ବୁଡେନ ପଲ୍ଲୀଶ୍ରୀ ଓ ଦହି ଗାଁ ହାଇସ୍କୁଲ 5T ରେ ସାମିଲ, ସ୍କୁଲ ରୂପାନ୍ତରଣ ପାଇଁ ଶିଳାନ୍ୟାସ କଲେ ଦେବେଶ ଅାଚାର୍ଯ୍ୟ...

ବୁଡେନ ପଲ୍ଲୀଶ୍ରୀ  ଓ ଦହି ଗାଁ ହାଇସ୍କୁଲ  5T ରେ ସାମିଲ, ସ୍କୁଲ ରୂପାନ୍ତରଣ ପାଇଁ ଶିଳାନ୍ୟାସ କଲେ ଦେବେଶ ଅାଚାର୍ଯ୍ୟ...

ବରଗଡ଼,୨୮/୧୦ : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ର ଉପାନ୍ତ ଅଞ୍ଚଳ ବୁଡେନ ଠାରେ ପହଞ୍ଚିଥିଲା 5 T । ଗତ ଅପରାହ୍ନ ରେ ବରଗଡ଼ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ବରଗଡ଼ ଦେବେଶ ଅାଚାର୍ଯ୍ୟ ଙ୍କ ଦ୍ଵାରା ଫାଇଲଟି ସଚିବଙ୍କ ନିର୍ଦ୍ଦେଶ ରେ ୪୫ ଲକ୍ଷ୍ୟ ଟଙ୍କା ବିନିମୟରେ ହାଇସ୍କୁଲ ରୁପାନ୍ତର କାର୍ଯ୍ୟକ୍ରମ ର ଭିତ୍ତି ପ୍ରସ୍ତର ଉଦ୍ଘାଟନ ହୋଇ ଯାଇଛି। 

ବଣ ପାହାଡ ଘେରା ଉପାନ୍ତ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥା କୁ ଆଧୁନିକ କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ପ୍ରୟାସ କାର୍ଯ୍ୟକାରୀ ହେବାକୁ ଯାଉଛି। ଗତ କାଲି ବୁଡେନ ପଲ୍ଲୀଶ୍ରୀ ହାଇସ୍କୁଲ ଫାଇଭଟି ରେ ସାମିଲ ହୋଇଛି। ଫଳରେ ବୁଡେନ ର ଗ୍ରାମବାସୀ ଏକତ୍ରିତ ହୋଇ ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ , ରାଜବୋଡା ସମ୍ବର ବ୍ଲକ ଅଧ୍ୟକ୍ଷ ପ୍ରଫୁଲ୍ଲ ସିଂ ବରିହା, ସ୍କୁଲ ସଭାପତି କସ୍ତୁଭ ପ୍ରଧାନ, ଗାଁ ର ସମାଜସେବୀ ତଥା ବିଜେଡ଼ି ନେତା ଜୟନ୍ତ ପାଣିଗ୍ରାହୀ ଙ୍କ ସମେତ ଗ୍ରାମବାସୀ ଅତିଥି ମାନଙ୍କୁ ମୃଦଙ୍ଗ ର ତାଳେ ତାଳେ ପାଛୋଟି ନେଇ ହାଇସ୍କୁଲ ରେ ପହଞ୍ଚି ଥିଲେ । 

ହାଇସ୍କୁଲ ଠାରେ ପ୍ରଧାନ ଶିକ୍ଷକ ଙ୍କ ସମେତ ଛାତ୍ରଛାତ୍ରୀ ସ୍ବାଗତ କରିଥିଲେ। ଉକ୍ତ ହାଇସ୍କୁଲ କୁ ଫାଇଲଟି କାର୍ଯ୍ୟକ୍ରମ ରେ ସାମିଲ ପାଇଁ ବରଗଡ଼ ବିଧାୟକ ଭିତ୍ତିପ୍ରସ୍ତର ସ୍ଥାପନ କରି ଶିଳାନ୍ୟାସ କରିଥିଲେ। ବହୁ ପୁରାତନ ବୁଡେନ ପଲ୍ଲୀଶ୍ରୀ ହାଇସ୍କୁଲ ଭିତ୍ତିଭୂମି ଅଭାବରୁ ଅବହେଳିତ ହୋଇ ରହିଥିଲା ଗ୍ରାମବାସୀ ଙ୍କ ବହୁ ପରିଶ୍ରମ ଯୋଗୁଁ ହାଇସ୍କୁଲ ସୁରୁଖୁରୁରେ ଚାଲିଥିଲା। ଏବେ ରାଜ୍ୟ ସରକାରଙ୍କ ଦୃଷ୍ଟି ପଡ଼ିଥିବା ରୁ ହାଇସ୍କୁଲ ର ଆହୁରି ଉନ୍ନତି ହେବାର ଆଶା କରୁଛନ୍ତି ବୁଡେନବାସୀ । 

ଏହାସହ ଅନ୍ୟ ଏକ କାର୍ଯ୍ୟକ୍ରମ ରେ ବରଗଡ଼ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଅାଚାର୍ଯ୍ୟ ଦହି ଗାଁ ରେ ମଧ୍ୟ ପହଞ୍ଚି ଦହି ଗାଁ ହାଇସ୍କୁଲ ର ମଧ୍ୟ ଫାଇଲଟି କାର୍ଯ୍ୟକ୍ରମ ର ଶିଳାନ୍ୟାସ କରି ଗ୍ରାମବାସୀଙ୍କ ବୈଠକ ରେ ସାମିଲ ହୋଇଛନ୍ତି।





Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...