Posts

Showing posts from October, 2022

ଡାକ୍ତର ପଦବୀ ପୂରଣ ଦାବୀ କୁ ନେଇ ଗରିବ ସେନା ପକ୍ଷରୁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଧାରଣା...

Image
ଡାକ୍ତର ପଦବୀ ପୂରଣ ଦାବୀ କୁ ନେଇ ଗରିବ ସେନା ପକ୍ଷରୁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଧାରଣା... ବଙ୍ଗୋମୁଣ୍ଡା ,୩୧/୧୦ : ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଲାଗି ରହିଥିବା ଡାକ୍ତର ସମସ୍ୟା କୁ ନେଇ ସ୍ୱାସ୍ଥ୍ୟ କେନ୍ଦ୍ର ସାମ୍ନା ରେ ଗରିବ ସେନା ପକ୍ଷରୁ ତୁରନ୍ତ ଡାକ୍ତର ନିଯୁକ୍ତି ଦାବୀ ନେଇ ଧାରଣା ଦେଇଛି ସଂଗଠନ।  ବଲାଙ୍ଗୀର ଜିଲ୍ଲାର ଶେଷ ସୀମା ରେ ସ୍ୱାସ୍ଥ୍ୟ କେନ୍ଦ୍ର ଥିବା ବେଳେ ମୁଖ୍ୟତଃ କଳାହାଣ୍ଡି ଓ ନୂଆପଡା ଜ଼ୀଲ୍ଲା ର ରୋଗୀ ମାନେ ନିର୍ଭର କରିଥାନ୍ତି । ତେବେ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୋଟିଏ ଶିଶୁ ରୋଗ ବିଶେଷଜ୍ଞ ସାଙ୍ଗକୁ ମେଡ଼ିସିନ ସ୍ପେଶାଲଲିଷ୍ଟ ପ୍ରସୂତୀ ବିଭାଗ ପାଇଁ ଲେବର ରୁମ ଦରକାର ଥିବା ବେଳେ ସ୍ଥାନୀୟ ବିଧାୟକ ଙ୍କୁ ସଂଗଠନ ପକ୍ଷରୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନ ଥିଲା । ତେବେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଗରିବ ସେନା ମୁଖ୍ୟ ଦିନେଶ ତାଣ୍ଡି । ଆଗାମୀ ଦିନରେ ଏ ସବୁ ସମସ୍ୟା ପୁରଣ ନ ହୁଏ ତେବେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ରେ ଧାରଣ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି। ତେବେ ଧାରଣା ରେ ଟିଟିଲାଗଡ଼ ଗରୀବ ସେନା ମୂଖ୍ୟ ବିରେନ୍ଦ୍ର ବାଗ, ଯୁବରାଜ ମାଝୀ, ଧନେଶ୍ୱର ମାଝୀ, କୋଶଳ ଯୁବ ଶକ୍ତି କେ କେ ସିଂ ଭୋଇ,ପଶ୍ଚିମ ଓଡିଶା ଯୁବା ମଞ୍ଚ କାର୍ଯ୍ୟକର୍ତ୍ତା ଆଲୋକ ସାହୁ,ଜୟନ୍ତ ସାହୁ, ପ୍ରମୋଦ ସାହୁ,...

ସଜାଗତା ସଚେତନତା ସପ୍ତାହ ଓ ଜାତୀୟ ଏକତା ଦିବସ ପାଳିତ...

Image
ସଜାଗତା ସଚେତନତା ସପ୍ତାହ ଓ ଜାତୀୟ ଏକତା ଦିବସ ପାଳିତ... କଣ୍ଟାବାଞ୍ଜି, ୩୧/୧୦ : ତୁରେକେଲା ବ୍ଳକ ଅନ୍ତର୍ଗତ ତୁରେକେଲା କ୍ଳଷ୍ଟର ଅଧିନସ୍ଥ ଲର୍କି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସଜାଗତା ସଚେତନତା ସପ୍ତାହ ଓ ଜାତୀୟ ଏକତା ଦିବସ ପାଳିତ ହୋଇଥିଲା। ତୁରେକେଲା କ୍ଳଷ୍ଟରର ସଂଯୋଜକ ଶ୍ରୀ ବିରଂଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ସଭାରେ କାଦୋବେଡା କ୍ଳଷ୍ଟର ସଂଯୋଜକ ଶ୍ରୀ ପ୍ରେମରାଜ ପାଣିଗ୍ରାହୀ,ବିଦ୍ୟାଳୟର ଶିକ୍ଷୟିତ୍ରୀ ବିନୋଦିନୀ ତାଣ୍ଡି, ରଜନୀ ମେହେର, ଶୁଭଦୀପ୍ତା ଦାଶ,ଟିକେଶ୍ୱରୀ ସେଠ,ହିମାଂଶୁ ସାହୁଆଦି ଉପସ୍ଥିତ ଥିଲେ। ସଂଯୋଜକ ଶ୍ରୀ ଦାଶ ଛାତ୍ରଛାତ୍ରୀ ମାନଙ୍କୁ ଶପଥ ପାଠ କରେଇଥିଲେ।ତାପରେ ସଜାଗତା ସଚେତନତା ସପ୍ତାହ ଓ ଜାତୀୟ ଏକତା ଦିବସ ଉପରେ ଆଲୋକପାତ କରିଥିଲେ।ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରିବାକୁ ପରାମର୍ଶ ଦେଇଥିଲେ। ସେହିପରି ମାନ୍ଦଲା କ୍ଳଷ୍ଟର ଅନ୍ତର୍ଗତ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ଭିଜିଲାନ୍ସ ସଚେତନତା ସପ୍ତାହ ଓ ଜାତୀୟ ଏକତା ଦିବସ ପାଳିତ ହୋଇଥିଲା।ବିଦ୍ୟାଳୟର ଶିକ୍ଷକ ଶ୍ରୀ ମନୋଜ କୁମାର ତାଣ୍ଡି, ଅଲେଖ ବନଗୋଲା, ବିଶେଶ୍ୱର ମୁଦୁଲି ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। Edited by k.s thakur....

ବ୍ରିଜ ଭୁଶୁଡି ପଡ଼ି ୭ ଆହତ, ଅଳ୍ପକେ ବର୍ତୀଲା ଲୋକଙ୍କ ଜୀବନ ...

Image
ବ୍ରିଜ ଭୁଶୁଡି ପଡ଼ି ୭ ଆହତ, ଅଳ୍ପକେ ବର୍ତୀଲା ଲୋକଙ୍କ ଜୀବନ ... କାଲାହାଣ୍ଡି,୩୧/୧୦ : ଆଜି ଓଡ଼ିଶାର ଭବାନୀପାଟଣା ଅଞ୍ଚଳରେ ଥୁଆମୁଲ ରାମପୁର ଅଞ୍ଚଳର ମୁଖ୍ୟ ସେତୁ ଭୁଶୁଡି ପଡିଛି। ଖବର ଅନୁଯାୟୀ, ବ୍ରିଜ ଦେଇ ଯାଉଥିବା ଦୁଇଟି କାର ଭୁଶୁଡ଼ିବା ସମୟରେ ଖସିପଡିଥିଲା। ସେହି ସମୟରେ ରାସ୍ତାରେ ଯାଉଥିବା ଦୁଇଟି କାର୍‌ (ଓଡି୩୩ ୬୮୦୭) ଓ (ଓଡି ୩୩ଟି ୧୦୮୮) ପୋଲ ତଳକୁ ଖସି ପଡିଥିବା ବେଳେ ଉଭୟ କାର୍‌ରେ ଥିବା ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଖୁବ୍ ଶୀଘ୍ର ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ସୂଚନା ପାଇବା ପରେ ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । Edited by k.s thakur...

ଓଡିଶାରେ ଆରମ୍ଭ ହେବ କଂଗ୍ରେସର ଭାରତ ଯୋଡୋ ଯାତ୍ରା, ଆଜି ଠାରୁ ଶୁଭାରମ୍ଭ ...

Image
ଓଡିଶାରେ ଆରମ୍ଭ ହେବ କଂଗ୍ରେସର ଭାରତ ଯୋଡୋ ଯାତ୍ରା, ଆଜି ଠାରୁ ଶୁଭାରମ୍ଭ ... ଭୁବନେଶ୍ୱର,୩୧/୧୦ : ଓଡିଶାରେ ଆରମ୍ଭ ହେବ କଂଗ୍ରେସର ଭାରତ ଯୋଡୋ ଯାତ୍ରା, ଆଜି ଠାରୁ ଶୁଭାରମ୍ଭ। ସାମିଲ ହେବେ କେନ୍ଦ୍ରୀୟ ନେତୃତ୍ବଙ୍କ ସମେତ ରାଜ୍ୟର ବରିଷ୍ଠ ନେତା।  ସମଗ୍ର ଦେଶରେ କଂଗ୍ରେସ ପକ୍ଷରୁ ଭାରତ ଯୋଡ଼ା ଯାତ୍ରା ଚାଲିଥିବା ବେଳେ, ଆଜିଠୁ ଓଡ଼ିଶାରେ ଭାରତ ଯୋଡୋ ଯାତ୍ରା ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଏନେଇ ଖବରଦାତା ସମ୍ମିଳନୀରେ କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି। ଏହି ପଦଯାତ୍ରା ସମୟରେ ରାଜ୍ୟ କଂସେସ ପ୍ରଭାରୀ ଚେଲ୍ଲା କୁମାର ଯୋଗ ଦେବେ ବୋଲି ଜଣାପଡିଛି। ଭୁବନେଶ୍ବର ଇନ୍ଦିରା ଗାନ୍ଧୀ ପାର୍କରୁ ଆରମ୍ଭ ହୋଇ ୨୨୫୦ କିଲୋମିଟରର ପର୍ଯ୍ୟନ୍ତ ଚାଲିବ ଏହି ପଦଯାତ୍ରା।  ଏହି ଯାତ୍ରାରେ ରାଜ୍ୟର 20ଟି ସଂସଦୀୟ ନିର୍ବାଚନ ମଣ୍ଡଳୀ କଭର ହେବ। ଦେଶବ୍ୟାପୀ କଂଗ୍ରେସ ନିଜର ଅସ୍ତିତ୍ବକୁ ବଞ୍ଚାଇବାକୁ ଭାରତ ଯୋଡୋ ଯାତ୍ରାର ଆୟୋଜନ କରିଥିବା ବେଳେ ଆଜିଠୁ ଓଡିଶା ଏଥିରେ ସାମିଲ ହେବ। Edited by k.s thakur...

