Posts

Showing posts from March, 2024

ଝୁଲନ୍ତା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୭ ଗୋରୁ ମୃତ, କ୍ଷତିପୂରଣ ଦାବି କଲେ ଗ୍ରାମବାସୀ...

Image
ଝୁଲନ୍ତା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୭ ଗୋରୁ ମୃତ, କ୍ଷତିପୂରଣ ଦାବି କଲେ ଗ୍ରାମବାସୀ... ଖଇରା,୨୭/୦୩ : ମଙ୍ଗଳବାର ଅପରାହ୍ନ ସମୟରେ ବାଲେଶ୍ବର ଜିଲ୍ଲା ଖଇରା ଥାନା ନୂଆଗାଁ ଓ ବର୍ତ୍ତନା ପଞ୍ଚାୟତ ଅଧୀନ କୁମାରମୌଦା ଗ୍ରାମ ନିକଟରେ ୧୧କେଭି ବିଦ୍ୟୁତ ତାର ଲାଗି ୩ଟି ଗାଈ,୩ଟି ଷଣ୍ଢ ଓ ଗୋଟିଏ ବାଛୁରି ଛୁଆ ମୃତ୍ୟୁବରଣ କରିଛନ୍ତି।  Ad.. ଗୋପାଳକ ଅନାଦି ନାୟକ, କାର୍ତ୍ତିକ ରାଉତ, ବାସନ୍ତି ସିଂଙ୍କୁ କ୍ଷତି ପୁରଣ ପ୍ରଦାନ କରିବା ଲାଗି ଗ୍ରାମବାସୀ ତଥା ଭାଜପା ମଣ୍ଡଳ ସଭାପତି ପତିତପାବନ କର ଟାଟା ପାଓ୍ବାର ନିକଟରେ ଦାବୀ କରିଛନ୍ତି। Ad .. ବହୁ ଦିନରୁ ବିଲ ମଝିରେ ତାର ସାମାନ୍ୟ ମାତ୍ର ଝୁଲୁଥିଲା। ଏନେଇ ଅଞ୍ଚଳବାସୀ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ ସୁଦ୍ଧା ବିଭାଗୀୟ ତାଙ୍କ କଥା ଶୁଣୁ ନଥିଲେ। ସୋମବାର ସଂଧ୍ୟରେ ହୋଇଥିବା କାଳବୈଶାଖୀ ଯୋଗୁଁ ବିଦ୍ୟୁତ୍ ଖୁଣ୍ଟି ବଙ୍କା ହେବା ସହ ତାରରେ ଲାଗିଥିବା ଷ୍ଟେ ମଧ୍ୟ ଛିଡ଼ି ଯାଇଥିଲା।        Ad.. ଯାହାଫଳରେ ୧୧କେଭି ତଳକୁ ଖସି ଆସିଥିଲା। କାଳବୈଶାଖୀ ବନ୍ଦ ହେବାପରେ ବିଭାଗୀୟ ବିଭାଗୀୟ କର୍ତ୍ତୃପକ୍ଷ ଉପଯୁକ୍ତ ଢଙ୍ଗରେ ମରାମତି ନ କରିବା ହେତୁ ସେହି ତାରରେ ବିଦ୍ୟୁତ୍ ପ୍ରବାହ ଜାରି ରହିଥିଲା। ଏହା ଫଳରେ ଏତେ ବଡ଼ ଦୁର୍ଘଟଣା ଘଟିଥିବାର ଗ୍ରାମବାସୀ ଅଭିଯୋଗ କରିଛନ୍ତି।  ତେବେ ତୁରନ୍ତ ଉପରେ ବିଭାଗୀୟ କର୍ତ୍ତୃପକ...

ଜଗତସିଂହପୁର ସଂସଦୀୟ କ୍ଷେତ୍ରକୁ ନେଇ ଆଲୋଚନା: ନବୀନ ନିବାସରେ ୫ ବିଧାୟକ, ସାଂସଦ...

Image
ଜଗତସିଂହପୁର ସଂସଦୀୟ କ୍ଷେତ୍ରକୁ ନେଇ ଆଲୋଚନା: ନବୀନ ନିବାସରେ ୫ ବିଧାୟକ, ସାଂସଦ... ଜଗତସିଂହପୁର,୨୬/୦୩ : ନବୀନ ନିବାସରେ ଗୋଟିକ ପରେ ଗୋଟିଏ ଜିଲ୍ଲାର ସମୀକ୍ଷା ଚାଲିଥିବା ବେଳେ ଆଜି ଅପରାହ୍ନରେ ଜଗତସିଂହପୁର ସଂସଦୀୟ କ୍ଷେତ୍ର ଅଧୀନରେ ଥିବା ବିଧାନସଭା ନିର୍ବାଚନମଣ୍ଡଳୀଗୁଡ଼ିକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରାଯାଇଛି।  Ad.. ଏହି ଆଲୋଚନାରେ ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍‌, ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ନୟାଗଡ଼ ବିଧାୟକ ଅରୁଣ ସାହୁ, ସହ-ପର୍ଯ୍ୟବେକ୍ଷକ ଗିରିଶ ଚନ୍ଦ୍ର ଦାଶ, ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ, ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସ, କଟକ ଜିଲ୍ଲାର ନିଆଳି ବିଧାୟକ ଡାକ୍ତର ପ୍ରମୋଦ କୁମାର ମଲିକ, ମନ୍ତ୍ରୀ ତଥା ପୁରୀ ଜିଲ୍ଲା କାକଟପୁର  ବିଧାୟକ ତୁଷାରକାନ୍ତି ବେହେରା, ନିମାପଡ଼ା ବିଧାୟକ ସମୀର ରଂଜନ ଦାସ ଓ ଅନ୍ୟ କେତେଜଣ ବରିଷ୍ଠ ନେତୃବୃନ୍ଦଙ୍କୁ ନେଇ ଆଲୋଚନା ହୋଇଥିଲା।  Ad.. ବୈଠକରେ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରାଯାଇଥିବା ବେଳେ ସାଂସଦ ପ୍ରାର୍ଥୀ ଚୂଡ଼ାନ୍ତ ହୋଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଅନ୍ୟପକ୍ଷରେ ସ୍ବର୍ଗତ ଡାକ୍ତର ଦାମୋଦର ରାଉତଙ୍କର ଶୁଦ୍ଧିକ୍ରିୟା ଚାଲିଥିବାରୁ ତାଙ୍କ ପୁଅ ତଥା ପାରାଦୀପ ବିଧାୟକ ସମ୍ବ...

