କାମାକ୍ଷାନଗର ଓ ଜଶିପୁର ରେ ହାତୀ ଆତଙ୍କ...
କାମାକ୍ଷାନଗର ଓ ଜଶିପୁର ରେ ହାତୀ ଆତଙ୍କ...
ମୟୂରଭଞ୍ଜ, ୨୪/୧୦ : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରେ ଥମୁନି ହାତୀ ଙ୍କ ଆତଙ୍କ । କିଛି ମାସ ହେବ ୨୪ ଟିକିଆ ହାତୀପଲ ବିଭିନ୍ନ ବ୍ଲକରେ ଉପଦ୍ରବ ଜାରି ରଖିଛନ୍ତି ।
Ad..
ବାରମ୍ବାର ହାତୀ ଉପଦ୍ରବ କରୁଥିବାରୁ ଯଶିପୁର ବ୍ଲକ ଅନ୍ତର୍ଗତ ଶିରମଣିପୁର ଗାଁ ଲୋକମାନେ ଅତିଷ୍ଠ ହେଇ ବନ ବିଭାଗ କର୍ମଚାରୀ ସହିତ ଗାଡିକୁ ଅଟକ ରଖିଛନ୍ତି ।
Ad..
କରଞ୍ଜିଆ DFO ଆସିବା ପରେ ଆଲୋଚନା କରି ବନ ବିଭାଗ କର୍ମଚାରୀଙ୍କୁ ଛଡାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଆଜି ସକାଳ ୬ ଟାରୁ କର୍ମଚାରୀଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ । ମାସେ ମଧ୍ୟରେ ଏଭି ଘଟଣା ଦ୍ୱିତୀୟ ଥର ଘଟିଛି । ଗତ ୩ ମାସ ମଧ୍ୟରେ ୪୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା କ୍ଷତିପୂରଣ ଦେଇଛି ବନ ବିଭାଗ ।
Ad..
ସେହିପରି ଢେଙ୍କାନାଳ କାମାକ୍ଷାନଗରରେ ହାତୀ ଆତଙ୍କ । ପଶ୍ଚିମାଞ୍ଚଳ ରେଞ୍ଜ ମହୁଲପାଳ ଗ୍ରାମ ଗହିର ନିକଟରେ ପଶିଛନ୍ତି ଦୁଇଟି ଦନ୍ତା ହାତୀ । ଆତଙ୍କରେ ସ୍ଥାନୀୟ ବାସିନ୍ଦା । ହାତୀ ଘଉଡାଇବା ପାଇଁ ଉଦ୍ୟମ ଜାରି ରଖିଛି ବନବିଭାଗ ।
Ad..
Edited by k.s thakur..
Comments
Post a Comment