ଘର ଭିତରୁ ଉଦ୍ଧାର କରାଗଲା, ଗୋଟିଏ ପରିବାରର ୪ ମୃତଦେହ ...

Image
ଘର ଭିତରୁ ଉଦ୍ଧାର କରାଗଲା,  ଗୋଟିଏ ପରିବାରର ୪ ମୃତଦେହ  ... ବରଗଡ଼, ୩୧/୧୦ : ବରଗଡ଼ଜିଲ୍ଲାର ଭେଡେନ ବ୍ଲକ ଜାମଡୋଲ ଗାଁରେ ହଇଚଇ।  ଘର ଭିତରୁ ଉଦ୍ଧାର କରାଯାଇଛି ଗୋଟିଏ ପରିବାରର ୪ ମୃତଦେହ। କେଉଁ କାରଣରୁ ସେମାନଙ୍କ ମୃତ୍ୟୁ ଘଟିଛି ତାହା ଜଣାପଡ଼ିନି। ତେବେ ଆଜି ମୃତଦେହ ମିଳିଥିବା ବେଳେ ପ୍ରାୟ ଦୁଇ ଦିନ ପୂର୍ବରୁ ସେମାନଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଗୋଟିଏ ପଟେ ଏହି ଅଞ୍ଚଳରେ ଗଜଲକ୍ଷ୍ମୀ ପୂଜାର ମାହୋଲ ଥିବା ବେଳେ ଅନ୍ୟପଟେ ଏଭଳି ଦୁଃଖଦ ଘଟଣା ଘଟିଛି। ପୁଲିସ ସୂଚନା ଦେଇଛି ଯେ, ଗତ ସନ୍ଧ୍ୟା ପ୍ରାୟ ୬ଟା ବେଳେ ଭେଡେନ ପୁଲିସ ପାଖକୁ ଏନେଇ ଫୋନ୍ ଆସିଥିଲା। ଜାମଡୋଲ ଗ୍ରାମର ବନ୍ଧପଡ଼ା ୟୁପି ସ୍କୁଲ୍ ପାଖରେ ଥିବା ଶେଷ ମେହେରଙ୍କ ଘର ଭିତରୁ ଦୁର୍ଗନ୍ଧ ବାହାରୁଛି। କିଛି ଅଘଟଣ ଘଟିଥିବା ଲୋକେ ସନ୍ଦହ କରୁଛନ୍ତି। ଏଭଳି ଖବର ପାଇ ଥାନା ଅଧିକାରୀ ସଙ୍ଗୀତା ମହାପାତ୍ର ଆଉ ତାଙ୍କ ଷ୍ଟାଫ ପହଞ୍ଚି ଥିଲେ। ପରେ ମାଜିଷ୍ଟେଟଙ୍କ ଉପସ୍ଥିତିରେ ଘର ଖୋଲା ହୋଇଥିଲା। Edited by k.s thakur...

ଗୋଦାମ ରେ ନିଆଁ ଲାଗିବାରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ...

Image
ଗୋଦାମ ରେ ନିଆଁ ଲାଗିବାରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ... କଣ୍ଟାବାଞ୍ଜି,୩୦/୧୦ : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେ ଗୋଟିଏ କପା ଗୋଦାମ ରେ ନିଆଁ ଲାଗି ଲକ୍ଷାଧିକ ଟଙ୍କା ର ସାମଗ୍ରୀ ନଷ୍ଟ। ସୂଚନା ଅନୁସାରେ କଣ୍ଟାବାଞ୍ଜି ରୋଡ଼ ନମ୍ବର ୩ ରେ ସ୍ଥିତ ବଜରଙ୍ଗ ଜୈନ ଙ୍କ ଗୋଦାମ ରେ ଆଝି ସଂଧ୍ୟା ରେ କୌଣସି କାରଣ ରୁ ନିଆଁ ଲାଗି ଯାଇଥିଲା। ଲୋକେ ଗୋଦାମ ରୁ ଧୁଆଁ ଓ ନିଆଁ ବାହାରିବା ଦେଖି ଗୋଦାମ ମାଲିକ ଙ୍କୁ ସୂଚନା ଦେଇଥିଲେ। ସୂଚନା ପାଇଁ ଗୋଦାମ ମାଲିକ ତୁରନ୍ତ ଅଗ୍ନିଶମ ବିଭାଗ କୁ ସୂଚନା ଦେଇଥିଲେ। ଅଗ୍ନିଶମ ବିଭାଗ ର ଗାଡ଼ି ପହଞ୍ଚି କିଛି ଘଣ୍ଟା ପର୍ଯ୍ୟନ୍ତ ପରିଶ୍ରମ କରିବା ପରେ ନିଆଁ ଉପରେ ଆୟତ୍ତ କରିଥିଲା। କିନ୍ତୁ ଏହି ପର୍ଯ୍ୟନ୍ତ ନିଆଁ ଲାଗିବା ର ପ୍ରମୁଖ କାରଣ ଜଣା ପଡ଼ି ନାହିଁ। Edited by k.s thakur...

"ରାଷ୍ଟ୍ରୀୟ ଏକତା ଦିବସ" ପାଳନ ପାଇଁ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଲ" ଗ୍ରୁପ ସେଣ୍ଟର ସମ୍ବଲପୁର ତରଫରୁ ସପ୍ତାହ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ...

Image
"ରାଷ୍ଟ୍ରୀୟ ଏକତା ଦିବସ" ପାଳନ ପାଇଁ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଲ" ଗ୍ରୁପ ସେଣ୍ଟର ସମ୍ବଲପୁର ତରଫରୁ  ସପ୍ତାହ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ... ବରଗଡ଼,୩୦/୧୦ :  ସ୍ୱାଧୀନତା ସଂଗ୍ରାମୀ ତଥା ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ ଲୌହପୁରୁଷ ସର୍ଦାର ବଲ୍ଲବ ଭାଇ ପଟେଲ ଙ୍କ ଜନ୍ମ ଜୟନ୍ତୀ ୩୧ ଅକ୍ଟୋବର କୁ ସାରା ଭାରତରେ "ରାଷ୍ଟ୍ରୀୟ ଏକତା ଦିବସ" ଭାବରେ ପାଳନ କରାଯାଏ । ଏହି ଅବସରରେ "କେନ୍ଦ୍ରୀୟ ରିଜର୍ଭ ପୁଲିସ ବଲ" ଗ୍ରୁପ ସେଣ୍ଟର ସମ୍ବଲପୁର ତରଫରୁ  ସପ୍ତାହ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଛି । ଆଜି ରବିବାର ଦିନା ସକାଳ ୭ଟାରେ  ସି.ଆର.ପି.ଏଫ ଗ୍ରୁପ ସେଣ୍ଟର ସମ୍ବଲପୁର ତରଫରୁ ଗୋଶାଳା ରୁ ବରଗଡ ପର୍ୟ୍ଯନ୍ତ ଗୋଟେ ବିଶାଳ ବାଇକ ରେଲି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଶ୍ରୀଯୁକ୍ତ ଲାଲଚନ୍ଦ ଯାଦବ ପୁଲିସ ଉପମହାନିରୀକ୍ଷ ଙ୍କ ତତ୍ୱାବଧାନ ରେ   ଶ୍ରୀ ପର୍ଶୁରାମ କୁଣ୍ଡା ଉପକମାଣ୍ଡାଣ୍ଟ, ଭଗବାନ ସାହୁ ଓ ସୁଶାନ୍ତ ସାହୁ ସହାୟକ କମାଣ୍ଡାଣ୍ଟ ଙ୍କ ପରିଚାଳନା ରେ ଗାନ୍ଧୀ ଛକ ରେ ଜାତୀୟ ପିତା ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପାଞ୍ଜଳି ଦେବା ପରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମା ରେ ପୁଷ୍ପାଞ୍ଜଳି ଦିଆଯାଇଥିଲା । ସାମାଜିକ ଅନୁଷ୍ଠାନ ସଂକଲ୍ପ ପରିବାର ତରଫରୁ ବରଗଡ଼ ଗାନ୍ଧିଛକରେ ବାଇକ ରେଲି କୁ ସ୍ୱାଗତ ସମ୍ବର୍ଦ୍ଧନା ଦି...

କଣ୍ଟାବାଞ୍ଜି ରେ ଅଭିଲିପ୍ସା, ହର ହର ଶମ୍ଭୁ ଗୀତ ରେ ଝୁମିଳେ ସହ ସହ ଦର୍ଶକ....

Image
କଣ୍ଟାବାଞ୍ଜି ରେ ଅଭିଲିପ୍ସା, ହର ହର ଶମ୍ଭୁ ଗୀତ ରେ ଝୁମିଳେ ସହ ସହ ଦର୍ଶକ.... କଣ୍ଟାବାଞ୍ଜି,୩୦/୧୦ : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ହୋଟେଲ ବନମାଳୀ ପେଲେସ ରେ ଆୟୋଜିତ ଗୋଟିଏ ସଂଗୀତ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ ହର ହର ଶମ୍ଭୁ ଗୀତ ର ଗାୟିକା ଅଭିଲିପ୍ସା ପଣ୍ଡା। ସାମ୍ବାଦିକ ସମ୍ମିଳନୀରେ ନିଜ ଅନୁଭବ କୁ ସେୟର କରି ଅଭିଲିପ୍ସା କହିଥିଲେ ଯେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ମୁଁ ଶମ୍ଭୁ ଙ୍କ ଗୋଟିଏ ଭଜନ ଲେଖି ତାହାକୁ ଲୋକାର୍ପଣ କରିଥିଲି। ଯେଉଁଥିରେ ମୁଁ ସୁନାମ ଅର୍ଜନ କରିଲି। କିନ୍ତୁ କିଛି କୁ-ପ୍ରବୃତ୍ତି ର ଲୋକେ ମୋ ଗୀତ କୁ ନିଜର କହି ବାଦ ବିବାଦ ସୃଷ୍ଟି କରିଥିଲେ। କିନ୍ତୁ ଶେଷରେ ଯାହା ହଉ ସତ୍ୟ ର ସଦା ହି ଜୟ ହୁଏ। ସେହି ବିଶ୍ୱାସ ମୋ ଭି ଅଛି।  ବର୍ତ୍ତମାନ ମୋ ଗୀତ ଓଡ଼ିଶା ସହିତ ଦେଶ ଓ ବିଦେଶରେ ଲୋକେ ଶମ୍ଭୁ ବାବାଙ୍କ ଭଜନ କୁ ପସନ୍ଦ କରୁଛନ୍ତି। ଯାହା ମୋ ପାଇଁ ଖୁସି ର ବିଷୟ- ଅଭିଲିପ୍ସା ପଣ୍ଡା। ଏହି କାର୍ଯ୍ୟକ୍ରମ କୁ ଦେଖିବା ପାଇଁ ନାଁ କେବଳ କଣ୍ଟାବାଞ୍ଜି ଅବା ଜିଲ୍ଲା ଓ ଜିଲ୍ଲା ବାହାରୁ ମଧ୍ୟ ଲୋକଙ୍କ ସୁଅ ଛୁଟି ଥିଲା। କିଛି ଦିନ ରୁ ସବୁ କିଛି ଭୁଲି ଆୟୋଜକ କମିଟି ବନମାଳୀ ପେଲେସ ର ମାଲିକ ନିର୍ମଳ ଜୈନ , ଅନ୍ନପୂର୍ଣ୍ଣା ଇଭେଣ୍ଟ ର ମାଲିକ ସୁଶୀଲ ଶର୍ମା ଓ ଅନ୍ୟାନ୍ୟ କିଛି ସହଯୋଗୀ ଙ୍କ ଉଦ୍ୟମ କ୍ରମେ ଏହି କାର୍ଯ୍ୟକ୍ରମ ସଫଳ ହୋଇଥିଲା। Edited by k.s thakur...

