ଡାକ୍ତର ପଦବୀ ପୂରଣ ଦାବୀ କୁ ନେଇ ଗରିବ ସେନା ପକ୍ଷରୁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଧାରଣା...

ଡାକ୍ତର ପଦବୀ ପୂରଣ ଦାବୀ କୁ ନେଇ ଗରିବ ସେନା ପକ୍ଷରୁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଧାରଣା...

ବଙ୍ଗୋମୁଣ୍ଡା ,୩୧/୧୦ : ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଲାଗି ରହିଥିବା ଡାକ୍ତର ସମସ୍ୟା କୁ ନେଇ ସ୍ୱାସ୍ଥ୍ୟ କେନ୍ଦ୍ର ସାମ୍ନା ରେ ଗରିବ ସେନା ପକ୍ଷରୁ ତୁରନ୍ତ ଡାକ୍ତର ନିଯୁକ୍ତି ଦାବୀ ନେଇ ଧାରଣା ଦେଇଛି ସଂଗଠନ। 

ବଲାଙ୍ଗୀର ଜିଲ୍ଲାର ଶେଷ ସୀମା ରେ ସ୍ୱାସ୍ଥ୍ୟ କେନ୍ଦ୍ର ଥିବା ବେଳେ ମୁଖ୍ୟତଃ କଳାହାଣ୍ଡି ଓ ନୂଆପଡା ଜ଼ୀଲ୍ଲା ର ରୋଗୀ ମାନେ ନିର୍ଭର କରିଥାନ୍ତି । ତେବେ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୋଟିଏ ଶିଶୁ ରୋଗ ବିଶେଷଜ୍ଞ ସାଙ୍ଗକୁ ମେଡ଼ିସିନ ସ୍ପେଶାଲଲିଷ୍ଟ ପ୍ରସୂତୀ ବିଭାଗ ପାଇଁ ଲେବର ରୁମ ଦରକାର ଥିବା ବେଳେ ସ୍ଥାନୀୟ ବିଧାୟକ ଙ୍କୁ ସଂଗଠନ ପକ୍ଷରୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନ ଥିଲା ।

ତେବେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଗରିବ ସେନା ମୁଖ୍ୟ ଦିନେଶ ତାଣ୍ଡି । ଆଗାମୀ ଦିନରେ ଏ ସବୁ ସମସ୍ୟା ପୁରଣ ନ ହୁଏ ତେବେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ରେ ଧାରଣ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି।

ତେବେ ଧାରଣା ରେ ଟିଟିଲାଗଡ଼ ଗରୀବ ସେନା ମୂଖ୍ୟ ବିରେନ୍ଦ୍ର ବାଗ, ଯୁବରାଜ ମାଝୀ, ଧନେଶ୍ୱର ମାଝୀ, କୋଶଳ ଯୁବ ଶକ୍ତି କେ କେ ସିଂ ଭୋଇ,ପଶ୍ଚିମ ଓଡିଶା ଯୁବା ମଞ୍ଚ କାର୍ଯ୍ୟକର୍ତ୍ତା ଆଲୋକ ସାହୁ,ଜୟନ୍ତ ସାହୁ, ପ୍ରମୋଦ ସାହୁ,ରାଜା ବଗର୍ତ୍ତୀ ପ୍ରସନ୍ନ ରଣା, ସରପଞ୍ଚ ନରେଶ ଅଗ୍ରୱାଲ, ପ୍ରଦୁନ୍ୟ ଦୀପ, ବୁଲୁ ହିଆଲ,ସହିତ ବହୁଯୁବ ସଂଗଠନ ପକ୍ଷରୁ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।





Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...