ଯାଞ୍ଚ ସତ୍ତ୍ବେ ପାହାଡ଼କୁ ଯାଉଛି ବିପୁଳ ବିସ୍ଫୋରକ: ପୁଲିସର କାର୍ଯ୍ୟକଳାପ ଉପରେ ସନ୍ଦେହ...

ଯାଞ୍ଚ ସତ୍ତ୍ବେ ପାହାଡ଼କୁ ଯାଉଛି ବିପୁଳ ବିସ୍ଫୋରକ: ପୁଲିସର କାର୍ଯ୍ୟକଳାପ ଉପରେ ସନ୍ଦେହ...


ସୋର,୨୯/୦୫ : ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍‌ ମହୁମୁହାଣ ପଞ୍ଚାୟତ ଖଞ୍ଜାମାହାଲ ପାହାଡ଼ରେ ସବୁ ଖଣି ବନ୍ଦ ଥିବା ବେଳେ ବେଆଇନ ଭାବେ ପଥର ଫଟାଇ ଚୋରା ଚାଲାଣ କରାଯାଇଛି। ପଥର ଫଟାଇବା ପାଇଁ ଶହ ଶହ କିଲୋ ଜିଲୋଟିନ୍‌ ବ୍ୟବହାର ହେଉଛି। 

         Ad..


ତେବେ ନିର୍ବାଚନ ପାଇଁ କଡ଼ା ଯାଞ୍ଚ ଚାଲିଥିବା ବେଳେ ଏତେ ପରିମାଣର ବିସ୍ଫୋରକ (ଜିଲୋଟିନ୍‌) ପାହାଡ଼ ନିକଟରେ କିପରି ପହଞ୍ଚୁଛି, ସେନେଇ ପ୍ରଶ୍ନ ଉଠିଥିବା ବେଳେ ପୁଲିସର କାର୍ଯ୍ୟକଳାପ ଉପରେ ସଂଦେହ ଉପୁଜିଛି।

Ad..


ଖଞ୍ଜାମାହାଲରେ ଥିବା ପଥର ଖାଦାନ ଅଞ୍ଚଳରୁ ଗତ ରବିବାର ଦିନ ବିପୁଳ ପରିମାଣର ଜିଲୋଟିନ୍ ଜବତ କରିଥିଲା ପୁଲିସ। ବାଲେଶ୍ୱର ଏସ୍‌ପି ସାଗରିକା ନାଥଙ୍କ ନିର୍ଦ୍ଦେଶକ୍ରମେ ସୋର ଆଇଆଇସି ପ୍ରଭାଂଶୁ ଶେଖର ମିଶ୍ର ସଦଳବଳ ଚଢ଼ଉ କରି ବାଗୁଡ଼ିରୁ ୧୫୦୦ କିଲୋଗ୍ରାମ ଏବଂ ମହୁମୁହାଣରୁ ୬ ହଜାର କିଲୋଗ୍ରାମ ଜିଲୋଟିନ୍ ଜବତ କରିଥିଲେ। 

            Ad..


ଏହି ଘଟଣାରେ ସମୃକ୍ତ ୩ ଜଣ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନ୍ୟମାନେ ଫେରାର୍‌ ଅଛନ୍ତି। ଯାହା ଜଣାପଡ଼ିଛି, ପଥର ଫଠାଇବା ପାଇଁ ଉକ୍ତ ଜିଲୋଟିନ୍‌ ଅଣାଯାଇଥିଲା। ବର୍ତ୍ତମାନ ନିର୍ବାଚନ ସମୟ ଥିବାରୁ ଚାରିଆଡ଼େ ପୁଲିସ ଯାଞ୍ଚ ହେଉଛି। 

ଏପରି ସମୟରେ ଏତେ ପରିମାଣର ଜିଲୋଟିନ୍‌ ପାହାଡ଼ ନିକଟକୁ କିପରି ଆସିଲା, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ସ୍ଥାନୀୟ ଲୋକେ ପୁଲିସ ପ୍ରଶାସନ ଉପରେ ସନ୍ଦେହ ପ୍ରକାଶ କରିଛନ୍ତି।

ଏନେଇ ସଦର ଏସ୍‌ଡିପିଓ ଡ. ଶଶାଙ୍କ ଶେଖର ବେଉରାଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସେ କହିଛନ୍ତି, ସଂପୃକ୍ତ ଲୋକମାନେ ଅନେକ ପୂର୍ବରୁ ଜିଲୋଟିନ୍‌ ଆଣି ରଖିଥିଲେ। ଏନେଇ କାର୍ଯ୍ୟାନୁଷ୍ଠାନ ହୋଇଛି। ଫେରାର୍‌ମାନଙ୍କୁ ଶୀଘ୍ର ଧରାଯିବ। ସେହିପରି ଅନ୍ୟ ସ୍ଥାନରେ ମଧ୍ୟ ଚଢ଼ଉ ହେବ।

ସୂଚନା ଥାଉକି; ଖଞ୍ଜାମାହାଲ ପାହାଡ଼ରେ ମୋଟ ୬୩ଟି ଛୋଟବଡ଼ ପଥର ଖାଦାନ ରହିଛି। ଜଙ୍ଗଲ ଓ ପରିବେଶ ଆଇନର ଉଲ୍ଲଂଘନ ତଥା ଅନୁମତି ସମ୍ବନ୍ଧୀୟ କାଗଜପତ୍ର ନଥିବାରୁ ସବୁ ଖାଦାନ ବନ୍ଦ ଅଛି। ହେଲେ ପଥର ଉତ୍ତୋଳନ ବନ୍ଦ ହେଉନି। 

ପାହାଡ଼ ଫଟାଇ ପ୍ରତିଦିନ ଶହ ଶହ ଟ୍ରିପ୍‌ ପଥର ଚୋରା ଚାଲାଣ ହେଉଛି। ଏପରି କି ଦିନ ଦ୍ବିପ୍ରହରରେ ପଥର ଫଟାଯାଉଛି। ଲୋକେ ଅଭିଯୋଗ କରୁଛନ୍ତି, ପଥର ମାଫିଆମାନେ ଖଣି ବିଭାଗ ଅଧିକାରୀ ଏବଂ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ମୋଟା ଅଙ୍କର ମାସିକିଆ ଚାନ୍ଦା ଦେଇ ଏପରି କରୁଛନ୍ତି।




Edited by k.s thakur...





Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...