ଗତ ରାତ୍ରି ଅଗ୍ରୱାଲ ସଭା ଟ୍ରଷ୍ଟ ପକ୍ଷରୁ ହୋଲିକା ଦହନ କାର୍ଯ୍ୟକ୍ରମ...

Image
ଗତ ରାତ୍ରି ଅଗ୍ରୱାଲ ସଭା ଟ୍ରଷ୍ଟ ପକ୍ଷରୁ ହୋଲିକା ଦହନ କାର୍ଯ୍ୟକ୍ରମ... କଣ୍ଟାବାଞ୍ଜି,୨୫/୦୩ : କଣ୍ଟାବାଞ୍ଜି ଅଗ୍ରୱାଲ ସଭା ଟ୍ରଷ୍ଟ ପକ୍ଷରୁ ବିଗତ ରାତ୍ରି ରେ ହୋଲିକ ଦହନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ସହ ସହ ସଂଖ୍ୟା ରେ କଣ୍ଟାବାଞ୍ଜି ଲୋକେ ଯୋଗ ଦେଇ ଥିଲେ।               Ad.. ସେହି ପରିରେଖିରେ ଅଗ୍ରୱାଲ ସଭା ଟ୍ରଷ୍ଟ ପକ୍ଷରୁ ଭଜନ କୀର୍ତ୍ତନ ସହ ବେସନ ଛନା ପକୋଡ଼ି ମଧ୍ୟ ବଣ୍ଟନ କରାଯାଇଥିଲା। ଲୋକେ ଉତ୍ସାହ ସହିତ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। Ad.. ସେହି ପରି ହିନ୍ଦୁ ଧର୍ମାବ ଲମ୍ଭି ଲୋକେ ସକାଳୁ ଶ୍ରୀ ଭକ୍ତ ପ୍ରହଲ୍ଲାଦ ଙ୍କ ପୂଜାର୍ଚ୍ଚନା କରି ଆଶିର୍ଵାଦ ଗ୍ରହଣ କରିଥିଲେ। ରାତ୍ରି ୧୧.୩୮ ସମୟ ରେ ହୋଳିକା ଦହନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।        Ad.. ହୋଳିକା ଦହନ ପୁର୍ବ ରୁ ଅଗ୍ରୱାଲ ସଭା ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ରାମାୟଣ ମଣ୍ଡଳୀ ପକ୍ଷରୁ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଭଜନ ସନ୍ଧ୍ୟା ରେ ଅନେକ ଲୋକ ଭଗବତ୍ ପ୍ରେମରେ ନିଜକୁ ସାମିଲ କରି ଧନ୍ୟ ମଣ୍ଡିତ କରିଥିଲେ।  ରାତ୍ରି ୧୧.୩୮ ସମୟରେ ହଲିକା ଦହନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ କଣ୍ଟାବାଞ୍ଜି ସାମ୍ବାଦିକ ସଂଘ୍ ସଭାପତି ବିମଳ କୁମାର ଦାସ ଯୋଗ ଦେଇଥିଲେ। ତାଙ୍କ ସହିତ ଉପସ୍ଥି...

ବରଗଡ଼ ଜିଲ୍ଲା ପଦ୍ମପୁର ନିକଟସ୍ଥ ଡୁଙ୍ଗୁରିପାଲି ଗାଁ ଠାରେ ଅଲେଖ ମହିମା ପୀଠ ରେ ନୂତନ ମନ୍ଦିର ରତ୍ନମୁଦ ମହୋତ୍ସବ ପାଳନ...

Image
ବରଗଡ଼ ଜିଲ୍ଲା ପଦ୍ମପୁର ନିକଟସ୍ଥ ଡୁଙ୍ଗୁରିପାଲି ଗାଁ ଠାରେ ଅଲେଖ ମହିମା ପୀଠ ରେ ନୂତନ ମନ୍ଦିର ରତ୍ନମୁଦ ମହୋତ୍ସବ ପାଳନ... ବରଗଡ଼,୨୫/୦୩ : ବରଗଡ଼ ଜିଲ୍ଲା ପଦ୍ମପୁର ଜମଲା ଅନ୍ତର୍ଗତ ଡୁଙ୍ଗୁରିପାଲି ଗାଁ ଠାରେ ଅଲେଖ ମହିମା ଙ୍କ କୁନ୍ଦା ବାବା ଙ୍କ ମଠ ର ବନବାସୀ ବାବା ଙ୍କ ଉଦ୍ୟମ ରେ ନୂତନ ମହିମା  ମନ୍ଦିର ନିର୍ମିତ ହେଉଥିବା ରୁ ମନ୍ଦିରର ରତ୍ନ ମୁଦ ଉତ୍ସବ ଦୁଇଦିନ ଧରି ପାଳନ ହୋଇଯାଇଛି ।  Ad.. ଦିର୍ଘ ଶହେ ବର୍ଷ ର ପୁରୁଣା ମନ୍ଦିରରେ ଏକ ନୂତନ ମହିମା ମନ୍ଦିର ନିର୍ମିତ ହେଉଛି ଯାହା ଡୁଙ୍ଗୁରିପାଲି ଗାଁ ର ବିଦ୍ଯାଧର ପଧାନ ଏକ ଏକରର ଅଠର ଡିସମିଲ ଯମି ଦାନ ଦେଇଥିଲେ ସେଠାରେ ଅଲେଖ ମହିମା ଙ୍କ ଭବ୍ଯ ମନ୍ଦିର ନିର୍ମିତ ହେଉଥିବା ରୁ ଦୁଇଦିନ ଧରି ରତ୍ନ ମୁଦ ଉତ୍ସବ ଅନୁଷ୍ଠିତ ହେଉଥିଲା।  Ad.. ଏଥିସହ ପୀଠ ର ସ୍ବର୍ଗତ କୁନ୍ଦା ବାବା ନିଜ ଭିଖ୍ଯା କରି ସଂଗ୍ରହ କରିଥିବା ପାଣ୍ଠି ରୁ ପୋଖରୀ ଖୋଲିଥିଲେ ସେହି ପୋଖରୀ ର ପ୍ରତିଷ୍ଠା ଉତ୍ସବ ମଧ୍ଯ ଅନୁଷ୍ଟିତ ହୋଇଯାଇଛି ।                  Ad.. ପାଖ ଆଖ ଅଚଳ ର ମହିମା ଧର୍ମର ଶ୍ରଦ୍ଧାଳୁମାନେ ଯୋଗଦାନ ଦେଇଥିବା ବେଳେ କଲେଖ ମହିମା ଧର୍ମ ର ପ୍ରଚାର କରୁଥିବା ମହିମା ବାବା କୁଳମଣୀ ବାବା ଙ୍କ ସମେତ ବିଭିନ୍ନ ଅଂଚଳରୁ ଆସିଥିବା ମହିମା ବାବା ରସାନନ୍ଦ ବାବା, ଶୈକିଲାଲ, ଜଗନ୍ନାଥ ବାବା, ଅରୁପାତ୍ଯ...