ବରଗଡ଼ ଜିଲ୍ଲାରେ ଆସନ୍ତା ୨୫ ରୁ ଖରିଫ୍ ଧାନ କିଣା ଆରମ୍ଭ...

Image
ବରଗଡ଼ ଜିଲ୍ଲାରେ ଆସନ୍ତା ୨୫ ରୁ ଖରିଫ୍ ଧାନ କିଣା ଆରମ୍ଭ... ବରଗଡ଼, ୨୯/୧୦ : ଆସନ୍ତା ନଭେମ୍ବର ୨୫ ତାରିଖରୁ ବରଗଡ଼ ଜିଲ୍ଲାର ଅତାବିରା ଆରଏମସିର ଅତାବିରା ମାର୍କେଟ ୟାର୍ଡ ରୁ ଖରିଫ୍ ଧାନ କିଣା ଆରମ୍ଭ ହେବ ବୋଲି ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଭେଡେନ ମାର୍କେଟ ୟାର୍ଡ ରୁ ୨୬ତାରିଖ ଧାନ କିଣା ଯିବ।  ସେହିପରି ବରଗଡ଼ ଆରଏମସି ଅନ୍ତର୍ଗତ ବରଗଡ଼ ମାର୍କେଟ ୟାର୍ଡ ରୁ ୨୯ ନଭେମ୍ବର,ଅମ୍ବାଭୋନା ମାର୍କେଟ ୟାର୍ଡ ରୁ ୬ଡିସେମ୍ବର, ବରପାଲି ଓ ଭଟଲି ରେ ୨ ତାରିଖରୁ ଖରିଫ୍ ଧାନ କିଣା ଆରମ୍ଭ ହେବ। ପଦ୍ମପୁର ଆରଏମସି ଅନ୍ତର୍ଗତ ବିଜେପୁର ମାର୍କେଟ ୟାର୍ଡ ରେ ଡିସେମ୍ବର ୪ ତାରିଖରୁ, ଗାଇସିଲେଟ ରେ ୭, ଝାରବନ୍ଧ ରେ ୪, ପଦ୍ମପୁର ରେ ୩, ପାଇକମାଳ ରେ ୩ ଏବଂ ସୋହେଲା ମାର୍କେଟ ୟାର୍ଡ ରୁ ୨ ଡିସେମ୍ବର ରୁ ଖରିଫ୍ ଧାନ କିଣା କାର୍ଯ୍ୟ ହେବ।  ଚଳିତ ଖରିଫ ଋତୁରେ ଧାନ ବିକ୍ରି ପାଇଁ ଜିଲ୍ଲା ରେ ୧୪,୦୧,୧୩୦ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି। ଜିଲ୍ଲାର ୨୦୫ ଟି କେନ୍ଦ୍ର ରେ କିଣା ଯିବ। ସେଥିମଧ୍ୟରେ ବରଗଡ଼ ଉପଖଣ୍ଡରେ ୧୨୮ ଓ ପଦ୍ମପୁର ଉପଖଣ୍ଡ ରେ ୭୭ ସଂଗ୍ରହ କେନ୍ଦ୍ର ରହିଛି। ଧାନ କିଣାବା ପାଇଁ ୫୮ଟି ପ୍ୟାକ୍ସ ଓ ୨୬ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପଞ୍ଜିକରଣ କରାଯାଇଅଛି।  ସେହିପରି ଧାନ କିଣାବା ପାଇଁ ଜିଲ୍ଲା ର ୧୧୨ଟି ମିଲର ରହିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଚଳିତ ଖରିଫ ଋତୁରେ...

ସ୍ବର୍ଗତ ରାଧାକାନ୍ତ ଭୋଇଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ...

Image
ସ୍ବର୍ଗତ ରାଧାକାନ୍ତ ଭୋଇଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ... ପାଟଣାଗଡ ,୨୯.୧୦.୨୦୨୨ ରାଧାକାନ୍ତ ଭୋଇ ଚେରିଟେବୁଲ ଟ୍ରଷ୍ଟ,ଦମକିପାଲି, ପାଟଣାଗଡ ,ଜି .ବଲାଙ୍ଗିର ଆନୁକୁଲ୍ୟରେ ସ୍ବର୍ଗତ ରାଧାକାନ୍ତ ଭୋଇଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯାଇଥିଲା ।  ପ୍ରଥମେ ଦୀପ ପ୍ରଜ୍ଜ୍ବଳନ ଓ ସ୍ବର୍ଗତ ଭୋଇଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ଶ୍ରୀଯୁକ୍ତ ମୋହନ ଭୋଇଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ଦାଶ । ମୁଖ୍ୟ ଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଓ ମୁଖ୍ୟ ବକ୍ତା ଭାବରେ ପଦ୍ମଶ୍ରୀ ଡଃ ହଳଧର ନାଗ  ଯୋଗ  ଦେଇଥିଲେ ।  ସୁଭାଷିତ୍ ଶିଶାଙ୍ଗ ଭୋଇ ଅତିଥି ପରିଚୟ କରିଥିବା ବେଳେ ରତିକାନ୍ତ ଭୋଇ ଟ୍ରଷ୍ଟର  ବିବରଣୀ ପାଠ କରିଥିଲେ। ସୁଶ୍ରୀ ସବିତା ଭୋଇ ଗୀତାପାଠ କରିଥିଲେ । ସମାଜସେବୀ ଓ ଆଇନଜୀବୀ ଶ୍ରୀଯୁକ୍ତ ଶଙ୍କର ପ୍ରସାଦ ପ୍ରଧାନ(ରାଣା)ଙ୍କୁ ରାଧାକାନ୍ତ ଭୋଇ ସ୍ମୃତି ସମାଜସେବୀ ସମ୍ମାନ , ସମାଜସେବୀ ଓ ଶ୍ରେଷ୍ଠ ଚାଷୀ   ଶ୍ରୀଯୁକ୍ତ ବାଳକୃଷ୍ଣ ବେହେରାଙ୍କୁ ରାଧାକାନ୍ତ ଭୋଇ ସ୍ମୃତି କୃଷି ସମ୍ମାନ ଦିଆଯାଇଥିଲା ।   ଶ୍ରୀଯୁକ୍ତ ବିଶି ଗ୍ରାମାଞ୍ଚଳରେ ଏପରି କାର୍ଯ୍ୟକ୍ରମ ଦ୍ବାରା ଯୁବଗୋଷ୍ଠୀ ଉତ୍ସାହିତ ହେବେ ଓ ସ୍ବର୍ଗତ ଆତ୍ମା ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି କହିଥିଲେ । ମୁଖ୍ୟବକ୍ତା ପଦ...

ଉନ୍ଦେର ନଦୀରୁ ବେଆଇନ ବାଲି ଚାଲାଣ, ତିନୋଟି ଟ୍ରାକ୍ଟର ଜବତ ଫାଇନ ଆଦାୟକଲା ରାଜସ୍ୱ ବିଭାଗ...

Image
ଉନ୍ଦେର ନଦୀରୁ ବେଆଇନ ବାଲି ଚାଲାଣ, ତିନୋଟି ଟ୍ରାକ୍ଟର ଜବତ ଫାଇନ ଆଦାୟକଲା ରାଜସ୍ୱ ବିଭାଗ... ବଙ୍ଗୋମୁଣ୍ଡା, ୨୯/୧୦ :  ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଉନ୍ଦେର ନଦୀ ସାଜିଛି ବାଲି ମାଫିଆଙ୍କ ପେଣ୍ଠସ୍ଥଳ ଦିନ ରାତି ବାଲି ମାଫିଆ ମନ ଇଚ୍ଛା ଉଠାଉଛନ୍ତି ଟନ ଟନ ବାଳି ରାଜ୍ୟ ସରକାର ଙ୍କ ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହାନି ହେଉ ଥିବା ବେଳେ ମାଳା ମାଲ ହେଉଛନ୍ତି  ବାଳି ମାଫିଆ । ସେପଟେ ଏ ବିଷୟରେ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ, ଅଭିଯୋଗ ହେଲେ କା ଭା ଭାବରେ ରାଜସ୍ୱ ବିଭାଗ ଫାଇନ ଆଦାୟ କରି ଛାଡି ଦେଉଛି।  ତେବେ ଅଞ୍ଚଳରେ ଦେଖା ଦେଇଛି ବାଲି ମାଫିଆଙ୍କ ଦବ ଦବା କିଛି ଦିନର ନୀରବତା ପରେ ଝଲପ ପଞ୍ଚାୟତ ସାଲେବରଟ ବାଲି ଘାଟ ରୁ ଟ୍ରାକ୍ଟର ଯୋଗେ ବେଆଇନ ବାଳି ଚାଲାଣ ହେଉଥିବା ବେଳେ ଖବର ପାଇ ସିନ୍ଧେକେଲା ରାଜସ୍ବ ନିରୀକ୍ଷକ ଦୁର୍ଲଭ ନାୟକ,ଅତିରିକ୍ତ ତହସିଲଦାର କ୍ରିଷ୍ଣା କୁମାର ଜେନା, ଚେନମେନ ହେମନ୍ତ ଭୋଇ,ଗନ୍ଧରଲା ଆର ଆଇ ଏଲନ ବେହେରା ପହଞ୍ଚି ଟ୍ରାକ୍ଟର ଙ୍କ ରସିଦ ଚେକ କରିଥିଲେ । ତେବେ ବାଲି ବେଆଇନ ଚାଲାନ ହେଉଥିବା ବେଳେ ଟ୍ରାକ୍ଟର ଓଡ଼ି- ୦୩-୫୯୨୭ ,ଓଡ଼ି ୦୩-ଭି-୦୬୬୮ ଏବଂ ନୂଆ ଟ୍ରାକ୍ଟର କୁ ଜବଦ କରି ଦଶ ହଜାର ଟଙ୍କା ଲେଖାଏଁ ମୋଟ ତିରିଶ ହଜାର ଟଙ୍କା ଫାଇନ ଆଦାୟ କରିଥିଲେ। Edited by k.s thakur...

