ଚନ୍ଦନପୁର ଥେଣ୍ଟପୁରରେ ଗୁଳିକାଣ୍ଡ ଘଟଣାରେ ୩ ଅଭିଯୁକ୍ତ ଗିରଫ...

ଚନ୍ଦନପୁର ଥେଣ୍ଟପୁରରେ ଗୁଳିକାଣ୍ଡ ଘଟଣାରେ ୩ ଅଭିଯୁକ୍ତ ଗିରଫ...

ପୁରୀ,୨୯/୧୦ : ଦୀପାବଳିରେ ପୁରୀ ସଦର ଚନ୍ଦନପୁର ଥେଣ୍ଟପୁରରେ ଗୁଳିକାଣ୍ଡ ଘଟଣାରେ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଚନ୍ଦନପୁର ଥାନା ପୋଲିସ। ଗିରଫ ତିନି ଅଭିଯୁକ୍ତ ହେଉଛନ୍ତି ଖାକିମଠ ନୂଆ ସାହିର ନେତ୍ରାନନ୍ଦ ସାମନ୍ତରାୟ, ଦାମୋଦରପୁର ମିଥୁନ ଭୋଇ ଓ ବୀରପ୍ରତାପପୁରର ସରୋଜ କୁମାର ଭୋଇ। ଅଭିଯୁକ୍ତଙ୍କ ଠାରୁ ଦୁଇଟି ମୋବାଇଲ ଓ ଗୋଟିଏ ବାଇକ୍ ଜବତ କରିଛି ପୋଲିସ।

ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର ଥିବା ବେଳେ ପୋଲିସର ତିନୋଟି ଟିମ୍ ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ଚଢାଉ ଜାରୀ ରଖିଛି। ଦୀପାବଳୀ ରାତିରେ ଥେଣ୍ଟପୁରରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ଶଙ୍କର ବେହେରା ପ୍ରାଣ ହରାଇଥିବା ବେଳେ ନିଲୁ ବରାଳ ଗୁରୁତର ଆହତ ହୋଇଥିଲା। ତେବେ ଗତ କିଛିଦିନ ପୂର୍ବେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମୁକୁନ୍ଦ ମିଶ୍ର ନଗରର ବିଜୟ ଖୁଣ୍ଟିଆଙ୍କ ସାନପୁଅ ଦିପକ ଖୁଣ୍ଟିଆକୁ ଖଣ୍ଡିଆବନ୍ଧର ଦୁଇ ଅଭିଯୁକ୍ତ ଦେବୁଲା ଓ ଟୁକୁଲା ଦୁଇ ଭାଇ ମିଶି ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ଏହି ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିବା ସହ ଜେଲ ପଠାଇଥିବା ବେଳେ କୋର୍ଟରେ ଏବେ ଅଭିଯୁକ୍ତଙ୍କର ବିଚାର ଚାଲିଛି।

ଏହି ଘଟଣାରେ ସାକ୍ଷୀ ନଦେବା ପାଇଁ  ଭୟବୀତ କରାଇବା ସହ ବିଜୟ ଖୁଣ୍ଟିଆଙ୍କ ଘର ଉପରକୁ ବୋମାମାଡ କରିଥିଲା ଗୁରୁତର ଆହତ ହୋଇଥିବା ନିଲୁ ବରାଳ। ତେଣୁ ନିଲୁକୁ ରାସ୍ତାରୁ ହଟାଇବା ପାଇଁ ବିଜୟ ଖୁଣ୍ଟିଆ ପରିବାର ଯୋଜନା କରିଥିବା ବେଳେ ଦୀପାବଳୀ ଦିନ ତାକୁ ରାସ୍ତାରୁ ହଟାଇବା ପାଇଁ ଗୁଳିମାଡ କରିଥିଲେ। ଫଳରେ ନିଲୁର ଗୋଡରେ ଗୁଳି ବାଜିଥିବା ବେଳେ ତା ସହିତ ଥିବା ଶଙ୍କର ବେହେରାର ପେଟରେ ଗୁଳି ବାଜିଥିବାରୁ ସେ ପ୍ରାଣ ହରାଇଥିଲା।





Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...