ଗୋଚାଲାଣ ପିକଅପ ଜବତ, ୧୧ ଗୋରୁ ଉଦ୍ଧାର...

Image
ଗୋଚାଲାଣ ପିକଅପ ଜବତ, ୧୧ ଗୋରୁ ଉଦ୍ଧାର... ନୀଳଗିରି,୨୩/୦୩ : ନୀଳଗିରି ପୁଲିସ ଗତକାଲି ମଧ୍ୟରାତ୍ରିରେ କାହାଳିଆ ଅଞ୍ଚଳରେ ଚଢ଼ଉ କରି ଗୋରୁ ବୋଝେଇ ପିକଅପ ଜବତ କରିଥିବା ଜଣାପଡ଼ିଛି। ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ପୂର୍ବରୁ ସତର୍କତା ଅବଲମ୍ବନ କରିଥିଲା।            Ad.. ପିକଅପଟି ଦ୍ରୁତଗତିରେ ଯାଉଥିବା ବେଳେ ଗାଡ଼ିଟିକୁ ଅଟକାଇବା ପରେ ୧୧ଟି ଗୋରୁ ବୋଝେଇ ହୋଇଥିବା ଦେଖିବାକୁ ପାଇଥିଲେ। ଗାଡ଼ିଟିକୁ ଜବତ କରି ଥାନାରେ ରଖିବା ସହ ଗୋରୁଗୁଡ଼ିକ ମଧ୍ୟ ରଖାଯାଇଛି। Ad.. ଘଟଣାସ୍ଥଳରୁ ଗୋରୁ ବେପାରୀ ଓ ଡ୍ରାଇଭର ଖସି ପଳାଇଯାଇଥିଲେ। ପରେ ଗୋରୁଗୁଡ଼ିକୁ ପାଖ ଗୋଶାଳାକୁ ପଠାଇ ଦିଆଯିବ ବୋଲି ଜଣାପଡ଼ିଛି।ଖାଲି ନୀଳଗିରି ନୁହେଁ, ବିଭିନ୍ନ ଅଞ୍ଚଳରେ ଏବେ ବେଆଇନ ଗୋଚାଲାଣ କରାଯାଉଥିବା ଜଣାଯାଇଛି। Edited by k.s thakur...

ବରଗଡ ସୋହେଲା ଠାରେ ବଳିଦାନ ଦିବସ ରେ ଯୁବ ସଂଗଠନ ର ମେଗା ରକ୍ତଦାନ ଶିବିର...

Image
ବରଗଡ ସୋହେଲା ଠାରେ ବଳିଦାନ ଦିବସ ରେ ଯୁବ ସଂଗଠନ ର ମେଗା ରକ୍ତଦାନ ଶିବିର... ବରଗଡ,୨୩/୦୩ : ଆଜି ବଳିଦାନ ଦିବସ ଅବସରରେ ବରଗଡ  ଜିଲ୍ଲାର ସୋହେଲା ସଂସ୍କୃତି ଭବନ ଠାରେ ସୋହେଲାର ସାମାଜିକ  ଅନୁଷ୍ଠାନ ଜୟଦୁର୍ଗା କ୍ଲବ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।  Ad.. ଏ ଅବସରରେ ଅନୁଷ୍ଠିତ ସାଧାରଣ ସଭାରେ ସ୍ଥାନୀୟ ଉପ କାରାଗାର ଅଧିକାରୀ ଓ ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅଟିଥି ମାନେ ସହିଦ ଭଗତ ସିଂହ, ରାଜଗୁରୁ ଓ ଶୁକଦେବଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ ଓ ପୁଷ୍ପମାଲ୍ୟ ଅର୍ପଣ କରି ଆଜିର ବଳିଦାନ ଦିବସର ଗୁରୁତ୍ୱ ବିଷୟରେ ବକ୍ତବ୍ୟ ରଖିଥିଲେ।  Ad.. ସଭାପରେ ବରଗଡ଼ ରକ୍ତ ଭଣ୍ଡାର ଓ ବୁର୍ଲା ଭିମସାରର ରକ୍ତଭଣ୍ଡାରର କର୍ମଚାରୀଙ୍କ ସହଯୋଗରେ ରକ୍ତ ସଂଗ୍ରହ ହୋଇଥିଲା। ଏ ଅବସରରେ ଚାରି ଜଣ ଦମ୍ପତ୍ତିଙ୍କ ସହ ବାର ଜଣ ମହିଳା ସମେତ ୧୦୫ ଜଣ ରକ୍ତଦାତା ରକ୍ତଦାନ କରିଥିଲେ। ସମସ୍ତ ରକ୍ତଦାତା ମାନଙ୍କୁ ଅନୁଷ୍ଠାନ ତରଫରୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥଲା।  କୋଭିଡ ସମୟରୁ ଆରମ୍ଭ କରି ଥିବା ଏହି ରକ୍ତଦାନ ଶିବିର ଆଜି ଚତୁର୍ଥ ବର୍ଷ ଲଗାତାର ଆୟୋଜନ କରି ସଫଳ କରିଥିବାରୁ ଅନୁଷ୍ଠାନର ସଭାପତି ସଞ୍ଜୟ କାଣ୍ଡ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି କାର୍ଯ୍ୟକ୍ରମ କୁ ସଫଳ କରିବା...

