର ବ୍ୟବସ୍ଥା ପାଇଁ ନଦୀ ରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଅସ୍ଥାୟୀ ବିକଳ୍ପ ବ୍ୟବସ୍ଥା କରାଯାଇ ସହର କୁ ଜଳଯୋଗାଣ କରାଯାଏ ହେଲେ ଏଥର କିନ୍ତୁ ନଦୀ ରେ ପର୍ଯାପ୍ତ ପାଣି ଭର୍ତି ହୋଇ ରହିଛି କୈାଣସି ବିକଳ୍ପ ବ୍ୟବସ୍ଥା କରାଯାଇ ନାହଁ।





Report : Bijay ku sahu 

Edited by k.s thakur...






Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...