ତୁରେକେଲା ବ୍ଲକ ଅଡିସନ୍ କାର୍ଯ୍ୟ କ୍ରମ ରେ 112 ଜଣ କଳାକାର ଚିହ୍ନଟ ....

Image
ତୁରେକେଲା ବ୍ଲକ ଅଡିସନ୍ କାର୍ଯ୍ୟ କ୍ରମ ରେ  112 ଜଣ କଳାକାର  ଚିହ୍ନଟ .... ତୁରେକେଲା,୨୯/୧୦ :  ଗତ ତା 26 ଏବଂ 27 ଅକ୍ଟୋବର ଦୁଇ ଦିନ ଧରି ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ କାର୍ଯ୍ୟାଳୟ ରେ ହୋଇ  ଯାଇ ଥିବା ମୁଖ୍ୟ ମନ୍ତ୍ରୀ କଳାକାର ସହାୟତା ଯୋଜନା ର ଅଡିସନ୍ କାର୍ଯ୍ୟ କ୍ରମ ସମ୍ପର୍ଣ୍ଣ ହୋଇଯାଇ ଥିବା ବେଳେ, ବଲାଙ୍ଗୀର ଜିଲ୍ଲା ସଂସ୍କୃତି ବିଭାଗ କାର୍ଯ୍ଯାଳୟ ରୁ ଏହି ବ୍ଲକ ର ମୋଟ 178ଜଣ ଦରଖାସ୍ତ କାରୀ ଙ୍କ ତାଲିକା ବ୍ଲକ କୁ ଦିଆଯାଇ ଥିଲା ।  ଯଦିଓ ଏହି 178 ଜଣଙ୍କ ମଧ୍ୟରୁ 34 ଜଣଙ୍କ ଦରଖାସ୍ତ ଫର୍ମ ଯାଞ୍ଚ ବେଳେ ପୂର୍ବରୁ ଖାରଜ ହୋଇ ସାରି ଥିଲା । କାଏମ ରହି ଥିବା 144 ଦରଖାସ୍ତ  ମଧ୍ୟରୁ ମୋଟ  136 ଜଣ ଦରଖାସ୍ତ କାରୀ ଏହି ଅଡିସନ୍ କାର୍ଯ୍ୟ କ୍ରମ ରେ ଅଂଶଗ୍ରହଣ କରିଥିବା ବେଳେ,ତହିଁ ମଧ୍ୟରୁ 112 ଜଣ ମୁଖ୍ୟ ମନ୍ତ୍ରୀ କଳାକାର ସହାୟତା ଯୋଜନା ନିମନ୍ତେ ଯୋଗ୍ୟ କଳାକାର ଭାବେ ବିବେଚିତ ହୋଇଛନ୍ତି ।  ବିଭିନ୍ନ କାରଣ ବଶତଃ 8 ଜଣ ଦରଖାସ୍ତ କାରୀ ଅନୁପସ୍ଥିତ ରହିଥିବାର ଜଣାପଡ଼ିଛି । ଦୁଇ ଦିନ ଧରି ହୋଇ ଯାଇଥିବା କଳାକାର ଙ୍କ ଏହି ଯୋଗ୍ୟତା ପରୀକ୍ଷା କାର୍ଯ୍ୟ କ୍ରମ ର ମନୋନୟନ କମିଟୀ ରେ  ବ୍ଲକ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଦେବାଶିଷ ସାମଲ ତଥା ସାମାଜିକ ସୁରକ୍ଷା ଅଧିକାରୀ ହେମାନନ୍ଦ ବିଶ୍ବାଲ ଙ୍କ ସହିତ ବ୍ଲକ କଳା ଓ ସଂସ୍କୃତି ସଂଘ ଉପ ସଭାପତି...

ଚନ୍ଦନପୁର ଥେଣ୍ଟପୁରରେ ଗୁଳିକାଣ୍ଡ ଘଟଣାରେ ୩ ଅଭିଯୁକ୍ତ ଗିରଫ...

Image
ଚନ୍ଦନପୁର ଥେଣ୍ଟପୁରରେ ଗୁଳିକାଣ୍ଡ ଘଟଣାରେ ୩ ଅଭିଯୁକ୍ତ ଗିରଫ... ପୁରୀ,୨୯/୧୦ : ଦୀପାବଳିରେ ପୁରୀ ସଦର ଚନ୍ଦନପୁର ଥେଣ୍ଟପୁରରେ ଗୁଳିକାଣ୍ଡ ଘଟଣାରେ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଚନ୍ଦନପୁର ଥାନା ପୋଲିସ। ଗିରଫ ତିନି ଅଭିଯୁକ୍ତ ହେଉଛନ୍ତି ଖାକିମଠ ନୂଆ ସାହିର ନେତ୍ରାନନ୍ଦ ସାମନ୍ତରାୟ, ଦାମୋଦରପୁର ମିଥୁନ ଭୋଇ ଓ ବୀରପ୍ରତାପପୁରର ସରୋଜ କୁମାର ଭୋଇ। ଅଭିଯୁକ୍ତଙ୍କ ଠାରୁ ଦୁଇଟି ମୋବାଇଲ ଓ ଗୋଟିଏ ବାଇକ୍ ଜବତ କରିଛି ପୋଲିସ। ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର ଥିବା ବେଳେ ପୋଲିସର ତିନୋଟି ଟିମ୍ ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ଚଢାଉ ଜାରୀ ରଖିଛି। ଦୀପାବଳୀ ରାତିରେ ଥେଣ୍ଟପୁରରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ଶଙ୍କର ବେହେରା ପ୍ରାଣ ହରାଇଥିବା ବେଳେ ନିଲୁ ବରାଳ ଗୁରୁତର ଆହତ ହୋଇଥିଲା। ତେବେ ଗତ କିଛିଦିନ ପୂର୍ବେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମୁକୁନ୍ଦ ମିଶ୍ର ନଗରର ବିଜୟ ଖୁଣ୍ଟିଆଙ୍କ ସାନପୁଅ ଦିପକ ଖୁଣ୍ଟିଆକୁ ଖଣ୍ଡିଆବନ୍ଧର ଦୁଇ ଅଭିଯୁକ୍ତ ଦେବୁଲା ଓ ଟୁକୁଲା ଦୁଇ ଭାଇ ମିଶି ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ଏହି ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିବା ସହ ଜେଲ ପଠାଇଥିବା ବେଳେ କୋର୍ଟରେ ଏବେ ଅଭିଯୁକ୍ତଙ୍କର ବିଚାର ଚାଲିଛି। ଏହି ଘଟଣାରେ ସାକ୍ଷୀ ନଦେବା ପାଇଁ  ଭୟବୀତ କରାଇବା ସହ ବିଜୟ ଖୁଣ୍ଟିଆଙ୍କ ଘର ଉପରକୁ ବୋମାମାଡ କରିଥିଲା ଗୁରୁତର ଆହତ ହୋଇଥିବା ନିଲୁ ବରାଳ। ତେ...

୧୧ କୋଟିର ବ୍ରାଉନସୁଗର ଜବତ, ୬ ଗିରଫ...

Image
୧୧ କୋଟିର ବ୍ରାଉନସୁଗର ଜବତ, ୬ ଗିରଫ... ବାଲେଶ୍ୱର, ୨୯/ ୧୦ : ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ପୁଲିସ ୬ ଜଣଙ୍କୁ ଗିରଫ କରି ସେମାନଙ୍କ ନିକଟରୁ  ୧୧ କୋଟି ଟଙ୍କାର ବ୍ରାଉନସୁଗର ଜବତ  କରିଛି ପୋଲିସ। ଗିରଫ ନିଶା ମାଫିଆଙ୍କ ଭିତରେ ରହିଥିବା ମୁଖ୍ୟ କିଙ୍ଗପିନର ଘର ମଧ୍ୟପ୍ରଦେଶରେ। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବାଞ୍ଚଳ ପୁଲିସ ଆଇଜି ହିମାଂଶୁ ଲାଲ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ଜବତ ବ୍ରାଉନସୁଗରର ପରିମାଣ ୧୦ କେଜିରୁ ଅଧିକ ହେବ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବାଲେଶ୍ୱର ଏସପିଙ୍କ ନେତୃତ୍ୱରେ ଏକ ଟିମ ଗତକାଲି ଫୁଲାଡି ଅଞ୍ଚଳରେ ଚଢ଼ାଉ କରିଥିଲା। ବ୍ରାଉନସୁଗାର କାରବାର କରିବାକୁ ଆସିଥିବା ଗ୍ୟାଙ୍ଗକୁ ଧରିଥିଲା। ସେମାନଙ୍କ ଠାରୁ ବିପୁଳ ପରିମାଣର ନିଷିଦ୍ଧ ନିଶା ଦ୍ରବ୍ୟ ଜବତ ହେବା ପରେ ପୁଲିସ ତଦନ୍ତ ଜୋରଦାର କରିଥିଲା। ଏହି ନିଶା ମାଫିଆ ଗ୍ୟାଙ୍ଗ ଓଡ଼ିଶା ସମେତ ମଧ୍ୟପ୍ରଦେଶ, ଆସାମ, ପଶ୍ଚିମବଙ୍ଗରେ ନିଜର କାୟା ବିସ୍ତାର କରିଛନ୍ତି। ଅନ୍ୟ ରାଜ୍ୟରୁ ବ୍ରାଉନସୁଗାର ଆଣି ଓଡ଼ିଶାରେ ବିକ୍ରି କରୁଥିଲେ। ସେମାନଙ୍କ ଠାରୁ ୨ଟି ବାଇକ୍ ଓ ୫ଟି ମୋବାଇଲ ଜବତ କରାଯାଇଛି। ଗିରଫ ହୋଇଥିବା ମୁଖ୍ୟ କିଙ୍ଗପିନ୍ ହାଡ୍‌କୋର କ୍ରିମିନାଲ ବୋଲି ପୂର୍ବାଞ୍ଚଳ ପୁଲିସ ଆଇଜି ସୂଚନା ଦେଇଛନ୍ତି। ଗିରଫ ନିଶା ମାଫିଆଙ୍କ ସହ ଅନ୍ୟ କାହାର ଲିଙ୍କ ରହିଛି ଓ ସେମାନଙ୍କ ଫାଇନାନ୍‌ସିଆଲ କାରବାର ଜାଣିବାକୁ ପୁଲିସ ...