ବିଜେଡି ଛାଡ଼ିଲେ କଟକ ସାଂସଦ ଭର୍ତ୍ତୃହରି ମହତାବ୍‌...

Image
ବିଜେଡି ଛାଡ଼ିଲେ କଟକ ସାଂସଦ ଭର୍ତ୍ତୃହରି ମହତାବ୍‌... ଭୁବନେଶ୍ବର/କଟକ୨୨/୦୩ : କଟକ ସାଂସଦ ଭର୍ତ୍ତୃହରି ମହତାବ୍‌ ଶୁକ୍ରବାର ବିଜୁ ଜନତା ଦଳ (ବିଜେଡି) ଛାଡ଼ିଛନ୍ତି। ସେ ନିଜର ଇସ୍ତଫାପତ୍ରକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି। ଏଥି ସହିତ ଶ୍ରୀ ମହତାବ୍‌ ଦଳର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି।            Ad.. କଟକରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନିଜେ ଶ୍ରୀ ମହତାବ୍‌ ଏହି ସୂଚନା ଦେଇଛନ୍ତି। ତେବେ ଶ୍ରୀ ମହତାବ୍‌ କେଉଁ ଦଳରେ ଯୋଗଦେବେ ସେନେଇ ଘୋଷଣା କରିନାହାନ୍ତି। ଦଳ ଛାଡ଼ିବା ଅବସରରେ ଶ୍ରୀ ମହତାବ୍‌ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, ମୋର ଅଭିଜ୍ଞତା ଅନୁସାରେ ୧୭ତମ ଲୋକସଭାରେ ସାଂସଦ ଭାବେ ବିଜେଡିର ପ୍ରତିନିଧି ଭାବେ ଠିକ୍‌ ଭାବେ ଦଳପାଇଁ କାମ କରିଛି।  Ad.. ନିକଟରେ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି। କିନ୍ତୁ ଏହି ସମୟରେ ବିଜେଡି ପାଖରୁ ଦୂରେଇ ରହୁଛି। ଏହାର କାରଣ ଓ ଉତ୍ତର ହେଲା ବିଜେଡିରେ ବହୁ ପରିବର୍ତ୍ତନ ହୋଇସାରିଛି। ଦୁର୍ନୀତି ବିରୋଧରେ ଲଢ଼ିବା ପାଇଁ ବିଜେଡି ଗଠନ ହୋଇଥିଲା।  ୮୦ରୁ ୯୦ ଦଶକରେ ଯେଉଁ ଭଲ କାମ ହେଉଥିଲା, ସେଥି ପାଇଁ ଓଡ଼ିଶାବାସୀ ବିଜେଡିକୁ ସମର୍ଥନ ଦେଉଥିଲେ। କିନ୍ତୁ ବିଗତ କିଛି ବର୍ଷରେ ଦଳର ସଂଚାଳନା ଓ ପରିଚାଳନା ଯେଉଁଭଳି ଭାବେ ଚାଲିଛି, ସେବାବଦରେ ...

ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡା.ଦାମୋଦର ରାଉତଙ୍କ ପରଲୋକ...

Image
ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡା.ଦାମୋଦର ରାଉତଙ୍କ ପରଲୋକ... ଭୁବନେଶ୍ୱର,୨୨/୦୩ : ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କ ଦେହାନ୍ତ ହୋଇଛି। ୮୧ ବର୍ଷ ବୟସରେ ଶୁକ୍ରବାର ସକାଳ ୫ଟା ୨୩ ମିନିଟ ସମୟରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି। ଦାମୋଦରଙ୍କ ପୁଅ ତଥା ବିଧାୟକ ସମ୍ବିତ ରାଉତରାୟ ଏହି ସୂଚନା ଦେଇଛନ୍ତି। Ad.. ଗତ ୧୮ ତାରିଖରୁ ଏକ ଘରୋଇ ହସ୍ପିଟାଲରେ ଦାମ ରାଉତଙ୍କ ଚିକିତ୍ସା ଜାରି ରହିଥିଲା। ହୃଦଘାତ ପରେ ଦାମୋଦର ଗୁରୁତର ହୋଇଥିଲେ। ତିନିମାସ ତଳେ ଦାମୋଦର ରାଉତ ମଧ୍ୟ ଅସୁସ୍ଥ ହୋଇପଡ଼ିଥିଲେ। ଯକୃତରେ ପାଣି ଜମିଥିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ସୁସ୍ଥ ହେବା ପରେ ସେ ଘରକୁ ଫେରିଥିଲେ। Ad.. ଓଡ଼ିଶା ରାଜନୀତିରେ ଦାମୋଦର ରାଉତ ବଡ଼ ରାଜନେତା ଭାବେ ଜଣାଶୁଣା ଥିଲେ। ପ୍ରଥମେ ଜନତା ଦଳ ଓ ପରବର୍ତ୍ତୀ ସମୟରେ ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହେବା ସହ ନବୀନଙ୍କ ସରକାରରେ ଏକାଧିକ ଥର ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ତେବେ ୨୦୧୯ରେ ବିଜେପି ଟିକେଟରୁ ନିର୍ବାଚନ ଲଢି ପରାଜିତ ହୋଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ବିଜେପିକୁ ବାଏ ବାଏ କରି ପୁଣି ବିଜେଡିକୁ ଫେରିଥିଲେ। ସୂଚନାଯୋଗ୍ୟ, ଡ. ଦାମୋଦର ରାଉତ ୧୯୪୨ ମସିହା ଜୁଲାଇ ୨ ତାରିଖରେ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ମହିମାଦେଇପୁର...

