ଉନ୍ଦେର ନଦୀରୁ ବେଆଇନ ବାଲି ଚାଲାଣ, ତିନୋଟି ଟ୍ରାକ୍ଟର ଜବତ ଫାଇନ ଆଦାୟକଲା ରାଜସ୍ୱ ବିଭାଗ...
ଉନ୍ଦେର ନଦୀରୁ ବେଆଇନ ବାଲି ଚାଲାଣ, ତିନୋଟି ଟ୍ରାକ୍ଟର ଜବତ ଫାଇନ ଆଦାୟକଲା ରାଜସ୍ୱ ବିଭାଗ...
ବଙ୍ଗୋମୁଣ୍ଡା, ୨୯/୧୦ : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଉନ୍ଦେର ନଦୀ ସାଜିଛି ବାଲି ମାଫିଆଙ୍କ ପେଣ୍ଠସ୍ଥଳ ଦିନ ରାତି ବାଲି ମାଫିଆ ମନ ଇଚ୍ଛା ଉଠାଉଛନ୍ତି ଟନ ଟନ ବାଳି ରାଜ୍ୟ ସରକାର ଙ୍କ ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହାନି ହେଉ ଥିବା ବେଳେ ମାଳା ମାଲ ହେଉଛନ୍ତି ବାଳି ମାଫିଆ । ସେପଟେ ଏ ବିଷୟରେ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ, ଅଭିଯୋଗ ହେଲେ କା ଭା ଭାବରେ ରାଜସ୍ୱ ବିଭାଗ ଫାଇନ ଆଦାୟ କରି ଛାଡି ଦେଉଛି।
ତେବେ ଅଞ୍ଚଳରେ ଦେଖା ଦେଇଛି ବାଲି ମାଫିଆଙ୍କ ଦବ ଦବା କିଛି ଦିନର ନୀରବତା ପରେ ଝଲପ ପଞ୍ଚାୟତ ସାଲେବରଟ ବାଲି ଘାଟ ରୁ ଟ୍ରାକ୍ଟର ଯୋଗେ ବେଆଇନ ବାଳି ଚାଲାଣ ହେଉଥିବା ବେଳେ ଖବର ପାଇ ସିନ୍ଧେକେଲା ରାଜସ୍ବ ନିରୀକ୍ଷକ ଦୁର୍ଲଭ ନାୟକ,ଅତିରିକ୍ତ ତହସିଲଦାର କ୍ରିଷ୍ଣା କୁମାର ଜେନା, ଚେନମେନ ହେମନ୍ତ ଭୋଇ,ଗନ୍ଧରଲା ଆର ଆଇ ଏଲନ ବେହେରା ପହଞ୍ଚି ଟ୍ରାକ୍ଟର ଙ୍କ ରସିଦ ଚେକ କରିଥିଲେ ।
ତେବେ ବାଲି ବେଆଇନ ଚାଲାନ ହେଉଥିବା ବେଳେ ଟ୍ରାକ୍ଟର ଓଡ଼ି- ୦୩-୫୯୨୭ ,ଓଡ଼ି ୦୩-ଭି-୦୬୬୮ ଏବଂ ନୂଆ ଟ୍ରାକ୍ଟର କୁ ଜବଦ କରି ଦଶ ହଜାର ଟଙ୍କା ଲେଖାଏଁ ମୋଟ ତିରିଶ ହଜାର ଟଙ୍କା ଫାଇନ ଆଦାୟ କରିଥିଲେ।
Edited by k.s thakur...
Comments
Post a Comment