ପଦ୍ମପୁର ରେ ଆପ୍ ର ବିଧାନସଭା ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ...

Image
ପଦ୍ମପୁର ରେ ଆପ୍ ର ବିଧାନସଭା ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ... ପଦ୍ମପୁର, ୨୮/୧୦ : ଆମ୍‌ ଆଦ୍‌ମୀ ପାର୍ଟି ର ପଦ୍ମପୁର ବିଧାନସଭା ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ସ୍ଥାନୀୟ ଦିଲ୍ଲୀପ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଅଛି। ରାଜ୍ୟରେ ଆପ୍ ନିଜର ସଂଗଠନକୁ ମଜବୁତ କରିବା ପାଇଁ ବିଧାନସଭା ସ୍ତରୀୟ ସମ୍ମିଳନୀ ଆୟୋଜନ କରୁଛି । ଦିଲ୍ଲୀ ଓ ପଞ୍ଜାବ ରେ ଆମ୍‌ ଆଦ୍‌ମୀ ପାର୍ଟିର ବିଜୟ ପରେ ଦଳ ଅନ୍ୟ ରାଜ୍ୟରେ ସଙ୍ଘଠନ ବିସ୍ତାର କରିବାରେ ଲାଗିଛି । ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି, ରୋଜଗାର, କୃଷକ, ମହିଳା ମାନଙ୍କ ପ୍ରସଙ୍ଗ ରେ ଆପ୍ ଜନ ଜାଗରଣ କରିବ ଓ ବିଜେଡି ବିଜେପି ର ମଧୁ ଚନ୍ଦ୍ରିକା କୁ ମୁଦ୍ଧା କରିବ ବୋଲି ଜିଲ୍ଲା ଆବାହକ ଭବାନୀ ସାହୁ କହିଛନ୍ତି । ବିଧାନସଭା ସଂଯୋଜକ ବାଲ୍ମୀକି ନାୟକ କର୍ମୀ ମାନଙ୍କୁ ପଂଚାୟତ ସ୍ତରରେ କାର୍ଯ୍ୟ କରିବାକୁ କହିଥିଲେ । ଏହି କାର୍ଯ୍ୟକ୍ରମ ରେ ପଦ୍ମପୁର, ପାଇକମାଲ, ଝାରବନ୍ଧ ବ୍ଲକର  ବହୁ କର୍ମୀ ଯୋଗଦାନ କରିଥିଲେ । ରାଜ୍ଯ ସମ୍ପାଦକ ଅମିତାଭ ପାତ୍ର, ରାଜ୍ଯ ଯୁବ ସମ୍ପାଦକ ପୌଲସ୍ତ୍ୟ ସାହା,  ଅବିନାଶ ବାଗ, ଝାରବନ୍ଧ ବ୍ଲକ ସଭାପତି ଭଗବାନ ବେହେରା ଓ ଅନ୍ୟମାନେ ଉପସ୍ଥିତ ଥିଲେ। Edited by k.s thakur...

ତୁରେକେଲାରେ ଗିରିଗୋବର୍ଦ୍ଧନ ପୂଜା ଅନୁଷ୍ଠିତ...

Image
ତୁରେକେଲାରେ ଗିରିଗୋବର୍ଦ୍ଧନ ପୂଜା ଅନୁଷ୍ଠିତ... କଣ୍ଟାବାଞ୍ଜି, ୨୮/୧୦ : ତୁରେକେଲା ଗ୍ରାମର ନୂଆପଡା ସ୍ଥିତ ଖେଳପଡିଆ ପାଖରେ ଗିରିଗୋବର୍ଦ୍ଧନ ପୂଜା ମହା ଧୁମଧାମରେ ପାଳିତ ହୋଇଥିଲା।ତିନିଦିନ ଧରି ଚାଲିଥିବା ପୂଜାରେ ପ୍ରତିଦିନ ଅନ୍ନପ୍ରସାଦ ଭକ୍ତମାନଙ୍କୁ ଦେବା ସହିତ ପ୍ରତିସଂଧ୍ୟାରେ ଦଣ୍ଡନୃତ୍ୟ, ପାଲା ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରକମକୁ କମିଟିର ସଭାପତି ଦିଲ୍ଲୀପ ମାଝୀ, ସଂପାଦକ ମନୋଜ କୁମାର ପାଣିଗ୍ରାହୀ, କୋଷାଧ୍ୟକ୍ଷ ରିଙ୍କୁ ପ୍ରଧାନ, ପରାମର୍ଶ ଦାତା ପ୍ରକାଶ ସେଲମା,ସଭ୍ୟ ଡୋଳା ନାଗ,ପପୁ ପୁଟେଲ, ରଜୁ ଭୋଇ,ସମଲପୁରିଆ,ଟୁନୁ ମାଝୀ ସହଯୋଗ କରିଥିଲେ। Edited by k.s thakur...

ପଖନମୁଣ୍ଡା ବିଦ୍ୟାଳୟରେ ଶିକ୍ଷାମିତ୍ରଙ୍କ ସମୀକ୍ଷା ବୈଠକ...

Image
ପଖନମୁଣ୍ଡା ବିଦ୍ୟାଳୟରେ ଶିକ୍ଷାମିତ୍ରଙ୍କ ସମୀକ୍ଷା ବୈଠକ... କଣ୍ଟାବାଞ୍ଜି, ୨୮/୧୦ :  ତୁରେକେଲା ବ୍ଳକ ଅନ୍ତର୍ଗତ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆମେରିକାନ ଇଣ୍ଡିଆ ଫାଉଣ୍ଡେସନ ଦ୍ଵାରା ପରିଚାଳିତ ଲେମ୍ପ ପରିବର୍ତ୍ତନ ପ୍ରକଳ୍ପ ଦ୍ଵାରା ନିୟୋଜିତ ଶିକ୍ଷାମିତ୍ରଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବ୍ଳକ ସଂଯୋଜକ ବିଜୁଦାସ ମହାନନ୍ଦଙ୍କ ସଭାପତିତ୍ୱରେ ଅତିଥି ଭାବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ  ବିରଂଚି ନାରାୟଣ ଦାଶ, ମାନ୍ଦଲା କ୍ଳଷ୍ଟର ସଂଯୋଜକ ଧନସିଂ ମାଝୀ ଯୋଗ ଦେଇଥିଲେ। କରୋନା ଯୋଗୁଁ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷା ବାଧାପ୍ରାପ୍ତ ହୋଇଛି ତେଣୁ ଏହା ଏକ ବ୍ରିଜ ଭଳି କାମ କରିବ ବୋଲି ଅତିଥି ମାନେ ମତ ଦେଇଥିଲେ।ବ୍ଳକରେ କାର୍ଯ୍ୟରତ ଶିକ୍ଷାମିତ୍ର ମାନେ ନିଜ ନିଜର କାର୍ଯ୍ୟ କଳାପ ଉପରେ ଳିଜର ଅଭିଜ୍ଞତା କହିବା ସହିତ ଆଗାମୀ ମାସର ଏକସନ ପ୍ଳାନ ତିଆରି କରିଥିଲେ। ଏହି ସମୀକ୍ଷା ବୈଠକରେ ନରେଶ ତାଣ୍ଡି, ସାଧନକର୍ମୀ,ସୁରଜ ଛତ୍ରିଆ, ସୁଶୀଲ ଛତ୍ରିଆ,ବାସନ୍ତୀ ଦାସ, ଶ୍ରଦ୍ଧାଞ୍ଜଳି ତାଣ୍ଡି,ମାଧୁରୀ ସଗ୍ରିଆ,ପୃଥିରାଜ ବାରିକ,ଅରୁଣ ସମରଥ ଆଦି ଶିକ୍ଷାମିତ୍ର ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। Edited by k.s thakur...

ଧାମନଗର ଉପନିର୍ବାଚନ ପାଇଁ ସର୍ଗରମ ରାଜନୀତି, ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ...

Image
ଧାମନଗର ଉପନିର୍ବାଚନ ପାଇଁ ସର୍ଗରମ ରାଜନୀତି, ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ...     ଭଦ୍ରକ,୨୮/୧୦ : ଭଦ୍ରକ ଜିଲ୍ଲା ଧାମନଗର ଉପନିର୍ବାଚନ ପାଇଁ ସର୍ଗରମ ରାଜନୀତି। ପ୍ରଚାର ମୈଦାନ ରେ ହେବି ବେଟ ନେତା । ଆଜି ପ୍ରଚାର ମୈଇଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ କରିବେ ଭୋଟ୍ ଭିକ୍ଷା । ୨ ଦିନ ଧରି ଧାମନଗର ନିର୍ବାଚନମଣ୍ଡଳୀର ବିଭିନ୍ନ ପଞ୍ଚାୟତ ବୁଲି କରିବେ ପଦଯାତ୍ରା ।   ଧାମନଗର ବ୍ଲକର ଦୋବଲ ବଜାରରୁ ପଦଯାତ୍ରା ଆରମ୍ଭ କରି ଧାମନଗର ଏନଏସି ମେଡିକାଲ ବଜାର, କୋଠାର ପଞ୍ଚାୟତର କୋଠାର ଛକ ଏବଂ ଅସୁରାଳୀରେ ପ୍ରଚାର କରିବେ। ପରେ ଶହୀଦ ନଗରରେ ଥିବା ଲୁଣିଆ ଶହୀଦ ପୀଠରେ ଶ୍ରଦ୍ଧାଞ୍ଜଳି ଦେବାପରେ ସେଠାରେ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଅକ୍ଟୋବର ୨୯ରେ ତିହିଡି ବ୍ଲକର ପାଳିଆ ବଜାର, ଗୌମାଳା ଓ ବୋଡାକରେ କେନ୍ଦ୍ରମନ୍ତ୍ରୀପ୍ରଧାନ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପଦଯାତ୍ରା କରି ନିର୍ବାଚନ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। Edited by k.s thakur...

ବୁଡେନ ପଲ୍ଲୀଶ୍ରୀ ଓ ଦହି ଗାଁ ହାଇସ୍କୁଲ 5T ରେ ସାମିଲ, ସ୍କୁଲ ରୂପାନ୍ତରଣ ପାଇଁ ଶିଳାନ୍ୟାସ କଲେ ଦେବେଶ ଅାଚାର୍ଯ୍ୟ...