ଘର ହିଁ ବିଦ୍ୟାଳୟ ପ୍ରକଳ୍ପ ଚତୁର୍ଥ ପର୍ଯ୍ୟାୟ ଓ କଣ୍ଢେଇ ଦିବସ ପାଳିତ...

Image
ଘର ହିଁ ବିଦ୍ୟାଳୟ ପ୍ରକଳ୍ପ ଚତୁର୍ଥ ପର୍ଯ୍ୟାୟ ଓ କଣ୍ଢେଇ ଦିବସ ପାଳିତ... ପଦ୍ମପୁର,୨୧/୦୩ :  ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ର ଶିଶୁ ବାଟିକା ବିଭାଗର ନୂତନ  ଶିକ୍ଷାବର୍ଷ ପାଇଁ ଘର ହିଁ ବିଦ୍ୟାଳୟ ଚତୁର୍ଥ ପର୍ଯ୍ୟାୟ ଅନୁଷ୍ଠିତ ଓ କଣ୍ଢେଇ ଦିବସ ପାଳିତ ହୋଇଯାଇଛି। Ad.. ଶିଶୁ ବାଟିକା ବିଭାଗ ଶୈକ୍ଷିକ ସଂଯୋଜକ ଶ୍ରୀଯୁକ୍ତ ଲୋକନାଥ ମିଶ୍ର ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ ଔପଚାରିକ ଓ ଅନୌପଚାରିକ ଶିକ୍ଷା ବିଷୟରେ ଉପସ୍ଥିତ ମାତା ପିତା ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ।  Ad.. ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନ  ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।ସଂକୁଳ ଶିଶୁ ବାଟିକା ପ୍ରମୁଖ ସୁଜାତା ତ୍ରିପାଠୀ ସୂଚନା ପ୍ରଦାନ କରିଥିଲେ। ଲିଲି ଗୁରୁମା ସଂଯୋଜନା କରିଥିବା ବେଳେ ଶିଶୁ ବାଟିକା ବିଭାଗର  ଗୁରୁଜୀ ଗୁରୁମା  ଙ୍କ ଦ୍ୱାରା ହିନ୍ଦୁ ରୀତିନୀତି କିପରି ଜନ୍ମଦିନ ପାଳନ କରାଯାଏ ସେ ବିଷୟରେ ଜନ୍ମଦିନ ପାଳନ କରାଯାଇଥିଲା। ଶେଷରେ ସଭାପତି ପୃଥିରାଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ୭୮ ଜଣ ନୂତନ ଅଭିଭାବକ ଅଭିଭାବିକା ଯୋଗ ଦେଇଥିଲେ ।କଣ୍ଢେଇ ଦିବସ ପାଳନ ଅବସରରେ ୨୦୦ରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରକାର ତୂଳା,ମାଟି,କପଡ଼ା ଓ କାଠରେ ତିଆରି କଣ୍ଢେଇ ଗୁଡିକ ପ୍ରଦର୍ଶିତ ହୋଇଥିଲା ଏହି ପ୍ରଦର୍ଶନ ରେ ଶିଶୁ ବାଟିକା ବିଭାଗର ଭାଇ...

ମୁରିବାହାଲ ପଂଚାୟତି ହାଇସ୍କୁଲ ଠାରେ ବିଶ୍ୱ ବନ ଦିବସ ପାଳିତ...

Image
ମୁରିବାହାଲ ପଂଚାୟତି ହାଇସ୍କୁଲ ଠାରେ  ବିଶ୍ୱ  ବନ ଦିବସ  ପାଳିତ... ମୁରିବାହାଲ,୨୧/୦୩ : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ସ୍ଥିତ ପଂଚାୟତି ହାଇସ୍କୁଲ ପରିସରରେ  ବିଶ୍ୱ ବନଦିବସ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷୟତ୍ରୀ  ରଶ୍ମିଲତା ପାତ୍ର ଙ୍କ ସଭାପତିତ୍ୱ ରେ ଗୁରୁବାର ଦିନ ଅନୁଷ୍ଠିତ  ହୋଇଯାଇଛି।         Ad..   ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଶିକ୍ଷକ କିଶୋର ଚନ୍ଦ୍ର ମହାନ୍ତି,ହେମନ୍ତ ନାଗ,ବିକ୍ରମ ପୁରୋହିତ ,ମନୋଜ ସ୍ୱାଇଁ ସୋମନାଥ ମାଝୀ,ସ୍ୱାଗତ ମେହେର ତଥା ଶିକ୍ଷୟତ୍ରୀ ଦୀପ୍ତିମୟୀ ଲେଙ୍କା, ଡି ରିଚେଳ ନାଗ ବିଶ୍ୱ ବନଦିବସ ବିଷୟରେ ଛାତ୍ର ଛାତ୍ରୀ  ମାନଙ୍କୁ ନିଜ ନିଜ ର  ବକ୍ତବ୍ୟ ରଖିଥିଲେ।  Ad.. ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଓ କର୍ମ ଚାରୀ ବୃନ୍ଦ ସାମିଲ ଥିଲେ।ଶେଷରେ  କିରାଣୀ ପ୍ରଦୀପ କୁମାର ପୁଟେଲ ଧନ୍ୟବାଦ ଅର୍ପର୍ଣ କରିଥିଲେ। Report : Sudam baghar Edited by k.s thakur...

