କଣ୍ଟାବାଞ୍ଜି ରେ ଅଭିଲିପ୍ସା, ହର ହର ଶମ୍ଭୁ ଗୀତ ରେ ଝୁମିଳେ ସହ ସହ ଦର୍ଶକ....

କଣ୍ଟାବାଞ୍ଜି ରେ ଅଭିଲିପ୍ସା, ହର ହର ଶମ୍ଭୁ ଗୀତ ରେ ଝୁମିଳେ ସହ ସହ ଦର୍ଶକ....

କଣ୍ଟାବାଞ୍ଜି,୩୦/୧୦ : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ହୋଟେଲ ବନମାଳୀ ପେଲେସ ରେ ଆୟୋଜିତ ଗୋଟିଏ ସଂଗୀତ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ ହର ହର ଶମ୍ଭୁ ଗୀତ ର ଗାୟିକା ଅଭିଲିପ୍ସା ପଣ୍ଡା।

ସାମ୍ବାଦିକ ସମ୍ମିଳନୀରେ ନିଜ ଅନୁଭବ କୁ ସେୟର କରି ଅଭିଲିପ୍ସା କହିଥିଲେ ଯେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ମୁଁ ଶମ୍ଭୁ ଙ୍କ ଗୋଟିଏ ଭଜନ ଲେଖି ତାହାକୁ ଲୋକାର୍ପଣ କରିଥିଲି। ଯେଉଁଥିରେ ମୁଁ ସୁନାମ ଅର୍ଜନ କରିଲି। କିନ୍ତୁ କିଛି କୁ-ପ୍ରବୃତ୍ତି ର ଲୋକେ ମୋ ଗୀତ କୁ ନିଜର କହି ବାଦ ବିବାଦ ସୃଷ୍ଟି କରିଥିଲେ। କିନ୍ତୁ ଶେଷରେ ଯାହା ହଉ ସତ୍ୟ ର ସଦା ହି ଜୟ ହୁଏ। ସେହି ବିଶ୍ୱାସ ମୋ ଭି ଅଛି। ବର୍ତ୍ତମାନ ମୋ ଗୀତ ଓଡ଼ିଶା ସହିତ ଦେଶ ଓ ବିଦେଶରେ ଲୋକେ ଶମ୍ଭୁ ବାବାଙ୍କ ଭଜନ କୁ ପସନ୍ଦ କରୁଛନ୍ତି। ଯାହା ମୋ ପାଇଁ ଖୁସି ର ବିଷୟ- ଅଭିଲିପ୍ସା ପଣ୍ଡା।

ଏହି କାର୍ଯ୍ୟକ୍ରମ କୁ ଦେଖିବା ପାଇଁ ନାଁ କେବଳ କଣ୍ଟାବାଞ୍ଜି ଅବା ଜିଲ୍ଲା ଓ ଜିଲ୍ଲା ବାହାରୁ ମଧ୍ୟ ଲୋକଙ୍କ ସୁଅ ଛୁଟି ଥିଲା। କିଛି ଦିନ ରୁ ସବୁ କିଛି ଭୁଲି ଆୟୋଜକ କମିଟି ବନମାଳୀ ପେଲେସ ର ମାଲିକ ନିର୍ମଳ ଜୈନ , ଅନ୍ନପୂର୍ଣ୍ଣା ଇଭେଣ୍ଟ ର ମାଲିକ ସୁଶୀଲ ଶର୍ମା ଓ ଅନ୍ୟାନ୍ୟ କିଛି ସହଯୋଗୀ ଙ୍କ ଉଦ୍ୟମ କ୍ରମେ ଏହି କାର୍ଯ୍ୟକ୍ରମ ସଫଳ ହୋଇଥିଲା।





Edited by k.s thakur...

Comments

Popular posts from this blog

ପଦ୍ମପୁର ଗ୍ରାମାଞ୍ଚଳ ରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ; ରଥ ଦେଖିବାକୁ ଯାଇଥିବା ଯୁବକ ଙ୍କୁ ମାଡ, ଅବସ୍ଥା ଗୁରୁତର...

ରାତାରାତି ତରବରିଆ ଭାବେ ପାଇପ୍ ବିଛା କାମ ଯୋଗୁଁ ଫସିଲା କୋଇଲା ବୋଝେଇ ଟ୍ରକ...

ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତିର୍ଥ କ୍ଷେତ୍ର ଭଟଲି ରଥଯାତ୍ରା...