Image
ବୁଡେନ ପଲ୍ଲୀଶ୍ରୀ  ଓ ଦହି ଗାଁ ହାଇସ୍କୁଲ  5T ରେ ସାମିଲ, ସ୍କୁଲ ରୂପାନ୍ତରଣ ପାଇଁ ଶିଳାନ୍ୟାସ କଲେ ଦେବେଶ ଅାଚାର୍ଯ୍ୟ... ବରଗଡ଼,୨୮/୧୦ : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ର ଉପାନ୍ତ ଅଞ୍ଚଳ ବୁଡେନ ଠାରେ ପହଞ୍ଚିଥିଲା 5 T । ଗତ ଅପରାହ୍ନ ରେ ବରଗଡ଼ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ବରଗଡ଼ ଦେବେଶ ଅାଚାର୍ଯ୍ୟ ଙ୍କ ଦ୍ଵାରା ଫାଇଲଟି ସଚିବଙ୍କ ନିର୍ଦ୍ଦେଶ ରେ ୪୫ ଲକ୍ଷ୍ୟ ଟଙ୍କା ବିନିମୟରେ ହାଇସ୍କୁଲ ରୁପାନ୍ତର କାର୍ଯ୍ୟକ୍ରମ ର ଭିତ୍ତି ପ୍ରସ୍ତର ଉଦ୍ଘାଟନ ହୋଇ ଯାଇଛି।  ବଣ ପାହାଡ ଘେରା ଉପାନ୍ତ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା କୁ ଆଧୁନିକ କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ପ୍ରୟାସ କାର୍ଯ୍ୟକାରୀ ହେବାକୁ ଯାଉଛି। ଗତ କାଲି ବୁଡେନ ପଲ୍ଲୀଶ୍ରୀ ହାଇସ୍କୁଲ ଫାଇଭଟି ରେ ସାମିଲ ହୋଇଛି। ଫଳରେ ବୁଡେନ ର ଗ୍ରାମବାସୀ ଏକତ୍ରିତ ହୋଇ ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ , ରାଜବୋଡା ସମ୍ବର ବ୍ଲକ ଅଧ୍ୟକ୍ଷ ପ୍ରଫୁଲ୍ଲ ସିଂ ବରିହା, ସ୍କୁଲ ସଭାପତି କସ୍ତୁଭ ପ୍ରଧାନ, ଗାଁ ର ସମାଜସେବୀ ତଥା ବିଜେଡ଼ି ନେତା ଜୟନ୍ତ ପାଣିଗ୍ରାହୀ ଙ୍କ ସମେତ ଗ୍ରାମବାସୀ ଅତିଥି ମାନଙ୍କୁ ମୃଦଙ୍ଗ ର ତାଳେ ତାଳେ ପାଛୋଟି ନେଇ ହାଇସ୍କୁଲ ରେ ପହଞ୍ଚି ଥିଲେ ।  ହାଇସ୍କୁଲ ଠାରେ ପ୍ରଧାନ ଶିକ୍ଷକ ଙ୍କ ସମେତ ଛାତ୍ରଛାତ୍ରୀ ସ୍ବାଗତ କରିଥିଲେ। ଉକ୍ତ ହାଇସ୍କୁଲ କୁ ଫାଇଲଟି କାର୍ଯ୍ୟକ୍ରମ ରେ ସାମିଲ ପା...

ତୁରେକେଲା ବ୍ଳକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ...

Image
ତୁରେକେଲା ବ୍ଳକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ... କଣ୍ଟାବାଞ୍ଜି, ୨୭/୧୦ : ତୁରେକେଲା ବ୍ଳକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା।ଉଦଘାଟନୀ ଉତ୍ସବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ପୁରୋହିତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ଜଳନ୍ଧର ମହାକୁଡ, ସରପଞ୍ଚ, ତୁରେକେଲା ପଞ୍ଚାୟତ, ସମ୍ମାନିତ ଅତିଥି ଭାବରେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଫକୀର ଚରଣ ବିଶି,ତୁରେକେଲା କ୍ଳଷ୍ଟର ସଂଯୋଜକ ଶ୍ରୀ ବିରଂଚି ନାରାୟଣ ଦାଶ,ଶ୍ରୀ ଶଙ୍କର ନାଗ,ଶ୍ରୀ ବିଜୟ କୁମାର ପାଣିଗ୍ରାହୀ, ଶ୍ରୀ ରାମକୃଷ୍ଣ ସେଲମା ଯୋଗ ଦେଇଥିଲେ। ଅତିଥି ମାନଙ୍କ ଦ୍ୱାରା ପୂଜାର୍ଚ୍ଚନା କରିବା ପରେ ଏଗାର ଗୋଟି କ୍ଳଷ୍ଟରରୁ ଆସିଥିବା ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।ସଭା ପରିଚାଳନା ମାନ୍ଦଲା ସଂଯୋଜକ ଶ୍ରୀ ଧନସିଂ ମାଝୀ ଓ ହାସ୍ୟଅଭିନେତା ଦୀନବନ୍ଧୁ ବଗର୍ତ୍ତୀ କରିଥିବା ବେଳେ ବିଚାରକ ଭାବେ ପ୍ରେମରାଜ ପାଣିଗ୍ରାହୀ, ଅନୁପ କୁମାର ଦାସ, ପ୍ରକାଶ କୁମାର ମେହେର, ସଂଜୟ କୁମାର ବେହେରା, ରାଜେଶ କୁମାର ସିଂଦେଓ, ଶ୍ରୀକାନ୍ତ ବାଗ,ସତ୍ୟ ପ୍ରକାଶ ସାହୁ, କିଶୋର କୁମାର ବରିହା,ରଜନୀ ମେହେର ରବୀନ୍ଦ୍ର କୁମାର ରଥ,ଦୀନେଶ ମହାନନ୍ଦ, ଘନଶ୍ୟାମ ଶବର,ଗୁରୁ ପ୍ରସାଦ ଛତ୍ରିଆ, ଗୌର ମେହେର, ଶୋଭାବନ ନାଏକ,ଅଂଜଳି ମାଝୀ, ଗଜୟକୁମାର ଦା...

ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନି ସୁରକ୍ଷା ପ୍ରଶିକ୍ଷଣ ପ୍ରଦାନ...

Image
ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନି ସୁରକ୍ଷା ପ୍ରଶିକ୍ଷଣ ପ୍ରଦାନ... ବଙ୍ଗୋମୁଣ୍ଡା,୨୭/୧୦ : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ଛାତ୍ରାବାସ ଠାରେ ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନି ସୁରକ୍ଷା ପ୍ରଶିକ୍ଷଣ ତାଲିମି ଅନୁଷ୍ଠିତ ହୋଇଯାଇଛି । ଗ୍ୟାସ ସିଲିଣ୍ଡର ରେ ନିଆଁ ଲାଗିଲେ କେମିତି ନିଆଁ କୁ ଆୟତ୍ତ କରାଯାଇପାରିବ ସେ ନେଇ ବଙ୍ଗୋମୁଣ୍ଡା ଅଗ୍ନିଶମ ବିଭାଗର କର୍ମଚାରୀ ହାବିଲଦାର ଅମରେଶ ପଣ୍ଡା,ଆଗ୍ନିକ ବିଜୟ ସୁନା,ପୂର୍ଣ୍ଣଚନ୍ଦ୍ର ନାଗ, ଭଜମନ ମହାଳିଙ୍ଗ ପ୍ରମୁଖ ମକଡ୍ରିଲ ମାଧ୍ୟମରେ ଛାତ୍ର ଛାତ୍ରୀ ଙ୍କୁ ସଚେତନ କରିଥିଲେ । ଏହି ଅବସରରେ ଛାତ୍ରାବାସ ର ଇନଚାର୍ଜ ମାନସୀ ସତନାମୀ,କସ୍ତୁରବା ବାଳିକା  ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରିରାମ ସତନାମୀ,ୱାଡେନ ଶଶିକଲା ବାଗ ପ୍ରମୁଖ ଉପସ୍ଥିତ ଥିଲେ । Edited by k.s thakur...

ବରଗଡ଼ ପୁରୁଣା ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କେନ୍ଦ୍ର ବନ୍ଦ, କେନ୍ଦ୍ର ଖୋଲିବା କୁ ଆମ୍ ଆଦମୀ ପାର୍ଟି ର ଦାବୀ...

Image
ବରଗଡ଼ ପୁରୁଣା ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କେନ୍ଦ୍ର ବନ୍ଦ, କେନ୍ଦ୍ର ଖୋଲିବା କୁ ଆମ୍ ଆଦମୀ ପାର୍ଟି ର ଦାବୀ... ବରଗଡ଼, ୨୬/୧୦ : ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା କୁ ଗୁରୁତ୍ୱ ଦେଉଥିବା କହୁଥିବା ବେଳେ ବରଗଡ଼ ପୁରୁଣା ମୂଖ୍ୟ ଡାକ୍ତରଖାନାରେ ଥିବା ଶବ ବ୍ୟବଚ୍ଛେଦ କେନ୍ଦ୍ର କୁ ମେଡିକାଲ ପ୍ରଶାସନ ବନ୍ଦ କରି ଦେଇଛି । ପ୍ରତ୍ୟେକ ଦିନ ଅନେକ ସଂଖ୍ୟା ରେ ଅପ୍ରାକୃତିକ ମୃତ ଘଟଣାର ଶବ ବ୍ୟବଚ୍ଛେଦ ଏଠାରେ ହୋଇଥାଏ କିନ୍ତୁ ବରଗଡ଼ ସହରରୁ ଏହାକୁ ଅନ୍ୟତ୍ର ଦୂର ଦୁରନ୍ତ କୁ ସ୍ଥାନାନ୍ତର କରିବା ଏକ ଭୁଲ ନିଷ୍ପତ୍ତି ବୋଲି ଆମ୍ ଆଦମୀ ପାର୍ଟି ଅଭିଯୋଗ କରିଛି ।  ବରଗଡ ଟାଉନ ଥାନା, ସଦର ଥାନା ଅନ୍ତର୍ଗତ ଅନେକ ମୃତ୍ୟୁ ଘଟଣା ର ଶବ ବ୍ୟବଚ୍ଛେଦ ଏହି କେନ୍ଦ୍ର ରେ ହେଉଥିବା ରୁ ଗରିବ ଲୋକଙ୍କ ପାଇଁ ଏହା ଏକ ସହାୟତା ଯୋଗାଇ ଥାଏ କିନ୍ତୁ ୧୨ କିଲୋମିଟର ଦୂର କୁ ବ୍ୟବଚ୍ଛେଦ ପାଇଁ ଯିବା ଓ ସରକାର ଙ୍କ ଶବ ବୁହା ଗାଡି ନଥିବାରୁ ପୁଣି ଖର୍ଚ୍ଚ।ନ୍ତ ହେବା ଲୋକଙ୍କୁ ଆହୁରି ଅସୁବିଧା ରେ ପକେଇବ ବୋଲି ଆପ୍ ଜିଲ୍ଲା ଆବାହକ ଭବାନୀ ସାହୁ କହିଛନ୍ତି । ସେହିପରି ଶବ ରଖା ଗୃହ (ମୋର୍ଚୁଆରୀ) ବରଗଡ଼ ପୁରୁଣା ଡାକ୍ତରଖାନାରେ ଥିବା ବେଳେ ଶବ ବ୍ୟବଚ୍ଛେଦ କେନ୍ଦ୍ର ଅନ୍ୟତ୍ର ସ୍ଥାନାନ୍ତର କରିବା ଏ କିପ୍ରକାର ନିଷ୍ପତ୍ତି ବୋଲି ସାହୁ ପ୍ରଶ୍ନ କରିଛନ୍ତି । Edited by k.s thakur..