"ଦାନା ପାଇଁ ଦାଦନ ଯୁବତୀ ନିଖୋଜ" : ନିଖୋଜ ଝିଅ କୁ ଖୋଜି ଖୋଜି ଅସାହାୟ ଭିନ୍ନକ୍ଷମ ବାପା...

Image
"ଦାନା ପାଇଁ ଦାଦନ ଯୁବତୀ ନିଖୋଜ" : ନିଖୋଜ ଝିଅ କୁ ଖୋଜି ଖୋଜି ଅସାହାୟ ଭିନ୍ନକ୍ଷମ ବାପା... କଣ୍ଟାବାଞ୍ଜି,୨୧/୦୩ : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅଧିନସ୍ଥ ଗୋହିରାପଦର ଗାଁ ର ଜଣେ ଯୁବତୀ ମାହାରାଷ୍ଟ୍ର କୁ ଶ୍ରମିକ ଭାବେ କାମ କରିବାକୁ ଯାଇଥିବା ବେଳେ ସେଠାରୁ ସମ୍ପର୍କୀୟ ଙ୍କ ସହ ଘର କୁ ଫେରୁଥିବା ବେଲେ ୧ ମାସ ରୁ ଅଧିକ ଦିନ ହୋଇଥିଲେ ମଧ୍ୟ ଝିଅ ର କୌଣସି ପତ୍ତା ମିଲିନାହିଁ। Ad.. ଏ ନେଇ ବଙ୍ଗୋମୁଣ୍ଡା ଥାନା ରେ ଯୁବତୀ ଙ୍କ ବାପା ଗୋରୁଚନ ଭତ୍ରା ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ଗୋରୁଚନ ଭତ୍ରା ଝିଅ ଯମୁନା ଭତ୍ରା ସହ ଗତ ୨୦୨୩ ମସିହା ଅକ୍ଟୋବର ମାସ ରେ ମହାରାଷ୍ଟ୍ର ର ଚନ୍ଦ୍ରପୁର ଅଞ୍ଚଳ କୁ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ।  Ad.. ସୂଚନା ଅନୁସାରେ,ସେଠା ରେ ଗ୍ରାମ ର ସମ୍ପର୍କୀୟ ଲୋଚନ ଭତ୍ରା ଗ୍ରାମ କୁ ଫେରିବାର ଜାଣିବାକୁ ପାଇ ଝିଅ କୁ ସାଙ୍ଗରେ ଗାଁ କୁ ନେବା ପାଇଁ ବାପା ଗୋରୁଚନ କହିଥିଲେ। କିନ୍ତୁ ଗୋରୁଚନ ବଜାର ଯାଇଥିବା ବେଳେ ସେଠା ତାଙ୍କ ବାପା ଙ୍କ ଅନୁ ଉପସ୍ଥିତ ରେ ଲୋଚନ ଭତ୍ରା ଏବ ତାର ୪ ଜଣ ସାଙ୍ଗ ଝିଅ ଯମୁନା କୁ ସାଙ୍ଗରେ ନେଇ ଆସିଥିଲେ।  ଝିଅ କୁ ଲୋଚନ ଭତ୍ରା ନେଇଥିବା ଜାଣି ୮ ଦିନ ପରେ  ମାଲିକ ଠାରୁ ଛୁଟି ନେଇ  ଗାଁ କୁ ଆସିଥିଲେ। ଗାଁ କୁ ଆସିବା ପରେ ଝିଅ ଘର କୁ ପହଂଚି ନ ଥିବା ଜାଣିବାକୁ ପାଇଥିଲେ। ଏପରିକି ଝିଅ ର ପାରିଶ୍ରମିକ ମଧ୍...

ଅବାଧ ଏବଂ ନିରପେକ୍ଷ ନିର୍ବାଚନ ନିମନ୍ତେ ଜିଲ୍ଲା ପ୍ରଶାସନର ପଦକ୍ଷେପ...

Image
ଅବାଧ ଏବଂ ନିରପେକ୍ଷ ନିର୍ବାଚନ ନିମନ୍ତେ ଜିଲ୍ଲା ପ୍ରଶାସନର ପଦକ୍ଷେପ... ବରଗଡ଼,୨୦/୦୩ : ନିର୍ବାଚନ ତାରିଖ ଘୋଷଣା ଠାରୁ ଶେଷ ହେବା ପର୍ଯ୍ୟନ୍ତ ଜିଲ୍ଲାରେ ଅବାଧ, ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ  ଭାବେ ନିର୍ବାଚନ କରିବା ଲାଗି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଆଦିତ୍ୟ ଗୋୟାଲଙ୍କ ତତ୍ତ୍ୱାବଧାନରେ ଜିଲ୍ଲା ପ୍ରଶାସନ ବିଭିର୍ନ କାର୍ଯ୍ୟକ୍ରମ ହାତକୁ ନେଇଛି।             Ad.. ଆଦର୍ଶ ଆଚରଣ ବିଧି ଲାଗୁ ହେବା 72 ଘଣ୍ଟା ମଧ୍ୟରେ ଜିଲ୍ଲାରେ ସମସ୍ତ ସରକାରୀ ଦପ୍ତର, ବସଷ୍ଟାଣ୍ଡ, ମନ୍ଦିର, ରେଳ ଷ୍ଟେସନ ଭଳି ସର୍ବସାଧାରଣ ସ୍ଥାନରେ ଲାଗିଥିବା ବିଭିର୍ଣ୍ଣ ରାଜନୈତିକ ଦଳର ଚିହ୍ନ ଥିବା ହୋଡିଂ, ଚିତ୍ରକଳା, କାନ୍ଥ ଚିତ୍ର ଏବଂ ରାଜନେତାଙ୍କ ଫୋଟଚିତ୍ର ଆଦି ବାହାର କରି ଦିଆଯାଇଛି କିମ୍ବା ଘୋଡେଇ ଦିଆଯାଇଛି।  Ad.. ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉର୍ନୟନ ଅଧିକାରୀ, ପୌରାଞ୍ଚଳ ଏବଂ ବିଜ୍ଞାପିତ ଅଂଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଟିମ ଗୁଡିକ ଗଠନ କରାଯିବା ସହିତ ଏହାର ସଦସ୍ୟମାନେ ବୁଲିବୁଲି ନିଜ ଅଂଚଳ ତଦାରଖ କରିବା ସହିତ ହୋଡିଂ ଗୁଡିକୁ ହଟାଇଛନ୍ତି। ନିର୍ବାଚନ ପ୍ରକ୍ରିୟାର ତଦାରଖ ତଥା ସୁପରିଚାଳନା ପାଇଁ ଜିଲ୍ଲା ସ୍ତରରେ ପ୍ରତ୍ୟକ ନିର୍ବାଚନ ମଣ୍ଡଳୀ ପାଇଁ ଫ୍ଲାଇଙ୍ଗ ସ୍କୁଆଡ଼ (FS), ଷ୍ଟାଟିକ...

