"ରାଷ୍ଟ୍ରୀୟ ଏକତା ଦିବସ" ପାଳନ ପାଇଁ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଲ" ଗ୍ରୁପ ସେଣ୍ଟର ସମ୍ବଲପୁର ତରଫରୁ ସପ୍ତାହ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ...
"ରାଷ୍ଟ୍ରୀୟ ଏକତା ଦିବସ" ପାଳନ ପାଇଁ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଲ" ଗ୍ରୁପ ସେଣ୍ଟର ସମ୍ବଲପୁର ତରଫରୁ ସପ୍ତାହ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ...
ବରଗଡ଼,୩୦/୧୦ : ସ୍ୱାଧୀନତା ସଂଗ୍ରାମୀ ତଥା ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ ଲୌହପୁରୁଷ ସର୍ଦାର ବଲ୍ଲବ ଭାଇ ପଟେଲ ଙ୍କ ଜନ୍ମ ଜୟନ୍ତୀ ୩୧ ଅକ୍ଟୋବର କୁ ସାରା ଭାରତରେ "ରାଷ୍ଟ୍ରୀୟ ଏକତା ଦିବସ" ଭାବରେ ପାଳନ କରାଯାଏ । ଏହି ଅବସରରେ "କେନ୍ଦ୍ରୀୟ ରିଜର୍ଭ ପୁଲିସ ବଲ" ଗ୍ରୁପ ସେଣ୍ଟର ସମ୍ବଲପୁର ତରଫରୁ ସପ୍ତାହ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଛି ।
ଆଜି ରବିବାର ଦିନା ସକାଳ ୭ଟାରେ ସି.ଆର.ପି.ଏଫ ଗ୍ରୁପ ସେଣ୍ଟର ସମ୍ବଲପୁର ତରଫରୁ ଗୋଶାଳା ରୁ ବରଗଡ ପର୍ୟ୍ଯନ୍ତ ଗୋଟେ ବିଶାଳ ବାଇକ ରେଲି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା ।
ଶ୍ରୀଯୁକ୍ତ ଲାଲଚନ୍ଦ ଯାଦବ ପୁଲିସ ଉପମହାନିରୀକ୍ଷ ଙ୍କ ତତ୍ୱାବଧାନ ରେ ଶ୍ରୀ ପର୍ଶୁରାମ କୁଣ୍ଡା ଉପକମାଣ୍ଡାଣ୍ଟ, ଭଗବାନ ସାହୁ ଓ ସୁଶାନ୍ତ ସାହୁ ସହାୟକ କମାଣ୍ଡାଣ୍ଟ ଙ୍କ ପରିଚାଳନା ରେ ଗାନ୍ଧୀ ଛକ ରେ ଜାତୀୟ ପିତା ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପାଞ୍ଜଳି ଦେବା ପରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମା ରେ ପୁଷ୍ପାଞ୍ଜଳି ଦିଆଯାଇଥିଲା ।
ସାମାଜିକ ଅନୁଷ୍ଠାନ ସଂକଲ୍ପ ପରିବାର ତରଫରୁ ବରଗଡ଼ ଗାନ୍ଧିଛକରେ ବାଇକ ରେଲି କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିରେ ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ଦେବେଶ ଆଚାର୍ଯ୍ୟ ଙ୍କ ସହିତ ସଂକଲ୍ପ ପରିବାର, ପଶ୍ଚିମ ଓଡିଶା ଯୁବାମଞ୍ଚ,କୋଶଲ ସେନା, କୋଶଲ ଏକାଡେମୀ,ବରଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ଏବଂ ବରଗଡ଼ ସହରର ଶତାଧିକ ଯୁବକ ଯୁବତୀ ତଥା ଅନେକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।
ଏହି ଅବସର ରେ CRPF ତରଫରୁ ପ୍ରତେକ ଦେଶବାସି ଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସଚ୍ଚୋଟତା ର ସହିତ ନିଜର କର୍ତ୍ତବ୍ୟ କରି ରାଷ୍ଟ୍ରକୁ ଏକତା ର ସୂତ୍ରରେ ବାନ୍ଧିରଖିବାକୁ ଆହ୍ୱାନ କରାଯାଇଥିଲା ।
(Report : Bijay Ku sahu)
Edited by k.s thakur...
Comments
Post a Comment