ଧାମନଗର ରେ ନଭେମ୍ବର ୩ ରେ ହେବା କୁ ଥିବା ଉପନିର୍ବାଚନ ପାଇଁ ପୋଲିସ ଡ଼ିଜିଙ୍କ ସମୀକ୍ଷା ବୈଠକ...

Image
ଧାମନଗର ରେ  ନଭେମ୍ବର ୩  ରେ ହେବା କୁ ଥିବା  ଉପନିର୍ବାଚନ ପାଇଁ ପୋଲିସ ଡ଼ିଜିଙ୍କ ସମୀକ୍ଷା ବୈଠକ... ଭଦ୍ରକ,୨୬/୧୦ : ଭଦ୍ରକ ଜିଲ୍ଲା ଧାମନଗର ରେ  ନଭେମ୍ବର ୩ ରେ ହେବାକୁ ଥିବା  ଉପନିର୍ବାଚନ ପାଇଁ ପୋଲିସ ଡ଼ିଜିଙ୍କ ସମୀକ୍ଷା ବୈଠକ । ସୁରକ୍ଷାରେ ୨୦ ପ୍ଲାଟୁନ୍ ଫୋର୍ସ, ୪୬ଟି ମୋବାଇଲ୍ ପେଟ୍ରୋଲିଂ ଟିମ୍। ବୈଠକରେ ଅବାଧ ଓ ନିରପେକ୍ଷ ମତଦାନ ଉପରେ ଗୁରୁତ୍ଵାରୋପ। ନିର୍ବାଚନ କମିସନଙ୍କ ଗାଇଡଲାଇନ କଡାକଡି ପାଳନ ନେଇ ଆଲୋଚନା କରଯାଇଛି।  ସେହିପରି, ଏବେ ଯାଏଁ ଏକ ହଜାର ୩୫ ଲିଟର ମଦ ଜବତ ସହ ୮୩ ଟି ମାମଲା ହୋଇଛି । ଷ୍ଟ୍ରଙ୍ଗରୁମ୍ ସିସିଟିଭି ବ୍ୟବସ୍ଥା କଡାକଡି ଉପରେ ବି ଗୁରୁତ୍ଵାରୋପ। ବୈଠକରେ ପୋଲିସ ଡିଜି ଗୁଇନ୍ଦା ନିର୍ଦ୍ଦେଶକ ଓ ଅନ୍ୟ ଅଧିକାରୀ ସାମିଲ୍ ହୋଇଥିଲେ । Edited by k.s thakur...

ପୁରୁଣା ଭିଡିଓ ଭାଇରାଲକୁ ନେଇ ଗୋଷ୍ଠୀ ସଂଘର୍ଷ, ୭ ଗୁରୁତର ଆହତ...

Image
ପୁରୁଣା ଭିଡିଓ ଭାଇରାଲକୁ ନେଇ ଗୋଷ୍ଠୀ ସଂଘର୍ଷ, ୭ ଗୁରୁତର ଆହତ... ବାରିପଦା, ୨୬/୧୦ :  ମୟୂରଭଞ୍ଜ ଜିଲ୍ଲା ବାରିପଦାର ରଘୁନାଥପୁର ଅଞ୍ଚଳରେ  ପୁରୁଣା ଭିଡିଓ ଭାଇରାଲକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୭ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୭ଜଣ ଗୁରୁତରଙ୍କ ମଧ୍ୟରେ ଜଣଙ୍କ ଅବସ୍ଥା ଗୁରୁତର ରହିଛି।  ରଘୁନାଥପୁର ସ୍ଥିତ ଏକ ବସ୍ତିର କିଛି ଯୁବକ ବାରିପଦା ସହରର ଏକ ନିର୍ଦ୍ଦିଷ୍ଟ ଯୁବ ଗୋଷ୍ଠୀର କିଛି ଯୁବକଙ୍କର ପୁରୁଣା ଭିଡିଓ ଭାଇରାଲ କରିଥିଲେ। ଏନେଇ ଗତକାଲି ରାତିରେ  ନିର୍ଦ୍ଦିଷ୍ଟ ଯୁବ ଗୋଷ୍ଠୀର ୫୦ରୁ ଊର୍ଦ୍ଧ ଯୁବକ ଏକତ୍ରିତ ହୋଇ ରଘୁନାଥପୁର ସ୍ଥିତ ଏକ ବସ୍ତିକୁ ଯାଇଥିଲେ।  ସେଠାରେ ଯୁବକମାନଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଉଭୟ ମଧ୍ୟରେ ମାରପିଟ୍ ଓ ହଣାକଟାରେ ଉଭୟ ଗୋଷ୍ଠୀର ୭ଜଣ ଯୁବକ ଆହତ ହୋଇଥିଲେ। ବାରିପଦା ଟାଉନ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଦୁଇ ଗୋଷ୍ଠୀ ପକ୍ଷରୁ ଏନେଇ ଥାନାରେ ଅଭିଯୋଗ ହୋଇ ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି। Edited by k.s thakur...

ପୁଲିସ ଇନ୍‌ଫର୍ମର ସନ୍ଦେହରେ ଜଣକୁ ହତ୍ୟା,ପରେ ଜାଳିଲେ ଗାଡ଼ି...

Image
ପୁଲିସ ଇନ୍‌ଫର୍ମର ସନ୍ଦେହରେ ଜଣକୁ ହତ୍ୟା,ପରେ ଜାଳିଲେ ଗାଡ଼ି... କନ୍ଧମାଳ , ୨୫/୧୦ : କନ୍ଧମାଳ ଜିଲ୍ଲାରେ ନକ୍ସଲମାନେ ବର୍ବରକାଣ୍ଡ ଘଟାଇଛନ୍ତି। ପୁଲିସ ଇନ୍‌ଫର୍ମର ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଗଳାକାଟି ହତ୍ୟା କରିଥିବା ବେଳେ ଠିକା କମ୍ପାନୀର ୫ଟି ଗାଡିକୁ ଜାଳି ଦେଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ପରିଚୟ ନୀଳକଣ୍ଠ ମଲିକ ବୋଲି ଜଣାପଡ଼ିଛି।     Ad.. ସୂଚନା ଅନୁସାରେ ଗତକାଲି କିଛି ସଶସ୍ତ୍ର ନକ୍ସଲ ନୀଳକଣ୍ଠଙ୍କ ଘରକୁ ଆସି ତାଙ୍କୁ ଡାକି ନେଇଥିଲେ। ପରେ ତାଙ୍କର ଗଳାକାଟି ହତ୍ୟା କରିଥିଲେ। KKBN ସିପିଆଇ ନକ୍ସଲ ଡିଭିଜନାଲ କମିଟି ଏଭଳି କାଣ୍ଡ ଭିଆଇଥିବା ଜଣାପଡ଼ିଛି।   Ad.. Edited by k.s thakur...

ବିଜେଡିର କୋଟିଏ ଟଙ୍କା ପୁରସ୍କାର ଅଫର୍‌, ଆଦର୍ଶ ଆଚରଣ ବିଧି ଉଲଂଘନ ବିରୋଧରେ ନିର୍ବାଚନ କମିଶନ ଗଲା ବିଜେପି...

Image
ବିଜେଡିର କୋଟିଏ ଟଙ୍କା ପୁରସ୍କାର ଅଫର୍‌, ଆଦର୍ଶ ଆଚରଣ ବିଧି ଉଲଂଘନ ବିରୋଧରେ ନିର୍ବାଚନ କମିଶନ ଗଲା ବିଜେପି... ଭୁବନେଶ୍ୱର,୨୫/୧୦ : ଭଦ୍ରକ ଜିଲ୍ଲା ଧାମନଗର ଉପନିର୍ବାଚନ ଭରପୂର ସଭାରେ ଖୁଲମଖୁଲା ଦିଆଯାଉଛି ଅଫର୍‌। ଯେଉଁ ପଞ୍ଚାୟତ ସର୍ବାଧିକ ଲିଡ ଦେବ, ତାକୁ କୋଟିଏ ଟଙ୍କା ପୁରସ୍କାର ମିଳିବ ବୋଲି ବି କୁହାଯାଉଛି।  ଆଦର୍ଶ ଆଚରଣ ବିଧିର ଖୁଲମଖୁଲା ଉଲ୍ଲଘଂନ କରାଯାଉଛି।     Ad..    ସେହିଭଳି ଯେଉଁମାନଙ୍କ ହାତରେ ଅବାଧ ନିର୍ବାଚନର ଦାୟିତ୍ୱ ସେମାନେ ହିଁ ନିୟମ ଭାଙ୍ଗୁଛନ୍ତି। ଏପରି ଚିତ୍ର ଭଦ୍ରକ ଜିଲ୍ଲା ଧାମନଗରରେ ଦେଖିବାକୁ ମିଳିଥିବା ବେଳେ ଏହାକୁ ନେଇ ବିଜେଡିକୁ ଘେରିଛି ବିଜେପି।     Ad.. ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କଠାରେ ବିଜେପି ଟିମ୍‌ ଫେରାଦ ହୋଇଥିବା ବେଳେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛି। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି। Edited by k.s thakur...

ମାଓ କ୍ୟାମ୍ପ ସହ ବହୁ ମାଓ ସାମଗ୍ରୀ ଜବତ କଲା ପୋଲିସ...