ସତିଘାଟ ଗ୍ରାମ ଠାରେ ଷୋହଲ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି...

Image
ସତିଘାଟ ଗ୍ରାମ ଠାରେ  ଷୋହଲ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି... ମୁରିବାହାଲ,୨୦/୦୩ : ବଲାଙ୍ଗୀର ଜିଲ୍ଲା  ମୁତିବାହାଲ ବ୍ଲକ ବlନ୍ଧୁପଲା ପଂଚାୟତ ସତିଘାଟ  ଗ୍ରାମ ରେ ଗତ ଶନିବାର ଦିନ ଠାରୁ ଚାଲିଥିବା ଷୋହଳ ପହରୀ ନାମଯଜ୍ଞ ମଙ୍ଗଳବାର ଦିନ ପୂର୍ଣ୍ଣାହୂତି ହୋଇଯାଇଛି।     Ad.. Ad.. ଚଳିତ ବର୍ଷ ଷୋହଳ ପହରୀ ନାମଯଜ୍ଞ ର କର୍ତ୍ତା ଭାବରେ   ସୁନୀଲ ମହାନ୍ତି ଏବଂ ରଶ୍ମିତା ମହାନ୍ତି  ଥିବାବେଳେ ପୂଜକ ପ୍ରଦୂମ୍ମ ଖମାରି, ସଭାପତି  ଚକ୍ରୟୂଧ ଖମାରି, ସମ୍ପାଦକ ଆଶିଷ ଖମାରି,କୋଷାଧ୍ୟକ୍ଷ ରହିତ ଖମାରି,ସହସମ୍ପାଦକ ଜିତେନ୍ଦ୍ରିୟ ଖମାରି,  ସଞ୍ଜୟ, ସନ୍ତୋଷ, ବିକାଶ ସହିତ ସତିଘାଟ  ଗ୍ରାମବାସୀ ବୃନ୍ଦ କାର୍ଯ୍ୟକ୍ରମ ରେ ସାମିଲ ରହି ସହଯୋଗ କରିଥିଲେ। Report : sudam baghar Edited by k.s thakur...

ବିଜେଡିରେ ଯୋଗଦେଲେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ...

Image
ବିଜେଡିରେ ଯୋଗଦେଲେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ... ଭୁବନେଶ୍ବର,୨୦/୦୩ : ବିଜେଡିରେ ଯୋଗଦେଲେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ। ଶଙ୍ଖ ଭବନରେ ପହଞ୍ଚି ଆଜି ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ବିଜେଡ଼ିରେ ସାମିଲ ହୋଇଛନ୍ତି ଅଧିରାଜ।  Ad.. ଏଥିସହ ଖଡିଆଳ, ବୋଡେନ ବ୍ଲକ ଚେୟାରମ୍ୟାନ ଓ ସିନାପାଲି ବ୍ଲକ ଚେୟାରମ୍ୟାନ ବିଜେଡ଼ିରେ ସାମିଲ ହୋଇଛନ୍ତି। ଦଳପକ୍ଷରୁ ସ୍ବାଗତ ଜଣାଇଥିଲେ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିଲେ ଅଧିରାଜ। Ad.. ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଧିରାଜ। ବିଜେଡ଼ିର ବିରାଟ ପରିବାରରେ ସାମିଲ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ଅଧିରାଜ। ମୁଖ୍ୟମନ୍ତ୍ରୀଙ୍କ କଥା କମ୍‌, କାମ ବେଶୀ ଆଦର୍ଶରେ ଅନୁପ୍ରାଣିତ ହୋଇଛନ୍ତି।  ମୁଖ୍ୟମନ୍ତ୍ରୀ ଯାହା ଦାୟିତ୍ବ ଦେବେ ତାହା ସୁଚାର ଭାବେ ତୁଲାଇବି। ନୂଆ ଓଡ଼ିଶା, ନବୀନ ଓଡ଼ଶା ସଂକଳ୍ପ ପାଇଁ କାର୍ଯ୍ୟ କରିବି ବୋଲି ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ କହିଛନ୍ତି। Edited by k.s thakur...

ତୁରେକେଲା ପୋଲିସ କୁ ମିଲିଛି ବଡ ସଫଳତା,ବିପୁଳ ମରିମାଣ ର କଫ ସିରଫ ସହ ନିଶା ଟାବଲେଟ ଜବତ...

