ସ୍ବର୍ଗତ ରାଧାକାନ୍ତ ଭୋଇଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ...

ସ୍ବର୍ଗତ ରାଧାକାନ୍ତ ଭୋଇଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ...

ପାଟଣାଗଡ ,୨୯.୧୦.୨୦୨୨ ରାଧାକାନ୍ତ ଭୋଇ ଚେରିଟେବୁଲ ଟ୍ରଷ୍ଟ,ଦମକିପାଲି, ପାଟଣାଗଡ ,ଜି .ବଲାଙ୍ଗିର ଆନୁକୁଲ୍ୟରେ ସ୍ବର୍ଗତ ରାଧାକାନ୍ତ ଭୋଇଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯାଇଥିଲା । 

ପ୍ରଥମେ ଦୀପ ପ୍ରଜ୍ଜ୍ବଳନ ଓ ସ୍ବର୍ଗତ ଭୋଇଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ଶ୍ରୀଯୁକ୍ତ ମୋହନ ଭୋଇଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ଦାଶ । ମୁଖ୍ୟ ଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଓ ମୁଖ୍ୟ ବକ୍ତା ଭାବରେ ପଦ୍ମଶ୍ରୀ ଡଃ ହଳଧର ନାଗ  ଯୋଗ  ଦେଇଥିଲେ । 

ସୁଭାଷିତ୍ ଶିଶାଙ୍ଗ ଭୋଇ ଅତିଥି ପରିଚୟ କରିଥିବା ବେଳେ ରତିକାନ୍ତ ଭୋଇ ଟ୍ରଷ୍ଟର  ବିବରଣୀ ପାଠ କରିଥିଲେ। ସୁଶ୍ରୀ ସବିତା ଭୋଇ ଗୀତାପାଠ କରିଥିଲେ । ସମାଜସେବୀ ଓ ଆଇନଜୀବୀ ଶ୍ରୀଯୁକ୍ତ ଶଙ୍କର ପ୍ରସାଦ ପ୍ରଧାନ(ରାଣା)ଙ୍କୁ ରାଧାକାନ୍ତ ଭୋଇ ସ୍ମୃତି ସମାଜସେବୀ ସମ୍ମାନ , ସମାଜସେବୀ ଓ ଶ୍ରେଷ୍ଠ ଚାଷୀ   ଶ୍ରୀଯୁକ୍ତ ବାଳକୃଷ୍ଣ ବେହେରାଙ୍କୁ ରାଧାକାନ୍ତ ଭୋଇ ସ୍ମୃତି କୃଷି ସମ୍ମାନ ଦିଆଯାଇଥିଲା ।  

ଶ୍ରୀଯୁକ୍ତ ବିଶି ଗ୍ରାମାଞ୍ଚଳରେ ଏପରି କାର୍ଯ୍ୟକ୍ରମ ଦ୍ବାରା ଯୁବଗୋଷ୍ଠୀ ଉତ୍ସାହିତ ହେବେ ଓ ସ୍ବର୍ଗତ ଆତ୍ମା ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି କହିଥିଲେ । ମୁଖ୍ୟବକ୍ତା ପଦ୍ମଶ୍ରୀ ଡଃ ହଳଧର ନାଗ ଜୀବନରେ କଠିନ ପରିସ୍ଥିତି ଦେଇ ମଣିଷ ଆଗକୁ ବଢେ ଓ ଉତ୍ତମ କାର୍ଯ୍ୟ ଦ୍ବାରା ଦେଶ ଜାତିର ହିତ କରିବାକୁ  କୋଶଲୀ କବିତା ମାଧ୍ୟମରେ  ଉତ୍ସାହିତ କରିଥିଲେ । ରଜନୀକାନ୍ତ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।ସୁଶ୍ରୀ ସଞ୍ଜୁକ୍ତା ପରିଚ୍ଛା ,ମମତା ପଣ୍ଡା,  ଜତୀନ୍ଦ୍ର ତାଣ୍ଡି ,ମନୋଜ ଭୋଇ ଓ ଦମକିପାଲି ଗାଁ କଲ୍ୟାଣ ଯୁବଗୋଷ୍ଠୀ ସହଯୋଗ କରିଥିଲେ  ।






Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...