ପଦ୍ମପୁର ରେ ଆପ୍ ର ବିଧାନସଭା ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ...
ପଦ୍ମପୁର ରେ ଆପ୍ ର ବିଧାନସଭା ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ...
ପଦ୍ମପୁର, ୨୮/୧୦ : ଆମ୍ ଆଦ୍ମୀ ପାର୍ଟି ର ପଦ୍ମପୁର ବିଧାନସଭା ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ସ୍ଥାନୀୟ ଦିଲ୍ଲୀପ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଅଛି। ରାଜ୍ୟରେ ଆପ୍ ନିଜର ସଂଗଠନକୁ ମଜବୁତ କରିବା ପାଇଁ ବିଧାନସଭା ସ୍ତରୀୟ ସମ୍ମିଳନୀ ଆୟୋଜନ କରୁଛି । ଦିଲ୍ଲୀ ଓ ପଞ୍ଜାବ ରେ ଆମ୍ ଆଦ୍ମୀ ପାର୍ଟିର ବିଜୟ ପରେ ଦଳ ଅନ୍ୟ ରାଜ୍ୟରେ ସଙ୍ଘଠନ ବିସ୍ତାର କରିବାରେ ଲାଗିଛି ।
ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି, ରୋଜଗାର, କୃଷକ, ମହିଳା ମାନଙ୍କ ପ୍ରସଙ୍ଗ ରେ ଆପ୍ ଜନ ଜାଗରଣ କରିବ ଓ ବିଜେଡି ବିଜେପି ର ମଧୁ ଚନ୍ଦ୍ରିକା କୁ ମୁଦ୍ଧା କରିବ ବୋଲି ଜିଲ୍ଲା ଆବାହକ ଭବାନୀ ସାହୁ କହିଛନ୍ତି । ବିଧାନସଭା ସଂଯୋଜକ ବାଲ୍ମୀକି ନାୟକ କର୍ମୀ ମାନଙ୍କୁ ପଂଚାୟତ ସ୍ତରରେ କାର୍ଯ୍ୟ କରିବାକୁ କହିଥିଲେ । ଏହି କାର୍ଯ୍ୟକ୍ରମ ରେ ପଦ୍ମପୁର, ପାଇକମାଲ, ଝାରବନ୍ଧ ବ୍ଲକର ବହୁ କର୍ମୀ ଯୋଗଦାନ କରିଥିଲେ ।
ରାଜ୍ଯ ସମ୍ପାଦକ ଅମିତାଭ ପାତ୍ର, ରାଜ୍ଯ ଯୁବ ସମ୍ପାଦକ ପୌଲସ୍ତ୍ୟ ସାହା, ଅବିନାଶ ବାଗ, ଝାରବନ୍ଧ ବ୍ଲକ ସଭାପତି ଭଗବାନ ବେହେରା ଓ ଅନ୍ୟମାନେ ଉପସ୍ଥିତ ଥିଲେ।
Edited by k.s thakur...
Comments
Post a Comment