Image
ତୁରେକେଲା ପୋଲିସ କୁ ମିଲିଛି ବଡ ସଫଳତା,ବିପୁଳ ମରିମାଣ ର କଫ ସିରଫ ସହ ନିଶା ଟାବଲେଟ ଜବତ... କଣ୍ଟାବାଞ୍ଜି/ତୁରେକେଲା,୧୯/୦୩ : ବଲାଙ୍ଗୀର ଜିଲ୍ଲା ତୁରେକେଲା ପୋଲିସ କୁ ମିଳିଛି ବଡ ସଫଳତା। ବିପୁଳ ପରିମାଣ ରେ କଫ  ସିରଫ ସହ ନିଶା ଟାବଲେଟ ଜବତ କରିଛି ପୋଲିସ। Ad.. ସୂଚନା ଅନୁସାରେ ତୁରେକେଲା ପୋଲିସ ଗତକାଲି ରାତି ପlଟ୍ରୋଲିଙ୍ଗ କରୁଥିବା ସମୟ ରେ  ତୁରେକେଲା ରୁ ଲାଠୋର ଯିବା ରାସ୍ତା ଗୋଇଣ୍ଡିମାଲ ପାଖା ପାଖି ରାସ୍ତାରେ ଦ୍ରୁତ ଗତି ରେ ଯାଉଥିବା ଏକ ଟିଭି ଏସ ଆପାଚି ମୋଟର ସାଇକଲ ଓ ଚାରି ଚକିଆ ମାରୁତି ଦ୍ରୁତ ଗତିରେ ଯାଉଥିବାର ଦେଖି ପୋଲିସ ପିଛା କରି  ବିପୁଳ ପରିମାଣ ର କଫ ସିରଫ ସହ ନିଶା ଟାବଲେଟ ଜବତ କରିବା ସହ ଅଭିଯୁକ୍ତ ଙ୍କ ଠାରୁ ଦୁଇ ଟି  ଏପୋ ମୋବାଇଲ, ଗୋଟିଏ କି ପେଡ ମୋବାଇଲ ସହ ୨୬୦୦ ଟଙ୍କା ନଗଦ ଜବତ କରିଛି। Ad.. ନିଶା ଟାବଲେଟ ୬୬୦୦ ଟି ଏବଂ ୫୫ ଟି କଫ ସିରଫ ଜବତ କରିଛି।ଏନେଇ ତୁରେକେଲା ଥାନାରେ ଏକ ମାମଲା ରୁଜୁ କରି ଯାହାର କେସ ନମ୍ବର ୬୨/୨୪ ସହ ଭାରତୀୟ ପେନାଲ କୋର୍ଡ ଧରା ୨୭୪,୨୭୫,୨୭୬,୧୨0(B) ଧାରାରେ ଦୁଇ ଅଭିଯୁକ୍ତ ତୁରେକେଲା ଥାନା ଅନ୍ତର୍ଗତ,ମଲିକଦୋରୋ ଗାଁ ର ବନମାଳୀ ଖରସେଲ ଓ ଆଉ ଜଣେ ପାଟଣାଗଡ଼ ମାଘମରା ର କ୍ଷମାନିଧି ମେହେର କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି, ବୋଲି ତୁରେକେଲା ଥାନା ଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି। ଜାମିନ ନା ମଂଜୁର ...

ଆମ ଆଦମୀ ପାର୍ଟି ର ଗଣଧାରଣା ୨୬ ଦିନ ପରେ ସ୍ଥଗିତ...

Image
ଆମ ଆଦମୀ ପାର୍ଟି ର ଗଣଧାରଣା ୨୬ ଦିନ ପରେ ସ୍ଥଗିତ... କଣ୍ଟାବାଞ୍ଜି,୧୯/୦୩ : କଣ୍ଟାବାଞ୍ଜି ଅଞ୍ଚଳର ଜନସାଧାରଣଙ୍କ ହିତ ପାଇଁ  ଆମ ଆଦମୀ ପାର୍ଟି  ତରଫରୁ  ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ୧୬ ଦଫା ଦାବୀ ନେଇ ଗତ ତା. ୨୨/୦୨/୨୪ ରୁ  ଚାଲିଥିବା ଗଣଧାରଣା  ନିର୍ବାଚନ ଆଚରଣ ବିଧି  ଲାଗୁ  ହେବା କାରଣ  ରୁ  ୨୬ ଦିନରେ  ଆଜି ସ୍ଥଗିତ କରାଗଲା।         Ad.. କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ର ସଭାପତି ସୁରଥ ବେହେରା ଙ୍କ  ନେତୃତ୍ଵରେ ଚାଲିଥିବା ୧୬ ଟି ଦାବୀ ମଧ୍ୟ ରୁ ମୁଖ୍ୟ ଦୁଇଟି  ଦାବୀ ହେଲା, ଭୂମି ହୀନ ଙ୍କୁ  ଘର/ପଟ୍ଟା  ପ୍ରଦାନ ଓ ପଟ୍ଟାଦାର ଙ୍କୁ ରଏତି  କରିବା।ଏହି ଗଣଧାରଣା ରେ  ପ୍ରଶାସନ ତରଫରୁ  କୌଣସି ପ୍ରତିଶ୍ରୁତି ଦିଆ ଗଲା ନାହିଁ। Ad.. ଗତ ତା ୧୬ ରେ  ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେଲା ସେଥିପାଇଁ ସରକାର କୌଣସି କାର୍ଯ୍ୟକ୍ରମ ଘୋଷଣା କରିପାରିବେ ନାହିଁ  ଏବଂ ରାଜନୈତିକ ଦଳ ମାନେ ମଧ୍ୟ ନିର୍ବାଚନ ଆଚରଣ ବିଧି କୁ ମାନିବାକୁ ବାଧ୍ୟ। ସେଥିପାଇଁ  ନିର୍ବାଚନ  ପ୍ରକ୍ରିୟା ସରିବା ପର୍ୟ୍ୟନ୍ତ ଧାରଣା ସ୍ଥଗିତ  ରଖିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି  ତହସିଲଦାର ରତନ ଲାଲ ମୁଣ୍ଡା ଙ୍କୁ ପାର୍ଟି ତରଫରୁ ଲିଖିତ ଦେଇଥିଲେ।  ଆ...