ବରଗଡ଼ ଜିଲ୍ଲାରେ ଆସନ୍ତା ୨୫ ରୁ ଖରିଫ୍ ଧାନ କିଣା ଆରମ୍ଭ...

ବରଗଡ଼ ଜିଲ୍ଲାରେ ଆସନ୍ତା ୨୫ ରୁ ଖରିଫ୍ ଧାନ କିଣା ଆରମ୍ଭ...

ବରଗଡ଼, ୨୯/୧୦ :ଆସନ୍ତା ନଭେମ୍ବର ୨୫ ତାରିଖରୁ ବରଗଡ଼ ଜିଲ୍ଲାର ଅତାବିରା ଆରଏମସିର ଅତାବିରା ମାର୍କେଟ ୟାର୍ଡ ରୁ ଖରିଫ୍ ଧାନ କିଣା ଆରମ୍ଭ ହେବ ବୋଲି ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଭେଡେନ ମାର୍କେଟ ୟାର୍ଡ ରୁ ୨୬ତାରିଖ ଧାନ କିଣା ଯିବ। 

ସେହିପରି ବରଗଡ଼ ଆରଏମସି ଅନ୍ତର୍ଗତ ବରଗଡ଼ ମାର୍କେଟ ୟାର୍ଡ ରୁ ୨୯ ନଭେମ୍ବର,ଅମ୍ବାଭୋନା ମାର୍କେଟ ୟାର୍ଡ ରୁ ୬ଡିସେମ୍ବର, ବରପାଲି ଓ ଭଟଲି ରେ ୨ ତାରିଖରୁ ଖରିଫ୍ ଧାନ କିଣା ଆରମ୍ଭ ହେବ। ପଦ୍ମପୁର ଆରଏମସି ଅନ୍ତର୍ଗତ ବିଜେପୁର ମାର୍କେଟ ୟାର୍ଡ ରେ ଡିସେମ୍ବର ୪ ତାରିଖରୁ, ଗାଇସିଲେଟ ରେ ୭, ଝାରବନ୍ଧ ରେ ୪, ପଦ୍ମପୁର ରେ ୩, ପାଇକମାଳ ରେ ୩ ଏବଂ ସୋହେଲା ମାର୍କେଟ ୟାର୍ଡ ରୁ ୨ ଡିସେମ୍ବର ରୁ ଖରିଫ୍ ଧାନ କିଣା କାର୍ଯ୍ୟ ହେବ। 

ଚଳିତ ଖରିଫ ଋତୁରେ ଧାନ ବିକ୍ରି ପାଇଁ ଜିଲ୍ଲା ରେ ୧୪,୦୧,୧୩୦ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି। ଜିଲ୍ଲାର ୨୦୫ ଟି କେନ୍ଦ୍ର ରେ କିଣା ଯିବ। ସେଥିମଧ୍ୟରେ ବରଗଡ଼ ଉପଖଣ୍ଡରେ ୧୨୮ ଓ ପଦ୍ମପୁର ଉପଖଣ୍ଡ ରେ ୭୭ ସଂଗ୍ରହ କେନ୍ଦ୍ର ରହିଛି। ଧାନ କିଣାବା ପାଇଁ ୫୮ଟି ପ୍ୟାକ୍ସ ଓ ୨୬ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପଞ୍ଜିକରଣ କରାଯାଇଅଛି। 

ସେହିପରି ଧାନ କିଣାବା ପାଇଁ ଜିଲ୍ଲା ର ୧୧୨ଟି ମିଲର ରହିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଚଳିତ ଖରିଫ ଋତୁରେ  ପାଇଁ ଜିଲ୍ଲା ରେ ସରକାରଙ୍କ ପକ୍ଷରୁ ୬୫,୦୮,୮୨୩ କ୍ଵିଣ୍ଟାଲ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ହେଲେ ଚଳିତ ବର୍ଷ ଜିଲ୍ଲାରୁ ୬୧,୪୧,୦୨୧ କ୍ଵିଣ୍ଟାଲ ଧାନ ଉତ୍ପାଦନ ହେବ  ବୋଲି ଆକଳନ ରହିଥିବା ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି।






(Report : Bijay ku sahu)

Edited by k.s thakur..

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...