Image
ମାଓ କ୍ୟାମ୍ପ ସହ ବହୁ ମାଓ ସାମଗ୍ରୀ ଜବତ କଲା ପୋଲିସ... ନୂଆପଡ଼ା,୨୫/୧୦ : ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ପାଟଦରାହା ସଂରକ୍ଷିତ ଜଙ୍ଗଲରେ  ମାଓ ପୋଲିସ ଗୁଳି ବିନିମୟ ସହ ମାଓ କ୍ୟାମ୍ପ ଓ ମାଓ ସାମଗ୍ରୀ ଜବତ କରାଯାଇଛି। କିଛି ଦିନ ହେଲା ନୂଆପଡ଼ା ଜିଲ୍ଲାରେ ମାଓବାଦୀ ମାନେ ତାଙ୍କର ଉପସ୍ଥିତି ଜାହିର କରି ହିଂସା କରି ଚାଲିଛନ୍ତି।     Ad.. ତିନି ଦିନ ପୂର୍ବରୁ ଅର୍ଥାତ ରବିବାର ଦିନ ପଡୋଶୀ ଛତିଶଗଡ଼ ସୀମାନ୍ତରେ କମ୍ବିଂ ସମୟରେ ମାଓବାଦୀ ଏବଂ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।     Ad.. ସେହି ସମୟରେ ମାଓବାଦୀ ମାନେ କ୍ୟାମ୍ପ ଛାଡ଼ି ଛତ୍ରଭଙ୍ଗ ଦେଇଥିଲେ। ପୋଲିସ ବିପୁଳ ମାତ୍ରାରେ ମାଓ ସାମଗ୍ରୀ ସହ ବିସ୍ଫୋରକ ସାମଗ୍ରୀ ଜବତ କରିଥିଲେ ।ଦୁଇ ଗୋଟି ଆଇଡି ସହ ଦୁଇ ଗୋଟି ଦେଟୋନେଟର, ସହ ଦୈନଦିନ ବ୍ୟବହୃତ ସାମଗ୍ରୀ ଜବତ କରିଛି ପୋଲିସ। ଆଜି ନୂଆପଡ଼ା ଏସପି ଏବଂ ସିଆରପିଏଫ୍ କମାଣ୍ଡ ଦେଣ୍ଟ ସାମ୍ବାଦିକ ସମ୍ମିଳନୀ ରେ ଯୋଗଦେଇଥିବା ସୂଚନା ଦେଇଛନ୍ତି । Edited by k.s thakur...

କାମାକ୍ଷାନଗର ଓ ଜଶିପୁର ରେ ହାତୀ ଆତଙ୍କ...

Image
କାମାକ୍ଷାନଗର ଓ  ଜଶିପୁର ରେ ହାତୀ ଆତଙ୍କ... ମୟୂରଭଞ୍ଜ, ୨୪/୧୦ :  ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରେ ଥମୁନି  ହାତୀ ଙ୍କ  ଆତଙ୍କ । କିଛି ମାସ ହେବ ୨୪ ଟିକିଆ ହାତୀପଲ ବିଭିନ୍ନ ବ୍ଲକରେ ଉପଦ୍ରବ ଜାରି ରଖିଛନ୍ତି ।    Ad..   ବାରମ୍ବାର ହାତୀ ଉପଦ୍ରବ କରୁଥିବାରୁ ଯଶିପୁର ବ୍ଲକ ଅନ୍ତର୍ଗତ ଶିରମଣିପୁର ଗାଁ ଲୋକମାନେ ଅତିଷ୍ଠ ହେଇ ବନ ବିଭାଗ କର୍ମଚାରୀ ସହିତ ଗାଡିକୁ ଅଟକ ରଖିଛନ୍ତି ।     Ad.. କରଞ୍ଜିଆ DFO ଆସିବା ପରେ ଆଲୋଚନା କରି ବନ ବିଭାଗ କର୍ମଚାରୀଙ୍କୁ  ଛଡାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଆଜି ସକାଳ ୬ ଟାରୁ କର୍ମଚାରୀଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ ।  ମାସେ ମଧ୍ୟରେ ଏଭି ଘଟଣା ଦ୍ୱିତୀୟ ଥର ଘଟିଛି । ଗତ ୩ ମାସ ମଧ୍ୟରେ ୪୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା କ୍ଷତିପୂରଣ ଦେଇଛି ବନ ବିଭାଗ ।   Ad.. ସେହିପରି ଢେଙ୍କାନାଳ କାମାକ୍ଷାନଗରରେ  ହାତୀ ଆତଙ୍କ  । ପଶ୍ଚିମାଞ୍ଚଳ ରେଞ୍ଜ ମହୁଲପାଳ ଗ୍ରାମ ଗହିର ନିକଟରେ ପଶିଛନ୍ତି ଦୁଇଟି ଦନ୍ତା ହାତୀ । ଆତଙ୍କରେ ସ୍ଥାନୀୟ ବାସିନ୍ଦା ।  ହାତୀ ଘଉଡାଇବା ପାଇଁ ଉଦ୍ୟମ ଜାରି ରଖିଛି ବନବିଭାଗ ।     Ad.. Edited by k.s thakur..

ସରପଞ୍ଚଙ୍କ ଭାଇଗିରି ; ରାସ୍ତାରେ କଡ଼ରେ ଯୁବକକୁ ନିସ୍ତୁକ ମାଡ଼...

Image
ସରପଞ୍ଚଙ୍କ ଭାଇଗିରି ; ରାସ୍ତାରେ କଡ଼ରେ ଯୁବକକୁ ନିସ୍ତୁକ ମାଡ଼... ନରସିଂହପୁର, ୨୪/୧୦ :  ଏକ ଅଭାବନୀୟ ଘଟଣା କଟକ ଜିଲ୍ଲା ନରସିଂହପୁର ବ୍ଲକ ବାସେଳିହତାରେ ଘଟିଛି।  ଲୋକଙ୍କୁ ପିଟିଲେ ଲୋକ ପ୍ରତିନିଧି । ଯାହାଙ୍କୁ ସୁରକ୍ଷା ଦେବା କଥା, ତାଙ୍କୁ ଘାଇଲା କଲେ। ଦବଙ୍ଗଗିରି ଦେଖାଇଲେ ବିଜେଡି ସରପଞ୍ଚ ।     Ad..   ରାଜନୈତିକ ଶତୃତାକୁ କେନ୍ଦ୍ର କରି ବିଚ୍‌ ରାସ୍ତାରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଠେଙ୍ଗାରେ ପିଟିଲେ। ସରପଞ୍ଚଙ୍କ ଆକ୍ରମଣରେ ଯୁବକଜଣକ ରକ୍ତାକ୍ତ ହୋଇଥିବା ବେଳେ ଏପରି କାଣ୍ଡ ଭିଆଇଥିବା ସରପଞ୍ଚ କିନ୍ତୁ ଖୁଲମଖୁଲା ବୁଲୁଛନ୍ତି।   Ad..   ବିଧାୟକଙ୍କ ଖାସ ଲୋକ ବୋଲି ପୁଲିସ୍‌ ବି ତାଙ୍କ ଦେହରେ ହାତ ମାରିବାକୁ ସାହସ କରୁ ନ ଥିବା ଆଲୋଚନା ହେଉଛି। ଏହାର ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ କାର୍ଯ୍ୟାନୁଷ୍ଠାନକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।    Ad.. ବାସେଳିହତା ପଞ୍ଚାୟତ ସରପଞ୍ଚ କଳିଙ୍ଗ କେଶରୀ ମହାଳିକଙ୍କର ସେହି ଗ୍ରାମର ପ୍ରଶାନ୍ତ କୁମାର ପ୍ରତିହାରୀଙ୍କ ସହ ରାଜନୈତିକ ଶତୃତା ଲାଗି ରହିଛି। ଗତ ପଞ୍ଚାୟତ ନିର୍ବାଚନ ସମୟରୁ ଏହି ଛକାପଞ୍ଝା ଲାଗି ରହିଛି।   Ad .. ଗତକାଲି ପ୍ରଶାନ୍ତ ରାସ୍ତାରେ ଯାଉଥିବା ବେଳେ ନିଜ ସମର୍ଥକଙ୍କ ସହ ତାଙ୍କୁ ଅଟକାଇଲେ କଳିଙ୍ଗ କେଶରୀ ମହାଳିକ । ଏହାପରେ ଉଭୟଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିବା ବେଳେ କଳିଙ...

ମାନ୍ଦଲା କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ...

Image
ମାନ୍ଦଲା କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ... କଣ୍ଟାବାଞ୍ଜି, ୨୩/୧୦ : ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଳକ ଅନ୍ତର୍ଗତ ମାନ୍ଦଲା କ୍ଳଷ୍ଟରରେ ମହା ଧୁମଧାମରେ ସୁରଭି କାର୍ଯ୍ୟକ୍ରମ କୁଇବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳିତ ହୋଇଥିଲା।   Ad.. କ୍ଳଷ୍ଟର ସଂଯୋଜକ ଶ୍ରୀ ଧନସିଂ ମାଝୀଙ୍କ ତତ୍ତ୍ୱାବଧାନରେ କୁଇବାହାଲ ଗ୍ରାମ ପଞ୍ଚାୟତର ସରପଞ୍ଚ ବିଳାସ ପୁଟେଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦ୍ଦଘାଟନ କରିଥିଲେ।ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ବିରଞ୍ଚି ନାରାୟଣ ଦାଶଙ୍କ ସଂଯୋଜନାରେ ବିଭିନ୍ନ  ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।   Ad.. ହାସ୍ୟଅଭିନେତା ଦୀନବନ୍ଧୁ ବଗର୍ତ୍ତୀ ମଂଚ ପରିଚାଳନା କରିଥିଲେ।ପରିଶେଷରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।     Ad.. ଏହି କାର୍ଯ୍ୟକ୍ରମ ରେ ଶିକ୍ଷକ ଶ୍ରୀ ସୂର୍ଯ୍ୟକାନ୍ତ ରଣା, ବିରଞ୍ଚି ନାରାୟଣ ସିଂ,ମଣି ମାଝୀ, ମନୋଜ ତାଣ୍ଡି, ପ୍ରମୋଦ ମାଝୀ, ପରମାନନ୍ଦ ସୁନା,ନିରଞ୍ଜନ ସୂନା,ସୁବାସ ଧରୁଆ, ଅକ୍ରୁର ପୁଟା, ଶରତ ମାଝୀ,ପ୍ରସନ୍ନ ମେହେର, ସୁବାସ ପୁଟେଲ,ପ୍ରମୋଦ ବେହେରା, ଭକ୍ତବନ୍ଧୁ ମେହେର ସହଯୋଗ କରିଥିଲେ।   Ad.. Edited by k.s thakur...